୨୦୧୯ ପୁଲୱାମା ଆକ୍ରମଣ
୨୦୧୯ ପୁଲୱାମା ଆକ୍ରମଣ | |
---|---|
Part of କାଶ୍ମୀର ସମସ୍ୟା | |
ସ୍ଥାନ | ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀର, ଭାରତ |
Coordinates | 33°57′53″N 74°57′52″E / 33.96472°N 74.96444°E |
ତାରିଖ | 14 ଫେବୃଆରୀ 2019 15:15 IST (UTC+05:30) |
ଲକ୍ଷ୍ୟ | ସିଆରପିଏଫର ପ୍ରତିରକ୍ଷା ବାହିନୀ |
ଆକ୍ରମଣ ପ୍ରକାର | ଆତ୍ମଘାତୀ ବୋମା ବିସ୍ଫୋରଣ, କାର ବୋମା ବିସ୍ଫୋରଣ |
ମୃତ୍ୟୁ | ୪୬ ସିଆରପିଏଫ ଯବାନ, ଜଣେ ଆକ୍ରମଣକାରୀ |
ଅମାରାତ୍ମକ କ୍ଷତି | ୩୫ |
Perpetrators | ଜୈଶ-ଏ-ମହମ୍ମଦ |
ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା ।[୧] ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୩] ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ । ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା ।[୪]
୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ।[୫]
ପୃଷ୍ଠଭୂମି
[ସମ୍ପାଦନା]୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା । ଜୁଲାଇ ୨୦୧୫ ମସିହାରେ ତିନି ଜଣ ବନ୍ଧୁକଧାରୀ ଗୁରୁଦାସପୁରଠାରେ ଏକ ବସ ଏବଂ ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ । ୨୦୧୬ ମସିହାରେ ଚାରିରୁ ଛଅ ଜଣ ବନ୍ଧୁକଧାରୀ ପଠାନକୋଟ ବାୟୁସେନା କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ ।[୬] ପାମ୍ପୋରଠାରେ ଆତଙ୍କବାଦୀଗଣ ଆକ୍ରମଣରେ ଫେବୃୟାରୀ ଏବଂ ଜୁନ ମାସ ୨୦୧୬ ମସିହାରେ ଯଥାକ୍ରମେ ୯ ଏବଂ ୮ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହି ସବୁ ଆକ୍ରମଣ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପାଖାପାଖି ଘଟିଥିଲା ।[୨]
ଆକ୍ରମଣ
[ସମ୍ପାଦନା]State | Number |
---|---|
ଉତ୍ତର ପ୍ରଦେଶ | ୧୨ |
ରାଜସ୍ଥାନ | ୫ |
ପଞ୍ଜାବ | ୪ |
ଓଡ଼ିଶା | ୨ |
ଉତ୍ତରାଖଣ୍ଡ | ୨ |
ବିହାର | ୨ |
ମହାରାଷ୍ଟ୍ର | ୨ |
ପଶ୍ଚିମ ବଙ୍ଗ | ୨ |
ତାମିଲନାଡୁ | ୧ |
ଆସାମ | ୧ |
କର୍ଣ୍ଣାଟକ | ୧ |
ଜମ୍ମୁ ଓ କଶ୍ମୀର | ୧ |
ହିମାଚଳ ପ୍ରଦେଶ | ୧ |
କେରଳ | ୧ |
ଝାଡ଼ଖଣ୍ଡ | ୧ |
ମଧ୍ୟ ପ୍ରଦେଶ | ୧ |
ଜଣାପଡ଼ିନାହିଁ | ୮ |
ମୋଟ | ୪୭ |
୧୪ ଫେବୃୟାରୀ ୨୦୧୯ ମସିହାରେ ୨୫୦୦ରୁ ଅଧିକ ସିଆରପିଏଫ ପ୍ରତିରକ୍ଷାବାହିନୀ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥ ୪୪ରେ ଯାଉଥିଲେ । ଗାଡ଼ିଗୁଡ଼ିକ ଭୋର ସକାଳ ୩:୩୦ରେ ଜମ୍ମୁରୁ ଯାତ୍ରା ପ୍ରାରମ୍ଭ କରିଥିଲେ । ଆଗରୁ ଜାତୀୟ ରାଜପଥ ଦୁଇ ଦିନ ଧରି ବନ୍ଦ ଥିଲା, ଦୁଇଦିନପାରେ ସେହିଦିନ ଖୋଲିଥିବାରୁ ଏତେ ମାତ୍ରାରେ ସେନା ସ୍ଥାନାନ୍ତରିତ ହେଉଥିଲେ । ସନ୍ଧ୍ୟାପୂର୍ବରୁ ଶ୍ରୀନଗରରେ ପହଁଚିବାର ଯୋଜନା କରାଯାଇଥିଲା ।[୨]
ଗାଡ଼ିଗୁଡ଼ିକ ଅବନ୍ତିପୁରା ନିକଟସ୍ଥ ଲେଠାପୁରା ଦେଇ ଅପରାହ୍ନ ୩:୧୫ରେ ଗତି କରୁଥିଲେ ।[୫] ସେହି ସମୟରେ ପ୍ରଚୁର ମାତ୍ରାରେ ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଏକ ମହିନ୍ଦ୍ରା ସ୍କୋର୍ପିଓ ଆସି କିଛି ଯବାନ ଯାଉଥିବା ଏକ ବୁଲେଟ ପ୍ରୁଫ ନଥିବା ବସକୁ[୯] ଜୋରରେ ଧକ୍କା ଦେଇଥିଲା । ଏକ ୱିସ୍ଫୋଟ ହୋଇଥିଲା ଯେଉଁଥିରେ ଅତି କମରେ ୭୬ତମ ବାଟାଲିୟନର ୪୬ ଜଣ ଯବାନ ଶହୀଦ ହେବ ସହ ଅନେକ ଆଘାତପ୍ରାପ୍ତ ହୋଇଥିଲେ ।[୧]
ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୧୦][୨][୧୧] ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନାମକ ବ୍ୟକ୍ତି, ଗତବର୍ଷ ଜୈଶ-ଏ-ମହମ୍ମଦ ସଙ୍ଗଠନରେ ଯୋଗଦାନ କରିଥିଲେ । ସେ ଆକ୍ରମଣ ସ୍ଥଳୀରୁ ମାତ୍ର ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିଲେ ।[୧୨] ପାକିସ୍ତାନ ସରକାର ଏହି ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଛନ୍ତି ।[୧୩]
ତଦନ୍ତ
[ସମ୍ପାଦନା]ବାରଜଣ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ତଦନ୍ତ ଏଜେନ୍ସି ଏବଂ ଜମ୍ମୁ ଓ କାଶ୍ମୀର ପୁଲିସ ଏହି ଆକ୍ରମଣର ତଦନ୍ତ କରିବେ ।[୧][୨]
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ସ୍କୋର୍ପିଓରେ ୩୦୦ କିଲୋରୁ ଅଧିକ ବିସ୍ଫୋରକ ସାମଗ୍ରୀ ଥିଲା, ଯେଉଁଥିରେ ୮୦ କିଲୋଗ୍ରାମ ଅରଡିଏକ୍ସ ମଧ୍ୟ ଅନ୍ତର୍ଭୁକ୍ତ ।[୨] [୧୪]ଏହି ଅରଡିଏକ୍ସ ମାସ ମାସ ଧରି କୋଇଲା ବୋଝେଇ ଟ୍ରକଦ୍ୱାରା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା ।[୧୫]
ପରିଣାମ
[ସମ୍ପାଦନା]- ଏହି ଆକ୍ରମଣରେ ଉତ୍ତେଜିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର କର୍ମୀଗଣ କାଶ୍ମିରୀ ଛାତ୍ରୀଛାତ୍ରଙ୍କୁ ଡେରାଡୁନଠାରେ ମାଡ଼ ମାରିଥିଲେ । ଏଠି ସହ "ହିନ୍ଦୁସ୍ଥାନ କେ ଗଦ୍ଦାରୋଂକୋ ଗୋଲି ମରୋ" ସ୍ଲୋଗାନ ମଧ୍ୟ ଦେଇଥିଲେ । ଏଥିରେ ଭୟଭୀତ ହୋଇ ଛାତ୍ରୀଛାତ୍ରଗଣ ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ । ଅନେକ ଭାରତୀୟ ଅନ୍ୟାନ୍ୟ ସହରରେ କାଶ୍ମିରୀ ଛାତ୍ରୀଛାତ୍ରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ଟୋଲ ଫ୍ରି ନମ୍ବର ୧୪୪୧୧ କିମ୍ବା ଏସଏମଏସ ନମ୍ବର ୭୦୮୨୮୧୪୪୧୧ ମଧ୍ୟ ଉପଲବ୍ଧ କରାଯାଇଥିଲା ।[୧୬][୧୭][୧୮] କିନ୍ତୁ କିଛି ସମ୍ବାଦପତ୍ର ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହାକୁ ମିଛ ସମ୍ବାଦ ଏବଂ ଏଭଳି କିଛି ଘଟଣା ଆଦୌ ଘଟିନାହିଁ ବୋଲି କହିଥିଲେ ।[୧୯][୨୦][୨୧] ଏହି ସମ୍ବାଦ ଟ୍ୱିଟରରେ ପ୍ରଚାର କରିବା ଆରମ୍ଭ କରିଥିବାରୁ ଜେଏନୟୁ ଗବେଷଣାକାରୀ ସ୍ନେହା ରଶିଦଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଥିଲା ।[୨୨]
- ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ୱାନରେ ସୋମବାର, ୧୮ ଫେବୃୟାରୀ ୨୦୧୯ରେ ଦେଶବ୍ୟାପୀ ଦୋକାନବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ କରାଯାଇଥିଲା ।[୨୩] ଓଡ଼ିଶାରେ ଏହାକୁ ଜନସମର୍ଥନ ମିଳିଥିଲା ।[୨୪]
- ଭାରତର ୧୨ଟି ମିରେଜ-୨୦୦୦ ଲଢୁଆ ବିମାନ ପାକିସ୍ତାନ ଓ଼କ୍ୟୁପାଏଡ କାଶ୍ମୀର ବା ପାକିସ୍ତାନୀ ଭାଷାରେ ଆଜାଦ କାଶ୍ମୀରରେ ଆକ୍ରମଣ କରି ବହୁ ଜୈଶ-ଏ-ମହମ୍ମଦ ସଙ୍ଗଠନର ଶିବିର ଧ୍ୱଂସ କରିଦେଇଥିଲେ । କିଛି କ୍ଷୟକ୍ଷତି ଛବି ପାକିସ୍ତାନ ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟରରେ ଛାଡ଼ି ଭାରତ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରିଥିଲେ ।[୨୫]
- ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ଜୈସେ ମହମ୍ମଦ ଆତଙ୍କବାଦୀ ସାଜ୍ଜିଦ ଖାନଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । [୨୬]
ପ୍ରତିକ୍ରିୟା
[ସମ୍ପାଦନା]ଭାରତ
[ସମ୍ପାଦନା]- India: ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ, ବହୁ ରାଜନୈତିକ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଳିଦାନ ବେକାର ଯିବନି ବୋଲି ଟ୍ୱିଟ କରିଥିଲେ । ସମାଜର ବିଭିନ୍ନ ମହଲରୁ ଶହୀଦ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା ଏବଂ ଦାନ କରାଯାଇଥିଲା ।[୨୭] [୨]
ଅନ୍ତର୍ଜାତୀୟ
[ସମ୍ପାଦନା]- Pakistan: ପାକିସ୍ତାନ ଉପରେ ହୋଇଥିବା ଏହି ଆକ୍ଷେପକୁ ସେମାନେ ଏଡ଼େଇ ଦେଇଥିଲେ । ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି କୁହାଯାଇଛି [୨୮] ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ ।[୨୯] ଅନ୍ୟ ପକ୍ଷରେ ପାକିସ୍ତାନର ଏକ ଦୈନିକ ଇଂରାଜୀ ଖବରକାଗଜ, ଦ ନେସନ (The Nation) ଏହାର ମୁଖ୍ୟ ପୃଷ୍ଠାରେ "ଜଣେ ସ୍ୱାଧୀନତା ସଂଗ୍ରାମୀ କାଶ୍ମୀରରେ ଜବରଦସ୍ତି କବଜା କରିଥିବା ଅନେକଙ୍କୁ ଆକ୍ରମଣ କରି ମାରିଲେ" ବୋଲି ଲେଖିଥିଲେ ।[୩୦] [୩୧]
- Nepal [୩୨], Russia,[୩୩][୩୪], Singapore,[୩୫], Sri Lanka [୩୬] [୩୭], UAE[୩୮], USA [୩୯][୪୦], France, Bangladesh, Bhutan, Maldives ଏବଂ United Nations[୪୧] ଏହି ଆକ୍ରମଣକୁ ନିନ୍ଦା କରିଥିଲେ ।[୩୩] ୫୮ଟି ଦେଶ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କହିଥିଲା ।[୪୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Pulwama attack: India will 'completely isolate' Pakistan". BBC (in ଇଂରାଜୀ). 16 February 2019. Retrieved 16 February 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Jaish terrorists attack CRPF convoy in Kashmir, kill at least 38 personnel". The Times of India. 15 February 2019. Retrieved 15 February 2019.
{{cite web}}
: Cite has empty unknown parameter:|dead-url=
(help) - ↑ Dharitri. "ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ". Dharitri.com (in ଇଂରାଜୀ). Retrieved 2019-02-16.
- ↑ Dharitri. "ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର". Dharitri.com (in ଇଂରାଜୀ). Retrieved 2019-02-16.
- ↑ ୫.୦ ୫.୧ "Deadliest Kashmir militant attack on troops". BBC News (in ବ୍ରିଟିଶ୍ ଇଂରାଜୀ). 14 February 2019. Retrieved 15 February 2019.
- ↑ Ankit Panda, Gurdaspur, Pathankot, and Now Uri: What Are India's Options?, The Diplomat, 19 September 2016.
- ↑ "Pulwama terror attack: Complete list of martyred CRPF jawans - Details inside". Times Now (in ବ୍ରିଟିଶ୍ ଇଂରାଜୀ). 15 February 2019. Retrieved 15 February 2019.
{{cite web}}
: Cite has empty unknown parameter:|dead-url=
(help) - ↑ "At 12, Highest Number of Jawans Martyred in Pulwama Hailed from UP". The Quint (in ଇଂରାଜୀ). Retrieved 15 February 2019.
- ↑ Dharitri. "ବସ୍ଟି ବୁଲେଟ୍ ପ୍ରୁଫ୍ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ". Dharitri.com (in ଇଂରାଜୀ). Retrieved 2019-02-16.
- ↑ "India will 'completely isolate' Pakistan" (in English). BBC. 15 February 2019.
{{cite web}}
: CS1 maint: unrecognized language (link) - ↑ Sharma, Neeta (15 February 2019). "Terrorist Lived 10 km From Site Where He Killed 40 Soldiers In Kashmir". NDTV. Retrieved 15 February 2019.
{{cite web}}
: Cite has empty unknown parameter:|dead-url=
(help) - ↑ "Terrorist Lived 10 km From Site Where He Killed 40 Soldiers In Kashmir". NDTV.com. Retrieved 2019-03-09.
- ↑ "How far might India go to 'punish' Pakistan?" (in English). BBC. 15 February 2019.
{{cite web}}
: CS1 maint: unrecognized language (link) - ↑ "Pulwama attack: Seven detained, 80 kg high-grade RDX used by Jaish terrorist". dna. 16 February 2019.
- ↑ Dharitri. "ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ". Dharitri.com (in ଇଂରାଜୀ). Retrieved 2019-02-19.
- ↑ "'Mob is everywhere, we're scared': In Dehradun, Kashmiri students lock themselves in rooms fearing attacks". The Indian Express (in Indian English). 2019-02-16. Retrieved 2019-02-17.
- ↑ DelhiFebruary 16, India Today Web Desk New; February 16, 2019UPDATED:; Ist, 2019 23:44. "Pulwama attack: Kashmiri students from various parts of India allege harassment, CRPF launches helpline". India Today (in ଇଂରାଜୀ). Retrieved 2019-02-17.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ "Pulwama attack fallout: Kashmiri students in Dehradun allege attacks by Bajrang Dal, VHP activists - Times of India". The Times of India. Retrieved 2019-02-17.
- ↑ "Do NOT circulate fake news saying Kashmiri students are being harassed: CRPF - Times of India". The Times of India. Retrieved 2019-03-11.
- ↑ "Uttarakhand CM dismisses reports of ill-treatment of Kashmiri students in Dehradun". www.timesnownews.com (in ବ୍ରିଟିଶ୍ ଇଂରାଜୀ). Retrieved 2019-03-11.
- ↑ "Do NOT circulate fake news saying Kashmiri students are being harassed: CRPF - Times of India". The Times of India. Retrieved 2019-03-11.
- ↑ DelhiFebruary 19, India Today Web Desk New; February 19, 2019UPDATED:; Ist, 2019 10:09. "Pulwama attack aftermath: FIR against Shehla Rashid for tweet on trapped Kashmiri girls". India Today (in ଇଂରାଜୀ). Retrieved 2019-03-11.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ Dharitri. "ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ". Dharitri.com (in ଇଂରାଜୀ). Retrieved 2019-02-18.
- ↑ "ପୁଲୱାମା ଆକ୍ରମଣ ବିରୋଧରେ ବନ୍ଦକୁ ଓଡ଼ିଶାରେ ଜନସମର୍ଥନ, ସାରାରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ". Sambad (in ଆମେରିକୀୟ ଇଂରାଜୀ). 2019-02-18. Retrieved 2019-02-18.
- ↑ Bureau, Samajalive. "ପିଓକେରେ ଭାରତର ବିମାନ ଆକ୍ରମଣ, ବୋମାମାଡ଼ରେ ବହୁ ଆତଙ୍କବାଦୀ ଶିବିର ଧ୍ୱଂସ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-26.
- ↑ Dharitri. "ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍ ଗିରଫ". Dharitri.com (in ଇଂରାଜୀ). Retrieved 2019-03-23.
- ↑ Dharitri. "୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର". Dharitri.com (in ଇଂରାଜୀ). Retrieved 2019-02-16.
- ↑ "Pulwama attack 'matter of grave concern': Pakistan". The Times of India. 15 February 2019. Retrieved 15 February 2019.
{{cite web}}
: Cite has empty unknown parameter:|dead-url=
(help) - ↑ "Pakistan is taking action against Jaish-e-Muhammad, Fawad Chaudhry tells Indian media". Samaa TV (in ଆମେରିକୀୟ ଇଂରାଜୀ). Retrieved 2019-02-17.
- ↑ https://www.washingtonpost.com/world/asia_pacific/indias-modi-promises-retaliation-after-worst-attack-in-kashmir-in-three-decades-kills-dozens/2019/02/15/f5dd55d6-309e-11e9-8781-763619f12cb4_story.html?noredirect=on&utm_term=.01fd8eaa6584
- ↑ "Pulwama terror attack: Pakistani media hails JeM terrorist as 'freedom fighter'". www.timesnownews.com (in ବ୍ରିଟିଶ୍ ଇଂରାଜୀ). Retrieved 2019-02-17.
- ↑ "Condolences pour in from across the globe for Pulwama terror attack". India Today. 14 February 2019. Retrieved 14 February 2019.
- ↑ ୩୩.୦ ୩୩.୧ "US, Russia, France & India's neighbours extend solidarity and support after Pulwama attack". The Economic Times. 14 February 2019.
- ↑ ""ଆମେ ପ୍ରସ୍ତୁତ" ମୋଦିଙ୍କୁ ପତ୍ର ଲେଖି ଜଣାଇଲେ ଋଷିଆ ରାଷ୍ଟ୍ରପତି ପୁଟିନ". Sambad (in ଆମେରିକୀୟ ଇଂରାଜୀ). 2019-02-15. Retrieved 2019-02-16.
- ↑ "Ministry of Foreign Affairs Press Statement: Condolence Letter from Minister for Foreign Affairs Dr Vivian Balakrishnan on the Terror Attack in Pulwama, Jammu & Kashmir, Republic of India, on 14 February 2019". www1.mfa.gov.sg. Archived from the original on 16 February 2019. Retrieved 16 February 2019.
- ↑ Maithripala Sirisena [@MaithripalaS] (14 February 2019). "Extremely saddened about dastardly terror attack killing 40 CRPF (Central Reserve Police Force) Jawans in Balawanapur, South Kashmir (J&K State). The world must condemn such brutal terrorist attacks and take effective action to prevent such incidents in future.@narendramodi" (Tweet) – via Twitter.
{{cite web}}
: Cite has empty unknown parameter:|dead-url=
(help) - ↑ "World leaders condemn Pulwama terror attack". Livemint. 15 February 2019.
- ↑ "UAE condemns terrorist attack on police force in Kashmir". Gulf News. 15 February 2019.
- ↑ Kenneth Juster [@USAmbIndia] (14 February 2019). "The U.S. Mission in India strongly condemns today's terrorist attack in Jammu & Kashmir. We send our heartfelt condolences to the families of the victims. The United States stands alongside India in confronting terror and defeating it. #KashmirTerrorAttack" (Tweet) – via Twitter.
{{cite web}}
: Cite has empty unknown parameter:|dead-url=
(help) - ↑ "US Strongly Condemns Terror Attack On CRPF Jawans In Kashmir's Pulwama". News 18. 14 February 2019.
- ↑ "UN Chief Condemns Pulwama Terror Attack". NDTV. 15 February 2019. Retrieved 15 February 2019.
- ↑ DelhiFebruary 17, Geeta Mohan New; February 17, 2019UPDATED:; Ist, 2019 03:10. "58 nations condemn Pulwama terror attack, US names Pakistan". India Today (in ଇଂରାଜୀ). Retrieved 2019-02-17.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link)
ବାହ୍ୟ ଆଧାର
[ସମ୍ପାଦନା]- "US condemns terrorist attack in J&K’s Pulwama; asks countries to not shelter terrorists" Archived 2019-02-16 at the Wayback Machine., 'DBPOST. 15 February 2019.