ମାରିଚୀ

ଉଇକିପିଡ଼ିଆ‌ରୁ

ମାରିଚୀ (ସଂସ୍କୃତ: मारीची, ଶବ୍ଦାର୍ଥ: ଆଲୋକିତ।; ଚାଇନିଜ: 摩利支天; ପିନିନ: Mólìzhītiān; ଜାପାନୀ: Marishiten) ଜଣେ ବୌଦ୍ଧ ଦେବ କିମ୍ବା ଦେବୀ ଏବଂ ଆଲୋକ ଏବଂ ସୂର୍ଯ୍ୟ ସହିତ ଜଡ଼ିତ ଜଣେ ବୋଧିସତ୍ତ୍ୱ | ଅଧିକାଂଶ ଐତିହାସିକ ଆକଳନ ଅନୁସାରେ ମାରିଚୀ ଜଣେ ଦେବୀ କିନ୍ତୁ କେତେକ ଅଞ୍ଚଳରେ ତାଙ୍କୁ ଜଣେ ଦେବତା ଭାବରେ ଚିତ୍ରଣ କରାଯାଇଛି । ପୂର୍ବ ଏସିଆରେ ସେ ଯୋଦ୍ଧା ବର୍ଗଙ୍କଦ୍ୱାରା ମଧ୍ୟ ସମ୍ମାନ ପାଇଥାନ୍ତି | ତାଙ୍କୁ ସାଧାରଣତଃ ଏକାଧିକ ବାହୁଥାଇ ଏବଂ ସେ ଏକ ବାରହା କିମ୍ବା ପୁରୁଷ ଘୁଷୁରୀ ଚଢ଼ୁଥିବା କିମ୍ବା ସାତଟି ଘୋଡ଼ା ବା ସାତଟି ବାରହା ଟଣା ଏକ ଜଳନ୍ତା ରଥ ଚଢ଼ୁଥିବା ଚିତ୍ରଣ କରାଯାଇଥାଏ | ତାଙ୍କର ଗୋଟିଏ ମୁଣ୍ଡ କିମ୍ବା ତିନିରୁ ଛଅ ମଧ୍ୟରେ ମୁଣ୍ଡ ଓ ସେଥିରୁ ଗୋଟିଏ ବାରହା ଆକୃତିର । ପୂର୍ବ ଏସିଆର କିଛି ଅଂଶରେ ତାଙ୍କର ବିକଟାଳ ରୂପ ମଧ୍ୟରୁ କେତେକରେ ସେ ଖପୁରୀ ମାଳ ପିନ୍ଧିଥିବା ଦେଖିବାକୁ ମିଳେ । କିଛି ମୂର୍ତ୍ତିରେ ସେ ଏକ ପଦ୍ମ ଉପରେ ବସିଥାନ୍ତି ।[୧][୨][୩]

ଆଧାର[ସମ୍ପାଦନା]

  1. Hall, D.A. (2013). The Buddhist Goddess Marishiten: A Study of the Evolution and Impact of her Cult on the Japanese Warrior. Brill Academic. pp. 1–9, 21–24. ISBN 978-90-04-25266-0.
  2. Shaw, M. (2015). Buddhist Goddesses of India. Princeton University Press. pp. 6, 203–218. ISBN 978-0-691-16854-8.
  3. Ludvík, C. (2007). Sarasvatī, Riverine Goddess of Knowledge: From the Manuscript-carrying Vīṇā-player to the Weapon-wielding Defender of the Dharma. Brill's Indological Library. Brill Academic. pp. 188–190, 264 with footnotes. ISBN 978-90-04-1-5814-6.