ଧାରେ ଆଲୁଅ
ଧାରେ ଆଲୁଅ | |
---|---|
ନିର୍ଦ୍ଦେଶକ | ସାଗୀର ଅହମଦ |
ପ୍ରଯୋଜକ | ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ |
ଚିତ୍ରନାଟ୍ୟ | ସାଗୀର ଅହମଦ |
କାହାଣୀ | ମନୋରମା ଦାସ |
କଳାକାର | ଅମୃତା ଅହମଦ, ଦୀପେନ ଘୋଷ, ପୃଥ୍ୱୀରାଜ ମିଶ୍ର, ଶର୍ମିଷ୍ଠା ମାଥ୍ୟୁସ |
ସଙ୍ଗୀତ | ହରିହର ପଣ୍ଡା |
ଚିତ୍ରଗ୍ରହଣ | ବିଧୁଶ୍ରୀ ବିନ୍ଧାଣୀ |
ସମ୍ପାଦକ | ବିଧୁ ରାଉଳ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଧାରେ ଆଲୁଅ ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ସମାନ୍ତରାଳ ଓଡ଼ିଆ ଚଳଚ୍ଚିତ୍ର ।[୧] ମନୋରମା ଦାସଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ ସାଗୀର ଅହମଦ । [୨] ଏହି ଚଳଚ୍ଚିତ୍ରଟି ଭାରତୀୟ ପାନୋରମାରେ ପ୍ରଦର୍ଶିତ ହୋଇ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆନ୍ତର୍ଜାତିକ ପରିଚିତି ଆଣିଦେଇଥିଲା । [୩]
କାହାଣୀ
[ସମ୍ପାଦନା]ସାମ୍ବାଦିକ ହେମନ୍ତର ସ୍ତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରନ୍ତି । ହେମନ୍ତର ପୁଅ ବୁଲୁ ଓ ଝିଅ ରାନୁ ଅନାଥ ହୋଇ ପଡିଶା ଘରେ ଆଶ୍ରୟ ନେଇ ନିର୍ଯାତିତ ହୁଅନ୍ତି । ଘଟଣାକ୍ରମେ ସେମାନେ ହେମନ୍ତର ବନ୍ଧୁ ଲଳିତ ଘରେ ଆଶ୍ରୟ ନିଅନ୍ତି । ଲଳିତର ସ୍ତ୍ରୀ ସୁମିତ୍ରା ଓ ବାପା ରୁଦ୍ରବାବୁଙ୍କ ସ୍ନେହ ଆଦର ପାଇ ସେମାନେ ସେହି ଘରକୁ ଆଦରି ନିଅନ୍ତି । ହେମନ୍ତ ଦିନେ ନିଜ ପିଲାମାନଙ୍କୁ ନେବା ପାଇଁ ଲଳିତ ଘରକୁ ଆସେ କିନ୍ତୁ ପିଲାମାନେ ଫେରିବାକୁ ମନା କରନ୍ତି । ହେମନ୍ତଠୁ ଲୁଚି ଦଉଡିଯିବା ସମୟରେ ପୁଅ ବୁଲୁ ପୋଖରୀରେ ବୁଡି ମରିଯାଏ । ହେମନ୍ତ ଏହି ଦୁର୍ଘଟଣା ପାଇଁ ରୁଦ୍ରବାବୁ ଓ ଲଳିତକୁ ଦାୟୀ କରେ । ଲଳିତକୁ ହତ୍ୟା କରି ସେ ପ୍ରତିଶୋଧ ନେବାକୁ ଚାହେଁ । ପରେ କିନ୍ତୁ ସେ ନିଜର ଭୁଲ ବୁଝିପାରେ ଓ ଲଳିତକୁ କ୍ଷମା ମାଗେ । ଲଳିତ ଉପରେ ଚାଲିଥିବା ପୁଲିସ କେସ ଓ ଆରୋପକୁ ନିଜ ଉପରକୁ ନେଇ ପୁଲିସ ପାଖରେ ଆତ୍ମ ସମର୍ପଣ କରେ । [୪]
ଅଭିନୟ
[ସମ୍ପାଦନା]- ପୃଥ୍ୱୀରାଜ ମିଶ୍ର
- ଶର୍ମିଷ୍ଠା ମାଥ୍ୟୁସ
- ଶିବାନୀ ମହାପାତ୍ର
- ପୂର୍ଣ୍ଣ ବିନ୍ଧାଣୀ
- ଦୀପେନ ଘୋଷ
- ଦୋଳଗୋବିନ୍ଦ ଜେନା
- ସୌମିତ୍ର ତ୍ରିପାଠୀ
- ଅମୃତା ଅହମଦ
- ଶରତ ମିଶ୍ର
- ଜଲ୍ଲାଉଦ୍ଦିନ
- ୱଜିର
- ରବି ଚୌଧୁରୀ
- ପ୍ରତାପ ପାତ୍ର
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଇନ୍ଦ୍ରାଣୀ ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece[permanent dead link]
- ↑ http://dff.nic.in/synopsis.asp
- ↑ Ponram P (1 December 2014). Life in India: Culture. Ponram P. pp. 163–. GGKEY:43NZKK4BRBF.[permanent dead link]
- ↑ ପ୍ରମେୟ ୧୭/୦୪/୨୦୧୪ ପୃଷ୍ଠା ୨୦
- ↑ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଧାରେ ଆଲୁଅ