Jump to content

ଅଲେଖଚନ୍ଦ୍ର ପଢ଼ିଆରୀ

ଉଇକିପିଡ଼ିଆ‌ରୁ
(Alekh Chandra Padiariରୁ ଲେଉଟି ଆସିଛି)
ଅଲେଖଚନ୍ଦ୍ର ପଢ଼ିଆରୀ
ଜନ୍ମ ଓ ଜନ୍ମସ୍ଥାନ (1953-06-10) ୧୦ ଜୁନ ୧୯୫୩ (ବୟସ ୭୩)
ପାଟକୁରା, କେନ୍ଦ୍ରାପଡ଼ା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଗୀତି ବର୍ଣ୍ଣାଳୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୧]

ଅଲେଖଚନ୍ଦ୍ର ପଢ଼ିଆରୀ ଜଣେ ଓଡ଼ିଆ ଗୀତିକବି । ୨୦୦୭ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଗୀତି ବର୍ଣ୍ଣାଳୀ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଗୀତ ସବୁକୁ ନେଇ ୩ଟି ସଂଗୀତ ଆଲବମ୍ ପ୍ରସ୍ତୁତ କରାଯାଇଥିଲା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଅଲେଖ ଚନ୍ଦ୍ର ତା୧୦ ଜୁନ ୧୯୫୩ରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାରେ ଜନ୍ମଗ୍ରହଣ କରିଥିଲେ । ଭୁବନେଶ୍ୱର ବାଣୀବିହାରରେ ସ୍ନାତକୋତ୍ତର ଛାତ୍ର ଥିବା ସମୟରେ ସେ ଲିଟେରାରୀ ଚାମ୍ପିୟନ ହୋଇଥିଲେ । ସେ ସମୟରେ ଛାତ୍ରାବାସର ମୁଖପତ୍ର 'ବାଣୀ ବଳୟ' ତାଙ୍କ ସଂପାଦନାରେ ପ୍ରକାଶ ପାଇଥିଲା । କେନ୍ଦୁଝର ସରକାରୀ ମହାବିଦ୍ୟାଳୟରେ ସେ କିଛିଦିନ ରାଜନୀତି ଅଧ୍ୟାପକ ଭାବେ କାର୍ଯ୍ୟ କଲାପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଲେ । ଗୀତି କବିତା, ପ୍ରବନ୍ଧ ଓ ସମାଲୋଚନାରେ ଆଗ୍ରହୀ ଅଲେଖ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟକ ବହୁ ଗବେଷଣାତ୍ମକ ଆଲୋଚନାର ସ୍ରଷ୍ଟା । ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଡିଲିଟ୍ ହାସଲ କରିବା ସହ ଜଗନ୍ନାଥ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଲାଭ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]

ଗୀତିକବିତା

[ସମ୍ପାଦନା]
  • ଗୀତିଗଙ୍ଗା (୧୯୯୯)
  • ଗୀତି ବର୍ଣ୍ଣାଳୀ (୨୦୦୪)
  • ଗୀତି ତରଙ୍ଗ (୨୦୧୨)
  • ଗୀତିମୂର୍ଚ୍ଛନା (୨୦୨୦)
  • ବିପନ୍ନ ବସୁଧା ( (୨୦୦୪)
  • ମୁଖା ତଳର ମୁହଁ (୨୦୦୮)
  • ବଡ଼ଦାଣ୍ଡର ଛୋଟମଣିଷ ( (୨୦୨୦)

ପ୍ରବନ୍ଧ ଓ ସମାଲୋଚନା

[ସମ୍ପାଦନା]
  • ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ (୧୯୯୭)
  • ଜଗନ୍ନାଥ ସଂସ୍କୃତିରେ ସଂହତି ଓ ସମନ୍ୱୟ (୨୦୨୦)
  • ଶ୍ରୀମନ୍ଦିର ଶବ୍ଦ ବିଭବ (୨୦୨୦)
  • ଓଡ଼ିଆ ଶବ୍ଦ ସୃଜନ ପ୍ରକ୍ରିୟା (୨୦୨୦)
  • ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍କର୍ଷ (୨୦୨୦)
  • କ୍ରମ ବିକଶିତ ଓଡ଼ିଆ ଭାଷା (୨୦୨୧)
  • ଜଗନ୍ନାଥ ସଂସ୍କୃତି ଏକ କାଳଜୟୀ ଚେତନା (୨୦୨୪)
  • ଜଗନ୍ନାଥ ସଂସ୍କୃତିରେ ସମନ୍ୱୟ ଓ ସହାବସ୍ଥାନ
  • ଓଡ଼ିଆ ଭାଷାର ଶାସ୍ତ୍ରୀୟ ମହତ୍ତ୍ୱ
  • ଚର୍ଯ୍ୟାପଦ ଭାଷାବଲୋକନ
  • ଓଡ଼ିଆ କ୍ରିୟାପଦ ପ୍ରକରଣ
  • ଲୀଳାବିଧୌତ ଜଗନ୍ନାଥ

ସଂଗୀତ ଆଲବମ

[ସମ୍ପାଦନା]
  • ମୂର୍ଚ୍ଛନା
  • ଆରତି
  • ଏ ଯେ ସପନପୁରୀ ମୋ ଦେଶ

ଇଂରାଜୀ

[ସମ୍ପାଦନା]
  • Contribution of Jagannath Culture to Odia Nationalism and Integration

ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୨]
  • ଶାରଳା ଦାସ ସମ୍ମାନ
  • ବର୍ତ୍ତିକା ସମ୍ମାନ
  • ଦୀନକୃଷ୍ଣ ସମ୍ମାନ
  • ଜୟଦେବ ସମ୍ମାନ
  • ବାଙ୍ଗାଲୋର ଓଡ଼ିଆ ସମାଜ ସମ୍ମାନ
  • ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ ୨୦୦୯ (ସୁଧାଂଶୁ ମୋହନ ସ୍ମୃତି ପୁରସ୍କାର 'ଗୀତି ବର୍ଣ୍ଣାଳୀ' ପାଇଁ)[୩]
  • ଆମ ଭୁବନେଶ୍ୱର ସମ୍ମାନ
  • ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ 'ଶୁନ୍ୟବ୍ରହ୍ମ' ସମ୍ମାନ ୨୦୨୪[୪]
  1. ↑ "୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 June 2021. Retrieved 15 July 2022.
  2. ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". The Reader Wiki, Reader View of Wikipedia. Archived from the original on 2022-07-31. Retrieved 2022-07-31.
  3. ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-09-13. {{cite web}}: Cite has empty unknown parameter: |1= (help)
  4. ↑ https://sambadepaper.com/imageview_47981_187564_4_71_01-12-2024_11_i_1_sf.html