ରାସ୍ତା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ରାସ୍ତା
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକଲମ୍ବୋଦର ହୋତା
ସଂଳାପନିଶିକାନ୍ତ ଦଳବେହେରା
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀପ୍ରଭଞ୍ଜନ ମିଶ୍ର
କଳାକାରଅଭିଳାଷ
ଏଲି ପାଢ଼ୀ
ପ୍ରଭଞ୍ଜନ
ଚୌଧୁରୀ ବିକାଶ ଦାସ
ଦେବୁ ବୋଷ
ନୂପୁର ଘୋଷ
ସଙ୍ଗୀତନିଶିକାନ୍ତ ଦଳବେହେରା
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ରାସ୍ତା, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲମ୍ବୋଦର ହୋତା । ପ୍ରଭଞ୍ଜନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ନିଶିକାନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଏବଂ ସ୍ୱର ସଂଯୋଜନା କରିଥିଲେ ।[୨][୩] ମୋହିତ ଚକ୍ରବର୍ତ୍ତୀ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସତ୍ୟଜିତ, ରତିକାନ୍ତ, ରୋଜାଲିନ, ବିଷ୍ଣୁମୋହନ କବି, ଅନିତା, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଳାଷ ଏବଂ ଏଲି ପାଢ଼ୀ ।[୨] ପ୍ରଭଞ୍ଜନ, ଚୌଧୁରୀ ବିକାଶ ଦାସ, ଦେବୁ ବୋଷ, ନୂପୁର ଘୋଷ, ଚୌଧୁରୀ ଜୟ ପ୍ରକାଶ ଦାସ, ସୁସ୍ମିତା ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ଉଦୟଭାନୁ, ଶଙ୍କର ବସୁ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ଅଭିଳାଷ
  • ଏଲି ପାଢ଼ୀ[୧]
  • ପ୍ରଭଞ୍ଜନ ମିଶ୍ର
  • ଚୌଧୁରୀ ବିକାଶ ଦାସ
  • ଦେବୁ ବୋଷ[୪]
  • ନୂପୁର ଘୋଷ
  • ଚୌଧୁରୀ ଜୟ ପ୍ରକାଶ ଦାସ
  • ସୁସ୍ମିତା ମିଶ୍ର
  • ସୂର୍ଯ୍ୟନାରାୟଣ ମିଶ୍ର
  • ଉଦୟଭାନୁ
  • ଶଙ୍କର ବସୁ ମଲ୍ଲିକ

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା । ମୋହିତ ଚକ୍ରବର୍ତ୍ତୀ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ସତ୍ୟଜିତ, ରତିକାନ୍ତ, ରୋଜାଲିନ, ବିଷ୍ଣୁମୋହନ କବି, ଅନିତା, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆଜି ବିନା ମାଗିବାରେ ସବୁ ମିଳିଗଲା" 
2."ପ୍ରେମ ଫେରେ ଜୀବନରେ" 
3."ବିଦ୍ରୋହ ନିଆଁରେ ଜଳୁଥାଏ କିଏ" 
4."ଏ ରାସ୍ତା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ବିବାହ କରିବେ ଏଲି". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
  2. ୨.୦ ୨.୧ ୨.୨ "Raasta Oriya Movie". Incredible Orissa. 3 December 2014. Retrieved 29 September 2017.
  3. "Rasta". Odia Hits. Retrieved 29 September 2017.
  4. "ଆର୍କାଇଭ୍ କପି". Archived from the original on 2019-02-27. Retrieved 2018-08-23. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]