୭ମ ଲୋକ ସଭା
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୭ମ ଲୋକ ସଭାକୁ ୧୯୮୦ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୮ ଜାନୁଆରୀ ୧୯୮୦ରୁ ୩୧ ଡିସେମ୍ବର ୧୯୮୪ । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଏହି ନିର୍ବାଚନରେ କଂଗ୍ରେସ ଦଳ ସର୍ବାଧିକ ୩୭୩ଟି ଆସନ ଗ୍ରହଣ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥର ଲୋକ ସଭା ନିର୍ବାଚନରେ କଂଗ୍ରେସ ପୂର୍ବ ନିର୍ବାଚନ ତଥା ୬ଷ୍ଠ ଲୋକ ସଭାରେ ଅଧିଗ୍ରହଣ କରିଥିବା ସଂଖ୍ୟାଠାରୁ ୨୮୬ଟି ଆସନ ଅଧିକ ଥିଲା ।
୩୧ ଅକ୍ଟୋବର ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାର ପରବର୍ତ୍ତୀ ଲୋକ ସଭା ତଥା ୮ମ ଲୋକ ସଭା ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇଥିଲା ।
ଏହି ଲୋକ ସଭାରେ ସମୁଦାୟ ନିର୍ବାଚିତ ସାଂସଦମାନଙ୍କ ମଧ୍ୟରୁ ୯.୩% ମୁସଲମାନ ସଂମ୍ପ୍ରଦାୟର ଥିଲେ, ଯାହାକି ଭାରତୀୟ ଇତିହାସରେ ସର୍ବାଧିକ ସଂଖ୍ୟକ ଥିଲା ।[୨]
ବାଚସ୍ପତି
[ସମ୍ପାଦନା]ଡ. ବଳରାମ ଝକାର: ୨୨ ଜାନୁଆରୀ ୧୯୮୦ - ୧୫ ଜାନୁଆରୀ ୧୯୮୫
ଉପ ବାଚସ୍ପତି
[ସମ୍ପାଦନା]ଶ୍ରୀ ଜି. ଲକ୍ଷ୍ମଣ: ୧ ଡିସେମ୍ବର ୧୯୮୦ - ୩୧ ଡିସେମ୍ବର ୧୯୮୪
ମହାସଚିବ
[ସମ୍ପାଦନା]ଶ୍ରୀ ଅବତାର ସିଂହ ରିକି - ୧୦ ଜାନୁଆରୀ ୧୯୮୦ - ୩୧ ଡିସେମ୍ବର ୧୯୮୩ ଡ. ସୁବାସଚନ୍ଦ୍ର କଶ୍ୟପ - ୩୧ ଡିସେମ୍ବର ୧୯୮୩ - ୩୧ ଡିସେମ୍ବର ୧୯୮୪
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]ବିଭିନ୍ନ ରାଜନୈତିକ ଦଳରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
କ୍ରମିକ ସଂଖ୍ୟା | ରାଜନୈତିକ ଦଳ | ସଦସ୍ୟଙ୍କ ସଂଖ୍ୟା |
---|---|---|
୧ | ଭାରତୀୟ ଜାତୀୟ କଂଗ୍ରେସ | ୩୭୭ |
୨ | ଜନତା (ଏସ୍) | ୪୩ |
୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୩୯ |
୪ | ଜନତା ଦଳ | ୧୭ |
୫ | ଡି.ଏମ୍.କେ | ୧୬ |
୬ | ସୋସିଆଲିଷ୍ଟ ଭାରତୀୟ କମୁନିଷ୍ଟ ଦଳ | ୧୪ |
୭ | ଭାରତୀୟ ଜନତା ପାର୍ଟି | ୧୩ |
୮ | ଭାରତୀୟ ଜାତୀୟ କଂଗ୍ରେସ (ଏସ୍) | ୧୦ |
୯ | ନିର୍ଦଳୀୟ | ୭ |
୧୦ | ଜେକେଏନ୍ | ୫ |
୧୧ | ସ୍ୱାଧୀନ | ୪ |
୧୨ | ଆର୍.ଏସ୍.ପି | ୪ |
୧୩ | ଏ.ଆଇ.ଏ ଡି.ଏମ୍.କେ | ୩ |
୧୪ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୩ |
୧୫ | ସର୍ବଭାରତୀୟ ମୁସଲମାନ ଦଳ | ୨ |
୧୬ | ନୋମିନେଟେଡ୍ | ୨ |
୧୭ | ତେଲୁଗୁ ଦେଶମ୍ ପାର୍ଟି | ୨ |
୧୮ | ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍ଫରେନ୍ସ | ୧ |
୧୯ | ଭାରତୀୟ ଜାତୀୟ କଂଗ୍ରେସ | ୧ |
୨୦ | ଜନତା ଦଳ | ୧ |
୨୧ | କେରଳ କଂଗ୍ରେସ | ୧ |
୨୨ | ଟି.ଏମ୍.ସି | ୧ |
ମନ୍ତ୍ରୀମଣ୍ଡଳ
[ସମ୍ପାଦନା]କାର୍ଯ୍ୟାଳୟ | ନାମ | କାର୍ଯ୍ୟକାଳ |
---|---|---|
ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ | ୧୯୮୦–୧୯୮୪ |
ଉପ ପ୍ରଧାନମନ୍ତ୍ରୀ | ଖାଲି | |
ମନ୍ତ୍ରୀମଣ୍ଡଳ | ||
ବିଭାଗ | ନାମ | କାର୍ଯ୍ୟକାଳ |
କୃଷି | ରାଓ ବିରେନ୍ଦ୍ର ସିଂହ | ୧୯୮୦–୧୯୮୪ |
ବୈଦେଶିକ ମନ୍ତ୍ରୀ | ପି. ଭି. ନରସିଂହ ରାଓ | ୧୯୮୦–୧୯୮୪ |
ଅର୍ଥ | ରାମସ୍ୱାମୀ ଭେଙ୍କଟରମଣ | ୧୯୮୦–୧୯୮୪ |
ଗୃହ ବିଭାଗ | ଜୈଲ ସିଂହ | ୧୯୮୦–୧୯୮୪ |
ସୂଚନା ଏବଂ ପ୍ରସାରଣ | ବସନ୍ତ ସାଥୀ | ୧୯୮୦–୧୯୮୪ |
ଆଇନ | ପି. ଶିବ ଶଙ୍କର | ୧୯୮୦–୧୯୮୪ |
ରେଳ | କମଳାପତି ତ୍ରିପାଠୀ | ୧୯୮୦–୧୯୮୪ |
ପରିବହନ ଏବଂ ଯାତାୟତ | ଅନନ୍ତ ପ୍ରସାଦ ଶର୍ମା | ୧୯୮୦–୧୯୮୪ |
ପର୍ଯ୍ୟଟନ | ଜାନକୀ ବଲ୍ଲଭ ପଟ୍ଟନାୟକ | ୧୯୮୦–୧୯୮୪ |
ଆଧାର
[ସମ୍ପାଦନା]- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ Das, Shaswati (18 May 2014). "Poll data shows large number of Muslims voted for Modi". India Today. New Delhi. Retrieved 23 May 2014.
- ↑ http://www.keesings.com/search?kssp_selected_tab=article&kssp_a_id=30327n01ind