ପୁପିନ୍ଦର ସିଂହ
ପୁପିନ୍ଦର ସିଂହ | |
---|---|
ଜନ୍ମ | ପୁପିନ୍ଦର ସିଂହ ୧ ମଇ[୧] |
ବୃତ୍ତି(ସମୂହ) | ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଉପସ୍ଥାପକ |
ସକ୍ରିୟ ବର୍ଷ | ୨୦୦୮-ଏବେଯାଏଁ |
ବୈବାହିକ-ସାଥୀ | ରୁପିନ୍ଦର କୌର |
ପୁପିନ୍ଦର ସିଂହ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ଏବଂ ପ୍ରାକ୍ତନ ଆଲବମ୍ ଅଭିନେତା ।[୨] ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ଶୁଭ ବିବାହରେ ନାୟକ ଭୂମିକାରେ ପ୍ରଥମଥର ପାଇଁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ପ୍ରଯୋଜନା ମଧ୍ୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନରେ ଜଣେ ଉପସ୍ଥାପକ ତଥା ଅଭିନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଦୂରଦର୍ଶନ କାର୍ଯ୍ୟକ୍ରମ ଫୁଲ୍ ବୋବା୍ଲ, ଜୀନାର ଜୀବନ ସାଥି ଆଦିରେ ଉପସ୍ଥାପକ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ପୁପିନ୍ଦର ସିଂହ, ରୁପିନ୍ଦର ସିଂହଙ୍କୁ ବିବାହ କରିଥିଲେ ।[୩] ରୁପିନ୍ଦର ପୁପିନ୍ଦରଙ୍କର ପ୍ରଯୋଜନା ସଂସ୍ଥା ସହ କାର୍ଯ୍ୟ କରୁଛନ୍ତି ।[୪]
ଅଭିନୟ ଜୀବନ
[ସମ୍ପାଦନା]ପୁପିନ୍ଦର ସିଂହ ଜଣେ ଓଡ଼ିଆ ଅଲବମ୍ ଅଭିନେତା ଭାବରେ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହି କଥାଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପୁପିନ୍ଦର ସହ-ନାୟକ ଭାବରେ ଅଭିନୟ କରିଥିଲେ ।[୫][୬] ଏହାପରେ ସେ ୨୦୦୯ ମସିହାରେ ଲଭ୍ ଡଟ୍ କମ୍ କଥାଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।
୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଯୋଜକ ଭାବରେ ମଧ୍ୟ ପ୍ରବେଶ କରିଥିଲେ । ସେ ନାୟକ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଶୁଭ ବିବାହର ପ୍ରଯୋଜନା ନିଜେ କରିଥିଲେ ।[୨] ଏହି କଥାଚିତ୍ରଟିର ନାୟିକା ଭାବରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।[୭] ଆକାଶ ଦାସନାୟକ ଏହି କଥାଚିତ୍ରଟିର ସହ-ନାୟକ ଭାବରେ ଅଭିନୟ କରିଥିଲେ । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ସେ କିଛି ଖଟା କିଛି ମିଠା, ଜଗୁ ଅଟୋବାଲା, ସମୟ ବଡ଼ ବଳବାନ ଆଦି କଥାଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ପ୍ରଯୋଜନା କରିଥିଲେ । ପୁପିନ୍ଦର ୨୦୧୩ ମସିହାରେ ଅପରାଜିତା ମହାନ୍ତିଙ୍କ ସହ ମିଶି ଡାହା ବାଳୁଙ୍ଗା ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ ।[୮] ଏହି କଥାଚିତ୍ରଟିରେ ନାୟକ ଭାବରେ ବାବୁଶାନ୍ ମହାନ୍ତି ଅଭିନୟ କରିଥିଲେ[୮] ଏବଂ ଖଳନାୟକ ଭାବରେ ହିନ୍ଦୀ କଥାଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ଅଭିନୟ କରିଥିଲେ ।
ପୁପିନ୍ଦର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ୱାଉ୍, ଫୁଲ୍ ବୋବାଲ୍, ଜୀନାର ଜୀବନସାଥୀ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।[୯] ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଚ୍ୟାଲେଞ୍ଜର ପ୍ରଥମ ଭାଗରେ ଜଣେ ପ୍ରତିଯୋଗୀ ଭାବରେ ଫାଇନାଲ୍ ଯାଏଁ ଯାଇଥିଲେ । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ତୋ ବିନା ଭଲ ଲାଗେନା | ସୁରଜ | ପ୍ରଥମ କଥାଚିତ୍ର |
୨୦୦୯ | ଲଭ୍ ଡଟ୍ କମ୍ | ରାଜ୍ | |
୨୦୧୦ | ଶୁଭ ବିବାହ | କ୍ରିଷ୍ଣା | ନାୟକ ଭାବରେ ପ୍ରଥମ କଥାଚିତ୍ର, ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | କିଛି ଖଟା କିଛି ମିଠା | ନାୟକ/ପ୍ରଯୋଜକ | |
୨୦୧୨ | ଥୁକୁଲ୍[୧୦] | ଡାକ୍ତର | ଚରିତ୍ର ଅଭିନେତା |
ଜଗୁ ଅଟୋବାଲା | ଜଗନ୍ନାଥ | ନାୟକ/ପ୍ରଯୋଜକ | |
ଏସିପି ରଣବୀର | ପୁପିନ୍ଦର | ଶୀର୍ଷକ ଗୀତରେ ଅତିଥି କଳାକାର | |
୨୦୧୫ | ରଘୁପତି ରାଘବ ରାଜାରାମ[୧୧] | ରାଘବ | |
୨୦୧୬ | ସମୟ ବଡ଼ ବଳବାନ | ଆକାଶ | ନାୟକ/ପ୍ରଯୋଜକ |
ପ୍ରଯୋଜିତ କଥାଚିତ୍ର
[ସମ୍ପାଦନା]- ଶୁଭ ବିବାହ
- କିଛି ଖଟା କିଛି ମିଠା
- ଜଗୁ ଅଟୋବାଲା
- ଡାହା ବାଳୁଙ୍ଗା
- ସମୟ ବଡ଼ ବଳବାନ
ଦୂରଦର୍ଶନ
[ସମ୍ପାଦନା]- ୱାଉ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
- ଫୁଲ୍ ବୋବାଲ୍ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
- ଜୀନାର ଜୀବନସାଥୀ (ତରଙ୍ଗ ଟିଭି)- ଉପସ୍ଥାପକ
- ମୁଁ ବି ହିରୋଇନ୍ ହେବି (ସାର୍ଥକ ଟିଭି)- ବିଚାରକ
- ରଜ କୁଇନ୍ (ସାର୍ଥକ ଟିଭି)- ମେଣ୍ଟର
ଲୋକପ୍ରିୟ ଆଲବମ୍
[ସମ୍ପାଦନା]- ଜାଇଫୁଲ
ବିବାଦ
[ସମ୍ପାଦନା]ଜୁଲାଇ ୨୦୧୭ରେ ପୁପିନ୍ଦର ଏବଂ ତାଙ୍କ ପତ୍ନୀ ରୁପିନ୍ଦରଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିଥିଲା ।[୧୨] ୯୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା ।[୩][୪]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2021-03-04. Retrieved 2018-07-25.
{{cite web}}
: Cite has empty unknown parameter:|1=
(help) - ↑ ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ ୨.୨ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୩.୦ ୩.୧ "Odia actor Pupinder Singh arrested after NBW issued by Court". ପ୍ରଗତିବାଦୀ. 29 July 2017. Retrieved 10 April 2018.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୪.୦ ୪.୧ "Actor Pupinder Singh Arrested On Cheating Charge, Granted Bail". Kalinga TV. 29 July 2018. Retrieved 10 April 2018.
- ↑ "ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 10 April 2018.
- ↑ "ପ୍ରଥମ ଫିଲ୍ମରେ ଏ ଦୁଇ ଓଲିଉଡ ନାୟିକା ସାଜିଥିଲେ ଦୃଷ୍ଟିହୀନା". sambad.in. 19 November 2017. Retrieved 10 April 2018.
- ↑ "ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା". sambad.in. 11 November 2017. Retrieved 10 April 2018.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୮.୦ ୮.୧ "ବାବୁସାନ୍ କି ଅରିନ୍ଦମ୍ ହୋଇପାରି ନଥିଲେ ଏହି ସିନେମାର ରିମେକ୍ର ହିରୋ !". sambad.in. 2 October 2017. Retrieved 10 April 2018.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ "ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍ ନାୟିକା". sambad.in. 1 April 2018. Retrieved 10 April 2018.
- ↑ "ଏହି ସିନେମା ଜରିଆରେ ଓଲିଉଡ଼କୁ ଫେରିଲେ ଦେବସ୍ମିତା". sambad.in. 3 December 2017. Retrieved 10 April 2018.
- ↑ "Ollywood actor Pupinder Singh arrested, granted bail". Update Odisha. 29 July 2017. Retrieved 10 April 2018.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ପୁପିନ୍ଦର ସିଂହ