ଏଲି ପାଢ଼ୀ

ଉଇକିପିଡ଼ିଆ‌ରୁ
ଏଲି ପାଢ଼ୀ
Born
ରଶ୍ମିତା ପାଢ଼ୀ

Occupation(s)(ଓଡ଼ିଆ) ଅଭିନେତ୍ରୀ
ଉପସ୍ଥାପିକା
Years active୨୦୧୦ରୁ - ଏବେଯାଏଁ
Spouseଶ୍ରୀମୟ କୁମାର ପଣ୍ଡା
Parent(s)କୁମୁଦିନୀ ପାଢ଼ୀ (ମାଆ)
ହରେକୃଷ୍ଣ ପାଢ଼ୀ (ବାପା)
Awards୬ଷ୍ଠ ଓଡ଼ିଆ ରାଜ୍ୟ ଟେଲିଭିଜନ୍ ପୁରସ୍କାର

ଏଲି ପାଢ଼ୀ ଜଣେ ଭାରତୀୟ‌-ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି ଏବଂ ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପନା କରନ୍ତି । ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଏଇ ମିଳନ ଯୁଗ ଯୁଗରରେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୪ ଫିଅର ଅଫ ଦ ଇଅର, ରାସ୍ତା ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଅବୁଝା ଏ ମନ, ତୁଳସୀ, ସିନ୍ଦୂର, ଅପା ଆଦିରେ ଅଭିନୟ କରିଛନ୍ତି ।[୧]

ଜନ୍ମ ଓ ପରିବାର[ସମ୍ପାଦନା]

ଏଲି ପାଢ଼ୀ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହରେକୃଷ୍ଣ ପାଢ଼ୀ ପେଶାରେ ଜଣେ ପୋଲିସ୍ କର୍ମଚାରୀ ଓ ମାତା କୁମୁଦିନୀ ପାଢ଼ୀ ।[୨] ୨୦୧୯ ମସିହାର ଜାନୁଆରୀ ୨୫ ତାରିଖରେ ସେ ତାଙ୍କର ବାଲ୍ୟ ବନ୍ଧୁ ତଥା ବ୍ୟବସାୟୀ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ଏଲି ପାଢ଼ୀ ପ୍ରଥମେ ଓଡ଼ିଆ ଆଲ୍‌ବମ୍ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ତାଜା ଖବର, ଷୋହଳ ପୂରି ସତର ହେଲା ଭଳି କିଛି ଆଲବମ୍‌ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଏଇ ମିଳନ ଯୁଗ ଯୁଗର, ଯେଉଁଥିରେ ତାଙ୍କ ସହ ରାଜଦୀପ, ଚନ୍ଦନ କର, ମୀନକେତନ, ବିଜୁ ବଡ଼ଜେନା, ପୁଷ୍ପା ପଣ୍ଡା, ଅସୀତ ପତି ଆଦି କଳାକାରମାନେ କାର୍ଯ୍ୟ କରିଥିଲେ ।

ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ଓଡ଼ିଅ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଅବୁଝା ଏ ମନ ଧାରାବାହିକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଜିନା ସାମଲଲରେନ୍ସ ବାରିକ କାମ କରିଥିଲେ । ଏହା ବ୍ୟତୀତ ସେ ତୁଳସୀ, ସିନ୍ଦୂର, ଅପା ଆଦି ଧାରାବାହିକରେ ଅଭିନୟ କରିଛନ୍ତି ।

ଏଲି ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ କିଏ ଜିତେ କିଏ ହାରେ ଭଳି କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୦ ଏଇ ମିଳନ ଯୁଗ ଯୁଗର ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୪ ୨୦୧୪ ଫିଅର ଅଫ ଦ ଇଅର ଜୀୟା ଓଡ଼ିଆ/ତେଲୁଗୁ କଥାଚିତ୍ର
ରାସ୍ତା
ପ୍ରମାଦ ଚାର୍ ହଣ୍ଡ୍ରେଡ୍ ପର୍ସେଣ୍ଟ ତେଲୁଗୁ କଥାଚିତ୍ର
୨୦୨୩ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଭୂମିକା ଚେନାଲ୍
ଅବୁଝା ଏ ମନ ତରଙ୍ଗ ଟିଭି
ତୁଳସୀ ଶିଶୁ କଳାକାର ଇ ଟିଭି ଓଡ଼ିଆ
ସିନ୍ଦୂରର ଅଧିକାର କାମ୍ୟା ତରଙ୍ଗ ଟିଭି
ଟୁପୁର୍ ଟାପୁର୍ ଟୁପୁର୍/ଟାପୁର୍ କଲର୍ସ ଓଡ଼ିଆ
ବଧୂ ସାର୍ଥକ ଟିଭି

ଉପସ୍ଥାପିକା[ସମ୍ପାଦନା]

କାର୍ଯ୍ୟକ୍ରମ ଚେନାଲ୍
ଗାଁ ଆଖଡ଼ା ତରଙ୍ଗ ଟିଭି
କିଏ ଜିତରେ କିଏ ହାରେ ତରଙ୍ଗ ମ୍ୟୁଜିକ୍
ସିନ୍ଦୂରର ଅଧିକାର ତରଙ୍ଗ ଟିଭି
ଓଡ଼ିଶାର Best ଡ୍ରାମେବାଜ୍ ଜୀ ସାର୍ଥକ
ଘରଣୀ ନଂ 1 ତରଙ୍ଗ ଟିଭି
ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ସାର୍ଥକ ଟିଭି

ବିବାଦ[ସମ୍ପାଦନା]

ଏଲି ପାଢ଼ୀ ୨୦୧୮ ମସିହାରେ ଦେଇଥିବା ଏକ ମନ୍ତବ୍ୟକୁ ବିବାଦ ସୃଷ୍ଟି ହୋଇଥିଲା । ସେ ହିନ୍ଦୀ କଥାଚିତ୍ର ଜଗତରେ ହୋଇଥିବା ମି-ଠୁ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ଚାଲିଛି ବୋଲି କହିଥିଲେ ଆଉ ଦୁଇଥର ସେ ଏଥିରେ ଶିକାର ହୋଇଥିବା କଥା ସ୍ୱୀକାର କରିଥିଲେ ।[୩]

ପୁରସ୍କାର[ସମ୍ପାଦନା]

  • ୬ଷ୍ଠ ଓଡ଼ିଆ ରାଜ୍ୟ ଟେଲିଭିଜନ୍ ପୁରସ୍କାର - ଶ୍ରେଷ୍ଠ ଅଭିନେତ୍ରୀ (ଟୁପର୍ ଟାପୁର୍)[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Bureau, OdishaLIVE (2019-01-23). "୨୫ରେ ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ଏଲି ପାଢ଼ୀ". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 2021-09-11. Retrieved 2021-09-11.
  2. "ଚଟ୍‌ପଟା - ଏଲି". ସକାଳ. 28 March 2021. Archived from the original on 11 September 2021. Retrieved 11 September 2021.
  3. "ଓଲିଉଡ୍‌ରେ ବି '#ମି ଠୁ' : ମୁହଁ ଖୋଲିଲେ ଅଭିନେତ୍ରୀ ଏଲି ପାଢ଼ୀ" (in ଆମେରିକୀୟ ଇଂରାଜୀ). 2018-10-15. Archived from the original on 2021-09-11. Retrieved 2021-09-11.
  4. chief, Editor in. "6th Odisha tele award announced:Akshya Parija"s Nua Bohu adjudged as Best serial". Odisha News Times (in ଆମେରିକୀୟ ଇଂରାଜୀ). Archived from the original on 2021-09-11. Retrieved 2021-09-11. {{cite web}}: |first= has generic name (help)

ଅଧିକ ତଥ୍ୟ[ସମ୍ପାଦନା]