ପଙ୍କୋଦ୍ଧାର ଏକାଦଶୀ
ଦେଖଣା
ପଙ୍କୋଦ୍ଧାର ଏକାଦଶୀ | |
---|---|
ଅନ୍ୟ ନାମ | ବିଜୟା ଏକାଦଶୀ |
ପାଳନକାରୀ | ହିନ୍ଦୁ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର, ବ୍ରତ |
ତାରିଖ | ଫାଲଗୁନ କୃଷ୍ଣ ଏକାଦଶୀ |
୨୦୨୪ ତାରିଖ |
ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ[୧] କୁହାଯାଏ । ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ । ସମୁଦ୍ରକୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ଏହି ବିଜୟା ଏକାଦଶୀ ବ୍ରତ ପାଳନ କଲେ । ବ୍ରତର ପ୍ରଭାବରେ ସେ ସମୁଦ୍ର ପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି । [୨]
ପର୍ବ ପର୍ବାଣି
[ସମ୍ପାଦନା]ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ ।[୩] ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଇଥାଏ ।
ଆଧାର
[ସମ୍ପାଦନା]- ↑ "Vijaya Ekadasi". Retrieved 5 February 2016.
- ↑ ସମ୍ବାଦ, ପୃଷ୍ଠା- ୨, ୭ ମାର୍ଚ୍ଚ, ୨୦୧୩
- ↑ "Need to go beyond rituals". The New Indian Express. Retrieved 5 February 2016.[permanent dead link]