ଋଷିଆ

ଉଇକିପିଡ଼ିଆ ରୁ
(Russiaରୁ ଲେଉଟି ଆସିଛି)
Jump to navigation Jump to search
Russian Federation

Российская Федерация
Rossiyskaya Federatsiya
Flag of Russia
Coat of arms of Russia
Flag Coat of arms
Location of Russia
ରାଜଧାନୀMoscow
ବୃହତ୍ତମ ସହରcapital
ସରକାରୀ ଭାଷାRussian official throughout the country; 27 others co-official in various regions
ଜାତି
(2010)
81% Russians
3.7% Tatars
1.4% Ukrainians
1.1% Bashkirs
1% Chuvashes
11.8% others and unspecified[୧]
ଜାତୀୟତାRussian
GovernmentFederal semi-presidential constitutional republic
• President
Vladimir Putin
Dmitry Medvedev
ବିଧାନ ମଣ୍ଡଳFederal Assembly
• ଉଚ୍ଚ ସଦନ
Federation Council
• ନିମ୍ନ ସଦନ
State Duma
Formation
862
882
1169
1283
16 January 1547
22 October 1721
7 November 1917
10 December 1922
• Russian Federation
25 December 1991
କ୍ଷେତ୍ରଫଳ
• ମୋଟ
17,075,400 km2 (6,592,800 sq mi) (1st)
• ଜଳଭାଗ (%)
13[୨] (including swamps)
ଲୋକସଂଖ୍ୟା
• 2012 estimate
143,056,383[୩] (8th)
• ଘନତା
8.3/km2 (21.5/sq mi) (217th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2011 estimate
• ମୋଟ
$2.383 trillion[୪]
• ମୁଣ୍ଡପିଛା
$16,736[୪]
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2011 estimate
• ମୋଟ
$1.850 trillion[୪]
• ମୁଣ୍ଡପିଛା
$12,993[୪]
ଜିନି ଗୁଣାଙ୍କ  (2008)42.3[୫] (83rd)
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2011)increase 0.755[୬]
Error: Invalid HDI value · 66th
ମୁଦ୍ରାRuble (RUB)
ସମୟ ମଣ୍ଡଳUTC+3 to +12 (exc. +5)
ତାରିଖ ସଜାଣିdd.mm.yyyy
ରାସ୍ତା ଚାଲିବା ପାଖright
ଟେଲିଫୋନ କୋଡ଼+7
Internet TLD.ru, .su, .рф

ଋଷିଆ ଇଉରୋପଏସିଆରେ ଥିବା ଏକ ଦେଶ। ଏହିପରି ଦେଶକୁ ଯୁରେସିଆ ଦେଶ କୁହାଯାଏ।

ଇତିହାସ[ସମ୍ପାଦନା]

ଏହି ରାଷ୍ଟ୍ରର ଇତିହାସ ସ୍ଲାଭ୍ ଗୋଷ୍ଠୀ (East Slavs)ରୁ ଆରମ୍ଭ ହୋଇଥାଏ । ଏହି ସ୍ଲାଭ୍ ଗୋଷ୍ଠୀ ଖ୍ରୀଷ୍ତାବ୍ଦ ତୃତୀୟ ଶତାବ୍ଦୀରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ୟୁରୋପର ଏକ ଜଣାଶୁଣା ଗୋଷ୍ଠୀ ଭାବରେ ପରିଦୃଶ୍ୟ ହୋଇଥିଲା । ନବମ ଶତାବ୍ଦୀରେ ମଧ୍ୟଯୁଗୀୟ ରୁଷ୍ ଭାରାନ୍ଦିଆନ୍ ( Varangian) ନାମକ ଏକ ବିଶିଷ୍ଟ ଯୋଦ୍ଧା ଗୋଷ୍ଠୀ ଏବଂ ସେମାନଙ୍କର ଉତ୍ତରାଧିକାରୀମାନଙ୍କଦ୍ୱାରା ପ୍ରତିଷ୍ଠିତ ହୋଇ ଶାସିତ ହୋଇଥିଲା । ୯୮୮ରୁ ବିଜାଣ୍ଟାଇନ ସାମ୍ରାଜ୍ୟ ( Byzantine Empire) ସମୟରେ ଏହି ରାଷ୍ଟ୍ର ରକ୍ଷଣଶୀଳ ଖ୍ରୀଷ୍ଟ ଧର୍ମକୁ ରାଷ୍ଟ୍ରୀୟ ଧର୍ମ ରୂପେ ଗ୍ରହଣ କରିଥିଲା । ପରବର୍ତ୍ତି ସହସ୍ରାବ୍ଦ ପର୍ଯ୍ୟନ୍ତ ଏହି ବିଜାଣ୍ଟାଇନ ଓ ସ୍ଲାଭିକ ସଭ୍ୟତାର ମିଶ୍ରଣ ହିଁ ରୁଷିୟ ସଭ୍ୟତାର ସଂଜ୍ଞାକୁ ବୁଝାଉ ଥିଲା । ଶେଷରେ ରୁଷ ଖଣ୍ଡ ଖଣ୍ଡ ହୋଇ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ଭାଗ ହୋଇ ଯାଇଥିଲା । ସଂଖ୍ୟାଧିକ ରାଜ୍ୟ ମଙ୍ଗୋଲିୟ ଆକ୍ରମଣକାରୀମାନଙ୍କଦ୍ୱାରା ଅଧିକୃତ ହୋଇ, ଗୋଲଡେନ୍ ହୋର୍ଡ଼ (Golden Hord ) ଯାଯାବର ଜାତିଦ୍ୱାରା ରକ୍ଷଣା ବେକ୍ଷଣ ହୋଇଥିଲା ।ପରବର୍ତ୍ତି କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ ଠାରୁ ସ୍ୱାଧିନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା । ଅଷ୍ଟାଦଶ ଶତାବ୍ଦୀ ବେଳକୁ ଏହି ରାଷ୍ଟ୍ର, ବିଜୟ ଲାଭ, ସଂଯୋଗ ଓ ଆବିଷ୍କାର ଫଳରେ ବର୍ଦ୍ଧିତ ହୋଇ ଋଷିୟ ସାମ୍ରାଜ୍ୟ ଭାବରେ ଇତିହାସରେ ପରିଚିତ ହୋଇଥିଲା । ଏହା ୟୁରୋପର ପୋଲାଣ୍ଡ ଠାରୁ ଉତ୍ତର ଆମେରିକାର ଆଲାସ୍କା ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

ଆଇଭାନ -ତୃତୀୟ (The Great) ପ୍ରଥମେ ରୁଷିୟ ଗ୍ରାଣ୍ଡ୍ ଡିଉକ୍ (Grand Duke of all the Russians) ଉପାଧି ପାଇଥିଲେ l ସିଏ ହିଁ ଗୋଲଡେନ୍ ହୋର୍ଡ଼ର ନିୟନ୍ତ୍ରଣରୁ ରୁଷିୟକୁ ସମ୍ପୁର୍ଣ ମୁକ୍ତ କରିଥିଲେ ଏବଂ ପୁରା କେନ୍ଦ୍ରିୟ ଓ ଉତ୍ତର ରୁଷକୁ ଏକତ୍ରୀକରଣ କରି ମସ୍କୋ ଶାସନାଧିନ ରଖାଇଥିଲେ । ୧୪୫୩ରେ ତାଙ୍କ ଶାସନାଧିନରେ, କନଷ୍ଟlନ୍ତିନୋପଲ୍ର ପତନ ପରେ ମସ୍କୋ ନିଜକୁ ପ୍ରାଚ୍ୟ ରୋମାନ୍ ସାମ୍ରାଜ୍ୟର ଉତ୍ତରାଧିକାରୀ ରୁପେ ଘୋଷଣା କରିଥିଲା । ୧୫୪୭ରେ ଗ୍ରାଣ୍ଡ୍ ଡିଉକ୍ ଆଇଭାନ୍ ଚତୁର୍ଥ, ଔପଚାରିକ ଭାବରେ ରୁଷିଆର ପ୍ରଥମ ଜାର୍(Tsar)ର ମୁକୁଟ ପରିଧାନ କରିଥିଲେ l ସେ ଏକ ନୁତନ ଆଇନ୍ (code of laws)(Sudebnik of 1550)ପ୍ରବର୍ତ୍ତନ କରାଇ ଥିଲେ l ସେ ରୁଷିୟlର ପ୍ରଥମ ସାମନ୍ତ ଶ୍ରେଣୀ ପ୍ରତିନିଧି ସଭା ପ୍ରତିଷ୍ଠା କରିଥିଲେ ଓ ଗ୍ରାମାଞ୍ଚଳରେ ସ୍ଥାନୀୟ ସ୍ୱୟଂଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ । ତାଙ୍କରର ଦୀର୍ଘ ଶାସନ କାଳରେ ନିର୍ଧାରିତ ବୃହତ୍ ରୁଷିୟ ରାଜ୍ୟର କ୍ଷେତ୍ର ପାଖାପାଖି ଦୁଇଗୁଣିତ ଭାବରେ ବୃଦ୍ଧି ପାଇଥିଲା । ଖାନ୍ ଶାସନାଧିନ ତାତାର୍, କାଜାନ୍, ଭଲଗା ନଦୀ ସହିତ ଆସ୍ତ୍ରlଖାନ୍ ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ସାଇବେରିଆର ଖାନ୍ ଶାସନାଧିନ ସାଇବେରିଆ ଏହାର ଅନ୍ତର୍ଗତ ହୋଇଥିଲା । ଏହିପରି ଭାବରେ ଶୋଡଶ ଶତାବ୍ଦୀ ଶେଷ ବେଳକୁ ରୁଷିଆ ବିଭିନ୍ନ ସମ୍ପ୍ରଦାୟର ମିଶ୍ରଣରେ ୟୁରୋପର ପ୍ରଧାନ ଭୁଭାଗ ଏ ପାଖରୁ ସେପାଖ ପର୍ଯ୍ୟନ୍ତ ରୁପାନ୍ତରିତ ହୋଇଯାଇଥିଲା ।

ବଲଟିକ୍ ସାଗର ଉପକୁଳରେ ପ୍ରବେଶ ଅଧିକାର ଓ ସାମୁଦ୍ରିକ ବାଣୀଜ୍ୟ ପାଇଁ ପୋଲାଣ୍ଡ, ଲିଥୁନିଆ ଓ ସ୍ୱିଡେନର ମିଳିତ ଶକ୍ତି ସଂଗେ ଯେଉଁ ଦୀର୍ଘ ଓ ଅସଫଳ ଲିଭୋନିଆଁ ଯୁଦ୍ଧ (Livonian war)ହୋଇଥିଲା ତାହା ରୁଷିଆର ଜାର୍ ଶାସନକୁ ଦୁର୍ବଳ କରିଦେଇଥିଲା l ସେହି ସମୟରେ ଗୋଲଡେନ୍ ହୋର୍ଡ଼ ଦଳର ଏକମାତ୍ର ବଂଶଧର କ୍ରିମୀୟାନ୍ ଖାନାଟ୍ (Crimean Khanate)ରୁଷିଆ ଉପରେ ଅତର୍କିତ ଆକ୍ରମଣ ଚାଲୁ ରଖିଥିଲେ । ୧୫୭୧ରେ ଖାନାତସ, କ୍ରିମୀୟାନ୍ ଓ ସେମାନଙ୍କର ଓତମାନ୍ ମିଳିତ ଶକ୍ତି ଭଲ୍ଗା ପୁନରୁଦ୍ଧାର ପାଇଁ କେନ୍ଦ୍ରିୟ ରୁଷିଆକୁ ଆକ୍ରମଣ କରି, ମସ୍କୋର କିଛି ଅଂଶ ଜଳାଇ ଦେଇଥିଲେ l କିନ୍ତୁ ତା ପର ବର୍ଷ ଏହି ଆକ୍ରମଣକାରୀ ସୈନ୍ୟ ବାହିନୀ, ଋଷିୟମାନଙ୍କଦ୍ୱାରା ମୋଲୋଦୀ ଯୁଦ୍ଧରେ ସମ୍ପୁର୍ଣ ଭାବରେ ପରାସ୍ତ ହୋଇ, ରୁଷିଆରେ ଓତୋମାନ୍-କ୍ରିମୀୟାନ୍ ପ୍ରସାରଣକୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲା, କିନ୍ତୁ ରୁଷିଆରେ କ୍ରିମୀୟାନମାନଙ୍କର ଅତର୍କିତ ଆକ୍ରମଣ ସପ୍ତଦଶ ଶତାବ୍ଦୀର ଶେଷଭାଗ ପର୍ଯନ୍ତ ବନ୍ଦ ହୋଇନଥିଲା । ୧୫୯୮ରେ ଆଇଭାନଙ୍କ ପୁଅମାନଙ୍କ ମୃତ୍ୟୁ ପ୍ରାଚୀନ ରୁରିକ୍ ରାଜବଂଶର ପୂର୍ଣ୍ଣଚ୍ଛେଦ ପକାଇଦେଇଥିଲା, ତା ସହିତ ୧୬୦୧ରୁ ୧୬୦୩ର ଦୁର୍ଭିକ୍ଷ ରୁଷିଆରେ ଗୃହ ଯୁଦ୍ଧ ଆଡ଼କୁ ବାଟ କଢାଇ ନେଇଥିଲା । ୧୬୧୩ରେ ରୋମlନୋଭ୍ ରାଜବଂଶ ସିଂହାସନ ଆରୋହଣ କରିଥିଲା ଏବଂ ଏହାର ଶାସନ କାଳରେ ଦେଶ ଧିରେ ଧିରେ ସଂକଟ କାଳରୁ ପୁର୍ବାବସ୍ଥାକୁ ଫେରି ଆସିଥିଲା ।

ସପ୍ତଦଶ ଶତାବ୍ଦୀରେ କୋସାକସ୍ (Cossacks)ମାନଙ୍କ ସମୟରେ ରୁଷିଆ ତାର କ୍ଷେତ୍ର ବୃଦ୍ଧିକୁ କ୍ରମାଗତ ଭାବରେ ଚାଲୁରଖିଥିଲା । ୧୬୪୮ରେ ୟୁକ୍ରେନର କୃଷକ ଶ୍ରେଣୀ ପୋଲିଶ ଶାସନ ସମୟରେ ସେମାନଙ୍କର ସାମାଜିକ ଓ ଧାର୍ମିକ ନିର୍ଯ୍ୟତନାରେ ଅତିଷ୍ଠ ହୋଇ, ଜାପୋରଝିୟାନ୍ କୋସାକସମାନଙ୍କ ସହ ଏକାଠି ହୋଇ, ପୋଲାଣ୍ଡ -ଲିଥୁନିଆ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ କରିଥିଲେ । ୧୬୫୪ରେ ୟୁକ୍ରେନ୍ରର ନେତା ଭୋଦାନ୍ କ୍ଷେନୁଷ୍କୀ (Bohdan Khmelnytsky) ରୁଷିୟ ଜାର୍ ଆଲେକସେ (Aleksey )ଙ୍କ ଆଶ୍ରୟରେ ରହିବାକୁ ଚାହିଁଥିଲେ l ଆଲେକସେ ସେହି ପ୍ରସ୍ତାବରେ ରାଜି ହୋଇ ପୋଲାଣ୍ଡ୍ ସହିତ ଯୁଦ୍ଧ କରିଥିଲେ l ତାହା ଥିଲା ରୁଷୋ -ପୋଲିଶ୍ ଯୁଦ୍ଧ (Russo-polish war ୧୬୫୪ରୁ୧୬୬୭) । ଶେଷରେ ୟୁକ୍ରେନ୍ ଭାଗ ହୋଇ ପଶ୍ଚିମ ଦେଶ ପୋଲିଶ୍ ଶାସନାଧିନ ଓ ପୁର୍ବ ଦେଶ ରୁଷିଆ ଶାସନାଧିନ ରହିଲା । ଯେତେବେଳେ ,ବଲଟିକ୍ ସାଗର ଉପକୁଲରେ ପ୍ରବେଶର ଅଧିକାର ଓ ସାମୁଦ୍ରିକ ବାଣୀଜ୍ୟ ପାଇଁ ଯେଉଁ ଦୀର୍ଘ ଲିଭୋନୀୟ ଯୁଦ୍ଧ ପୋଲାଣ୍ଡ୍ ,ଲିଥୁନିଆ ଓ ସୁଇଡେଂ ସଂଗେ ସଫଳ ହୋଇପାରି ନ ଥିଲା ତାହା କ୍ରମେ ଜାର୍ ଶାସନକୁ ଦୁର୍ବଳ କରିଦେଇଥିଲା । ଠିକ ସେହି ସମୟରେ କ୍ରିମିଆନ୍ ଖାନାଟ୍ (Crimean Khanate) ଗୋଲଡେନ୍ ହୋର୍ଡ଼ (Golden Horde)ର ଏକମାତ୍ର ବଂଶଧର ଅବିଛିନ୍ନ ଭାବରେ ଦାକ୍ଷୀଣାତ୍ୟ ରୁଷିଆ ଉପରେ ଅତିର୍କିତ ଆକ୍ରମଣ ଚାଲୁ ରଖିଥିଲେ l ୧୫୭୧ରେ ଭାଲଗାର ପୁନରୁଦ୍ଧାର ପାଇଁ ଖାନାତସ୍, କ୍ରିମୀଆନ ଓ ସେମାନନ୍କର ଓତମାନ୍ ମିଳିତ ଶକ୍ତି କେନ୍ଦ୍ରିୟ ରୁଷିଆକୁ ଆକ୍ରମଣ କରି, ମସ୍କୋର କିଛି ଅଂଶ ଜାଳି ନଷ୍ଟ କରିଦେଇଥିଲେ । ତା' ପର ବର୍ଷ ଏହି ଆକ୍ରମଣକାରୀ ସୈନ୍ୟ ବାହିନୀ, ରୁଷିୟମାନଙ୍କଦ୍ୱାରା ସମ୍ପୂର୍ଣ୍ଣ ଭାବରେ ମୋଲୋଦି ଯୁଦ୍ଧରେ ପରାସ୍ତ ହୋଇ ରୁଷିଆରେ ଓତୋମାନ୍-କ୍ରିମିଆନ୍ ପ୍ରସାରଣର ଭୟ ସବୁଦିନ ପାଇ ବନ୍ଦ ହୋଇଯାଇଥିଲା । କିନ୍ତୁ କ୍ରିମିଆନର ଅତର୍କିତ ଆକ୍ରମଣ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ବନ୍ଦ ହୋଇନଥିଲା ।

୧୫୯୮ରେ ଆଇଭାନଙ୍କ ପୁଅମାନଙ୍କ ମୃତ୍ୟୁ ପ୍ରାଚୀନ ରିଉରିକ ରାଜବଂଶର ପୂର୍ଣ୍ଣଛେଦକୁ ସ୍ପଷ୍ଟ କରିଦେଇଥିଲା l ତା ସହିତ ୧୬୦୧-୧୬୦୩ର ଦୁର୍ଭିକ୍ଷ, ରଷିଆରେ ଗୃହଯୁଦ୍ଧର କାରଣ ହୋଇଥିଲା l ତେବେ ୧୬୧୩ରେ ରୋମାନୋଭ୍ ରାଜବଂଶ (Romanov Dynasty )ର ସିଂହାସନ ଆରୋହଣ ପରେ ଏହି ଦେଶ ଧିରେ ଧିରେ ସଂକଟ ଅବସ୍ଥାରୁ ,ପୁର୍ବ ସ୍ୱାଭାବିକ୍ ଅବସ୍ଥାକୁ ଫେରି ଆସିଥିଲା ।

ସପ୍ତଦଶ ଶତାବ୍ଦୀରେ ରୁଷିଆ ତାର କ୍ଷେତ୍ର ବୃଦ୍ଧିକୁ କ୍ରମାଗତ ଭାବରେ ଚାଲୁ ରଖିଥିଲା ,ଯାହାକି କୋସାକ୍ସ (Cossacks )ମାନଙ୍କର ସମୟ ଥିଲା l କୋସାକ୍ସ୍ ମାନେ ବିଖ୍ୟାତ ଅଶ୍ୱାରୋହୀ ଭାବରେ ଖ୍ୟାତ ରୁଷିଆର ଏକ ସଙ୍ଗଠିତ ଯୋଦ୍ଧା ଗୋଷ୍ଠୀ । ୧୬୪୮ରେ ୟୁକ୍ରେନ୍ର କୃଷକ ଶ୍ରେଣୀ ଜାପୋରଝିୟାନ୍ କୋସାକ୍ସ୍ (Zaporozhian Cossacks)ମାନଙ୍କ ସହିତ ଏକାଠି ହୋଇ ପୋଲାଣ୍ଡ୍-ଲିଥୁନିଆ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ କରିଥିଲେ l ପୋଲିଶ (Polish ) ଶାସନ ସମୟରେ ସେମlନଂକ ଉପରେ ହୋଇଥିବା ସାମାଜିକ ଓ ଧାର୍ମିକ ନିର୍ଯ୍ୟlତନାର ଏହା ଥିଲା ପ୍ରତିଉତ୍ତର l ୧୬୫୪ରେ ୟୁକ୍ରେନ୍ର ନେତା ବୋହଦାନ୍ କ୍ଷେମେନୁତଷ୍କୀ (Bohdan Khmelnytsky ) ୟୁକ୍ରେନ୍କୁ ରୁଷିୟ ଜାର୍ ଆଲେକସେ (Aleksey 1 )ଙ୍କ ଆଶ୍ରୟରେ ରଖିବାକୁ ଚାହିଁ ଥିଲେ l ଆଲେକସେ ସେହି ପ୍ରସ୍ତାବରେ ରାଜି ହୋଇ ପୋଲାଣ୍ଡ୍ ସହିତ ଏକ ଯୁଦ୍ଧ କରିଥିଲେ, ଯାହାକି ରୁଷୋ-ପୋଲିଶ୍ ଯୁଦ୍ଧ (Russo -Polish War ) (୧୬୫୪ -୧୬୬୭ ) ନାମରେ ଖ୍ୟlତ l ଶେଷରେ ୟୁକ୍ରେନ୍ ଖଣ୍ଡ ହୋଇ ପଶ୍ଚିମ ଅଂଶ ପୋଲିଶ୍ ଶାସନାଧିନ ଓ ପୁର୍ବ ଦେଶ ରୁଷିଆ ଶାସନାଧିନ ରହିଲା ।

କୋସାକ୍ସମାନଙ୍କର ମୁଲ୍ୟବାନ ଫର୍(ପଶୁ ଲୋମ )ଓ ହାତୀ ଦାନ୍ତ ପାଇବାରର ଅନୁସନ୍ଧାନ ,ରୁଷିୟମାନଙ୍କୁ ପୁର୍ବଦିଗ ଆଡକୁ ଆବିଷ୍କାର ତଥା ସାଇବେରିଆର ବିଶାଳ ଭୁଭାଗରେ ଉପନିବେଶୀକରଣ ପାଇଁ ବାଟ କଢlଇ ଥିଲା । ପୂର୍ବ ଦିଗରେ ରୁଷିୟମାନଙ୍କର ଅନୁଧାବନ ମୁଖ୍ୟତଃ ସାଇବେରିଆ ନଦୀ କୁଳେ କୁଳେ ଥିଲା l ସପ୍ତଦଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ପୁର୍ବ ସାଇବେରିଆର ଅମୁର ନଦୀ କୁଳବର୍ତୀ' ଚୁକଚୀ ଉପଦ୍ଦିପ(Chukchi Peninsula ) ଓ ପାସିଫିକ୍ ଉପକୁଳରେ(Pacific coast ) ରୁଷିୟ ବସତି ସ୍ଥାପନ ହୋଇଯାଇଥିଲା ।

୧୭୨୧ରେ ପିଟର୍ ଦି ଗ୍ରେଟ୍ (Peter the Great )ଙ୍କ ଅଧିନରେ ରୁଷିଆକୁ ବିଧିବଦ୍ଧ ଭାବରେ ଏକ ସାମ୍ରାଜ୍ୟ ହିସାବରେ ଘୋଷଣା କରାଯାଇଥିଲା ଏବଂ ରଷିଆ ପୃଥିବୀର ଏକ ଶକ୍ତିଶାଳୀ ରାଷ୍ଟ୍ର ହିସାବରେ ପରିଚିତି ଲାଭ କରିଥିଲା l ୧୬୮୨ରୁ ୧୭୨୫ ପର୍ଯ୍ୟନ୍ତ ନିଜର ଶାସନ କାଳ ମଧ୍ୟରେ ପିଟର୍ , ଗ୍ରେଟ୍ ନରଦନ୍ ଯୁଦ୍ଧରେ(Great Northen War ) ସୁଇଡେନକୁ ପରାସ୍ତ କରି କେରେଲିଆ ଓ ଇଙ୍ଗ୍ରିଆ(West Kerelia and Ingria) ରୁଷିଆ ହରାଇଥିବା ଦୁଇଟି ଅଞ୍ଚଳ, ତା ସହିତ ଇଷ୍ଟ୍ ଲ୍ୟାଣ୍ଡ ଓ ଲିଭଲ୍ୟlଣ୍ଡ୍କୁ ଅକ୍ତିଆର କରିଥିଲେ ଏବଂ ସମୁଦ୍ର ଓ ସାମୁଦ୍ରିକ ବାଣୀଜ୍ୟ ବ୍ୟବହାରକୁ ସୁରକ୍ଷିତ କରାଇଥିଲେ । ବାଲଟିକ୍ ସମୁଦ୍ର କୁଳରେ ସେ," ସେଣ୍ଟ୍ ପିଟର୍ସ୍ ବର୍ଗ "ନାମରେ ନୁତନ ରାଜଧାନୀ ପ୍ରତିଷ୍ଠା କରିଥିଲେ l ପରେ ତାହା Russia ' s Window to Europe ନାମରେ ଜଣlଶୁଣା ହୋଇଥିଲା l ପିଟର୍ ,ପାଶ୍ଚାତ୍ୟ ୟୁରୋପ୍ର ପ୍ରଭାବରେ ରଷିଆରେ ବିଭିନ୍ନ ପରିବର୍ତନ ଅଣlଇଥିଲେ ।

୧୭୪୧-୧୭୬୨ ଥିଲା ପିଟର୍-୧ଙ୍କ ଝିଅ ଏଲିଜାବେଥଙ୍କ ଶାସନ କାଳ । ସେହି ସମୟରେ ରୁଷିଆ ,ସାତ ବର୍ଷର ଯୁଦ୍ଧ(Seven Years ' War ) (1756 -63 )ରେ ସାମିଲ୍ ହୋଇଥିଲା । ଏହି ଯୁଦ୍ଧ ସମୟରେ କିଛି ସମୟ ପାଇଁ ପୁର୍ବ ପ୍ରୁସିଆ ,ଏଭଳିକି ବର୍ଲିନ୍ ,ରଷିଆ ସହ ମିଶି ଯାଇଥିଲା l ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ଏହି ସବୁ ବିଜିତ ରାଜ୍ୟ ଗୁଡିକୁ, ପ୍ରୁସିଆ ସପକ୍ଷ ବାଦୀ ରୁଷିୟ ସମ୍ରାଟ୍ ତୃତୀୟ ପିଟର, ପ୍ରୁସିଆ ରାଜ୍ୟକୁ ଫେରାଇ ଦେଇଥିଲେ ।

୧୭୬୨-୯୬ ଥିଲା ରଷିଆର ପ୍ରବ୍ରୁଦ୍ଧ ଯୁଗ । ଏହି ସମୟରେ ଶାସନର ନେତୃତ୍ୱ ନେଇଥିଲେ ଦ୍ୱିତୀୟ କ୍ୟlଥେରିନ (The Great ) l ସେ ରୁଷିଆର ରାଜନୈତିକ ନିୟନ୍ତ୍ରଣକୁ ପୋଲାଣ୍ଡ୍ -ଲିଥୁନିଆ ରାଜ୍ୟ ଉପରେ ବିସ୍ତାରିତ କରିଥିଲେ l ପୋଲଣ୍ଡ୍ ବିଭାଜନ ସମୟରେ ସେହି ରାଜ୍ୟର ଅନେକ ଅଂଶକୁ ରୁଷିଆ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିଥିଲେ, ପଶ୍ଚିମ ଦିଗରେ ରୁଷିଆର ସୀମାକୁ କେନ୍ଦ୍ରିୟ ୟୁରୋପ ଭିତର ପର୍ଯ୍ୟନ୍ତ ବଢାଇ ଦେଇଥିଲେ |ଓତୋମାନ୍ ସାମ୍ରାଜ୍ୟ ବିରୁଦ୍ଧରେ ରୁଷୋ- ଟର୍କିସ୍ ଯୁଦ୍ଧ(Russo - Turkish Wars )ରେ କ୍ରିମିଆନ୍ ଖାନତ୍ଙ୍କୁ ପରାସ୍ତ କରି କ୍ୟାଥେରିନ୍ ରୁଷିଆର ସୀମାକୁ ଦକ୍ଷିଣ ପଟେ ବ୍ଲାକ୍ ସି(Black Sea ) ପର୍ଯ୍ୟନ୍ତ ବଢାଇ ଦେଇଥିଲେ l ଓଟୋମାନ୍ (Ottoman ) ମାନଂକ ଉପରେ ବିଜୟର ପରିଣାମରେ ଉନବିଂଶ ଶତାବ୍ଦୀର ଆରମ୍ଭରେ ରଷିଆ ଉଲ୍ଲେଖନୀୟ ଭାବରେ କକେସିଆ ଅଂଚଳ ଅଧିକାର କରିଥିଲା । ପ୍ରଥମ ଆଲେକଜାନ୍ଦର୍ ୧୮୦୧ରୁ ୧୮୨୫ ପର୍ଯ୍ୟନ୍ତ ଶାସନ କରିଥିଲେ |

୧୮୧୨ରେ ଅନ୍ୟ ଇଉରୋପିୟ ଦେଶ ସହିତ ଏକାଠି ହୋଇ ରୁଷିଆ ଫ୍ରାନସ୍ ବିରୁଦ୍ଧରେ ନେପୋଲିଆନ୍ଙ୍କ ସହିତ ଜୁଦ୍ଧ କରିଥିଲା । ତାହା ଥିଲା ନେପୋଲିଅନ୍ଙ୍କ କ୍ଷମତାର ଶୀର୍ଷ ସମୟ କିନ୍ତୁ ରଷିଆର ଭୀଷଣ ପ୍ରତିରୋଧ ସହିତ, ତାର ପ୍ରବଳ ଶୀତ ଜଳବାୟୁ ଆକ୍ରମଣକାରୀଙ୍କ ପାଇଁ ବିପର୍ଯ୍ୟୟ ପରାଜୟ ଆଣି ଦେଇଥିଲା l ଏଥିରେ ସମଗ୍ର ଇୟୁରୋପ୍ର ୯୫ ଭାଗରୁ ଅଧିକ ସୈନ୍ୟ ମୃତ୍ୟୁ ବରଣ କରିଥିଲେ । ଦ୍ୱିତିୟ ଆଲେକଜାନ୍ଦର୍ (୧୮୫୫-୮୧) ବିଧିବଦ୍ଧ ଭାବରେ ଯେଉଁ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ ଦାସତ୍ୱ ମୋଚନ ସଂସ୍କାର(emancipation reform of 1861 ) ତା ଭିତରେ ଅନ୍ତର୍ଭୁକ୍ତ ଥିଲା l ଏହି ଉଲ୍ଲେଖନୀୟ ସଂସ୍କାର ସବୁ ରଷିଆରେ ଶିଳ୍ପାୟନ ଏବଂ ସେନାବାହିନୀର ଆଧୁନିକରଣ ପାଇଁ ସହାୟ ହୋଇଥିଲା |ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରୁଷିଆରେ ଅନେକ ସାମ୍ୟବାଦୀ ଆନ୍ଦୋଳନ ଦେଖାଯାଇଥିଲା । ୧୮୮୧ରେ ଦ୍ୱିତିୟ ଆଲେକଜାନ୍ଦର୍ ବୈପ୍ଲବିକ ପରିବର୍ତ୍ତନରେ ସାମିଲ୍ ଥିବା ସନ୍ତ୍ରାସବାଦୀ ମlନଂକ ହାତରେ ମୃତ୍ୟୁ ବରଣ କରିଥିଲେ । ଶେଷ ରୁଷିୟ ସମ୍ରାଟ୍ ଦ୍ୱିତିୟ ନିକୋଲାସ୍ (୧୮୯୪-୧୯୧୭), ୧୯୦୫ର ରୁଷିୟ ବିପ୍ଲବରେ ଘଟି ଯାଇଥିବା ଘଟଣା ଗୁଡିକୁ ଅଟକାଇବା ପାଇଁ ଅସମର୍ଥ ହୋଇଥିଲେ l ତାହା ରୁଷୋ-ଜାପାନିଜ୍ ଯୁଦ୍ଧ(Russo -Japanese War )କୁ ତ୍ୱରାନ୍ୱିତ କରିଥିଲା । ଏହି ଘଟଣା ଟିର ପ୍ରଦର୍ଶନ ରକ୍ତ ରଂଜିତ ରବିବାର (Bloody Sunday ) ଭାବରେ ବିଦିତ l ଯଦିଓ ଏ ବିଦ୍ରୋହକୁ ବଳ ପୁର୍ବକ ଦମନ କରିଦିଆ ଯାଇଥିଲା ,କିନ୍ତୁ ସରକାର ବିଭିନ୍ନ ପ୍ରକାର ଗୁରୁତ୍ୱୋପୁର୍ଣ୍ଣ ସଂସ୍କାର ପ୍ରବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ l ସେଗୁଡିକ ମଧ୍ୟରେ ମତାମତ ପ୍ରକାଶର ଅଧିକାର ,ଜନସାଧାରଣଙ୍କ ସମାବେଶର ଅଧିକାର ,ରାଜନୈତିକ ଦଳମାନଂକର ବୈଧିକରଣ ଏବଂ ନିର୍ବାଚିତ ଆଇନ ପ୍ରଣୟନସଂସ୍ଥାର ଉତ୍ପତ୍ତି ,ରୁଷିୟ ବିଧାନ ପରିଷଦ (the State Duma of the Russian Empire ) ଅନ୍ତର୍ଭୁକ୍ତ ।

୧୯୧୪ରେ ରୁଷିଆ ଦ୍ୱିତିୟବିଶ୍ୱଯୁଦ୍ଧରେ ଭାଗ ନେଇଥିଲା l ଅଷ୍ଟ୍ରିଆ-ହଂଗେରୀ ଯେତେବେଳେ ରୁଷିଆର ମିତ୍ରରାଷ୍ଟ୍ର ସର୍ବିଆ ଉପରେ ଆକ୍ରମଣ କରିଥିଲା ,ରୁଷିଆ ସେତେବେଳେ ଅଷ୍ଟ୍ରିଆ-ହଂଗେରୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା l ୧୯୧୬ରେ ରୁଷିଆର ସୈନ୍ୟବାହିନୀ ଅଷ୍ଟ୍ରିଆ-ହଂଗେରୀକୁ ପରାସ୍ତ କରିଥିଲେ l ତାହା ସତ୍ତ୍ୱେ ,ଯୁଦ୍ଧରେ ଅତ୍ୟଧିକ ଖର୍ଚ ,ଯୁଦ୍ଧରେ ସଂଖ୍ୟାଧିକ ମୃତ ଓ ଆହତ ଏବଂ ଦୁର୍ନୀତି ଓ ଦେଶଦ୍ରୋହର ଜନରବ ,ରୁଷିଆରେ ଜନ ଅସନ୍ତୋଷକୁ ଗଭୀର କରିଥିଲା l ଯାହାର ଫଳ ସ୍ୱରୁପ ୧୯୧୭ରେ ବିଦ୍ରୋହ ସୃଷ୍ଟି ହୋଇଥିଲା ଏବଂ ରୁଷିଆ ପ୍ରଥମ ବିଶ୍ୱଯୁଦ୍ଧରୁ ଓହରି ଆସିଥିଲା l ଏହି ବିଦ୍ରୋହ ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ଫେବ୍ରୁଆରୀ ବିଦ୍ରୋହ(February Revolution ) ଓ ଅକ୍ଟୋବର୍ ବିଦ୍ରୋହ(October Revolution )

ଫେବ୍ରୁୟାରି ବିଦ୍ରୋହ(February Revolution )ରେ ଦ୍ୱିତିୟ ନିକୋଲାସ୍ ଗାଦିଚ୍ୟୁତ ହୋଇଥିଲେ, ତାଙ୍କ ପରିବାର ସହ ତାଙ୍କୁ ବନ୍ଦୀ କରାଯାଇଥିଲା, ପରେ ରୁଷିୟ ଗୃହଯୁଦ୍ଧ(Russian Civil War ) ସମୟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା l ରାଜତନ୍ତ୍ରର ସ୍ଥାନ ନେଇଥିଲା ଏକ ଅସ୍ଥିର ମିଳିତ ରାଜନୈତିକ ଦଳ l ଏହା ଏକ ଅସ୍ଥାୟୀ ସରକାର ଘୋଷଣା କରିଥିଲା l ଅନ୍ୟ ଏକ ବିକଳ୍ପ ଭାବରେ ସାମ୍ୟବାଦ ସଂଗଠନ ପେତ୍ରୋଗ୍ରାଦ୍ ସୋଭିଏତ୍(Petrograd Soviet ) ତା ସଂଗରେ ରହିଥିଲା । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରସାଶନିକ ପରିଷଦ ଓ ଚାଷୀମାନଂକଦ୍ୱାରା ଏହି ସାମ୍ୟବାଦି ସଙ୍ଗଠନ ନିଜର କ୍ଷମତାର ଅଧିକାରକୁ ବିସ୍ତାର କରିପାରିଥିଲା l ଏହି ନୁତନ ଶାସନ ବ୍ୟବସ୍ଥା ,ସମସ୍ୟାର ସମାଧାନ କରିବା ପରିବର୍ତ୍ତେ, ଦେଶର ସଂକଟକୁ ଅଧିକ ବଢାଇ ଦେଇଥିଲା l ପରିଶେଷରେ ଅକ୍ଟୋବର୍ ବିପ୍ଲବ (October Revolution ) ମୁଣ୍ଡ ଟେକିଥିଲା | ବୋଲଷେଭିକ୍ (Bolshevik ) ନେତା ଭ୍ଲାଦିମିର୍ ଲେନିନ୍ଙ୍କ ନେତ୍ରୁତ୍ୱରେ ରୁଷିଆର ଅସ୍ଥାୟି ସରକାରକୁ ହଟାଇ ପୃଥିବୀର ସର୍ବ ପ୍ରଥମ ସାମ୍ୟବାଦୀ ରାଷ୍ଟ୍ର ପ୍ରତିଷ୍ଠା ହୋଇଥିଲା |

ଅକ୍ଟୋବର୍ ବିପ୍ଲବ ପରେ ପରେ କମ୍ୟୁନିଷ୍ଟ୍ ବିରୋଧୀ ,ଧଳା ବାହିନୀ ( White Movement )ଏବଂ ଲାଲ ସୈନ୍ୟବାହିନୀ (Red Army )ର ନୁତନ ଶାଖା ,ମଧ୍ୟରେ ଅନ୍ତଃ ବିପ୍ଲବ ଆରମ୍ଭ ହୋଇଯାଇଥିଲା । ରୁଷିଆ, ବ୍ରେଷ୍ଟ ଲିଟୋଶ୍କ୍ ଚୁକ୍ତି (Treaty of Brest -Litovsk )ରେ ସ୍ୱକ୍ଷର କରି, ୟୁକ୍ରେନ, ପୋଲଣ୍ଡ, ବାଲଟିକ ଓ ଫିନ୍ ଅଂଚଳ ହରାଇଲା |ତାହା ଫଳରେ କେନ୍ଦ୍ରିୟା ଶକ୍ତି ସହିତ ପ୍ରଥମ ବିଶ୍ୱଯୁଦ୍ଧର ଶତୃତାର ଅବସାନ ଘଟିଥିଲା | ଯେତେବେଳେ ବୋଲଶେଭିକସ୍ ଓ ହ୍ୱାଇଟ୍ ଆନ୍ଦୋଳନ ( Bolsheviks and white Movement ) ପରସ୍ପର ବିରୋଧରେ ନିର୍ବାସନ ଓ ମୃତ୍ୟୁ ଦଣ୍ଡର ଅଭିଯାନ ଚଳାଇଥିଲେ, ଯଥାକ୍ରମେ ଲାଲ୍ ଆତଂକ(Red Terror )ଓ ଧଳା ଆତଂକ(White Terror ) ଭାବରେ ଜଣାଶୁଣା ଥିଲେ, ସେତିକିବେଳେ ମିଳିତ ଶକ୍ତି ମାନେ କମ୍ୟୁନିଷ୍ଟ୍ ବିରୋଧୀ ମାନଂକ ସମର୍ଥନରେ ସାମରିକ ହସ୍ତକ୍ଷେପ କରିଥିଲେ ,ଯାହା କି ସଫଳ ହୋଇପାରିନଥିଲା | ଏହି ଅନ୍ତଃ ବିପ୍ଲବର ଶେଷ ବେଳକୁ ରୁଷିଆର ଅର୍ଥନୀତି ଓ ତାର ଭିତ୍ତିଭୁମି ଭୀଷଣ ଭାବରେ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ରୁଷିୟ ସୋଭିଏଟ୍ ସଂଘୀୟ ସମାଜବାଦୀ ସାଧାରଣତନ୍ତ୍ର (called Russian Socialist Federative Soviet Republic at the time) ଅନ୍ୟ ତିନୋଟି ସୋଭିଏଟ୍ ସାଧାରଣତନ୍ତ୍ର ସହିତ ମିଶି ୧୯୨୨ ଡିସେମ୍ବର୍ ୩୦ରେ, ସୋଭିଏଟ୍ ରାଷ୍ଟ୍ରସଂଘ (Soviet Union )ବା ୟୁ ଏସ ଏସ ଆର (USSR) ଗଢାଯାଇଥିଲା । ତେବେ ସୋଭିଏଟ୍ ରାଷ୍ଟ୍ର ସଂଘ (Soviet Union)ର ପନ୍ଦରଟି ସାଧାରଣତନ୍ତ୍ର ମଧ୍ୟରୁ ରୁଷିୟ ରାଷ୍ଟ୍ରସଂଘ(the Russian SFSR) ଆକାରରେ ଏବଂ ଜନ ସଂଖ୍ୟାରେ ସବୁଠାରୁ ବୃହତ୍ ଥିବାରୁ ସମୁଦାୟ ୬୯ ବର୍ଷର ଇତିହାସରେ ରୁଷିଆ ତାର ଆଧିପତ୍ୟ ବିସ୍ତାର କରିଥିଲା ।

୧୯୨୪ରେ ଲେନିନଂକ ମୃତ୍ୟୁ ପରେ, ଯୋଶେଫ୍ ଷ୍ଟାଲିନ, କମ୍ୟୁନିଷ୍ଟ ପାର୍ଟିର ନିର୍ବାଚିତ ମୁଖ୍ୟସଚିବ, ଦଳ ମଧ୍ୟରେ ଥିବା ତାଙ୍କର ବିରୋଧୀ ଗୋଷ୍ଠୀଙ୍କୁ ଦମନକରି ନିଜ ହାତରେ ଅତ୍ୟଧିକ କ୍ଷମତା ଦ୍ରୁଢୀଭୂତ କରିଥିଲେ । ବିଶ୍ୱ ବିପ୍ଲବର ପ୍ରବକ୍ତା, ଲିଓନ୍ ଟ୍ରଟସ୍କି (Leon Trotsky)୧୯୨୯ରେ ସୋଭିଏଟ୍ ରାଷ୍ଟ୍ରସଙ୍ଘରୁ ନିର୍ବାସିତ ହୋଇଥିଲେ ଏବଂ "ପ୍ରଥମେ ଗୋଟିଏ ଦେଶରେ ସମାଜବାଦର ପ୍ରତିଷ୍ଠା " ଷ୍ଟାଲିନ୍ଙ୍କ ଏହି ଚିନ୍ତାଧାରା ପ୍ରମୁଖ ସ୍ଥାନ ନେଇଥିଲା । ୧୯୩୭‌‌‌- -ରୁ୧୯୩୮ ସମୟରେ ବୋଲ୍ସେଭିକ୍ ଦଳ ମଧ୍ୟରେ ଚାଲିଥିବା ଅନ୍ତର୍ସଙ୍ଘର୍ଷ ତାର ଶେଷସୀମାରେ ପହଂଚିଥିଲା ,ଯେତେବେଳେ ହଜାର,ହଜାର ସଂଖ୍ୟାରେ ଲୋକ, ଦୋଷୀ ସାବ୍ୟସ୍ତ ହୋଇଥିବା ସେନାନେତାଙ୍କ ସହିତ ମ୍ରୁତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ସରକାର, ଗ୍ରାମୀଣ ଉଦ୍ୟୋଗୀକରଣ, ଯୋଜନା ଅର୍ଥନୀତି ଏବଂ କ୍ରୁଷିର ସାମୁହିକରଣ ଆରମ୍ଭ କରିଥିଲେ । ଏହି ସମୟରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟିଥିଲା । ରାଜନୈତିକ ଅପରାଧିଙ୍କ ସମେତ ଲକ୍ଷ,ଲକ୍ଷ ଲୋକଙ୍କୁ, ଶ୍ରମ ଶିବିର (penal labor camps)କୁ ପଠାଯାଇ ବାଧ୍ୟତାମୁଳକ ଭାବରେ କାମକରାଯାଉଥିଲା । ଲକ୍ଷ ଲକ୍ଷ ଲୋକ ସୋଭିଏଟ୍ ରାଷ୍ଟ୍ରସଙ୍ଘର ଦୁରବର୍ତ୍ତି ଅଞ୍ଚଳମାନଙ୍କୁ ନିର୍ବାସିତ ତଥା ଦେଶାନ୍ତରିତ ହୋଇଥିଲେ । ସେହିସମୟରେ ଦେଶରେ ସମସାମୟିକ କ୍ରୁଷିର ଅବ୍ୟବସ୍ଥା, ତା ସହିତ କଠୋର ସରକାରୀ ନିତି ଏବଂ ଅନାବ୍ରୁଷ୍ଟି, ୧୯୩୨-୧୯୩୩ ସୋଭିଏଟ ଦୁର୍ଭିକ୍ଷର କାରଣ ସାଜିଥିଲା । ତେବେ ଯାହା ବି ହେଉ ନା କାହିଁକି ଏସବୁ ସତ୍ତ୍ୱେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସୋଭିଏଟ ରାଷ୍ଟ୍ରସଙ୍ଘ ଏକ କ୍ରୁଷି ଅର୍ଥନୀତିରୁ ଶିଳ୍ପାର୍ଥନୀତିରେ ପରିଣତ ହୋଇଥିଲା ,ଏଥିପାଇଁ ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା ।

ଆଡଲ୍ଫ୍ ହିଟଲରଙ୍କ ରୁର୍,ଅଷ୍ଟ୍ରିଆ,ଏବଂ ଶେଷରେ ଚେକସ୍ଲୋଭାକିଆ ସଂଯୋଜନା, ତା ପ୍ରତି ବ୍ରିଟେନ୍ ଓ ଫ୍ରାନସ୍ ସରକାରଙ୍କ ସନ୍ତୁଷ୍ଟିକରଣ ନୀତି ନାଜି ଜର୍ମାନର ଶକ୍ତି ବର୍ଦ୍ଧନ କରିବା ସଙ୍ଗେ ସଙ୍ଗେ, ସୋଭିଏଟ୍ ରାଷ୍ଟ୍ରସଙ୍ଘ ପ୍ରତି ଯୁଦ୍ଧର ଭୟ ସୃଷ୍ଟି କରିଥିଲା । ପାଖାପାଖି ସେହି ସମୟରେ ଜର୍ମାନ୍ ଜାପାନ୍ ସହିତ ମିଳିତ ହୋଇ ୧୯୩୮-୩୯ ଜାପାନ ସହିତ ଯୁଦ୍ଧରେ ଖୋଲାଖୋଲି ଭାବରେ ଶତ୍ରୁତା ଘୋଷଣା କରିଥିଲା । ଅଗଷ୍ଟ ୧୯୩୯ରେ ବ୍ରିଟେନ୍ ଓ ଫ୍ରାନସ ସହିତ ଏକ ପ୍ରତିକୂଳ-ନାଜି ମିଳିତ ଶକ୍ତି ପ୍ରତିଷ୍ଠାର ଉଦ୍ୟମରେ ବିଫଳ ହୋଇ ସୋଭିଏଟ ସରକାର ଜର୍ମାନ ସହିତ ମୋଲୋତୋଭ୍-ରୋବେଣ୍ଟ୍ରୋପ ଚୁକ୍ତି( the Molotov -Ribbentrop Pact)କୁ ସମାପ୍ତ କରିବା ପାଇଁ ରାଜି ହୋଇଥିଲେ । ଯାହାଦ୍ୱାରା ସେହି ଦୁଇ ଦେଶ ପରସ୍ପର ବିରୋଧି ଆଚରଣରେ ଲିପ୍ତ ନ ରହିବା ପାଇଁ ବିଧିଗତ ପତିଶ୍ରୁତିରେ ଆବଦ୍ଧ ହୋଇଥିଲେ ଏବଂ ପୂର୍ବ ୟୁରୋପରେ ସେମାନଙ୍କର ପ୍ରଭାବର ପରିସରକୁ ଭାଗ କରିଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭରେ ଯେତେବେଳେ ହିଟଲର, ପୋଲାଣ୍ଡ, ଫ୍ରାନସ ଏବଂ ଅନ୍ୟାନ୍ୟ ଦେଶକୁ ଏକାକୀ ଆକ୍ରମଣ କରିଥିଲେ, ସୋଭିଏଟ ରାଷ୍ଟ୍ରସଙ୍ଘ ତାର ସୈନ୍ୟବାହୀନି ଗଠନ କରିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ସୋଭିଏଟ୍ର ପୋଲାଣ୍ଡ୍ ଆକ୍ରମଣ ଏବଂ ଉଇନ୍ଟର୍ ଯୁଦ୍ଧ (Winter War) ସମୟରେ, ରୁଷିୟ ସାମ୍ରାଜ୍ୟ ପୁର୍ବରୁ ହରାଇଥିବା କିଛି ଅଂଶକୁ ମଧ୍ୟ ଫେରି ପାଇଥିଲା ।

୧୯୪୧ ଜୁନ୍ ୨୨ରେ ଜର୍ମାନ ନନ୍ ଆଗ୍ରେସନ୍ ଚୁକ୍ତିକୁ ଖିଲାଫ୍ କରି ସୋଭିଏଟ୍ ରାଷ୍ଟ୍ରସଙ୍ଘକୁ ଆକ୍ରମଣ କରିଥିଲା,ଯାହାକି ମାନବ ଇତିହାସରେ ସବୁଠାରୁ ବ୍ରୁହତ୍ ,ଶକ୍ତିଶାଳୀ ଓ ସଙ୍ଗଠିତ ଆକ୍ରମଣ ଥିଲା ଏବଂ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ରାସ୍ତା ଖୋଲିଦେଇଥିଲା । ଯଦିଓ ଆରମ୍ଭରୁ ଜର୍ମାନ୍ ସୈନ୍ୟ ବାହିନୀ ଯଥେଷ୍ଟ ମାତ୍ରାରେ ସଫଳତା ଲାଭ କରିପାରିଥିଲା, ତଥାପି ସେମାନଙ୍କର ଭୟଙ୍କର ଆକ୍ରମଣ ମସ୍କୋଯୁଦ୍ଧରେ ଅଟକିଯାଇଥିଲା । ୧୯୪୨-୪୩ ଶୀତଋତୁରେ ଜର୍ମାନ୍ ଷ୍ଟାଲିନଗ୍ରାଦ ଯୁଦ୍ଧ (Battle of Stalingrad)ରେ ଏବ୍ଂ ୧୯୪୩ଗ୍ରୀଷ୍ମରେ କୁର୍ସ୍କ ଯୁଦ୍ଧ (Battle of Kursk)ରେ ପରାଜୟ ଲାଭ କରିଥିଲା । ଲେନିନଗ୍ରାଦ୍ ଅବରୋଧ, ଜର୍ମାନ୍ ପାଇଁ ଅନ୍ୟ ଏକ ବିଫଳତା ଥିଲା । ୧୯୪୧-୪୪ରେ ଜର୍ମାନ୍ ଓ ଫିନିସ୍ ସୈନ୍ୟଦଳ ଷ୍ଟାଲିନଗ୍ରାଦ୍କୁ ସମ୍ପୂର୍ଣ୍ଣ ଅବରୋଧ କରି ରଖିଥିଲେ, ଯେଉଁଠାରେ ରୁଷିୟ ମାନେ ଅସଂଖ୍ୟ ସଂଖ୍ୟାରେ ଅନାହାର ଯନ୍ତ୍ରଣାରେ ମ୍ରୁତ୍ୟୁ ବରଣ କରିଥିଲେ ମଧ୍ୟ ଆତ୍ମସମର୍ପଣ କରିନଥିଲେ |ଷ୍ଟାଲିନ୍ ସରକାର ,ଜର୍ଜି ଝୁକୋଭ୍( Georgy Jhukov) ଓ କନଷ୍ଟାନଟିନ୍ ରୋକୋସୋଭସ୍କି (Konstantin Rokossovsky)ଙ୍କ ନେତ୍ରୁତ୍ତ୍ୱରେ ୧୯୪୪-୪୫ରେ ସୋଭିଏଟ୍ ସୈନ୍ୟ ଦଳ ପୂର୍ବ ୟୁରୋପ୍ ଆକ୍ରମଣ କରି ୧୯୪୫ ମେରେ ବର୍ଲିନ୍ ଅଧିକାର କରିଥିଲେ । ୧୯୪୫ ଅଗଷ୍ଟରେ ସୋଭିଏଟ ସୈନ୍ୟ, ଚୀନର ମାଞ୍ଚୁକୁଓ (Manchukuo) ଏବଂ ଉତ୍ତର କୋରିଆରୁ ଜାପାନୀମାନଙ୍କୁ ବହିଷ୍କାର କରି ମିଳିତ ଶକ୍ତିର ବିଜୟରେ ସହାୟତା କରିଥିଲା ।

୧୯୪୧-୪୫ ଦ୍ୱିତୀୟ ବିଶ୍ଯୁଯୁଦ୍ଧର ସମୟ ରଷିଆରେ ମହାନ୍ ଜାତୀୟ ସମର(Great Patriotic War) ଭାବରେ ପରିଚିତ । ଏହି ଯୁଦ୍ଧରେ ମାନବ ଇତିହାସର ବହୁ ମାରାତ୍ମକ ଧ୍ୱଂସକାରୀ ଯୁଦ୍ଧ ପ୍ରକ୍ରିୟା ମାନ ଘଟିଥିଲା । ସୋଭିଏଟ୍ ସୈନ୍ୟ ଏବଂ ବେସାମରିକ ମାନଂକ ମୃତ୍ୟୁ ଯଥାକ୍ରମେ ୧୦.୬ନିୟୁତ ଓ ୧୫.୯ନିୟୁତ ଥିଲା,ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୃତକଂକ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଥିଲା । ଯଦିଓ ସୋଭିଏଟ୍ ଅର୍ଥନୀତି ଏବଂ ତାର ଭିତ୍ତିଭୁମୀ ଭୟଂକର ଭାବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ,ତଥାପି ସୋଭିଏଟ୍ ରାଷ୍ଟ୍ର ସଂଘ ଅତି ଶକ୍ତିଶାଳୀ ଦେଶ ଭାବରେ ସ୍ୱିକୃତ ହୋଇପାରିଥିଲା |

ଯୁଦ୍ଧ ପରେ ଲାଲ୍ ବାହିନୀ(Red Army),ପୁର୍ବ ଜର୍ମାନୀ ସମେତ ପୁର୍ବ ୟୁରୋପ୍କୁ ଅଧିକାର କରିଥିଲା । ପୃଥିବୀର ଦ୍ୱିତୀୟ ନିୟୁକ୍ଲୀୟା ଆୟୁଧ ଶକ୍ତି ହିସାବରେ ୟୁଏସ ଏସ ଆର(USSR)ଅନ୍ତର୍ଦେଶୀୟ ବନ୍ଧୁତ୍ୱ ସ୍ଥାପନ ପାଇଁ ୱାରସ ଚୁକ୍ତି (Warsaw Pact )କରିଥିଲା ଏବଂ ବିଶ୍ୱ ଆଧିପତ୍ୟ ପାଇଁ, ଆମେରିକା ଓ ନାଟୋ ସହିତ ପ୍ରତିଯୋଗିତା ଆରମ୍ଭ କରିଥିଲା, ଯାହାକି ଶୀତଳ ଯୁଦ୍ଧ(Cold War)ନାମରେ ପରିଚିତ । ରଷିଆ ପ୍ରଭାବରେ ଚୀନ, ଉତ୍ତର କୋରିଆରେ ସାମ୍ୟବାଦ ପ୍ରତିଷ୍ଠା ହୋଇଥିଲା,ଧିରେ ଧିରେ କ୍ୟୁବା ସମେତ ଅନ୍ୟ କେତେକେ ଦେଶରେ ମଧ୍ୟ ସାମ୍ୟବାଦ ଦେଖାଦେଇଥିଲା । ଷ୍ଟାଲିନଂକ ମୃତ୍ୟୁ ପରେ,ନିକିତା କୃଶ୍ଚେଭ୍ କ୍ଷମତାକୁ ଆସିଥିଲେ । ସେ ଷ୍ଟାଲିନଙ୍କ ପଦ୍ଧତିରେ ବିଶ୍ୱାସ କରୁନଥିଲେ । ତେଣୁ ସେ ବିଭିନ୍ନ ପରିବର୍ତ୍ତନ ଅଣାଇଥିଲେ । ତାଙ୍କ ଶାସନ କାଳରେ ଦଣ୍ଡନିୟ ଶ୍ରମ ବ୍ୟବସ୍ଥାରେ ସଂସ୍କାର ହେବା ସଂଗେ ସଂଗେ ବହୁ ବନ୍ଦୀଙ୍କୁ ମୁକ୍ତ ଓ ଥଇଥାନ କରାଯାଇଥିଲା ।

୧୯୫୭ରେ ସୋଭିଏଟ୍ ରାଷ୍ଟ୍ର ସଂଘ, ପୃଥିବୀର ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ୍-୧ ମହାକାଶକୁ ପ୍ରେରଣ କରି, ମହାକାଶ ଯାତ୍ରା ଯୁଗର ଆରମ୍ଭ କରିଥିଲା । ୧୯୬୧ ଏପ୍ରିଲ୍ ୧୨ରେ ରୁଷିୟ ମହାକାଶ ଯାତ୍ରୀ ୟୁରି ଗାଗାରିନ୍ ମାନବ ଇତିହାସରେ ପ୍ରଥମ ଥର ପୃଥିବୀର କକ୍ଷ ପଥରେ ଭୋସ୍ତକ୍-୧ ମହାକାଶ ଯାନ ଚଳାଇ ସଫଳତାର ସହ ଫେରି ଆସିଥିଲେ । କୃଶ୍ଚେଭଙ୍କ ପରେ ଲିଓନିଡ଼ ବ୍ରେଜନେଭ୍ କ୍ଷମତାକୁ ଆସିଥିଲେ । ୧୯୭୦-୧୯୮୦କୁ ନିଷ୍କ୍ରିୟତାର ଯୁଗ ଭାବରେ ଚିହ୍ନିତ କରାଯାଏ । ଏହି ସମୟରେ ଅର୍ଥନୈତିକ ବିକାଶ ଧିମେଇ ଯାଇଥିଲା ଓ ସମାଜିକ ପ୍ରକ୍ରିୟା ସ୍ଥିର ହୋଇଯାଇଥିଲା । ୧୯୮୫ରୁ ଆଗକୁ ଶେଷ ସୋଭିଏଟ୍ ନେତା ମିଖାଇଲ ଗୋର୍ବାଚୋଭ, ଦେଶର ଆଧୁନିକରଣ ଓ ଦେଶରେ ଅଧିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଗ୍ଲାସନୋଷ୍ଟ୍ (openness)ଓ ପେରେସ୍ତ୍ରୋଇକା(restructuring)ନୀତି ପ୍ରଚଳନ କରିଥିଲେ ।

ଜୁନ ୧୯୯୧ରେ ରୁଷିୟ ଇତିହାସରେ ପ୍ରଥମ ଥର ପାଇଁ ଜନସାଧାରଣ ସିଧା ସଳଖ ବୋରିସ ୟେଲ୍ତସିନ୍ଙ୍କୁ ରାଷ୍ତ୍ରପତି ହିସାବରେ ନିର୍ବାଚିତ କରିଥିଲେ |ସୋଭିଏଟ୍ ରାଷ୍ଟ୍ରସଙ୍ଘର ବିଭାଜନ ସମୟରେ ଏବଂ ତା ପରେ ବହୁ ପ୍ରକାରର ଉନ୍ନତି ଯଥା -ଘରୋଇକରଣ ପ୍ରକ୍ରିୟା ,ବଜାର ଓ ବାଣିଜ୍ୟ ଉଦାରୀକରଣ ଇତ୍ୟାଦି ଦୟିତ୍ୱ ଗ୍ରହଣ କରାଯାଇଥିଲା |୧୯୯୦-୯୫ ମଧ୍ୟରେ ଏସବୁର ବିଷେଶ ପରିସମାପ୍ତି ଘଟିଥିଲା |ଏହି ସମୟ ଘୋର ଅର୍ଥନୈତିକ ସଙ୍କଟକାଳ ଦେଇ ଗତିକରିଥିଲା,ଯାହାର ଚିତ୍ରଣ ଥିଲା,ସମୁଦାୟ ଆଭ୍ୟନ୍ତରିଣ ଉତ୍ପାଦନ (GDP) ଓ ଶିଳ୍ପ ସମ୍ବନ୍ଧିୟ ଉତ୍ପାଦନରେ ୫୦% ଅବନତି |ଦୀର୍ଘକାଳିନ ଅର୍ଥନୈତିକ ଅବନତି ,ଦେଶର ସାମାଜିକ ଯୋଜନାମାନଙ୍କ ନିଷ୍ଫଳତା ଆଡକୁ ବାଟ କାଢିଥିଲା ,ଜନ୍ମ ହାର ଦ୍ରୁତ ଗତିରେ ଖସି ଥିଲା ଏବଂ ମ୍ରୁତ୍ୟୁ ହାର ଅତ୍ୟଧିକ ମାତ୍ରାରେ ବଢିଯାଇଥିଲା |ଏହି ସମୟରେ ରଷିଆରେ ଅତ୍ୟଧିକ ଦୁର୍ନିତି ,ଅରାଜକତା,ଅପରାଧି ଗୋଷ୍ଠୀଙ୍କ ଆବିର୍ଭାବ ଏବଂ ବହୁ ମାତ୍ରାରେ ଅପରାଧ ମାନ ଦେଖା ଦେଇଥିଲା |

ଠିକ୍ ସେହି ସମୟରେ ଉତ୍ତର କାକାସସ୍ ରେ, ଉଭୟ ସ୍ଥାନୀୟ ଗୋଷ୍ଠୀ ସଙ୍ଘର୍ଷକାରୀ ଏବଂ ଶାସନ ବିରୁଦ୍ଧରେ ବିଛିନ୍ନତାବାଦୀ ଇସଲାମ ଧର୍ମୀୟମାନଙ୍କ ଗଣ ବିଦ୍ରୋହର ଅସ୍ତ୍ର ସଙ୍ଘର୍ଷ ଚାଲିଥିଲା |୧୯୯୦ ଆରମ୍ଭରେ ଚେଚେନ୍ ବିଛିନ୍ନତାବାଦୀମାନେ ସ୍ୱାତନ୍ତ୍ରତା ଘୋଷଣା କରିବା ପରଠାରୁ ,ବିଦ୍ରୋହୀ ଗୋଷ୍ଠୀ ଏବଂ ରୁଷିୟ ସୈନ୍ୟ ବାହୀନି ମଧ୍ୟରେ ମଝିରେ ମଝିରେ ଗରିଲା ଯୁଦ୍ଧ ଚାଲିଥିଲା |ବିଛ୍ହିନ୍ନତାବାଦୀଙ୍କଦ୍ୱାରା ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେଉଥିଲା ,ତାମଧ୍ୟରେ ମସ୍କୋ ଥିଏଟର୍ ପଣ୍ୟବନ୍ଦୀ ଘଟଣା ଓ ବେସ୍ଲାନ୍ ସ୍କୁଲ୍ ଅବରୋଧ ଘଟଣା ଉଲ୍ଲେଖନୀୟ ଥିଲା,ଯେଉଁଥିରେ ଶହ ଶହ ସଙ୍ଖ୍ୟାରେ ମ୍ରୁତ୍ୟୁ ଘଟିଥିଲା ଏବଂ ସମଗ୍ର ପ୍ରୁଥିବୀର ଦ୍ରୁଷ୍ଟି ଆକର୍ଷଣ କରିଥିଲା |

ସୋଭିଏଟ୍ ରାଷ୍ଟ୍ରସଂଘ ଭାଂଗିଯିବା ବେଳେ ,ତାର ବାହାର ଋଣକୁ ପରିଶୋଧ କରିବାର ଦାୟିତ୍ୱ ରଷିଆ ନିଜ ହାତକୁ ନେଇଥିଲା,ଯଦିଓ ରଷିଆର ଲୋକସଂଖ୍ୟା ୟୁଏସେ ଏସ ଆର୍ର ଲୋକସଂଖ୍ୟାର ଅଧା ଥିଲା| ଅତ୍ୟଧିକ ନିଅଣ୍ଟିଆ ବଜେଟ୍ ,୧୯୯୮ଋଷିୟ ଆର୍ଥିକ ସଂକଟର କାରଣ ହୋଇଥିଲା ଏବଂ ଏହାର ପରିଣତିରେ ସମୁଦାୟ ଆଭ୍ୟନ୍ତରିଣ ଉତ୍ପାଦନ ଅବନତି ଅତିରିକ୍ତ ହୋଇଥିଲା |

୧୯୯୯ ଡିସେମ୍ବରରେ ୟେଲସ୍ତିନ୍ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ,ନୂତନ ନିଯୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ଭ୍ଲାଦିମିର୍ ପୁଟିନ୍ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ |୨୦୦୦ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍ ନିର୍ବାଚନରେ ଯୟଯୁକ୍ତ ହୋଇଥିଲେ |ପୁଟିନ୍ ତାଙ୍କ ଶାସନ କାଳରେ ଚେଚେନ୍ ବିଦ୍ରୋହକୁ ଦମନ କରିଥିଲେ ,ଯଦିଓ ସାମୟିକା ଭାବରେ ହିଂସା ଆଚରଣ ଏବେ ମଧ୍ୟ ଉତ୍ତର କାକାସସ୍ରେ ଘଟୁଅଛି |ଅତ୍ୟଧିକ ତୈଳଦର ବୃଦ୍ଧି ଓ ପ୍ରାରମ୍ଭରେ ପ୍ରଚଳିତ ମୁଦ୍ରାର ଦୁର୍ବଳତା ଏବଂ ତାଲକୁ ଅନୁସରଣ କରୁଥିବା ଘରୋଇ ଚାହିଦା ବ୍ରୁଦ୍ଧି ,ଦ୍ରବ୍ୟର ବ୍ୟବହାର ଓ ଅର୍ଥ ବିନିଯୋଗ ଦୀର୍ଘ ନଅ ବର୍ଷ ଧରି ରଷିଆର ଅର୍ଥନୈତିକ ବିକାଶରେ ସହାୟକ ହୋଇଥିଲା ,ଜୀବନ ଧାରଣର ମାନକୁ ଉନ୍ନତ କରାଇପାରିଥିଲା |ସମଗ୍ର ପ୍ରୁଥିବୀରେ ଋଷିଆର ପ୍ରଭାବ ମଧ୍ୟ ବଢିଥିଲା|ପୁଟିନଙ୍କ ନେତ୍ରୁତ୍ୱରେ ଋଷିଆରେ ଶାନ୍ତି,ଶ୍ରୁଙ୍ଖଳା ବଢିବା ସଙ୍ଗେ ସଙ୍ଗେ ଏହାର ଅଗ୍ରଗତି ହୋଇପାରିଥିଲା |୨୦୦୮ମାର୍ଚ୍ ୨ ତାରିଖରେ ଦିମିତ୍ରି ମେଦ୍ଭେଦେଭ୍ ଋଷିଆର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ,ପୁଟିନ୍ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କ୍ରୁତ କରିଥିଲେ |୨୦୧୨ନିର୍ବାଚନରେ ପୁଟିନ୍ ପୁନର୍ବାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି |

ଜାତୀୟ ସଂଗୀତ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଋଷିଆ ହେଉଛି ପ୍ରୁଥିବୀର ସର୍ବବ୍ରୁହତ୍ତମ ଦେଶ |ଏହାର ସଂପୂର୍ଣ ପରିସର ୧୭,୦୭୫,୪୦୦ ବର୍ଗ କିଲୋମିଟର (୬,୫୯୨.୮୦୦ ବର୍ଗ ମାଇଲ୍) |୨୩ଟି ୟୁନେସ୍କୋ( UNESCO ) ବିଶ୍ୱ ଐତିହାସିକ ସ୍ଥଳ ଋଷିଆରେ ରହିଛି | ୪୦ଟି ୟୁନେସ୍କୋ ଜୀବ ମଣ୍ଡଳ,୪୦ଟି ଜାତୀୟ ଉଦ୍ୟାନ ଏବଂ ୧୦୧ଟି ପ୍ରାକ୍ରୁତିକ ସଂରକ୍ଷିତ ସ୍ଥାନ ରହିଛି |ଏହାର ଅବସ୍ଥିତି ୪୧ଡିଗ୍ରୀ ଓ ୮୨ଡିଗ୍ରୀ ଉତ୍ତର ଅକ୍ଷାଂଶ ରେଏବଂ ଦ୍ରାଘିମାରେଖାର ୧୯ଡିଗ୍ରୀ ପୂର୍ବ ଓ ୧୬୯ଡିଗ୍ରୀ ପଶ୍ଚିମ ମଧ୍ୟରେ |ଋଷିଆରେ ଗଛ୍ହିତ ରହିଛି ପ୍ରଚୁର ପ୍ରାକ୍ରୁତିକ ସଂପଦ, ତା ମଧ୍ୟରେ ପ୍ରଚୁର ଗଛ୍ଛିତ କାଠ ସମ୍ପଦ ,ପେଟ୍ରୋଲିୟମ୍,ପ୍ରାକ୍ରୁତିକ ଗ୍ୟାସ ,କୋଇଲା,ଖଣିଜ ପଥର,ଏବଂ ଅନ୍ୟାନ୍ୟ ଅଜୈବ ଖଣିଜ ସଂପଦ ଏସବୁର ଅନ୍ତର୍ଗତ |

ପ୍ରଶାସନିକ ବିଭାଜନ[ସମ୍ପାଦନା]

ରୁଷିଆ ସରକାରୀ ଭାବରେ ଉଭୟ ରୁଷିଆ ଏବଂ ରୂଷିୟ ସଂଘୀୟ ରାଷ୍ଟ୍ର ଭାବରେ ପରିଚିତ । ଉତ୍ତର ୟୁରେସିଆ ମହାଖଣ୍ଡର ଏହା ଏକ ଦେଶ । ରୂଷିଆ ଏକ ସଂଘୀୟ, ଆଂଶିକ ରାଷ୍ଟ୍ରପତି ପ୍ରଧାନ, ସାଧାରଣତନ୍ତ୍ର ଦେଶ, ଯାହାକି ୮୩ଟି ସଂଘୀୟ ଅଂଶକୁ ନେଇ ଗଠିତ । ଉତ୍ତର ପଶ୍ଚିମରୁ ଦକ୍ଷିଣ ପୂର୍ବ ପର୍ଯ୍ୟନ୍ତ ରୁଷିଆର ସୀମାନ୍ତ, ନରବେ, ଫିନଲ୍ୟାଣ୍ଡ, ଏଷ୍ଟୋନିଆ, ଲାଟଭିଆ, ଲିଥୁଉନିଆ, ପୋଲାଣ୍ଡ, ବେଲାଋଷ, ୟୁକ୍ରେନ, ଜର୍ଜିଆ, ଆଜାରବାଇଜାନ୍, କାଜାକିସ୍ତାନ, ଚୀନ, ମଙ୍ଗୋଲିଆ ଏବଂ ଉତ୍ତର କୋରିଆକୁ ସ୍ପର୍ଶ କରିଛି । ଏହାର ସାମୁଦ୍ରିକ ସୀମା ଗୋଟିଏ ପାଖରେ ଜାପାନକୁ ଓଖୋତସକ୍ ସମୁଦ୍ରଦ୍ୱାରା ଓ ଆମେରିକାର ଆଲାସ୍କା ରାଜ୍ୟକୁ ବେରିଂ ପ୍ରଣାଳୀଦ୍ୱାରା ଛୁଇଁ ଅଛି । ୧୭,୦୭୫,୪୦୦ ବର୍ଗ କିଲୋମିଟର ବିଶିଷ୍ଟ ରୁଷିଆ, ପୃଥିବୀର ସର୍ବ ବୃହତ୍ତମ ଦେଶ, ଭୁପୃଷ୍ଠର ଏକ ଅଷ୍ଟାଂଶ ଠାରୁ ଅଧିକ ବସ ବାସ ଯୋଗ୍ୟ ଅଞ୍ଚଳ ଏହାର ଅନ୍ତର୍ଭୁକ୍ତ । ୧୪୩ ନିୟୁତ ଜନସଂଖ୍ୟା ବିଶିଷ୍ଟ,ଏହା ହେଉଛି, ପୃଥିବୀର ଅଷ୍ଟମ ଜନ ବହୁଳ ରାଷ୍ଟ୍ର । ଉତ୍ତର ଏସିଆ ଠାରୁ ଇୟୁରୋପ୍ର ୪୦ ପ୍ରତିଶତ ଅଂଶ ପର୍ଯ୍ୟନ୍ତ ଏହା ବିସ୍ତୃତ । ଏହା ଏତେ ବିସ୍ତୃତ ଯେ ଏହାର ୯ଟି ସମୟାଞ୍ଛଳ ( time zones) । ଏହା ବହୁ ପ୍ରକାରର ପରିବେଶ ଏବଂ ବିଭିନ୍ନ ଅଞ୍ଚଳରେ, ବିଭିନ୍ନ ଜାତିର ଜୀବ ଜନ୍ତୁରେ ପରିପୁର୍ଣ୍ଣ । ଏହା ମଧ୍ୟ ପୃଥିବୀର ସର୍ବାଧିକ ଖଣିଜ ସମ୍ପଦ ଓ ଶକ୍ତି ଉତ୍ସର ଦେଶ ଏବଂ ପୃଥିବୀର ସର୍ବାଧିକ ତୈଳ ଓ ଗ୍ୟାସ ଉତ୍ପାଦକ । ଏହାର ସଂରକ୍ଷିତ ଜଙ୍ଗଲ ସମ୍ପଦ ମଧ୍ୟ ପୃଥିବୀର ସର୍ବାଧିକ, ଏବଂ ଆନୁମାନିକ ଭାବେ ପୃଥିବୀର ଏକ ଚତୁର୍ଥାଂଶ ମଧୁର ଜଳ ଏହାର ହ୍ରଦ ଗୁଡିକରେ ରହିଛି ।

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.perepis-2010.ru/results_of_the_census/result-december-2011.ppt
  2. "The Russian federation: general characteristics". Federal State Statistics Service. Archived from the original on 21 October 2003. Retrieved 5 April 2008.
  3. http://web.archive.org/web/20101213134234/http://www.gks.ru/wps/wcm/connect/rosstat/rosstatsite/main/population/demography/
  4. ୪.୦ ୪.୧ ୪.୨ ୪.୩ "Russia". International Monetary Fund. Retrieved 20 April 2012.
  5. "Distribution of family income – Gini index". The World Factbook. CIA. Retrieved 13 January 2011.
  6. "2011 Human development Report" (PDF). United Nations Development Programme. pp. 148–151. Retrieved 5 November 2011.