କୁରାଳ ପଞ୍ଚମୀ

ଉଇକିପିଡ଼ିଆ‌ରୁ
କୁରାଳ ପଞ୍ଚମୀ
କୁରାଳ ପଞ୍ଚମୀରେ କୁମ୍ଭାର ସମ୍ପ୍ରଦାୟଙ୍କଦ୍ୱାରା ପୂଜିତ ଇଷ୍ଟଦେବତା ରୁଦ୍ରପାଳ ଏବଂ ଦେବୀ ରତ୍ନେଶ୍ୱରୀ
ପାଳନକାରୀକୁମ୍ଭାର ସଂପ୍ରଦାୟ
ପ୍ରକାରଧାର୍ମିକ
ବିଶେଷତାଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା
ପର୍ବ ପାଳନପୂଜା, ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ
ତାରିଖମାର୍ଗଶିର ଶୁକ୍ଳ ପଞ୍ଚମୀ - ଶୁକ୍ଳ ନବମୀ
୨୦୨୪ ତାରିଖdate missing (please add)

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ ।[୧] କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି । ମାର୍ଗଶିର ମାସ[୨] ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ପୂଜା ପାଞ୍ଚଦିନ ଧରି ଚାଲେ ।[୩] ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ । କୌରବମାନେ ଜଉଘରେ ପାଣ୍ଡବମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଜଉଘରର ଏକ ଗୁପ୍ତ ସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ କହିଥିଲେ । ଶ୍ରୀକୃଷ୍ଣ ସେହି ଗୁପ୍ତ ସୁଡ଼ଙ୍ଗର ସୂଚନା ପାଣ୍ଡବମାନଙ୍କୁ ଦେଇଥିଲେ । ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ । ଅର୍ଜୁନ ମାଛ ଆଖିକୁ ଲାକ୍ଷ ବିନ୍ଧି ଦୌପଦୀଙ୍କୁ ପଞ୍ଚମୀ ଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ ।

ଆଧାର[ସମ୍ପାଦନା]

  1. "କୁରାଳ ପଞ୍ଚମୀ ପୂଜା ଆରମ୍ଭ: ରୁଦ୍ରପାଳ, ରତ୍ନେଶ୍ୱରୀଙ୍କୁ ଆରାଧନା". ଧରିତ୍ରୀ. ୨୩ ନଭେମ୍ବର ୨୦୧୭. Retrieved 3 July 2018. {{cite news}}: Check date values in: |date= (help)
  2. http://odishanewsnitidin.com/files/pdf/2017-12-03/20171202034908.pdf[permanent dead link]
  3. http://www.sambadepaper.com/epaperpdf/27112017/27-md-rkl1-13.pdf[permanent dead link]