ଚକ୍ରଧର ଶତପଥୀ

ଉଇକିପିଡ଼ିଆ‌ରୁ
ଚକ୍ରଧର ଶତପଥୀ
Chakradhara Satapathy Statue.JPG
ଚକ୍ରଧର ଶତପଥିଙ୍କର କଳାବୁଦା ବଜାରରେ ଥିବା ପ୍ରତିମୂର୍ତ୍ତି
ସଭ୍ୟ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୦୧ ମାର୍ଚ୍ଚ ୧୯୬୭ – ୨୩ ଜାନୁଆରୀ ୧୯୭୧
ପୂର୍ବ ଅଧିକାରୀଲୋକନାଥ ମିଶ୍ର
ପର ଅଧିକାରୀରାଜକିଶୋର ନାୟକ
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଚକ୍ରଧର ଶତପଥୀ

୧ ଅକ୍ଟୋବର ୧୯୩୨(1932-10-01)
କଳାବୁଦା, କେନ୍ଦ୍ରାପଡ଼ା
ମୃତ୍ୟୁ୨୮ ମଇ ୨୦୦୬(2006-05-28) (ବୟସ ୭୩)
କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସାଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିଶିକ୍ଷକ, ରାଜିନୀତିଜ୍ଞ

ଚକ୍ରଧର ଶତପଥୀ (୧ ଅକ୍ଟୋବର ୧୯୩୨[୧] - ୨୮ ମଇ ୨୦୦୬[୨] ) ହେଉଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ । ୧୯୬୭ ମସିହାରେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ହରାଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପ୍ରଜା ସାଧାରଣ ଦଳ (Praja Socialist Party) ତରଫରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ଚକ୍ରଧର ନିଜ ବୃତ୍ତିଗତ ଜୀବନ ଶିକ୍ଷକ ଭାବେ ଆରମ୍ଭ କରିଥିଲେ ଏବଂ ୧୯୬୪ରେ ଚାକିରିରୁ ଅବସର ନେଇ ପ୍ରଜା ପାର୍ଟିରେ ଯୋଗ ଦେଇଥିଲେ । ୧୯୬୫ରେ ସେ ଗରଦପୁର ବ୍ଲକର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।[୩]

୨୦୦୬ ମସିହା ମଇ ମାସରେ ନିଜ ଗାଁ କଳାବୁଦାରେ ଥିଲାବେଳେ ଚକ୍ରଧର ଅସୁସ୍ଥତା କାରଣରୁ କଳିଙ୍ଗ ହସ୍ପିଟାଲରେ ଦାଖଲ ହୋଇଥିଲେ ଏବଂ ସେଠାରେ ମୃତ୍ୟୁବରଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "Chakradhar Satpathy | MLA Profile". ମୋ ଓଡ଼ିଶା. Retrieved 21 February 2017.
  2. "Former Orissa MLA C Satapathy dies". ହିନ୍ଦୁସ୍ଥାନ ଟାଇମ୍ସ. Retrieved 21 February 2017.
  3. "Veteran Orissa leader dies at 76" (PDF) (in ଇଂରାଜୀ). Indiaenews. Retrieved 18 November 2011.
  4. "Orissa leader dies at 76" (in ଇଂରାଜୀ). nerve.in. 28 May 2006. Retrieved 18 November 2011.