ମାରିଚି ମନ୍ଦିର

ଉଇକିପିଡ଼ିଆ ରୁ
(Marichi temple ରୁ ଲେଉଟି ଆସିଛି)
Jump to navigation Jump to search
ମାରିଚି ମନ୍ଦିର
Marichi temple Baleswar Odisha.jpg
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ସ୍ଥାନଅଯୋଧ୍ୟା
ପରମ୍ପରା
ମୁଖ୍ୟ ଆରାଧ୍ୟମାରିଚି, ବରାହୀ, ବୁଦ୍ଧ
ମୁଖ୍ୟ ପର୍ବପର୍ବାଣୀଦୁର୍ଗା ପୂଜା, ଅଶୋକାଷ୍ଟମୀ
Architecture
ମନ୍ଦିର ସଂଖ୍ୟା
ଇତିହାସ ଓ ପାଳନ
ନିର୍ମାଣ କାଳ୧୦-୧୧ଶ ଶତକ
'ମନ୍ଦିର ବୋର୍ଡ଼ମାରିଚି ପୂଜା କମିଟି, ଅଯୋଧ୍ୟା, ଭଉଁରିଆବାଦ

ମାରିଚି ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅଯୋଧ୍ୟାଠାରେ ଥିବା ଏକ ପୁରାତନ ମନ୍ଦିର । ମାରିଚି ଦେବୀ ଅଯୋଧ୍ୟା ଗ୍ରାମର ଇଷ୍ଠଦେବୀ । ମାରିଚୀ ମନ୍ଦିର କେବଳ ସେ ଗ୍ରାମର ଦୈବୀପିଠ ନୁହଁ , ଏହା ଅଯୋଧ୍ୟା ଗ୍ରମ୍ୟ ଜୀବନର ପ୍ରାଣକେନ୍ଦ୍ର ।

ଗମନାଗମନ[ସମ୍ପାଦନା]

ଏହା ସଜନାଗଡ଼ ଠାରୁ ୯ କି.ମି. ଦୂରରେ ଅବସ୍ଥିତ । ସେଠାରୁ ଏକ ଡାହାଣ ହାତୀ ପଥରେ ୯ କି.ମି. ଗଲେ ଅଯୋଧ୍ୟା ଗାଁରେ ଏହି ମନ୍ଦିର ଅବସ୍ଥିତ । ଏହା ବାଲେଶ୍ୱର ଜିଲ୍ଲାର ସଦରମହକୁମା ଠ୍ଯାରୁ ମାତ୍ର ୨୦ କିମି ଦୂରରେ ଥିବା ଅଯୋଧ୍ୟା ଗ୍ରାମରେ ଅବସ୍ଥିତ । ଏହା ଜିଲ୍ଲାର ସଦର ମହକୁମା ସହ ଉନ୍ନତ ମାନର ସଡକ ପଥଦ୍ୱାରା ସଂଯୁକ୍ତ । ବାଲେଶ୍ୱର ଠାରୁ ଏ ଗ୍ରାମକୁ କୌଣସି ସମୟରେ ବସ‍ କିମ୍ବା ଟ୍ରେକରରେ ଯାଇହେବ । କିମ୍ବା ଟ୍ୟାକ୍ସି କରି ମଧ୍ୟ ଯାଇ ପାରିବେ । ଏ ଗ୍ରାମ ଅନ୍ୟ ଏକ ପଥଦ୍ୱାରା ମଧ୍ୟ ସଂଯୁକ୍ତ , ଯାହା ନିଳଗିରି ଠାରୁ ମାତ୍ର ୧୪ କିମିର ଦୂରତା ବିଶିଷ୍ଟ । ଏହାର ନିକଟତମ ରେଳ ଷ୍ଟେସନ ବାଲେଶ୍ୱର ।

ଇତିହାସ ଓ ମନ୍ଦିର ଗଠନ[ସମ୍ପାଦନା]

ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ
ଚାରୋଟି ହାତ ଥିବା ବରାହୀ
ପିଢ଼ା ବିମାନ
ପୁରାତନ ମୂର୍ତ୍ତି

ଏହି ମନ୍ଦିରଟି ଏକ ଉତ୍କଳୀୟ ଶୈଳୀର ପିଢ଼ା ବିମାନ ମନ୍ଦିର । ମୂଳ ମନ୍ଦିର ଆଗରେ ଏକ ଜଗମୋହନ ରହିଅଛି । ଏଥି ମଧ୍ୟରେ ୧୧ଶ ଶତକର ଅନେକ ତନ୍ତ୍ର, ବୌଦ୍ଧଜୈନ ସଙ୍କେତ ଓ ମୂର୍ତ୍ତି ରହିଅଛି । ଏହା ସୋମବଂଶୀ କେଶରୀ ରାଜମାନଙ୍କ ଦେଇ ତିଆରି । ଏଠାରେ ଅନେକ ପୁରାତନ ସାଙ୍କେତିକ ମୂର୍ତ୍ତି ଯଥା ମୋଟ ୫ଟି ବୌଦ୍ଧ ମୂର୍ତ୍ତି, ବରାହୀ ଆଦି ରହିଛନ୍ତି । ଗର୍ଭଗୃହରେ ମଞ୍ଜୁଶ୍ରୀ, ମାରିଚିଙ୍କର ୨ଟି ମୂର୍ତ୍ତି ତଥା ତାରା, ଅବଲୋକିତେଶ୍ୱର ଆଦି ମୂଋତ୍ତି ରହିଅଛି । ମନ୍ଦିର ପଛ କାନ୍ଥରେ ଚାରୋଟି ହାତ ଥିବା ବରାହୀ, ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ, ଜୈନ ତୀର୍ଥଙ୍କର ଆଦି ଦେଖିବାକୁ ମିଳିଥାଏ ।[୧] ଯଦିଓ ମୂଳ ବିଗ୍ରହଟି ଦୁର୍ଗାଙ୍କ ରୂପରେ ପୂଜା ପାଇଥାଏ, ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଏହା ଏକ ମହାଯାନ ଠାକୁରାଣୀ ମାରିଚିଙ୍କ ମୂର୍ତ୍ତି ଯାହା ବାକି ଦୁଇଟି ମୂର୍ତ୍ତି ମଧ୍ୟରେ ରହିଅଛି । ମନ୍ଦିରର ଗର୍ଭଗୃହରେ ୧୧ଶ ଶତକର ତିନୋଟି ପ୍ରଧାନ ମୂର୍ତ୍ତି ରହିଅଛି । ଏଠାରେ ଏକ ପିଢ଼ା ବିମାନ ଓ ଆର.ସି.ସି. ନିର୍ମିତ ସମତଳ ମଣ୍ଡପ ରହିଅଛି । ମନ୍ଦିରଟି ଚୂନ ପଥରରେ ତିଆରି ।

ପୂଜା ପାଳନ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ମାରିଚି ମନ୍ଦିର. Ashis Ranjan Sahoo, Dr. S. Pradhan. ASI reports No 019. Indira Gandhi National Centre For The Arts.

ଆଧାର[ସମ୍ପାଦନା]

  • R. P. Mohapatra, 1986, Archaeology in Orissa, Vol. II, New Delhi

ବାହାର ଲିଙ୍କ[ସମ୍ପାଦନା]