ସୁବାସ କର
ଦେଖଣା
ସୁବାସ କର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ | ୨୮ ଅପ୍ରେଲ ୧୯୪୬
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବାଦୁଆ ନଈ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୦୫ |
ପିତାମାତା | କ୍ଷେତ୍ରମୋହନ କର |
ସୁବାସ କର (ଜନ୍ମ: ୨୮ ଅପ୍ରେଲ ୧୯୪୬) ଜଣେ ଓଡ଼ିଆ ଗୀତିକବି, ବେହେଲା ବାଦକ, ମଞ୍ଚ ଅଭିନେତା ଓ ସଂଗୀତ ନିର୍ଦ୍ଦେଶକ । ସେ ନିଜ ନିଜ ଗୀତିକବିତା ଗ୍ରନ୍ଥ ବାଦୁଆ ନଈ ପାଇଁ ୨୦୦୫ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୁବାସ କର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କ୍ଷେତ୍ରମୋହନ କର ଜଣେ ଜଣାଶୁଣା ତବଲା ବାଦକ ଥିଲେ । ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୁବାସ ନିଜେ ଜଣେ ଦକ୍ଷ ତବଲା ବାଦକ ତଥା ମଞ୍ଚାଭିନେତା ହୋଇପାରିଥିଲେ । ଏହା ବ୍ୟତୀତ ସେ ଅନାମ ସାହିତ୍ୟ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ ଥିଲେ । ଆକାଶବାଣିର ସ୍ୱୀକୃତିପ୍ରାପ୍ତ ଗୀତିକବି ସୁବାସଙ୍କ ଅନେକ ଗୀତ ଚଳଚ୍ଚିତ୍ର ଓ ବିଭିନ୍ନ ଅଡ଼ିଓ କ୍ୟାସେଟମାନଙ୍କରେ ସ୍ଥାନୀତ । ବାଦୁଆ ନଈ ତାଙ୍କ ପ୍ରକାଶିତ ଗୀତିକବିତାର ଏକମାତ୍ର ସଂକଳନ ଯାହା ୨୦୦୫ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛି ।[୨][୩]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୦୫ (ବାଦୁଆ ନଈ ପାଇଁ)
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award10.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୩୬.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୩୮. ISBN 81-7400-331-2.