Jump to content

ଏସ. ସି. ଜମିର

ଉଇକିପିଡ଼ିଆ‌ରୁ
(S. C. Jamirରୁ ଲେଉଟି ଆସିଛି)
ଡ. ଏସ. ସି. ଜମିର
ରାଜ୍ୟପାଳ, ଓଡ଼ିଶା
Assumed office
୯ ମାର୍ଚ୍ଚ ୨୦୧୩
ପୂର୍ବ ଅଧିକାରୀମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ରାଜ୍ୟପାଳ, ମହାରାଷ୍ଟ୍ର
କାର୍ଯ୍ୟକାଳ
୧୯ ଜୁଲାଇ ୨୦୦୮  ୨୦ ଜାନୁଆରୀ ୨୦୧୦
ପୂର୍ବ ଅଧିକାରୀଏସ. ଏମ. କ୍ରିଷ୍ଣା
ପର ଅଧିକାରୀକେ. ଶଙ୍କରନାରାୟଣନ
ରାଜ୍ୟପାଳ, ଗୁଜରାଟ (ଅତିରିକ୍ତ ଦାୟିତ୍ୱ)
କାର୍ଯ୍ୟକାଳ
୨୪ ଜୁଲାଇ ୨୦୦୯  ୨୬ ନଭେମ୍ବର ୨୦୦୯
ପୂର୍ବ ଅଧିକାରୀନୱଲ କିଶୋର ଶର୍ମା
ପର ଅଧିକାରୀକମଳା ବେନିୱ୍ଆଲ
ରାଜ୍ୟପାଳ, ଗୋଆ
କାର୍ଯ୍ୟକାଳ
୧୭ ଜୁଲାଇ ୨୦୦୪  ୨୧ ଜୁଲାଇ ୨୦୦୮
ପୂର୍ବ ଅଧିକାରୀମହମ୍ମଦ ଫାଜଲ
ପର ଅଧିକାରୀଶିବିନ୍ଦର ସିଂହ ସିଦ୍ଧୁ
ମୁଖ୍ୟମନ୍ତ୍ରୀ, ନାଗାଲାଣ୍ଡ
କାର୍ଯ୍ୟକାଳ
୨୨ ଫେବୃଆରୀ ୧୯୯୩  ୬ ମାର୍ଚ୍ଚ ୨୦୦୩
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନିଫିଉ ରିଓ
କାର୍ଯ୍ୟକାଳ
୨୫ ଜାନୁଆରୀ ୧୯୮୯  ୧୦ ମଇ ୧୯୯୦
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀକେ. ଏଲ ଚିଶି
କାର୍ଯ୍ୟକାଳ
୧୮ ଅପ୍ରେଲ ୧୯୮୦  ୫ ଜୁନ ୧୯୮୦
ପୂର୍ବ ଅଧିକାରୀଭିଜୋଲ ଅଙ୍ଗାମି
ପର ଅଧିକାରୀଜନ ବସ୍କୋ ଜାସୋକି
କାର୍ଯ୍ୟକାଳ
୧୮ ନଭେମ୍ବର ୧୯୮୨  ୨୮ ନଭେମ୍ବର ୧୯୮୬
ପୂର୍ବ ଅଧିକାରୀଜନ ବସ୍କୋ ଜାସୋକି
ପର ଅଧିକାରୀହୋକିଶେ ସେମା
ସଂସଦୀୟ ସଂପାଦକ
କାର୍ଯ୍ୟକାଳ
୫ ମଇ ୧୯୬୨  ୧୫ ଜାନୁଆରୀ ୧୯୬୬
Appointed byଜବାହରଲାଲ ନେହେରୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1931-10-17) ୧୭ ଅକ୍ଟୋବର ୧୯୩୧ (ବୟସ ୯୪)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଶିକ୍ଷାନୁଷ୍ଠାନସ୍କଟିଶ ଚର୍ଚ୍ଚ କଲେଜ
ଆହ୍ଲାବାଦ ବିଶ୍ୱବିଦ୍ୟାଳୟ

ସେନାୟାଂବା ଚୁବାତୋଶି ଜମିର (ଜନ୍ମ: ୧୭ ଅକ୍ଟୋବର ୧୯୩୧) ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଛନ୍ତି । []

୧୭ ଅକ୍ଟୋବର ୧୯୩୧ରେ ଜନ୍ମିତ ଜମିର କଲିକତାର ସ୍କଟିଶ ମହାବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଅଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୦ ମସିହା ଅପ୍ରେଲ ୧୮ ତାରିଖରେ ସେ ପ୍ରଥମେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ୧୯୮୨, ୧୯୭୯ ଓ ୧୯୯୩ରେ ସର୍ବମୋଟ ଚାରିଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଅଛନ୍ତି । ୨୦୦୪ ଜୁଲାଇ ୧୭ରେ ସେ ପ୍ରଥମେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ୨୦୦୮ ଜୁଲାଇ ୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱ ନିର୍ବାହ ସମୟରେ ସେ ଗୁଜରାଟର ରାଜ୍ୟପାଳ ଭାବେ ଅତିତିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।

ଭାରତର ଏକ ରାଜ୍ୟଭାବେ ନାଗାଲାଣ୍ଡର ଗଠନ ନିମିତ୍ତ ଯେଉଁ ଦଳ ୧୯୬୦ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସହିତ ଆଲୋଚନା କରିଥିଲେ, ଜମିର ସେହି ଦଳର ସଦସ୍ୟ ଥିଲେ । ସେ ୧୬-ସୂତ୍ରୀ ପ୍ରସ୍ତାବ ଚୁକ୍ତିନାମାର ଏକ ଅନୁସୃତିକାରୀ ଥିଲେ, ଯାହା ନାଗାଲ୍ୟାଣ୍ଡ ରାଜ୍ୟ ଗଠନରେ ନେତୃତ୍ୱ ଦେଇଥିଲା ଏବଂ ସେଥିପାଇଁ ସେ ଆଧୁନିକ ନାଗାଲ୍ୟାଣ୍ଡର ଏକ ସ୍ଥପତି ଭାବରେ ମଧ୍ୟ ପରିଚିତ ।

  1. "Ex-CBI Director Ashwani Kumar appointed Nagaland Governor, S C Jamir in Odisha : North, News - India Today". indiatoday.intoday.in. 2013. Retrieved 10 March 2013. Jamir was appointed as Governor of Odhisa