ଦିଲ୍ଲୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦିଲ୍ଲୀ
दिल्ली
ମହାନଗର
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
Country India
Stateଦିଲ୍ଲୀ
Government
 • ରାଜ୍ୟ ପାଳତେଜେନ୍ଦ୍ର ଖାନ୍ନା
 • ମୁଖ୍ୟମନ୍ତ୍ରୀ ତାଲିକାଶୀଳା ଦିକ୍ଷୀତ
 • ମେୟରପ୍ରଫେସର ରଜନୀ ଅବ୍ୱୀ
Area
 • ସମୁଦାୟ1483 km2 (573 sq mi)
 • Rankପ୍ରଥମ
Elevation
239 m (784 ft)
Population
 (2010)
 • Total୧୬୭୫୩୨୩୫
 • Rankଦ୍ୱିତୀୟ
 • Density11297/km2 (29,260/sq mi)
Languages
 • Officialଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ
Time zoneUTC+5:30 (IST)
PIN
୧୧୦ xxx
Telephone code୯୧-୧୧- XXXX XXXX
ଯାନବାହାନ ପଞ୍ଚୀକରଣDL-xx
HDIIncrease
୦.୮୭୫
HDI Year୨୦୦୫
HDI Categoryଅଧିକ
Legislature typeଏକ ନ୍ୟାୟପାଳିକା
Legislature Strength୭୦
Websitedelhigovt.nic.in

ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର[୧][୨][୩][୪] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[୫] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।

ଇତିହାସ[ସମ୍ପାଦନା]

72.5 m (238 ft), କୁତବ ମିନାର ପୃଥିବୀର ଉଚ୍ଚତମ ଇଟା ତିଆରି ମିନାର[୬]
୧୫୬୦ରେ ତିଆରି, ହୁମାୟୁଁଙ୍କ ଦୁର୍ଗ ପ୍ରଥମ ମୋଗଲ ଦୁର୍ଗ[୭]
ଲାଲ କିଲା, ଏକ ଇଉନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ହେଉଛି ସେହି ଜାଗା ହେଉଛି ସେହି ଜାଗା ଯେଉଁଠାରୁ ଭାରତର ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶପ୍ରତି ସ୍ୱାଧୀନତା ଦିବସରେ ଭାଷଣ ଦିଅନ୍ତି ।

ଭାରତର ରାଜଧାନୀ ଦିଲ୍ଲୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବାର ଐତିହାସିକମାନେ ମତ ଦିଅନ୍ତି ।[୮] ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।[୯] ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା । ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ୱାସ କରାଯାଏ ।ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦)।

ନାମକରଣ[ସମ୍ପାଦନା]

ରାଜଧାନୀ ଦିଲ୍ଲୀର ନାମକରଣ କିପରି ହୋଇଥିଲା, ତାହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୋଚନ ହୋଇନାହିଁ । ଗବେଷକମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି । ସ‌ହସ୍ରବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ସ‌ହରର ପୂରାନାମ ଇନ୍ଦ୍ରପ୍ରସ୍ଥ ଥିଲା । ଏହା ପଞ୍ଚୁପାଣ୍ଡବ (ଯୁଧିଷ୍ଠିର, ଭୀମ, ଅର୍ଜୁନ, ନ‌କୁଳସ‌ହଦେବ)ଙ୍କ ରାଜଧାନୀ ଥିଲା । ତେବେ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୦ ବେଳକୁ ଜନୈକ ରାଜା ଧିଲୁ ଏଠାରେ ଶାସନ କରୁଥିଲେ । ତାଙ୍କ ନାମକୁ ଅପଭ୍ରଂଶ କରାଯାଇ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ, ତୋମର ବଂଶର ରାଜା ଧବ ତାଙ୍କ କିଲ୍ଲା ଭିତରର ଢିଲା ଲୁହା ଖମ୍ବ କାରଣରୁ ଏହି ସ୍ଥାନର ନାମ ଢିଲୀ ରଖିଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ଦିଲ୍ଲୀ ନାମକରଣ ହୋଇଛି । ମହାରାଜା ପୃଥ୍ୱୀରାଜ ଚୌହାନଙ୍କ ଶାସନ ସମୟରେ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଥିଲା ବୋଲି ଉଜ୍ଜୟିନୀର ଜନୈକ ଗବେଷକ ପ୍ରକାଶ କରିଛନ୍ତି । ତାଙ୍କ କ‌ହିବା ଅନୁସାରେ, ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଶେଷ ହିନ୍ଦୁ ଶାସକ ଥିଲେ । ତାଙ୍କ ରାଜପରିଷଦର ଜଣେ ମୁଖ୍ୟ କର୍ମକର୍ତ୍ତା ଦିଲ୍ଲୀ ନାମ ରଖିଥିବା ଅନୁମେୟ ।[୧୦]

ଆଧାର[ସମ୍ପାଦନା]

  1. Irfan Habib, The agrarian system of Mughal India, 1556-1707, Oxford University Press, 1999, ISBN 9780195623291, ... The current Survey of India spellings are followed for place names except where they vary rather noticeably from the spellings in our sources: thus I read "Dehli" not "Delhi ...
  2. Royal Asiatic Society, Journal of the Royal Asiatic Society of Great Britain & Ireland, Cambridge University Press, 1834, ... also Dehli or Dilli, not Delhi ...
  3. L.T. Karamchandani, India, the beautiful, Sita Publication, 1968, ... According to available evidence the present Delhi, spelt in Hindustani as Dehli or Dilli, derived its name from King ...
  4. The National geographical journal of India, Volume 40, National Geographical Society of India, 1994, ... The name which remained the most popular is Dilli with variation in its pronunciation as Dilli, Dehli, or Delhi ...
  5. "World Urbanization Prospects: The 2009 Revision Population Database". UN. Retrieved 2 April 2019.
  6. "Under threat: The Magnificent Minaret of Jam". The New Courier No 1. UNESCO. 2002. Retrieved 3 May 2006. {{cite web}}: Unknown parameter |month= ignored (help)
  7. Petersen, Andrew (1999). Dictionary of Islamic Architecture. Routledge. ISBN 0415213320. Retrieved 14 November 2008. {{cite book}}: Cite has empty unknown parameter: |chapterurl= (help)
  8. ଦିଲ୍ଲୀ, ନାମକରଣ (23 July 2016). "ଦିଲ୍ଲୀ ନାମକରଣର ରହସ୍ୟ". ସମାଜ. {{cite news}}: |access-date= requires |url= (help)
  9. "Delhi History". Delhi Tourism. Advent InfoSoft (P) Ltd. Archived from the original on 8 December 2006. Retrieved 22 December 2006.
  10. ଦିଲ୍ଲୀ, ନାମକରଣ (23 July 2016). "ଦିଲ୍ଲୀ ନାମକରଣର ରହସ୍ୟ". ସମାଜ. {{cite news}}: |access-date= requires |url= (help)

ଆଗକୁ ପଢ଼ିବେ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

ସରକାରୀ
ବାକିସବୁ