ଚଉଷଠି ଯୋଗିନୀ

ଉଇକିପିଡ଼ିଆ ରୁ
(ଚଉଷଠି ଯୋଗିନୀଙ୍କ ନାମ ରୁ ଲେଉଟି ଆସିଛି)
Jump to navigation Jump to search

ଚଉଷଠି ଯୋଗିନୀ ଦେବୀ କାଳୀଙ୍କର ସହଚରୀ ଭାବରେ ପୂଜା ପାଇଥାନ୍ତି । ଚଉଷଠି ଯୋଗିନୀ ଓ ନବକୋଟୀ କାନ୍ତନୀ (କାତ୍ୟାୟନୀ) ଦେବୀ କାଳୀଙ୍କର ସହଚରୀ ବୋଲି ଲୋକବିଶ୍ୱାସ । ଏହିମାନେ ଭିନ୍ନ ଭିନ୍ନ ସ୍ଥାନରେ ଗ୍ରାମଦେବତୀ ରୂପେ ପୂଜା ପାଉ ଅଛନ୍ତି । ବେଳେ ବେଳେ ମନରେ ପ୍ରଶ୍ନ ଆସେ କାହିଁକି ଚଉଷଠି ଯୋଗିନୀ ପରିବର୍ତ୍ତେ ଅଧିକ କିମ୍ବା କମ୍ ସଂଖ୍ୟାରେ ଯୋଗିନୀ ପୂଜା ହେବାର ବିଧିବିଧାନ ହୋଇନାହିଁ । ଏଥିରୁ ଅନୁମେୟ ଚଉଷଠି ସଂଖ୍ୟାଟି ଏକ ତ‰ଭିତ୍ତିକ ଗୁଣାମିକ ଆଧ୍ୟାମିିକ ସଂଖ୍ୟା, ଯାହାକି ସମ୍ପୂର୍ଣ୍ଣ ଯୋଗ ଓ ତନ୍ତ୍ରଦ୍ୱାରା ପର୍ଯ୍ୟବସିତ । ତେଣୁ ବହୁ ବିଦ୍ୱାନ ପଣ୍ଡିତମଣ୍ଡଳୀ ବିଭିନ୍ନ ଶାସ୍ତ୍ରରେ ଏହାର ଗୁରୁତ୍ୱ ଓ ମହତ୍ୱ ପ୍ରତିପାଦନ କରିଛନ୍ତି । ୧-ଚଉଷଠି କଳାର ପ୍ରତୀକ ରୂପେ ଚଉଷଠି ଯୋଗିନୀ ଅବସ୍ଥାପିତ । ୨-ସେହିପରି ଚଉଷଠି ଭୋଗର ପ୍ରତୀକ । ୩-ଚଉଷଠି ଗାୟତ୍ରୀର ପ୍ରତୀକ । (୪) ଚଉଷଠି କାମ ଶାସ୍ତ୍ରର ପ୍ରତୀକ । (୫) ଚଉଷଠି ସିଦ୍ଧି ମହାପୁରୁଷର ପ୍ରତୀକ ଇତ୍ୟାଦି ଚଉଷଠି ସଂଖ୍ୟାର ପ୍ରତୀକ ରୂପେ ଗୃହୀତ । ଯୋଗସ୍ଥା ନାରୀ ହିଁ ଯୋଗିନୀ ରୂପେ ପରିଚିତା । ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ଚଉଷଠି ସଂଖ୍ୟାର ପବିତ୍ରତାର ପଟାନ୍ତର ନାହିଁ । ଚଉଷଠି ଯୋଗିନୀ ଉପାସନା କରିବାଦ୍ୱାରା ଭକ୍ତମାନଙ୍କର ଅଶେଷ ଉପକାର ସାଧିତ ହୋଇଥାଏ । କୁହାଯାଏ ଚଉଷଠି ଯୋଗିନୀଙ୍କ ନାମ ଜପ କଲେ ଶରୀରରୁ ସର୍ବବ୍ୟାଧି ଦୂର ହୋଇଥାଏ । ଶିଶୁମାନଙ୍କର ରୋଗ ନାଶ ହୋଇଥାଏ । ଗର୍ଭବତୀ ନାରୀଙ୍କର ଗର୍ଭ ସମୟର ବେଦନା ଦୂର ହୋଇଥାଏ । ସର୍ବୋପରି ଭକ୍ତମାନଙ୍କର ମାନସିକ ପୂରଣ ହୋଇଥାଏ ।

ଆଧ୍ୟାତ୍ମିକ ବିଶ୍ୱାସ[ସମ୍ପାଦନା]

ଚଉଷଠି ୟୋଗିନୀ ପୀଠ ରାଣିପୁର ଝରିଆଲଠାରେ ଅଛି । ଏହା ସିନ୍ଧେକେଲା ଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ ।

ଚଉଷଠି ଯୋଗିନୀଙ୍କ ନାମ[ସମ୍ପାଦନା]

କାଳିକା ପୁରାଣ ମତେ ଚଉଷଠି ଯୋଗିନୀ ହେଲେ:

  1. ନାରାୟଣୀ
  2. ଗୌରୀ
  3. ଶାକମ୍ବରୀ
  4. ଭୀମା
  5. ରକ୍ତଦନ୍ତିକା
  6. ଭ୍ରାମରୀ
  7. ପାର୍ବତୀ
  8. ଦୁର୍ଗା
  9. କାତ୍ୟାୟନୀ
  10. ମହାଦେବୀ
  11. ଚଣ୍ଡଘଣ୍ଟା
  12. ମହାବିଦ୍ୟା
  13. ମହାତପା
  14. ସାବିତ୍ରୀ
  15. ବ୍ରହ୍ମବାଦିନୀ
  16. ଭଦ୍ରକାଳୀ
  17. ବିଶାଳାକ୍ଷୀ
  18. କୃଷ୍ଣପିଙ୍ଗଳା
  19. ରୁଦ୍ରାଣୀ
  20. ଅଗ୍ନୀଜ୍ୱାଳା
  21. ରୌଦ୍ରମୁଖୀ
  22. କାଳରାତ୍ରୀ
  23. ତପସ୍ୱିନୀ
  24. ମେଘସ୍କନା
  25. ସହସ୍ରାକ୍ଷୀ
  26. ବିଷ୍ଣୁମାୟା
  27. ଜଳୋଦରୀ
  28. ମହୋଦରୀ
  29. ମୁକ୍ତକେଶୀ
  30. ଘୋରରୂପା
  31. ମହାବଳା
  32. ଶୃତି
  33. ସ୍ମୃତି
  34. ଧୃତି
  35. ତୁଷ୍ଟି
  36. ପୁଷ୍ଟି
  37. ମେଧା
  38. ବିଦ୍ୟା
  39. ଲକ୍ଷ୍ମୀ
  40. ସରସ୍ୱତୀ
  41. ଅପର୍ଣ୍ଣା
  42. ଅମ୍ବିକା
  43. ଯୋଗିନୀ
  44. ଡାକିନୀ
  45. ଶାକିନୀ
  46. ହାକିନୀ
  47. ଲାକିନୀ
  48. ତ୍ରିଦଶେଶ୍ୱରୀ
  49. ମହାଷଷ୍ଠୀ
  50. ସର୍ବମଙ୍ଗଳା
  51. ଲଜ୍ଜା
  52. କୌଶିକୀ
  53. ବ୍ରହ୍ମାଣୀ
  54. ମାହେଶ୍ୱରୀ
  55. କୌମାରୀ
  56. ବୈଷ୍ଣବୀ
  57. ଐନ୍ଦ୍ରୀ
  58. ନାରସିଂହୀ
  59. ବାରାହୀ
  60. ଚାମୁଣ୍ଡା
  61. ଶିବଦୂତୀ
  62. ବିଷ୍ଣୁଦୂତୀ
  63. ଚଣ୍ଡିକା
  64. ମାତୃକା

ପୂଜନସ୍ଥଳୀ[ସମ୍ପାଦନା]

ଭୁବନେଶ୍ୱର ନିକଟରେ ଥିବା ହୀରାପୁରଠାରେ ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଲଠାରେ ଚଉଷଠି ଯୋଗିନୀ ମନ୍ଦିର ରହିଅଛି । ଏହା ଓଡ଼ିଶାରେ ତନ୍ତ୍ର ସାଧନାର ପ୍ରମାଣ ଦେଇଥାଏ । ଭଦ୍ରକଠାରେ ଭଦ୍ରକାଳୀ ମନ୍ଦିର ଓଡ଼ିଶାର ଏକ ପବିତ୍ର ଓ ଜଣାଶୁଣା ଠାକୁରାଣୀ ମନ୍ଦିର । ଓଡ଼ିଶାର ଅନେକ ଜାଗାରେ ଠାକୁରାଣୀ ମନ୍ଦିରମାନ ରହିଅଛି । ସର୍ବଭାରତୀୟ ସ୍ତରରେ ଏହି ପୀଠ ଚାରୋଟି ସ୍ଥାନରେ ଥିବାବେଳେ, ସେଥିମଧ୍ୟରୁ ଓଡ଼ିଶାରେ ଦୁଇଟି ସ୍ଥାନରେ ଅଛି । ସେହି ପୀଠ ଦୁଇଟି ହେଲା ଅବିଭକ୍ତ ପୁରୀ ଜିଲ୍ଲାର ତଥା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ।[୧] ଅନ୍ୟ ଦୁଇଟି ପୀଠ ମଧ୍ୟପ୍ରଦେଶର ଖଜୁରାହୋ ଓ ଭେରାଘାଟ । ଭାରତରେ ଥିବା ଏହି ଚାରୋଟି ଯୋଗିନୀ ପୀଠ ତଥା ତନ୍ତ୍ରପୀଠ ମଧ୍ୟରେ ହୀରାପୁରର ଚଉଷଠି ଯୋଗିନୀ ପୀଠ ପ୍ରାଚୀନ । ତେଣୁ ଏହି ପୀଠର ଗୁରୁତ୍ୱ ଓ ମହତ୍ୱ ସର୍ବବ୍ୟାପୀ ।

ବେଦ, ବେଦାନ୍ତ, ଉପନିଷଦ, ମହାଭାରତ, ରାମାୟଣ ଓ ବିଭିନ୍ନ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଓଡ଼ିଶାରେ ଶାକ୍ତଧର୍ମ ପ୍ରସାର ଓ ପ୍ରଚାର ଅତି ପ୍ରାଚୀନ । ବିଭିନ୍ନ ଯୁଗରେ ଶକ୍ତିମାନେ ଆବିର୍ଭାବ ହୋଇ ମହାପ୍ରତାପୀ ଦାନବମାନଙ୍କୁ ନିହତ କରି ଧରାପୃଷ୍ଠରେ ସାଧୁସନ୍ଥ ଜନସମାଜ ମଧ୍ୟରେ ଶାନ୍ତି ପ୍ରଦାନ କରିଛନ୍ତି । କିନ୍ତୁ ତନ୍ତ୍ର ସଂସ୍କୃତି ତଥା ଯୋଗିନୀମାନଙ୍କର ଅଭ୍ୟୁଦୟର ଆଜି ପର୍ଯ୍ୟନ୍ତ ଜଣା ନଥିଲେ ମଧ୍ୟ ବେଦ ସଂସ୍କୃତି ପୂର୍ବରୁ ସୃଷ୍ଟି ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । କେହି କେହି ଏହି ଉପାସନା ହରପ୍ପା ମହେଞ୍ଜୋଦାରୋ ସଭ୍ୟତାରୁ ଅଭ୍ୟୁଦୟ ବୋଲି କହିଥିଲେ ମଧ୍ୟ ଓଡ଼ିଶା ହେଉଛି ଏହାର ଆଦିପୀଠ । କେଉଁ ଆବହମାନ କାଳରୁ ଓଡ଼ିଶାର କୋଣ ଅଣୁକୋଣରେ ଶକ୍ତିମାନଙ୍କର ଉପାସନା ପ୍ରସିଦ୍ଧି ଲାଭ କରିଛି । ଏପରିକି ଗ୍ରାମଗୁଡିକରେ ଗ୍ରାମଦେବୀ ଓ ପ୍ରତ୍ୟେକ ପରିବାରରେ ଗୃହଦେବୀ ରୂପେ ପୂଜା ପାଇବାର ବିଧିବିଧାନ ଆଜି ମଧ୍ୟ ଦେଖିବାକୁ ମିଳେ । କାକଟପୁରର ମା' ମଙ୍ଗଳା, ଝଙ୍କଡର ମା' ସାରଳା, ଯାଜପୁରର ମା' ବିରଜା, ବାଙ୍କୀର ମା' ଚର୍ଚ୍ଚିକା ପୂଜା ପାଉଛନ୍ତି । କିନ୍ତୁ ଚଉଷଠି ଯୋଗିନୀମାନଙ୍କର ଉପାସନା ଓଡ଼ିଶା କାହିଁକି ପବିତ୍ର ଭାରତ ଭୂମିରେ ସମସ୍ତ ଦେବୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଅଛି । କାରଣ ଏହାର ସଂସ୍କୃତି ଯୋଗ ଓ ତନ୍ତ୍ରଦ୍ୱାରା ଆଧାରିତ ।

ଆଧାର[ସମ୍ପାଦନା]

  1. "ଚଉଷଠି ଯୋଗିନୀ". 13 October 2015. Retrieved 13 October 2015.