ନରକ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ ରୁ
Jump to navigation Jump to search
ନରକ ଚତୁର୍ଦ୍ଦଶୀ
ଅନ୍ୟ ନାମ ଛୋଟ ଦୀପାବଳି
ପାଳନକାରୀ ହିନ୍ଦୁ
ପ୍ରକାର ଧାର୍ମିକ
ପର୍ବ ପାଳନ ଯମଙ୍କ ପୂଜା, ଦୀପଦାନ
ତାରିଖ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ
୨୦୧୮ ତାରିଖ ୦୬ ନଭେମ୍ବର (ମଙ୍ଗଳବାର)
୨୦୧୯ ତାରିଖ ୨୭ ଅକ୍ଟୋବର (ରବିବାର)
୨୦୨୦ ତାରିଖ ୧୪ ନଭେମ୍ବର (ଶନିବାର)

ନରକ ଚତୁର୍ଦ୍ଦଶୀରେ ଯମରାଜଙ୍କୁ ପୂଜା କରାଯାଇଥାଏ । ବଳିଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ବାମନ ଅବତାର ରୂପ ଗ୍ରହଣ କରି ଦୈତ୍ୟରାଜ ବଳିଙ୍କୁ ତିନୋଟି ବର ମାଗିବାକୁ କହିଲେ । ଏହାପରେ ବଳି ଭଗବାନଙ୍କୁ ପ୍ରାର୍ଥନା କରି କହିଲେ ‘ହେ ପ୍ରଭୁ ! କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ମୋ ରାଜ୍ୟରେ ଚତୁର୍ଦ୍ଦଶୀ ଦିନ ଯମରାଜଙ୍କ ପାଇଁ ଦୀପଦାନ ଯିଏ କରିବ, ତାକୁ ଯମ ଯାତନା ଦେବେ ନାହିଁ, ଯେଉଁ ବ୍ୟକ୍ତି ତିନି ଦିନ ଧରି ଦୀପଦାନ କରିବ ଲକ୍ଷ୍ମୀ କେବେ ଛାଡ଼ିକି ଯିବେ ନାହିଁ । ଏହି କଥା ବାମନ ଦେବତା ବରଦାନ ଦେବା ସହ ଚତୁର୍ଦ୍ଦଶୀ ଦିନ ଯମରାଜାଙ୍କୁ ଓ ଲକ୍ଷ୍ମୀଙ୍କୁ ଦୀପଦାନ କଲେ । ଭଗବାନ ବାମନଙ୍କ ବରଦାନରେ ଏହି ଦିନକୁ ନରକ ଚତୁର୍ଦ୍ଦଶୀ ବୋଲି କୁହାଗଲା । ଯମରାଜଙ୍କୁ ପ୍ରସନ୍ନ କରିବା ଲାଗି ବ୍ରତ, ପୂଜା ଓ ଦୀପଦାନର ପ୍ରଚଳନ ଆରମ୍ଭ ହେଲା । ଯାହାଫଳରେ ନର୍କରେ ଯମଙ୍କ ଯାତନା ପଡ଼ିବ ନାହିଁ । ଏହି ବିଶ୍ୱାସ ରଖି ଭକ୍ତମାନେ ନରକ ଚତୁର୍ଦ୍ଦଶୀରେ ଯମରାଜଙ୍କ ପୂଜା କରିଥାନ୍ତି I[୧]

ଚତୁର୍ଦ୍ଦଶୀ ବ୍ରତ[ସମ୍ପାଦନା]

ପାପ ଏବଂ ନର୍କରୁ ମୁକ୍ତି ପାଇଁ ଭୂଲୋକରେ କାର୍ତ୍ତିକ ଚତୁର୍ଦ୍ଦଶୀ ବ୍ରତ କରାଯାଏ ବୋଲି ବିଶ୍ବାସ ରହିଛି ।[୨] ସୂର୍ଯ୍ୟୋଦୟ ସମୟରେ ସକାଳୁ ଉଠି ସ୍ନାନ କରି ବିଷ୍ଣୁ ମନ୍ଦିର ଏବଂ କୃଷ୍ଣ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବାଦ୍ବାରା ପାପ ମୁକ୍ତ ସହ ରୂପ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ । ଏହି ଦିନରେ କେତେକଙ୍କ ଘରେ ରାତିରେ ଗୃହର ମୁଖିଆ ଦୀପ ଜଳାଇ ଘରର ଚାରିପଟେ ବୁଲାଇ ଆଣି ଗୃହର ବାହାର ପଟେ ରଖିଥାନ୍ତି । ଏହାକୁ ଯମଦୀପ କୁହାଯାଏ । କୁହାଯାଏ କି ଏହା କରିବାଦ୍ବାରା ସମସ୍ତ ନକରାତ୍ମକ ଶକ୍ତି ଘରୁ ପଳାଇଯିବା ସହ ଶାନ୍ତି ଓ ଆନନ୍ଦ ଆଣିଥାଏ । [୩]

ପୌରାଣିକ[ସମ୍ପାଦନା]

ରଂତିଦେବ ନାମକ ଧର୍ମବନ୍ତ ଜଣେ ରାଜା ଥିଲେ । ରାଜାଙ୍କ ମୃତ୍ୟୁ ସମୟରେ ଯମଦୂତମାନେ ରାଜାଙ୍କୁ ଯମପୁର ନେଇଯିବାକୁ ଆସିଲେ । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମୁଁ କୌଣସି ପାପ କର୍ମ କରିନାହିଁ ତୁମେ ମୋତେ କାହିଁକି ନର୍କକୁ ନେବ ? ଏହା ଶୁଣି ଯମଦୂତ କହିଲେ ହେ ରାଜନ୍ ! ଆପଣ ଥରେ ଗୋଟିଏ ବ୍ରାହ୍ମଣଙ୍କୁ ଖାଲି ହାତରେ ଫେରାଇ ଦେଇଥିଲ, ସେହି ପାପକର୍ମର ଫଳ ଯୋଗୁଁ ଆଜି ତୁମକୁ ନରକକୁ ଯିବାକୁ ପଡ଼ିବ । ଏହାଶୁଣି ରାଜା ତାଙ୍କୁ ଗୋଟିଏ ବର୍ଷ ସମୟ ମାଗିଲେ । ତେବେ ଯମଦୂତମାନେ ରାଜାଙ୍କୁ ଗୋଟିଏ ବର୍ଷ ପାଇଁ ସମୟ ଦେଲେ । ରାଜା ନିଜର ଦୁଃଖକୁ ନେଇ ଋଷିଙ୍କ ନିକଟରେ ପହଞ୍ଚିଲେ ଏବଂ ସମସ୍ତ କଥା ବର୍ଣ୍ଣନା କରି ଏଥିରୁ ମୁକ୍ତି ଲାଗି ଉପାୟ ପଚାରିଲେ । ଋଷି ଜଣକ କହିଲେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ବ୍ରତ କରି ବ୍ରାହ୍ମଣ ଭୋଜନ କରାଇ ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କର । ଋଷିଙ୍କ ନିର୍ଦ୍ଦେଶ ଅନୁସାରେ ରାଜା ଏହି ବ୍ରତ କଲେ । ଫଳରେ ରାଜା ପାପମୁକ୍ତ ହେଲେ ଏବଂ ବିଷ୍ଣୁଲୋକ ପ୍ରାପ୍ତ ହେଲେ ।

ହିନ୍ଦୁ ରୀତିମତେ କାର୍ତ୍ତିକ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ, “ନରକ ଚତୁର୍ଦ୍ଦଶୀ” ଭାବେ ପ୍ରସିଦ୍ଧ । ଏହାର ଏକାଧିକ ନାମ ରହିଛି, ଯଥା, ‘ସାନ ଦୀପାବଳି, ‘ରୂପ ଚତୁର୍ଦ୍ଦଶୀ, କାଳ ଚତୁର୍ଦ୍ଦଶୀ ଇତ୍ୟାଦି । ସାମାଜିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ବଚ୍ଛତା ସହ ଏହା ସଂପର୍କିତ । ଏହି ଦିନରେ ଘରକୁ ଆବର୍ଜନା-ମୁକ୍ତ କରିବା ତଥା ସମସ୍ତ ଆବର୍ଜନା ବାହାରେ ଫୋପାଡ଼ିବା ହେଉଛି ବହୁଳ ପ୍ରଚଳିତ ହିନ୍ଦୁ ବିଧି । ପୁଣି, ଏହି ଦିନରେ ସୂର୍ଯ୍ୟୋଦୟ ପୂର୍ବରୁ ତେଲ ମାଲିସ କରି ସ୍ନାନ କରାଯାଏ, ଯାହାକୁ କହାଯାଏ ଅଭ୍ୟଙ୍ଗ ସ୍ନାନୀ । ହିନ୍ଦୁ ବିଶ୍ୱାସ ମତେ ନରକ-ଗତି ପ୍ରାପ୍ତ ନ ହେବା ଲାଗି ଏହି ଦିନରେ ଯମରାଜ ଓ ଚିତ୍ରଗୁପ୍ତଙ୍କ ପୂଜା କରାଯାଏ । ତେଣୁ “ନରକ ଚତୁର୍ଦ୍ଦଶୀ, ନରକରୁ ମୁକ୍ତିର ପର୍ବ ।[୪]

ଆଧାର[ସମ୍ପାଦନା]

  1. ସମୟ, ଶନିବାର, ୨୩ ଫେବୃଆରୀ ୨୦୧୩, ପୃଷ୍ଠା: ୨
  2. "Naraka ccaturdasi". Sambad. 9 November 2015. http://sambadepaper.com/Details.aspx?id=207590&boxid=3952360. Retrieved 9 November 2015. 
  3. ସମୟ, ପୃଷ୍ଠା-୨, ୧.୧୧.୨୦୧୩
  4. "No1 news paper in odisha,orissa news-Sambad". www.sambadepaper.com. Retrieved 6 November 2018.