ସୁବର୍ଣ୍ଣ ନାଏକ

ଉଇକିପିଡ଼ିଆ‌ରୁ
ସୁବର୍ଣ୍ଣ ନାଏକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀମୋହନ ଚରଣ ମାଝି
ପର ଅଧିକାରୀଅଭିରାମ ନାଏକ
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-02-05) ୫ ଫେବୃଆରୀ ୧୯୬୭ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପ୍ରତିଭା ମଞ୍ଜରୀ ନାଏକ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉଧରା ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ସୁବର୍ଣ୍ଣ ନାଏକ (ଜନ୍ମ: ୫ ଫେବୃଆରୀ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁବର୍ଣ୍ଣ ନାଏକ ୧୯୬୭ ମସିହାର ଫେବୃଆରୀ ମାସ ୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧରା ନାଏକ । ସୁବର୍ଣ୍ଣଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା । ତାଙ୍କ ପତ୍ନୀଙ୍କ ନାମ ପ୍ରତିଭା ମଞ୍ଜରୀ ନାଏକ ।

ରାଜନୈତିକ ଜୀବନ[ସମ୍ପାଦନା]

ସୁବର୍ଣ୍ଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଥରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁବର୍ଣ୍ଣ ନାଏକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୬,୪୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୋହନ ଚନ୍ଦ୍ର ମାଝୀଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Shri Subarna Naik". odishaassembly.nic.in. Odisha Assembly. Retrieved 13 July 2019.
  2. ୨.୦ ୨.୧ "Orissa 2009". Election Commission of India (in Indian English). Retrieved 2019-06-27.