କରଣ (ଜାତି)
କରଣମାନେ ମୁଖ୍ୟତଃ ଓଡ଼ିଶାରେ ବାସକରୁଥିବା ଏକ ଭାରତୀୟର ହିନ୍ଦୁ କ୍ଷତ୍ରିୟ ଜାତି । କରଣ ପଦବୀ ଏକ ବୃତ୍ତିଗତ ପଦବୀ ଥିଲା ଯାହା କଠୋର ହିନ୍ଦୁ ବର୍ଣ୍ଣ ଓ ଜାତିପ୍ରଥା ସାମାଜିକ ବିଭାଜନରେ ଉଚ୍ଚରେ ଥିବା କ୍ଷତ୍ରିୟ ଜାତିଦ୍ୱାରା ଦଖଲ କରାଯାଇଥିଲା ।[୧][୨][୩] ସେମାନେ ଆନ୍ଧ୍ର ପ୍ରଦେଶର କେତେକ ସ୍ଥାନରେ କରଣମ ପଦବୀରେ ମଧ୍ୟ ରହିଥିଲେ ଓ ପଶ୍ଚିମବଙ୍ଗ ଏବଂ ବିହାରର କାୟସ୍ଥ ପରି ଓଡ଼ିଶାରେ ସମାନ ଭୂମିକା ଗ୍ରହଣ କରିଥିଲେ । ପାରମ୍ପାରିକ ଭାବରେ ସେମାନେ ଓଡ଼ିଆ ରାଜକୀୟ ରାଜ୍ୟଗୁଡ଼ିକର ଦରବାରରେ ସରକାରୀ ରେକର୍ଡ ରକ୍ଷକ ତଥା ଜମିଦାର, ଶିକ୍ଷକ, ରାଜା, ସୈନ୍ୟବାହିନୀରେ ମୁଖ୍ୟ ସେନାପତି ଓ ମନ୍ତ୍ରୀ ଆଦି ପଦବୀ ଅଧିକାର କରିଥିଲେ।[୪] [୫] [୬] ବର୍ତ୍ତମାନ ସମୟରେ ସେମାନେ ଏକ ରାଜନୈତିକ ପ୍ରଭାବଶାଳୀ ସମ୍ପ୍ରଦାୟ ଏବଂ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡ଼ିଶା ରାଜନୀତିରେ ନେତୃତ୍ତ୍ୱ ସ୍ଥାନ ଅଧିକାର କରିଛନ୍ତି ।[୭][୮][୯][୧୦]
ଇତିହାସ
[ସମ୍ପାଦନା]ପାରମ୍ପାରିକ ଭାବେ କରଣ ଏକା ସାଙ୍ଗିଆ ଥିଲା । ଏଥିରେ କ୍ଷତ୍ରିୟ ଜାତିର ଲୋକଙ୍କୁ ନିଯୁକ୍ତ କରାଯାଇଥିଲା । ଯେଉଁମାନେ ଉଚ୍ଚ ଶିକ୍ଷିତ ଥିଲେ ସେମାନଙ୍କୁ କରଣ ପଦବୀ ମିଳୁଥିଲା ।[୧୧] ପରେ ଏହା ହିନ୍ଦୁ ଜାତିପ୍ରଥା ଅନୁସାରେ ଏକ ଜାତିରେ ପରିଣତ ହେଲା।
ସାମାଜିକ ସ୍ଥିତି
[ସମ୍ପାଦନା]ସେମାନଙ୍କର ପାରମ୍ପାରିକ ଜାତିଭିତ୍ତିକ ସାମାଜିକ-ଅର୍ଥନୈତିକ ସୁବିଧା ପାଇ ଉଚ୍ଚଶିକ୍ଷା ଲାଭକରିଛନ୍ତି ଓ ବିଭିନ୍ନ ବୃତ୍ତିରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି |[୧୦][୧୨] ଜାତିଗତ ଆଧିପତ୍ୟ ଦୃଷ୍ଟିରୁ ଓଡ଼ିଶାରେ ଓଡ଼ିଆ ସମାଜରେ ବ୍ରାହ୍ମଣଙ୍କ ପରେ କରଣ ଦ୍ୱିତୀୟ ସ୍ଥାନରେ ଆସନ୍ତି । [୧୩][୧୪] ବ୍ରିଟିଶ ରାଜ କାଳରେ ଓଡ଼ିଶାର ଅନେକ କରଣ ଜାଗିରି ଓ ଜମିଦାରୀ ପାଇଥିଲେ । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ଭାରତରେ ମଧ୍ୟ ସେମାନେ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଓଡ଼ିଶାର ରାଜନୈତିକ ଜାତି ଭାବରେ ନାମିତ କରାଯାଇଛି ।[୧୫] କରଣମାନେ ଭାରତୀୟ ସମ୍ବିଧାନର ସଂରକ୍ଷଣ ବ୍ୟବସ୍ଥାରେ ସଧାରଣ ବର୍ଗରେ ଆସନ୍ତି ।
ସାଙ୍ଗିଆ
[ସମ୍ପାଦନା]କରଣ ସମ୍ପ୍ରଦାୟର ପ୍ରମୁଖ ସାଙ୍ଗିଆ ମଧ୍ୟରେ ପଟ୍ଟନାୟକ, ମହାନ୍ତି, ଦାସ, ଚୌଧୁରୀ, କାନୁନଗୋ, ପରିଜା, ବହିଦାର, ସାମନ୍ତରାୟ, ବକ୍ସି, ରାୟଚୌଧୁରୀ, ଦାସ ମହାପାତ୍ର, ରାୟ, ରାଉତରାୟ, ମଙ୍ଗରାଜ, ଛୋଟରାୟ ଇତ୍ୟାଦି ଅନ୍ତର୍ଭୁକ୍ତ।[୧୬][୧୭]
ଜଣାଶୁଣା ବ୍ୟକ୍ତି ବିଶେଷ
[ସମ୍ପାଦନା]- ବିଜୁ ପଟ୍ଟନାୟକ [୧୮]
- ଜାନକୀ ବଲ୍ଲଭ ପଟ୍ଟନାୟକ
- ନବୀନ ପଟ୍ଟନାୟକ
- ନବକୃଷ୍ଣ ଚୌଧୁରୀ
- ବୀରେନ ମିତ୍ର
- ମଧୁସୂଦନ ଦାସ
- ରାମାନନ୍ଦ ରାୟ
- ଗୋପବନ୍ଧୁ ଚୌଧୁରୀ
- ସରଳା ଦେବୀ
- ଗୋପୀନାଥ ମହାନ୍ତି
- ଗୋବିନ୍ଦ ବିଦ୍ୟାଧର
- ନିତ୍ୟାନନ୍ଦ କାନୁନଗୋ
- ବକ୍ସି ଜଗବନ୍ଧୁ
- ରମାଦେବୀ ଚୌଧୁରୀ
- ଗୋପାଳବଲ୍ଲଭ ଦାସ
- ବିଭୂତି ପଟ୍ଟନାୟକ
- ରାଧାନାଥ ରାୟ
- ବ୍ରଜନାଥ ବଡ଼ଜେନା
- ବୀରକିଶୋର ଦାସ
- ବନମାଳୀ ଦାସ
- ବିଦ୍ୟୁତପ୍ରଭା ଦେବୀ
- ଗୋପାଳକୃଷ୍ଣ ପଟ୍ଟନାୟକ
ଧାର
[ସମ୍ପାଦନା]- ↑ Pati, Rabindra Nath (2008). Family Planning (in ଇଂରାଜୀ). APH Publishing. ISBN 978-81-313-0352-8.
- ↑ Calcutta Review (in ଇଂରାଜୀ). University of Calcutta. 1894.
- ↑ www.wisdomlib.org (2016-12-27). "Manusmriti Verse 10.22-23". www.wisdomlib.org (in ଇଂରାଜୀ). Retrieved 2024-08-18.
- ↑ Panigrahi, Krishna Chandra (1981). History of Orissa: Hindu Period (in ଇଂରାଜୀ). Kitab Mahal.
- ↑ Sircar, D. C. (2017-01-01). Indian Epigraphy (in ଇଂରାଜୀ). Motilal Banarsidass. ISBN 978-81-208-4103-1.
- ↑ "Imperial Gazetteer2 of India, Volume 6, page 121 -- Imperial Gazetteer of India -- Digital South Asia Library". dsal.uchicago.edu. Retrieved 2024-08-18.
- ↑ Raut, L.N. (2004). "JATI FORMATION IN EARLY MEDIEVAL ORISSA: REFLECTION ON KARANA (KAYASTHA CASTE)". Proceedings of the Indian History Congress. 65: 304–308. ISSN 2249-1937.
- ↑ Sachchidananda (1988). Social Change in Village India (in ଇଂରାଜୀ). Concept Publishing Company. ISBN 978-81-7022-206-4.
- ↑ Mohanty, Ramesh P.; Biswal, Durgesh Nandini (2007). Culture, Gender and Gender Discrimination: Caste Hindu and Tribal (in ଇଂରାଜୀ). Mittal Publications. ISBN 978-81-8324-199-1.
- ↑ ୧୦.୦ ୧୦.୧ Apr 13, Ashok Pradhan / TNN /; 2019; Ist, 07:05. "Reign of Patnaiks: 40 years and counting - Times of India". The Times of India (in ଇଂରାଜୀ). Retrieved 2022-10-13.
{{cite web}}
:|last2=
has numeric name (help)CS1 maint: numeric names: authors list (link) - ↑ Calcutta Review (in ଇଂରାଜୀ). University of Calcutta. 1894.
- ↑ Matthies, Aila-Leena; Närhi, Kati (2016-10-04). The Ecosocial Transition of Societies: The contribution of social work and social policy (in ଇଂରାଜୀ). Taylor & Francis. ISBN 978-1-317-03460-5.
- ↑ Pati, Rabindra Nath (2008). Family Planning (in ଇଂରାଜୀ). APH Publishing. ISBN 978-81-313-0352-8.
- ↑ Risley, Sir Herbert Hope (1892). The Tribes and Castes of Bengal (in ଇଂରାଜୀ). Printed at the Bengal secretariat Press.
- ↑ Verma, Pramit; Singh, Pardeep; Singh, Rishikesh; Raghubanshi, A. S. (2020-07-14). Urban Ecology: Emerging Patterns and Social-Ecological Systems (in ଇଂରାଜୀ). Elsevier. ISBN 978-0-12-820731-4.
- ↑ Mallik, Basanta Kumar (2004). Paradigms of Dissent and Protest: Social Movements in Eastern India, C. AD 1400-1700 (in ଇଂରାଜୀ). Manohar Publishers & Distributors. ISBN 978-81-7304-522-6.
- ↑ "Devdutt Pattanaik: Descendants of Chitragupta". Mid-day (in ଇଂରାଜୀ). 2018-02-18. Retrieved 2022-10-13.
- ↑ Apr 13, Ashok Pradhan / TNN /; 2019; Ist, 07:05. "Reign of Patnaiks: 40 years and counting - Times of India". The Times of India (in ଇଂରାଜୀ). Retrieved 2022-10-13.
{{cite web}}
:|last2=
has numeric name (help)CS1 maint: numeric names: authors list (link)