ତିଳ ଚତୁର୍ଥୀ

ଉଇକିପିଡ଼ିଆ‌ରୁ
ଗଣେଶ ଜୟନ୍ତୀ

ମାଘମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ହିନ୍ଦୁମାନେ ତିଳ ଚତୁର୍ଥୀ ବ୍ରତ କରିଥାନ୍ତି ।[୧] ଏହି ତିଥିରେ ଗଣେଶଙ୍କ ସହ ଚନ୍ଦ୍ରଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଧର୍ମଗ୍ରନ୍ଥାନୁସାରେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିବା ସହ ଗଣେଶଙ୍କ କୃପା ଲାଭ କରିବା ପାଇଁ ଏହି ବ୍ରତ ପାଳନ କରିବା ବିଧେୟ । ବ୍ରତ ପାଳନ କରିବାଦ୍ୱାରା ବ୍ୟବସାୟରେ ଉନ୍ନତି, ଗୃହରେ ଶାନ୍ତି, ସମସ୍ତ କାର୍ଯ୍ୟ ଅନାୟସରେ ସଂପନ୍ନ କରିବା ଏବଂ ଆତ୍ମସନ୍ତୋଷ ମିଳିଥାଏ । ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ଶୀତବସ୍ତ୍ର, ଅନ୍ୟ ପୋଷାକ, ଖାଦ୍ୟ ନିଜହସ୍ତରେ ଦାନ କଲେ ତାଙ୍କର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ । ତିଳ ଚତୁର୍ଥୀରେ ଦେବଗଣମାନେ ଚିନ୍ତାରେ ପଡ଼ିଥିଲେ କେମିତି ଦେବଲୋକର ସୁରକ୍ଷା ଏବଂ ପ୍ରତ୍ୟେକ ସଙ୍କଟକୁ କିଏ ଦୂର କରିବ । ଏହା ଜାଣି ଶିବ ଦେବଗଣଙ୍କ ନିକଟକୁ ଆସି ସମସ୍ତ କଥା ଶୁଣିଲେ । ସେ ସେହିକ୍ଷଣି କାର୍ତ୍ତିକେୟ ଓ ଗଣେଶଙ୍କ ମଧ୍ୟରେ ପରୀକ୍ଷା କଲେ, ଯିଏ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ସେ ହିଁ ଦେବତାଙ୍କ ସଙ୍କଟରେ ସାହାଯ୍ୟ କରିପାରିବ । ଏଥିପାଇଁ ଶିବ ଉଭୟଙ୍କୁ ପୃଥିବୀ ପରିକ୍ରମା କରିବା ପାଇଁ କହିଲେ । ଏହି ପୃଥିବୀ ପରିକ୍ରମାରେ ବିଦ୍ୟାଦାତା ଗଣେଶ ବିଜୟୀ ହେଲେ ଓ ଦେବଗଣଙ୍କ ସଙ୍କଟକୁ ଦୂର କରିବା ପାଇଁ ମହାଦେବ ଆଜ୍ଞା ଦେଲେ । ସେହି ଦିନଠାରୁ ତିଳ ଚତୁର୍ଥୀରେ ଗଣେଶଙ୍କୁ ପୂଜା କରିବା ସହ ଚନ୍ଦ୍ରକୁ ଅର୍ଘ୍ୟ ଦିଆଯାଉଅଛି । ଏହି ତିଥିରେ ଯେ କେହି ଗଣେଶଙ୍କୁ ପୂଜା କରିଲେ ଦୈହିକ, ଦୈବିକ ଓ ଭୌତିକ ତାପରୁ ଦୂର ହୋଇପାରିବ I [୨]

ଆଧାର[ସମ୍ପାଦନା]

  1. "Shree Maharishi Bhrigu Ashram". bhriguashram.org. Archived from the original on 16 April 2012. Retrieved 2 February 2013. This vow is observed on Magh Shukla Chaturthi
  2. ସମୟ, ୩୧.୧.୨୦୧୩