ଫଗୁ ଦଶମୀ

ଉଇକିପିଡ଼ିଆ‌ରୁ
(Phagu Dasamiରୁ ଲେଉଟି ଆସିଛି)
ଫଗୁ ଦଶମୀ
ନାମଫାଲଗୁନ ଦଶମୀ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ପାଳନ୮ ମାର୍ଚ୍ଚ (ମଙ୍ଗଳବାର)
ତାରିଖଫାଲ୍‌ଗୁନ ଶୁକ୍ଳ ଦଶମୀ
ସମ୍ପର୍କିତଦୋଳଯାତ୍ରା

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ I[୨] ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ I[୩] ତେଣୁ ସ୍ୱଭାବତଃ ରାଧାକୃଷ୍ଣ ମନ୍ଦିରଗୁଡିକ ସେହିଦିନଠାରୁ ଉତ୍ସବମୁଖର ହୋଇଉଠେ I ପୂର୍ଣ୍ଣିମା ପର୍ଯ୍ୟନ୍ତ ବୈଷ୍ଣବ ଧର୍ମାବଲମ୍ବୀଙ୍କ ମତାନୁଯାୟୀ ବୃନ୍ଦାବନ ଗୋପୀମାନେ ସେମାନଙ୍କର ପରମାରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ I ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ, ଦୋଳି ଖେଳାଇଥିଲେ ଏବଂ ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ I ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ I[୪] ପ୍ରାୟତଃ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ I ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ I ଭଗବାନ ସବୁବେଳେ ଭକ୍ତଙ୍କର- ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ I ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ I ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ; କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବାବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସୁଥିଲେ ରାଜଦାଣ୍ଡ ଉପରକୁ I ଭକ୍ତର ଦ୍ୱାର ନିକଟକୁ I ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା; ଦୋଳି ବା ହୋଲି ଉତ୍ସବ I ରଥଯାତ୍ରାବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ, ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଠିକ୍ ସେହିପରି ଦୋଳ ଉତ୍ସବବେଳେ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତିନିକଟକୁ – ଘର ପାଖକୁ I ପୁରୀ ମନ୍ଦିର ଭଳି ଭୁବନେଶ୍ୱର ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହାସମାରୋହରେ ପାଳିତ ହୁଏ । [୫]

ଆଧାର[ସମ୍ପାଦନା]

  1. "Dashami, Phalguna, Shukla Paksha". DrikPanchang. Retrieved 5 February 2015.
  2. "Phagu Dasami 2012, First day of Dolyatra in Orissa « Hindupad". hindupad.com. Retrieved 4 March 2013.
  3. "Phagu Dasami | Orissa Online". orissaonline.co.in. Archived from the original on 5 March 2016. Retrieved 4 March 2013. images of both Radha and Krishna are placed on a swing and are worshipped by smearing them with abhira (coloured powder).
  4. Das, Pradip Kumar (2008). "The Hindu : Other States / Orissa News : Cuttack braces for twin celebrations". hindu.com. Retrieved 4 March 2013. the idols of Radha and Lord Krishna are carried in decorative palanquins
  5. ରବିବାର ସମାଜ, ୨୬ଫେବୃଆରୀ- ୩ମାର୍ଚ୍ଚ ୨୦୧୨, ପୃଷ୍ଠା- ୭