କିଶୋର ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
କିଶୋର ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

କିଶୋର ନଗର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀଟି ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପାଲଲହଡ଼ା ସହ ଯୁଗ୍ମ ଭାବରେ ଥିଲା ଏବଂ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀଟି ସ୍ୱତନ୍ତ୍ର ହୋଇଥିଲା । ୧୯୫୭ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଶେଷଥର ପାଇଁ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ପାଲଲହଡ଼ା ସହ ସଂଯୁକ୍ତ ଥିବାବେଳେ ଏହି ନିର୍ବାଚନ ମଣ୍ଡଳୀରୁ ମହେଶ ଚନ୍ଦ୍ର ସୁବାହୁ ସିଂହ ଓ ବାଇଧର ନାୟକ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୭ ମସିହାରେ ନିର୍ବାଚନ ମଣ୍ଡଳୀଟିରେ ହୋଇଥିବା ଶେଷ ବିଧାନ ସଭା ନିର୍ବାଚନରେ ଢେଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

  • ୧୯୫୭: ରତ୍ନପ୍ରଭା ଦେବୀ (ଗଣତନ୍ତ୍ର ପରିଷଦ)

ଆଧାର[ସମ୍ପାଦନା]

  1. ଓଡ଼ିଶାର ରାଜନୀତିର ଇତିହାସ (3rd ed.). ଭୁବନେଶ୍ୱର: ଆମ ଓଡ଼ିଶା. 2013. p. 93. Retrieved 17 August 2020.
  2. ଓଡ଼ିଶାର ରାଜନୀତିର ଇତିହାସ (3rd ed.). ଭୁବନେଶ୍ୱର: ଆମ ଓଡ଼ିଶା. 2013. p. 119. Retrieved 17 August 2020.