ମାଇପି ମେଳା

ଉଇକିପିଡ଼ିଆ‌ରୁ
ମାଇପି ମେଳା
ପର୍ବ ପାଳନଉପବାସ, ପୂଜା
ତାରିଖଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ
୨୦୨୪ ତାରିଖdate missing (please add)

ମାଇପି ମେଳା, ଚୈତ୍ରମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ-ଛିଟିକଣା ମୌଜାର ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ । ବର୍ଷ ବର୍ଷଧରି ସନ୍ତାନପ୍ରାପ୍ତି ଓ ମାନସିକପୁରଣ ଆଶାରେ ଏଠାରେ ବହୁ ସଂଖ୍ୟକ ମହିଳାଙ୍କ ସମାଗମ ହେଉଥିବାର, ମେଳାର ଏପରି ନାମକରଣ ହୋଇଛି ।[୧] ଏକ ଅଚିହ୍ନା ଗଛ, ଶଗଡ଼ ବାଟୁଆ ଓ କଣ୍ଟାକୋଳି ଲଟାକୁ ବହବିହାରୀଙ୍କ ରୂପରେ ପୂଜା କରାଯାଏ । ପୂଜାରେ ମହିଳାମାନେ ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ପୂଜା ପୂର୍ବଦିନ ରାତିରୁ ଶ୍ରଦ୍ଧାଳୁମାନେ ଆସି ବନବିହାରୀଙ୍କ ପାଖରେ ଅଧିଆ ପଡିଥାନ୍ତି । ରାତିଅଧରୁ ଗାଧୁଆପାଧୁଆ ସାରି, ନୂଆ ଲୁଗାପିନ୍ଧି ନଡ଼ିଆଗୁଆ ମୁଣ୍ଡରେ ରଖି ଶ୍ରଦ୍ଧାଳୁମାନେ ମାନସିକ କରିଥାନ୍ତି । ପୂଜାଦିନ ଦ୍ୱିପହର ବେଳକୁ ପୂଜକ ମାନସିକଧାରୀଙ୍କୁ ଜଳ ଓ ତୁଳସୀଦେଇ ଅଧିଆରୁ ଉଠାଇଥାନ୍ତି । ଦିନସାରା ଶ୍ରଦ୍ଧାଳୁମାନେ ଉପବାସକରି, ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଓ ପତାକା ଦାନ କଲାପରେ ଅନ୍ନଜଳ ସ୍ପର୍ଶ କରନ୍ତି । ଗବେଷକମାନଙ୍କ ମତରେ ଗଛକୁ ପୂଜା କରିବାର ଏହି ପରମ୍ପରା ୧୮୨୭ମସିହାରୁ ଆରମ୍ଭ ହୋଇଥିଲା ।[୨] ମେଳାଟି ତିନିଦିନ ଧରି ଚାଲେ ।[୩]

ଆଧାର[ସମ୍ପାଦନା]

  1. "ନିଆରା ପରମ୍ପରା". ସର୍ବସାଧାରଣ ୦୯/୦୪/୨୦୧୭. Retrieved 16 March 2018.[permanent dead link]
  2. "ଆର୍କାଇଭ୍ କପି". ପ୍ରମେୟ ୧୬/୦୩/୨୦୧୮ ପୃଷ୍ଠା ୧୫. Archived from the original on 19 March 2018. Retrieved 16 March 2018. {{cite news}}: Cite has empty unknown parameter: |1= (help)
  3. "ମାଇପି ମେଳାରେ ୫୦ହଜାର ଭକ୍ତ". ସମ୍ବାଦ ୧୬/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Archived from the original on 21 March 2018. Retrieved 16 March 2018.