ମାରିଚୀ ମନ୍ଦିର

ଉଇକିପିଡ଼ିଆ‌ରୁ
ମାରିଚୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Governing bodyମାରିଚୀ ପୂଜା କମିଟି, ଅଯୋଧ୍ୟା, ଭଉଁରିଆବାଦ
Location
ସ୍ଥାନଅଯୋଧ୍ୟା
Countryଭାରତ

ମାରିଚୀ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅଯୋଧ୍ୟାଠାରେ ଥିବା ଏକ ପୁରାତନ ବୌଦ୍ଧହିନ୍ଦୁ ମନ୍ଦିର । ମାରିଚୀ ଦେବୀ ଅଯୋଧ୍ୟା ଗ୍ରାମର ଇଷ୍ଠଦେବୀ ଏବଂ ଜଣେ ବୌଦ୍ଧ ଦେବୀ ।

ଗମନାଗମନ[ସମ୍ପାଦନା]

ଏହା ସଜନାଗଡ଼ଠାରୁ ୯ କି.ମି. ଦୂରରେ ଅବସ୍ଥିତ । ସେଠାରୁ ଏକ ଡାହାଣ ହାତୀ ପଥରେ ୯ କି.ମି. ଗଲେ ଅଯୋଧ୍ୟା ଗାଁରେ ଏହି ମନ୍ଦିର ଅବସ୍ଥିତ । ଏହା ବାଲେଶ୍ୱର ଜିଲ୍ଲାର ସଦରମହକୁମାଠାରୁ ମାତ୍ର ୨୦ କିମି ଦୂରରେ ଥିବା ଅଯୋଧ୍ୟା ଗ୍ରାମରେ ଅବସ୍ଥିତ । ଏହା ଜିଲ୍ଲାର ସଦର ମହକୁମା ସହ ଉନ୍ନତ ମାନର ସଡକ ପଥଦ୍ୱାରା ସଂଯୁକ୍ତ । ବାଲେଶ୍ୱରଠାରୁ ଏ ଗ୍ରାମକୁ କୌଣସି ସମୟରେ ବସ‍ କିମ୍ବା ଟ୍ରେକରରେ ଯାଇହେବ । କିମ୍ବା ଟ୍ୟାକ୍ସି କରି ମଧ୍ୟ ଯାଇ ପାରିବେ । ଏ ଗ୍ରାମ ଅନ୍ୟ ଏକ ପଥଦ୍ୱାରା ମଧ୍ୟ ସଂଯୁକ୍ତ , ଯାହା ନୀଳଗିରିଠାରୁ ମାତ୍ର ୧୪ କିମିର ଦୂରତା ବିଶିଷ୍ଟ । ଏହାର ନିକଟତମ ରେଳ ଷ୍ଟେସନ ବାଲେଶ୍ୱର ।

ଇତିହାସ ଓ ମନ୍ଦିର ଗଠନ[ସମ୍ପାଦନା]

ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ
ଚାରୋଟି ହାତ ଥିବା ବରାହୀ
ପିଢ଼ା ବିମାନ
ପୁରାତନ ମୂର୍ତ୍ତି

ଏହି ମନ୍ଦିରଟି ଏକ ଉତ୍କଳୀୟ ଶୈଳୀର ପିଢ଼ା ବିମାନ ମନ୍ଦିର । ମୂଳ ମନ୍ଦିର ଆଗରେ ଏକ ଜଗମୋହନ ରହିଛି । ଏଥି ମଧ୍ୟରେ ୧୧ଶ ଶତକର ଅନେକ ତନ୍ତ୍ର, ବୌଦ୍ଧଜୈନ ସଙ୍କେତ ଓ ମୂର୍ତ୍ତି ରହିଛି । ଏହା ସୋମବଂଶୀ କେଶରୀ ରାଜମାନଙ୍କ ଦେଇ ତିଆରି । ଏଠାରେ ଅନେକ ପୁରାତନ ସାଙ୍କେତିକ ମୂର୍ତ୍ତି ଯଥା ମୋଟ ୫ଟି ବୌଦ୍ଧ ମୂର୍ତ୍ତି, ବରାହୀ ଆଦି ରହିଛନ୍ତି । ଗର୍ଭଗୃହରେ ମଞ୍ଜୁଶ୍ରୀ, ମାରିଚୀଙ୍କର ୨ଟି ମୂର୍ତ୍ତି ତଥା ତାରା, ଅବଲୋକିତେଶ୍ୱର ଆଦି ମୂଋତ୍ତି ରହିଛି । ମନ୍ଦିର ପଛ କାନ୍ଥରେ ଚାରୋଟି ହାତ ଥିବା ବରାହୀ, ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ, ଜୈନ ତୀର୍ଥଙ୍କର ଆଦି ଦେଖିବାକୁ ମିଳିଥାଏ ।[୧] ଯଦିଓ ମୂଳ ବିଗ୍ରହଟି ଦୁର୍ଗାଙ୍କ ରୂପରେ ପୂଜା ପାଇଥାଏ, ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଏହା ଏକ ମହାଯାନ ଠାକୁରାଣୀ ମାରିଚୀଙ୍କ ମୂର୍ତ୍ତି ଯାହା ବାକି ଦୁଇଟି ମୂର୍ତ୍ତି ମଧ୍ୟରେ ରହିଛି । ମନ୍ଦିରର ଗର୍ଭଗୃହରେ ୧୧ଶ ଶତକର ତିନୋଟି ପ୍ରଧାନ ମୂର୍ତ୍ତି ରହିଛି । ଏଠାରେ ଏକ ପିଢ଼ା ବିମାନ ଓ ଆର.ସି.ସି. ନିର୍ମିତ ସମତଳ ମଣ୍ଡପ ରହିଛି । ମନ୍ଦିରଟି ଚୂନ ପଥରରେ ତିଆରି ।

ପୂଜା ପାଳନ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ମାରିଚୀ ମନ୍ଦିର. Ashis Ranjan Sahoo, Dr. S. Pradhan. ASI reports No 019. Indira Gandhi National Centre For The Arts.

ଆଧାର[ସମ୍ପାଦନା]

  • R. P. Mohapatra, 1986, Archaeology in Orissa, Vol. II, New Delhi

ବାହାର ଲିଙ୍କ[ସମ୍ପାଦନା]