ଗୋପାଳବଲ୍ଲଭ ଦାସ

ଉଇକିପିଡ଼ିଆ‌ରୁ
ଗୋପାଳବଲ୍ଲଭ ଦାସ
Born(1860-12-23)୨୩ ଡିସେମ୍ବର ୧୮୬୦
ସତ୍ୟଭାମାପୁର, କଟକ, ଓଡ଼ିଶା
Died୧୯୧୪
Nationalityଭାରତୀୟ
Citizenshipଭାରତୀୟ
Spouseବସନ୍ତ କୁମାରୀ ଦେବୀ
Childrenରମାଦେବୀ ଚୌଧୁରୀ, ଉମାଦେବୀ ଚୌଧୁରୀ
Relativesମଧୁସୂଦନ ଦାସ (ଭାଇ)

ଗୋପାଳବଲ୍ଲଭ ଦାସ (୨୩ ଡିସେମ୍ବର ୧୮୬୦ - ୧୯୧୪) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଏବଂ ବ୍ରିଟିଶ ଶାସନ ସମୟରେ ଓଡ଼ିଶା କମିଶନରଙ୍କର ସହାୟକ, ଡେପୁଟି ମାଜିଷ୍ଟେଟ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ଥିଲେ । ସେ ପ୍ରଧାନତଃ ଓଡ଼ିଆ ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚିତ ଉପନ୍ୟାସ ଭୀମା ଭୂଇଁଆ ଥିଲା ଓଡ଼ିଆରେ ଲିଖିତ ପ୍ରଥମ ଜନଜାତି ଉପନ୍ୟାସ ।

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୋପାଳବଲ୍ଲଭ ଦାସ ୧୮୬୦ ମସିହାର ଡିସେମ୍ବର ୨୩ ତାରିଖରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ଥିଲେ ।[୧] ସେ ବସନ୍ତ କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଉମାଦେବୀ ଓ ରମାଦେବୀ ନାମରେ ଦୁଇଜଣ ଝିଅ ଥିଲେ ।

ଶିକ୍ଷା[ସମ୍ପାଦନା]

ଗୋପାଳବଲ୍ଲଭ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏ ପାସ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ ବ୍ରିଟିଶ ଶାସନ ସରକାରଙ୍କ ଡେପୁଟି ମାଜିଷ୍ଟେଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ଓଡ଼ିଶା କମିଶନରଙ୍କର ସହାୟକ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ସେ କେନ୍ଦୁଝର ଗଡ଼ଜାତ ରାଜ୍ୟର ସୁପୁରିଣ୍ଟେଣ୍ଡେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଭୀମା ଭୂଇଁଆ - ୧୯୦୮
  • ପ୍ରୀତି ସୁଧାକର - ୧୯୦୬[୨]
  • ଆତ୍ମବତ ସର୍ବ ଭୂତେଷୁ - ୧୮୮୮
  • କବିତା ମଞ୍ଜରୀ - ୧୮୯୫
  • ଭକ୍ତି ରସାବଳୀ - ୧୯୦୦
  • ରାୟବାହାଦୁର ନନ୍ଦକିଶୋର ଦାସ ଜୀବନୀ
  • ରମେଶ ଚନ୍ଦ୍ର ଦତ୍ତ ଜୀବନୀ ଅନୁବାଦ[୩]

ଆଧାର[ସମ୍ପାଦନା]

  1. The Quarterly Review of Historical Studies. Institute of Historical Studies. 1993.
  2. https://archive.org/details/dli.ministry.29838
  3. "ପ୍ରଥମ ଜନଜାତି ଉପନ୍ୟାସ : ଭୀମା ଭୂଇଁଆ". No. ଧରିତ୍ରୀ ୨୪ ଜୁନ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଧରିତ୍ରୀ. Retrieved 24 June 2021.