୨୦୧୯ ପୁଲୱାମା ଆକ୍ରମଣ

Coordinates: 33°57′53″N 74°57′52″E / 33.96472°N 74.96444°E / 33.96472; 74.96444 (Attack location)
ଉଇକିପିଡ଼ିଆ‌ରୁ
୨୦୧୯ ପୁଲୱାମା ଆକ୍ରମଣ
Part of କାଶ୍ମୀର ସମସ୍ୟା
୨୦୧୯ ପୁଲୱାମା ଆକ୍ରମଣ is located in Jammu and Kashmir
୨୦୧୯ ପୁଲୱାମା ଆକ୍ରମଣ
୨୦୧୯ ପୁଲୱାମା ଆକ୍ରମଣ (Jammu and Kashmir)
ଜମ୍ମୁ ଓ କାଶ୍ମୀରରେ ଆକ୍ରମଣ ସ୍ଥଳୀ
ସ୍ଥାନଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀର, ଭାରତ
Coordinates33°57′53″N 74°57′52″E / 33.96472°N 74.96444°E / 33.96472; 74.96444 (Attack location)
ତାରିଖ14 ଫେବୃଆରୀ 2019 (2019-02-14)
15:15 IST (UTC+05:30)
ଲକ୍ଷ୍ୟସିଆରପିଏଫର ପ୍ରତିରକ୍ଷା ବାହିନୀ
ଆକ୍ରମଣ ପ୍ରକାର
ଆତ୍ମଘାତୀ ବୋମା ବିସ୍ଫୋରଣ, କାର ବୋମା ବିସ୍ଫୋରଣ
ମୃତ୍ୟୁ୪୬ ସିଆରପିଏଫ ଯବାନ, ଜଣେ ଆକ୍ରମଣକାରୀ
ଅମାରାତ୍ମକ କ୍ଷତି
୩୫
Perpetratorsଜୈଶ-ଏ-ମହମ୍ମଦ

ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା ।[୧] ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୩] ଏହି ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟମାନଙ୍କ ଭିତରେ ଦୁଇ ଓଡ଼ିଆ ଥିଲେ । ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା[୪]


୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ।[୫]

ପୃଷ୍ଠଭୂମି[ସମ୍ପାଦନା]

୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା । ଜୁଲାଇ ୨୦୧୫ ମସିହାରେ ତିନି ଜଣ ବନ୍ଧୁକଧାରୀ ଗୁରୁଦାସପୁରଠାରେ ଏକ ବସ ଏବଂ ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ । ୨୦୧୬ ମସିହାରେ ଚାରିରୁ ଛଅ ଜଣ ବନ୍ଧୁକଧାରୀ ପଠାନକୋଟ ବାୟୁସେନା କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ ।[୬] ପାମ୍ପୋରଠାରେ ଆତଙ୍କବାଦୀଗଣ ଆକ୍ରମଣରେ ଫେବୃୟାରୀ ଏବଂ ଜୁନ ମାସ ୨୦୧୬ ମସିହାରେ ଯଥାକ୍ରମେ ୯ ଏବଂ ୮ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହି ସବୁ ଆକ୍ରମଣ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପାଖାପାଖି ଘଟିଥିଲା ।[୨]

ଆକ୍ରମଣ[ସମ୍ପାଦନା]

ଶହୀଦ ଯବାନ[୧][୭][୮]
State Number
ଉତ୍ତର ପ୍ରଦେଶ ୧୨
ରାଜସ୍ଥାନ
ପଞ୍ଜାବ
ଓଡ଼ିଶା
ଉତ୍ତରାଖଣ୍ଡ
ବିହାର
ମହାରାଷ୍ଟ୍ର
ପଶ୍ଚିମ ବଙ୍ଗ
ତାମିଲନାଡୁ
ଆସାମ
କର୍ଣ୍ଣାଟକ
ଜମ୍ମୁ ଓ କଶ୍ମୀର
ହିମାଚଳ ପ୍ରଦେଶ
କେରଳ
ଝାଡ଼ଖଣ୍ଡ
ମଧ୍ୟ ପ୍ରଦେଶ
ଜଣାପଡ଼ିନାହିଁ
ମୋଟ ୪୭

୧୪ ଫେବୃୟାରୀ ୨୦୧୯ ମସିହାରେ ୨୫୦୦ରୁ ଅଧିକ ସିଆରପିଏଫ ପ୍ରତିରକ୍ଷାବାହିନୀ ୭୮ଟି ଗାଡ଼ିରେ ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥ ୪୪ରେ ଯାଉଥିଲେ । ଗାଡ଼ିଗୁଡ଼ିକ ଭୋର ସକାଳ ୩:୩୦ରେ ଜମ୍ମୁରୁ ଯାତ୍ରା ପ୍ରାରମ୍ଭ କରିଥିଲେ । ଆଗରୁ ଜାତୀୟ ରାଜପଥ ଦୁଇ ଦିନ ଧରି ବନ୍ଦ ଥିଲା, ଦୁଇଦିନପାରେ ସେହିଦିନ ଖୋଲିଥିବାରୁ ଏତେ ମାତ୍ରାରେ ସେନା ସ୍ଥାନାନ୍ତରିତ ହେଉଥିଲେ । ସନ୍ଧ୍ୟାପୂର୍ବରୁ ଶ୍ରୀନଗରରେ ପହଁଚିବାର ଯୋଜନା କରାଯାଇଥିଲା ।[୨]

ଗାଡ଼ିଗୁଡ଼ିକ ଅବନ୍ତିପୁରା ନିକଟସ୍ଥ ଲେଠାପୁରା ଦେଇ ଅପରାହ୍ନ ୩:୧୫ରେ ଗତି କରୁଥିଲେ ।[୫] ସେହି ସମୟରେ ପ୍ରଚୁର ମାତ୍ରାରେ ବିସ୍ଫୋଟକ ସାମଗ୍ରୀରେ ଭର୍ତ୍ତି ଏକ ମହିନ୍ଦ୍ରା ସ୍କୋର୍ପିଓ ଆସି କିଛି ଯବାନ ଯାଉଥିବା ଏକ ବୁଲେଟ ପ୍ରୁଫ ନଥିବା ବସକୁ[୯] ଜୋରରେ ଧକ୍କା ଦେଇଥିଲା । ଏକ ୱିସ୍ଫୋଟ ହୋଇଥିଲା ଯେଉଁଥିରେ ଅତି କମରେ ୭୬ତମ ବାଟାଲିୟନର ୪୬ ଜଣ ଯବାନ ଶହୀଦ ହେବ ସହ ଅନେକ ଆଘାତପ୍ରାପ୍ତ ହୋଇଥିଲେ ।[୧]

ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।[୨][୧୦][୨][୧୧] ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାର ନାମକ ବ୍ୟକ୍ତି, ଗତବର୍ଷ ଜୈଶ-ଏ-ମହମ୍ମଦ ସଙ୍ଗଠନରେ ଯୋଗଦାନ କରିଥିଲେ । ସେ ଆକ୍ରମଣ ସ୍ଥଳୀରୁ ମାତ୍ର ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିଲେ ।[୧୨] ପାକିସ୍ତାନ ସରକାର ଏହି ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଛନ୍ତି ।[୧୩]


ତଦନ୍ତ[ସମ୍ପାଦନା]

ବାରଜଣ ସଦସ୍ୟ ବିଶିଷ୍ଟ ଏକ ଜାତୀୟ ତଦନ୍ତ ଏଜେନ୍ସି ଏବଂ ଜମ୍ମୁ ଓ କାଶ୍ମୀର ପୁଲିସ ଏହି ଆକ୍ରମଣର ତଦନ୍ତ କରିବେ ।[୧][୨]

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି କି ସ୍କୋର୍ପିଓରେ ୩୦୦ କିଲୋରୁ ଅଧିକ ବିସ୍ଫୋରକ ସାମଗ୍ରୀ ଥିଲା, ଯେଉଁଥିରେ ୮୦ କିଲୋଗ୍ରାମ ଅରଡିଏକ୍ସ ମଧ୍ୟ ଅନ୍ତର୍ଭୁକ୍ତ ।[୨] [୧୪]ଏହି ଅରଡିଏକ୍ସ ମାସ ମାସ ଧରି କୋଇଲା ବୋଝେଇ ଟ୍ରକଦ୍ୱାରା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା ।[୧୫]

ପରିଣାମ[ସମ୍ପାଦନା]

  • ଏହି ଆକ୍ରମଣରେ ଉତ୍ତେଜିତ ହୋଇ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର କର୍ମୀଗଣ କାଶ୍ମିରୀ ଛାତ୍ରୀଛାତ୍ରଙ୍କୁ ଡେରାଡୁନଠାରେ ମାଡ଼ ମାରିଥିଲେ । ଏଠି ସହ "ହିନ୍ଦୁସ୍ଥାନ କେ ଗଦ୍ଦାରୋଂକୋ ଗୋଲି ମରୋ" ସ୍ଲୋଗାନ ମଧ୍ୟ ଦେଇଥିଲେ । ଏଥିରେ ଭୟଭୀତ ହୋଇ ଛାତ୍ରୀଛାତ୍ରଗଣ ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ । ଅନେକ ଭାରତୀୟ ଅନ୍ୟାନ୍ୟ ସହରରେ କାଶ୍ମିରୀ ଛାତ୍ରୀଛାତ୍ରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏଥିପାଇଁ ଟୋଲ ଫ୍ରି ନମ୍ବର ୧୪୪୧୧ କିମ୍ବା ଏସଏମଏସ ନମ୍ବର ୭୦୮୨୮୧୪୪୧୧ ମଧ୍ୟ ଉପଲବ୍ଧ କରାଯାଇଥିଲା ।[୧୬][୧୭][୧୮] କିନ୍ତୁ କିଛି ସମ୍ବାଦପତ୍ର ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହାକୁ ମିଛ ସମ୍ବାଦ ଏବଂ ଏଭଳି କିଛି ଘଟଣା ଆଦୌ ଘଟିନାହିଁ ବୋଲି କହିଥିଲେ ।[୧୯][୨୦][୨୧] ଏହି ସମ୍ବାଦ ଟ୍ୱିଟରରେ ପ୍ରଚାର କରିବା ଆରମ୍ଭ କରିଥିବାରୁ ଜେଏନୟୁ ଗବେଷଣାକାରୀ ସ୍ନେହା ରଶିଦଙ୍କ ବିରୁଦ୍ଧରେ ଏଫଆଇଆର ଦିଆଯାଇଥିଲା ।[୨୨]
  • ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ୱାନରେ ସୋମବାର, ୧୮ ଫେବୃୟାରୀ ୨୦୧୯ରେ ଦେଶବ୍ୟାପୀ ଦୋକାନବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ କରାଯାଇଥିଲା ।[୨୩] ଓଡ଼ିଶାରେ ଏହାକୁ ଜନସମର୍ଥନ ମିଳିଥିଲା ।[୨୪]
  • ଭାରତର ୧୨ଟି ମିରେଜ-୨୦୦୦ ଲଢୁଆ ବିମାନ ପାକିସ୍ତାନ ଓ଼କ୍ୟୁପାଏଡ କାଶ୍ମୀର ବା ପାକିସ୍ତାନୀ ଭାଷାରେ ଆଜାଦ କାଶ୍ମୀରରେ ଆକ୍ରମଣ କରି ବହୁ ଜୈଶ-ଏ-ମହମ୍ମଦ ସଙ୍ଗଠନର ଶିବିର ଧ୍ୱଂସ କରିଦେଇଥିଲେ । କିଛି କ୍ଷୟକ୍ଷତି ଛବି ପାକିସ୍ତାନ ମେଜର ଜେନେରାଲ ଆସିଫ ଗଫୁର ଟ୍ୱିଟରରେ ଛାଡ଼ି ଭାରତ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରିଥିଲେ ।[୨୫]
  • ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ଜୈସେ ମହମ୍ମଦ ଆତଙ୍କବାଦୀ ସାଜ୍ଜିଦ ଖାନଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । [୨୬]

ପ୍ରତିକ୍ରିୟା[ସମ୍ପାଦନା]

ଭାରତ[ସମ୍ପାଦନା]

  •  India: ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ, ବହୁ ରାଜନୈତିକ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଳିଦାନ ବେକାର ଯିବନି ବୋଲି ଟ୍ୱିଟ କରିଥିଲେ । ସମାଜର ବିଭିନ୍ନ ମହଲରୁ ଶହୀଦ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା ଏବଂ ଦାନ କରାଯାଇଥିଲା ।[୨୭] [୨]

ଅନ୍ତର୍ଜାତୀୟ[ସମ୍ପାଦନା]

  •  Pakistan: ପାକିସ୍ତାନ ଉପରେ ହୋଇଥିବା ଏହି ଆକ୍ଷେପକୁ ସେମାନେ ଏଡ଼େଇ ଦେଇଥିଲେ । ଆକ୍ରମଣରେ ତାଙ୍କର କିଛି ହାତ ନାହିଁ ବୋଲି କୁହାଯାଇଛି [୨୮] ପାକିସ୍ତାନର ଫେଡେରାଲ ତଥ୍ୟ ଅଫିସର ଫୱାଦ ଚୌଧୁରୀ, ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭାରତକୁ ପାକିସ୍ତାନ ଯଥାସାଧ୍ୟ ସହଯୋଗ କରିବ ବୋଲି କହିଥିଲେ ।[୨୯] ଅନ୍ୟ ପକ୍ଷରେ ପାକିସ୍ତାନର ଏକ ଦୈନିକ ଇଂରାଜୀ ଖବରକାଗଜ, ଦ ନେସନ (The Nation) ଏହାର ମୁଖ୍ୟ ପୃଷ୍ଠାରେ "ଜଣେ ସ୍ୱାଧୀନତା ସଂଗ୍ରାମୀ କାଶ୍ମୀରରେ ଜବରଦସ୍ତି କବଜା କରିଥିବା ଅନେକଙ୍କୁ ଆକ୍ରମଣ କରି ମାରିଲେ" ବୋଲି ଲେଖିଥିଲେ ।[୩୦] [୩୧]
  •    Nepal [୩୨],  Russia,[୩୩][୩୪],  Singapore,[୩୫],  Sri Lanka [୩୬] [୩୭],  UAE[୩୮],  USA [୩୯][୪୦], France, Bangladesh, Bhutan, Maldives ଏବଂ  United Nations[୪୧] ଏହି ଆକ୍ରମଣକୁ ନିନ୍ଦା କରିଥିଲେ ।[୩୩] ୫୮ଟି ଦେଶ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କହିଥିଲା ।[୪୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Pulwama attack: India will 'completely isolate' Pakistan". BBC (in ଇଂରାଜୀ). 16 February 2019. Retrieved 16 February 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Jaish terrorists attack CRPF convoy in Kashmir, kill at least 38 personnel". The Times of India. 15 February 2019. Retrieved 15 February 2019. {{cite web}}: Cite has empty unknown parameter: |dead-url= (help)
  3. Dharitri. "ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ". Dharitri.com (in ଇଂରାଜୀ). Retrieved 2019-02-16.
  4. Dharitri. "ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର". Dharitri.com (in ଇଂରାଜୀ). Retrieved 2019-02-16.
  5. ୫.୦ ୫.୧ "Deadliest Kashmir militant attack on troops". BBC News (in ବ୍ରିଟିଶ୍‌ ଇଂରାଜୀ). 14 February 2019. Retrieved 15 February 2019.
  6. Ankit Panda, Gurdaspur, Pathankot, and Now Uri: What Are India's Options?, The Diplomat, 19 September 2016.
  7. "Pulwama terror attack: Complete list of martyred CRPF jawans - Details inside". Times Now (in ବ୍ରିଟିଶ୍‌ ଇଂରାଜୀ). 15 February 2019. Retrieved 15 February 2019. {{cite web}}: Cite has empty unknown parameter: |dead-url= (help)
  8. "At 12, Highest Number of Jawans Martyred in Pulwama Hailed from UP". The Quint (in ଇଂରାଜୀ). Retrieved 15 February 2019.
  9. Dharitri. "ବସ୍‌ଟି ବୁଲେଟ୍‌ ପ୍ରୁଫ୍‌ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ". Dharitri.com (in ଇଂରାଜୀ). Retrieved 2019-02-16.
  10. "India will 'completely isolate' Pakistan" (in English). BBC. 15 February 2019.{{cite web}}: CS1 maint: unrecognized language (link)
  11. Sharma, Neeta (15 February 2019). "Terrorist Lived 10 km From Site Where He Killed 40 Soldiers In Kashmir". NDTV. Retrieved 15 February 2019. {{cite web}}: Cite has empty unknown parameter: |dead-url= (help)
  12. "Terrorist Lived 10 km From Site Where He Killed 40 Soldiers In Kashmir". NDTV.com. Retrieved 2019-03-09.
  13. "How far might India go to 'punish' Pakistan?" (in English). BBC. 15 February 2019.{{cite web}}: CS1 maint: unrecognized language (link)
  14. "Pulwama attack: Seven detained, 80 kg high-grade RDX used by Jaish terrorist". dna. 16 February 2019.
  15. Dharitri. "ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ". Dharitri.com (in ଇଂରାଜୀ). Retrieved 2019-02-19.
  16. "'Mob is everywhere, we're scared': In Dehradun, Kashmiri students lock themselves in rooms fearing attacks". The Indian Express (in Indian English). 2019-02-16. Retrieved 2019-02-17.
  17. DelhiFebruary 16, India Today Web Desk New; February 16, 2019UPDATED:; Ist, 2019 23:44. "Pulwama attack: Kashmiri students from various parts of India allege harassment, CRPF launches helpline". India Today (in ଇଂରାଜୀ). Retrieved 2019-02-17. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  18. "Pulwama attack fallout: Kashmiri students in Dehradun allege attacks by Bajrang Dal, VHP activists - Times of India". The Times of India. Retrieved 2019-02-17.
  19. "Do NOT circulate fake news saying Kashmiri students are being harassed: CRPF - Times of India". The Times of India. Retrieved 2019-03-11.
  20. "Uttarakhand CM dismisses reports of ill-treatment of Kashmiri students in Dehradun". www.timesnownews.com (in ବ୍ରିଟିଶ୍‌ ଇଂରାଜୀ). Retrieved 2019-03-11.
  21. "Do NOT circulate fake news saying Kashmiri students are being harassed: CRPF - Times of India". The Times of India. Retrieved 2019-03-11.
  22. DelhiFebruary 19, India Today Web Desk New; February 19, 2019UPDATED:; Ist, 2019 10:09. "Pulwama attack aftermath: FIR against Shehla Rashid for tweet on trapped Kashmiri girls". India Today (in ଇଂରାଜୀ). Retrieved 2019-03-11. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  23. Dharitri. "ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ". Dharitri.com (in ଇଂରାଜୀ). Retrieved 2019-02-18.
  24. "ପୁଲୱାମା ଆକ୍ରମଣ ବିରୋଧରେ ବନ୍ଦକୁ ଓଡ଼ିଶାରେ ଜନସମର୍ଥନ, ସାରାରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ". Sambad (in ଆମେରିକୀୟ ଇଂରାଜୀ). 2019-02-18. Retrieved 2019-02-18.
  25. Bureau, Samajalive. "ପିଓକେରେ ଭାରତର ବିମାନ ଆକ୍ରମଣ, ବୋମାମାଡ଼ରେ ବହୁ ଆତଙ୍କବାଦୀ ଶିବିର ଧ୍ୱଂସ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-26.
  26. Dharitri. "ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଗିରଫ". Dharitri.com (in ଇଂରାଜୀ). Retrieved 2019-03-23.
  27. Dharitri. "୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର". Dharitri.com (in ଇଂରାଜୀ). Retrieved 2019-02-16.
  28. "Pulwama attack 'matter of grave concern': Pakistan". The Times of India. 15 February 2019. Retrieved 15 February 2019. {{cite web}}: Cite has empty unknown parameter: |dead-url= (help)
  29. "Pakistan is taking action against Jaish-e-Muhammad, Fawad Chaudhry tells Indian media". Samaa TV (in ଆମେରିକୀୟ ଇଂରାଜୀ). Retrieved 2019-02-17.
  30. https://www.washingtonpost.com/world/asia_pacific/indias-modi-promises-retaliation-after-worst-attack-in-kashmir-in-three-decades-kills-dozens/2019/02/15/f5dd55d6-309e-11e9-8781-763619f12cb4_story.html?noredirect=on&utm_term=.01fd8eaa6584
  31. "Pulwama terror attack: Pakistani media hails JeM terrorist as 'freedom fighter'". www.timesnownews.com (in ବ୍ରିଟିଶ୍‌ ଇଂରାଜୀ). Retrieved 2019-02-17.
  32. "Condolences pour in from across the globe for Pulwama terror attack". India Today. 14 February 2019. Retrieved 14 February 2019.
  33. ୩୩.୦ ୩୩.୧ "US, Russia, France & India's neighbours extend solidarity and support after Pulwama attack". The Economic Times. 14 February 2019.
  34. ""ଆମେ ପ୍ରସ୍ତୁତ" ମୋଦିଙ୍କୁ ପତ୍ର ଲେଖି ଜଣାଇଲେ ଋଷିଆ ରାଷ୍ଟ୍ରପତି ପୁଟିନ". Sambad (in ଆମେରିକୀୟ ଇଂରାଜୀ). 2019-02-15. Retrieved 2019-02-16.
  35. "Ministry of Foreign Affairs Press Statement: Condolence Letter from Minister for Foreign Affairs Dr Vivian Balakrishnan on the Terror Attack in Pulwama, Jammu & Kashmir, Republic of India, on 14 February 2019". www1.mfa.gov.sg. Archived from the original on 16 February 2019. Retrieved 16 February 2019.
  36. Maithripala Sirisena [@MaithripalaS] (14 February 2019). "Extremely saddened about dastardly terror attack killing 40 CRPF (Central Reserve Police Force) Jawans in Balawanapur, South Kashmir (J&K State). The world must condemn such brutal terrorist attacks and take effective action to prevent such incidents in future.@narendramodi" (Tweet) – via Twitter. {{cite web}}: Cite has empty unknown parameter: |dead-url= (help)
  37. "World leaders condemn Pulwama terror attack". Livemint. 15 February 2019.
  38. "UAE condemns terrorist attack on police force in Kashmir". Gulf News. 15 February 2019.
  39. Kenneth Juster [@USAmbIndia] (14 February 2019). "The U.S. Mission in India strongly condemns today's terrorist attack in Jammu & Kashmir. We send our heartfelt condolences to the families of the victims. The United States stands alongside India in confronting terror and defeating it. #KashmirTerrorAttack" (Tweet) – via Twitter. {{cite web}}: Cite has empty unknown parameter: |dead-url= (help)
  40. "US Strongly Condemns Terror Attack On CRPF Jawans In Kashmir's Pulwama". News 18. 14 February 2019.
  41. "UN Chief Condemns Pulwama Terror Attack". NDTV. 15 February 2019. Retrieved 15 February 2019.
  42. DelhiFebruary 17, Geeta Mohan New; February 17, 2019UPDATED:; Ist, 2019 03:10. "58 nations condemn Pulwama terror attack, US names Pakistan". India Today (in ଇଂରାଜୀ). Retrieved 2019-02-17. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)

ବାହ୍ୟ ଆଧାର[ସମ୍ପାଦନା]