ଦୁର୍ଗା ମନ୍ଦିର, ମୋଟିଆ

ଉଇକିପିଡ଼ିଆ‌ରୁ
(Durga Temple, Motiaରୁ ଲେଉଟି ଆସିଛି)
ଦୁର୍ଗା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ ଜିଲ୍ଲା
Location
ସ୍ଥାନମୋଟିଆଁ
Countryଭାରତ

ଓଡ଼ିଶାର କଟକ ଜିଲ୍ଲାର କୃଷ୍ଣପ୍ରସାଦ ନିକଟସ୍ଥ ମୋଟିଆଁ ଗ୍ରାମରେ ଏକ ପ୍ରାଚୀନ ଦୁର୍ଗା ମନ୍ଦିର ଅବସ୍ଥିତ ।[୧] ଏହି ମନ୍ଦିରଟି ମହିଷମର୍ଦ୍ଦିନୀ ଦୁର୍ଗା ଏବଂ ତାଙ୍କର ଚାମୁଣ୍ଡାମାନଙ୍କୁ ସମର୍ପିତ ବୋଲି କିମ୍ବଦନ୍ତୀ ରହିଛି ।

ଦେଉଳର ଗର୍ଭଗୃହରେ ଅଧିଷ୍ଠିତ ମୁଖ୍ୟ ବିଗ୍ରହ ମହିଷମର୍ଦ୍ଦିନୀ ଦୁର୍ଗା । ଉତ୍କଳୀୟ ପରମ୍ପରାରେ ଏହାଙ୍କୁ ଚତୁର୍ଭୁଜ ଜୟଦୁର୍ଗା କୁହାଯାଏ । ଉପର ଦୁଇ ହାତରେ ଠାକୁରାଣୀ ଶଙ୍ଖଚକ୍ର ଧାରଣ କରିଛନ୍ତି ଏବଂ ତଳ ଦୁଇ ହାତରେ ତ୍ରିଶୂଳଦ୍ୱାରା ମହିଷାସୁରକୁ ବିଦ୍ଧ କରୁଛନ୍ତି ।

ଭାରତୀୟ ପ୍ରତ୍ନତତ୍ତ୍ୱବିତଙ୍କ ଦଳ ବିଭିନ୍ନ ପ୍ରକାରର ଅନୁସନ୍ଧାନବେଳେ ଏହି ସ୍ଥାନରେ ଅନେକ କିଛି ବିରଳ ଜିନିଷର ସନ୍ଧାନ ପାଇଛନ୍ତି, ଯେଉଁଥିରୁ ଏବଂ ମନ୍ଦିର ନିର୍ମାଣ ଶୈଳୀର ବ୍ୟବହୃତ ପଥରର ସମୟକୁ ଆଧାର କରି ଏହା ଅନୁମାନ କରାଯାଏ ଯେ ଏହି ମନ୍ଦିର ୧୦ମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମନ୍ଦିରର ମରାମତି କରାଯାଇଥିଲା ଏବଂ ଏବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଛି ।

ଗର୍ଭଗୃହରେ ଦୁର୍ଗାଙ୍କ ଛଡ଼ା ସୂର୍ଯ୍ୟ ଓ ଚତୁର୍ଭୁଜ ଚାମୁଣ୍ଡାଙ୍କର ମୂର୍ତ୍ତି ମଧ୍ୟ ପୂଜିତ ।

କଳିଙ୍ଗ ଶିଳ୍ପକଳା ଅନୁସାରେ ନିର୍ମିତ ଏହି ଦେଉଳରେ ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନ ରହିଛି ।

ଅବସ୍ଥିତି[ସମ୍ପାଦନା]

ଦେଉଳଟି ପ୍ରାଚୀ ନଦୀ କୂଳରେ ଅବସ୍ଥିତ । ପ୍ରାଚୀ କଟକ ଜିଲ୍ଲାର କୃଷ୍ଣପ୍ରସାଦ ଗାଆଁଠାରୁ ୧ କିଲୋମିଟର ଦୂର ଉତ୍ତର ଦିଗରେ ଅବସ୍ଥିତ । ଏହି ସ୍ଥାନକୁ ଆସିବା ପାଇଁ କଟକ ଜିଲ୍ଲାର ନିଆଳୀ ପାଖାପାଖି ଅଞ୍ଚଳ ଫୁଲନଖରାଠାରୁ ଆସିବାକୁ ପଡ଼ିଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ନିଆଳୀକୁ ନିୟମିତ ବସ୍ ଚଳାଚଳ କରୁଥାଏ, ଯାହାକି ଭୁବନେଶ୍ୱରରୁ ୬୫ କିଲୋମିଟର (୪୦ ମାଇଲ୍) ଦୂର ।

ପୂଜା ପର୍ବ[ସମ୍ପାଦନା]

ଏହି ମନ୍ଦିରର ମୁଖ୍ୟ ପୂଜା ହୋଇଛି ଦୁର୍ଗାପୂଜା । ସେହି ସମୟରେ ପୂଜା ସହିତ ଯଜ୍ଞାଦିର ଆୟୋଜନ କରାଯାଇଥାଏ ।

ଆଧାର[ସମ୍ପାଦନା]

  1. "Durga Temple, Motia - Nua Satanga". ignca.gov.in. Retrieved 31 October 2019.

ବାହାର ଆଧାର[ସମ୍ପାଦନା]