ନିକିତା
ନିକିତା | |
---|---|
ଜନ୍ମ | ଲକ୍ଷ୍ମୀପ୍ରିୟା ବେହେରା[୧] |
ମୃତ୍ୟୁ | ୫ ଜାନୁଆରୀ ୨୦୧୯[୨] |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫ରୁ-୨୦୧୭[୩] |
ବୈବାହିକ-ସାଥୀ | ଲିପନ ସାହୁ (୨୦୧୭-୨୦୧୯) |
ପିତାମାତା | ସନାତନ ବେହେରା (ବାପା) |
ନିକିତା, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହାପରେ ସେ କିଛି ଓଡ଼ିଆ କଥାଚିତ୍ରରେ ନାୟିକ ଏବଂ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ନିକିତା ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୪] ୨୦୧୯ ମସିହା ଜାନୁଆରୀ ମାସ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ନିକିତା କଟକରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନାତନ ବେହେରା ପୂର୍ତ୍ତ ବିଭାଗର ଜଣେ ବିତ୍ତ ଅଧିକାରୀ ।[୧] ନିକିତା ୨୦୧୭ ମସିହାରେ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ । ଉଭୟଙ୍କର ୫ ମାସର ଏକ ଶିଶୁ ପୁତ୍ର ଥିବାବେଳେ ନିକିତାଙ୍କର ମୃତ୍ୟୁ ହୋଇଥିଲା ।[୫]
ଅଭିନୟ ଜୀବନ
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]ନିକିତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରଟିରେ ନିକିତା ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି କଥାଚିତ୍ରଟିରେ ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ନିକିତା ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଚୋରି ଚୋରି ମନ ଚୋରିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିରେ ନିକିତାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୀବନ ପଣ୍ଡା, ମୀନକେତନ, ଭଗବାନ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୨ରେ ନିକିତା ଓଡ଼ିଆ କଥାଚିତ୍ର ମୁଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା ।[୭] ଏହି କଥାଚିତ୍ରଟିରେ ସୁମନ, ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଭୂପତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଅଭିନୟ କରିଥିଲେ ।[୮]
୨୦୧୩ରେ ନିକିତା ମିତ ବସିଛି ମୁଁ ଭୂତ ସାଥିରେ କଥାଚିତ୍ରରେ ଅଭିନୟ କରିଥିଲେ ।[୯] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୦]
୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଣ୍ଡାରେ ନିକିତା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନୟ କରିଥିଲେ ।[୧୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୨] ଏହି କଥାଚିତ୍ର ଥିଲା ତାଙ୍କର ଶେଷ କଥାଚିତ୍ର ।
ଦୂରଦର୍ଶନ
[ସମ୍ପାଦନା]ନିକିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ କିଛି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[୪]
ଏହାପରେ ନିକିତା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏସପି ନିକିତାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି ଧାରାବାହିକଟି ଚାଲିଥିବାବେଳେ ହଠାତ୍ ଧାରାବାହିକଟିର ଅଧିକାଂଶ କଳାକାର ବଦଳି ଯାଇଥିଲେ । ତେଣୁ ନିକିତା ମଧ୍ୟ ଅଧାରୁ ଧାରାବାହିକଟି ଛାଡ଼ିଥିଲେ ଏବଂ ଅନ୍ୟ ଜଣେ ନାୟିକା ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ନିକିତା ୪ ଜାନୁଆରୀ ୨୦୧୯ରେ ରାତି ପାଖାପାଖି ସାଢ଼େ ୧୦ଟା ବେଳେ କଟକଠାରେ ତାଙ୍କ ଘରର ୨ ମହଲା ଛାତ ଉପରୁ ତଳକୁ ଖସି ପଡ଼ିଥିଲେ, ଫଳରେ ମୁଣ୍ଡରେ ଆଘାତ ଲାଗିଥିଲା[୨] ଏବଂ ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ପରଦିନ ଜାନୁଆରୀ ୫ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୩] ନିକିତାଙ୍କର ମୃତ୍ୟୁ ପରେ ତାଙ୍କୁ ତାଙ୍କର ସ୍ୱାମୀ ଲିପନ ସାହୁ ହତ୍ୟା କରିଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଥିଲେ ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ତୁ ମୋ ଆଖିର ତାରା | ନିକି | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | ଚୋରି ଚୋରି ମନ ଚୋରି | ଖୁସି | ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | ମଥାରେ ଦେଇ ପାଟ ଓଢ଼ଣୀ | ||
୨୦୧୨ | ମୁଁ | ପ୍ରିୟା | |
୨୦୧୩ | ମିତ ବସିଛି ମୁଁ ଭୂତ ସାଥିରେ | ଲକ୍ଷ୍ମୀ | |
୨୦୧୬ | ଗୁଣ୍ଡା |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା |
---|---|---|
ତପସ୍ୟା | ଇ ଟିଭି ଓଡ଼ିଆ | ତପସ୍ୟା |
ଏସିପି ନିକିତା | ତରଙ୍ଗ ଟିଭି | ନିକିତା |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ". ସମାଜ (in Odia). Bhubaneswar. 7 January 2019. p. 1. Archived from the original on 7 January 2019. Retrieved 7 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ୨.୨ ୨.୩ "ଓଲିଉଡ୍ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 6 January 2019. Retrieved 5 January 2019.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ "ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
- ↑ ୪.୦ ୪.୧ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
- ↑ "ହତ୍ୟା ଅଭିଯୋଗରେ ସ୍ୱାମୀ ଗିରିଫ (ଅବଶିଷ୍ଟାଂଶ)". ସମାଜ (in Odia). Bhubaneswar. 7 January 2019. p. 4. Archived from the original on 7 January 2019. Retrieved 7 January 2019.
{{cite news}}
: CS1 maint: unrecognized language (link) - ↑ "CHORI CHORI MANA CHORI". ORIYA NEWS. Retrieved 5 March 2018.
- ↑ "Odia Movie "Mun"". NewOdisha.in. 4 September 2012. Archived from the original on 5 November 2017. Retrieved 20 November 2017.
- ↑ "Mu New Oriya Movie". Incredible Orissa. 18 July 2012. Retrieved 20 November 2017.
- ↑ "Mita Basichi Mu Bhuta Sathire". Incredible Orissa. 24 September 2011. Retrieved 7 November 2017.
- ↑ "MITA BASICHI MU BHUTA SATHIRE". Incredbile Orissa. 20 September 2013. Retrieved 7 November 2017.
- ↑ "କେଉଁଠି ଏବେ ଏହି ଓଲିଉଡ ନାୟିକା?". ସମ୍ବାଦ. 1 September 2017. Archived from the original on 3 September 2017. Retrieved 8 September 2017.
- ↑ ""ଗୁଣ୍ଡା'ରିଲିଜ୍ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.
- ↑ "କିଭଳି ପରିସ୍ଥିତିରେ ନିକିତା ଛାତ ଉପରୁ ତଳକୁ ପଡ଼ିଥିଲେ ଜାଣନ୍ତୁ, କ'ଣ ଘଟିଥିଲା ସେହି ସମୟରେ…". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିକିତା