Jump to content

ଅଅଁଳା ଏକାଦଶୀ

ଉଇକିପିଡ଼ିଆ‌ରୁ
(ଅଁଳା ଏକାଦଶୀରୁ ଲେଉଟି ଆସିଛି)
ଅଅଁଳା ଏକାଦଶୀ
ଅନ୍ୟ ନାମପାପନାଶିନୀ ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନପ୍ରାର୍ଥନା, ପୂଜା
ତାରିଖଫାଲ୍‌ଗୁନ ଶୁକ୍ଳ ଏକାଦଶୀ
୨୦୨୬ ତାରିଖdate missing (please add)

ଫାଲ୍‌ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି । ଭଗବାନଙ୍କ ପୂଜା ପରେ ଅଅଁଳା ବୃକ୍ଷ ପୂଜା କରିବା ଉଚିତ । ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍‌ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ । ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍ । []

  1. ସମୟ, ପୃଷ୍ଠା- ୨, ମଙ୍ଗଳବାର ୨୬.୩. ୨୦୧୩