ଭାରତର ସଂସ୍କୃତି

ଉଇକିପିଡ଼ିଆ ରୁ
Jump to navigation Jump to search


ଭାରତ ଉପମହାଦ୍ୱୀପର କ୍ଷେତ୍ରର ସାଂସ୍କୃତିକ ସୀମା , ସ୍ଥିରତା ଏବଂ ଐତିହାସିକ ସ୍ଥାୟୀତ୍ୱକୁ ପ୍ରଦର୍ଶିତ କରୁଥିବା ମାନଚିତ୍ର

ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।

ଭାଷା[ସମ୍ପାଦନା]

ବୃହତ ଭାରତର ଭାଷା ପରିବାର

ଭାରତରେ କୁହାଯାଉଥିବା ଅନେକ ଭାଷାର ସଂଖ୍ୟା ହିଁ ଭାରତର ସଂସ୍କୃତି ଏବଂ ପାରମ୍ପରିକ ବିବିଧତାକୁ ବଢାଇ ପାରିଛି । ୧୦୦୦ (ଯଦି ଆମେ ପ୍ରାଦେଶିକ କଥା ଏବଂ ପ୍ରାଦେଶିକ ଶବ୍ଦକୁ ଗଣିବା, ଯଦି ଆମେ ସେଗୁଡିକୁ ନ ଗଣିବା ତ' ଏହି ସଂଖ୍ୟା ୨୧୬ ରହିଯାଏ) ଭାଷା ଏହିପରି ଅଛି ଯାହାକୁ ୧୦,୦୦୦ରୁ ଅଧିକ ଲୋକସମୂହଦ୍ୱାରା କୁହାଯାଏ, ହେଲେ ବହୁ ଏହିପରି ମଧ୍ୟ ଭାଷା ଅଛି, ଯାହା ୧୦,୦୦୦ରୁ କମ ଲୋକ କୁହନ୍ତି । ଭାରତରେ ସମୁଦାୟ ୪୧୫ ପ୍ରକାରର ଭାଷା ବ୍ୟବହାର କରାଯାଏ । ଭାରତୀୟ ସମ୍ବିଧାନ ସଂଘ ସରକାରର ସଞ୍ଚାର ପାଇଁ ହିନ୍ଦୀ ଏବଂ ଇଂରାଜୀ ଭାଷାର ବ୍ୟବହାରକୁ ଆଧିକାରୀକ ଭାଷା (official language) ରୂପରେ ଘୋଷିତ କରିଛନ୍ତି । ଘୋଷିତ କରିଛନ୍ତି କି ବ୍ୟକ୍ତିଗତ ରାଜ୍ୟଗୁଡ଼ିକରେ ତାଙ୍କ ନିଜର ଆନ୍ତରିକ ସଞ୍ଚାର ପାଇଁ ନିଜ ରାଜ୍ୟ ଭାଷା (state's language)ର ବ୍ୟବହାର କରାଯାଇଥାଏ । ଭାରତରେ ଦୁଇ ପ୍ରମୁଖ ଭାଷା ସମ୍ବନ୍ଧୀ ପ୍ରମୁଖ ପରିବାର ରହିଛି - "ଭାରତୀୟ ଆର୍ଯ୍ୟ ଭାଷା ଏବଂ ଦ୍ରାବିଡ଼ ଭାଷା", ଏଥି ମଧ୍ୟରୁ ପ୍ରଥମ ଭାଷାର ପରିବାର ମୁଖ୍ୟତଃ ଭାରତର ଉତ୍ତରୀ (northern), ପଶ୍ଚିମୀ (western), ମଧ୍ୟ (central) ଏବଂ ପୁର୍ବୀ (eastern) କ୍ଷେତ୍ରରେ ଘେରିହୋଇଛି , ଦ୍ୱିତୀୟ ଭାଷା ପରିବାର ଭାରତର ଦକ୍ଷିଣ ଭାଗରେ ରହିଛି । ଭାରତର ସବୁଠାରୁ ବଡ ଭାଷା ପରିବାର ରହିଛି ଅଷ୍ଟ୍ରୋ-ଏସିଆଟିକ (Austro-Asiatic) ଭାଷା ସମୂହ , ଯେଉଁଥିରେ ସାମିଲ ହୋଇଛି ଭାରତର ମଧ୍ୟ ଏବଂ ପୂର୍ବରେ କୁହାଯାଉଥିବା ମୁଣ୍ଡା ଭାଷା (Munda languages), ଉତ୍ତରପୂର୍ବରେ କୁହାଯାଉଥିବା ଖାସୀ ଭାଷା (Khasian languages) ଏବଂ ନିକୋବାର ଦ୍ୱୀପ (Nicobar Islands)ରେ କୁହାଯାଉଥିବା ଭାଷାକୁ ନିକୋବାରୀ ଭାଷା (Nicobarese languages) କୁହାଯାଏ । ଭାରତର ଚତୁର୍ଥ ସବୁଠାରୁ ବଡ ଭାଷା ପରିବାର ହେଉଛି ତିବ୍ବତି-ବର୍ମନ ଭାଷା (Tibeto-Burman languages) ପରିବାର ଯାହା ଚୀନୀ-ତିବ୍ବତି ଭାଷା ପରିବାରର ଏକ ଉପସମୂହ ଅଟେ ।

ଭାଷାର ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଭାରତର ସମ୍ବିଧାନରେ ୨୩ ଭାଷା ମାନଙ୍କୁ ସାମ୍ବିଧାନିକ ରୂପରେ ଜଣାଯାଏ । ହିନ୍ଦୀ ଏବଂ ଭାରତୀୟ ଇଂରାଜୀ , କେନ୍ଦ୍ରୀୟ ସରକାରଦ୍ୱାରା ରାଜଭାଷା ରୂପରେ ପ୍ରୟୋଗ କରାଯାଇଥାଏ । ରାଜ୍ୟ ସରକାର ନିଜ ଭାଷାର ରାଜ ଭାଷା ରୂପରେ ପ୍ରୟୋଗ କରିପାପାରନ୍ତି ।

ଭାରତର ଉତ୍ତର ଭାଗରେ ହିନ୍ଦୀ ସବୁଠାରୁ ଅଧିକ କୁହାଯାଇଥାଏ । ଭାରତୀୟ ଜନଗଣନା ଅନୁସାରେ ହିନ୍ଦୀରେ ଅନେକ ହିନ୍ଦୀ ଭାଷା ସମ୍ମିଳିତ ହୋଇଥାଏ । ୨୦୦୧ରେ ଭାରତୀୟ ଜନଗଣନା ଅନୁସାରେ ଭାରତର ୪୫% ଜନତା ହିନ୍ଦୀ ଜାଣିଥାନ୍ତି ଏବଂ ୨୫% ଲୋକ ମାନଙ୍କର ଏହା ମାତୃଭାଷା ।[୧]୨୦୦୧ ମସିହାର ଜନଗଣନାରେ ୨୨୬,୪୪୯ ଭାରତୀୟ ଇଂରାଜୀକୁ ମାତୃଭାଷା ବୋଲି ଦଲିଲ କରାଯାଇଛି । [୨]କେବଳ ୧୪,୧୩୫ ଜଣଙ୍କର ସଂସ୍କୃତ ନିଜ ମାତୃଭାଷା ବୋଲି କୁହାଯାଇଥିଲା । [୩] ଭୀଲୀ ଭାଷା ସବୁଠାରୁ ବଡ ଭାଷା ଅଟେ ଯାହା ଅନୁସୂଚିତ ନୁହେଁ ।

ଭାରତର ଗ୍ରୀନବର୍ଗ ଡାଇବାର୍ଷିଟି ଇଣ୍ଡକ୍ସ ୦.୯୧୪ ଅଟେ ଅର୍ଥାତ ଯଦିଓ ଦେଶରେ ଏହିପରି କୌଣସି ଦୁଇ ଲୋକଙ୍କୁ ବଛାଯାଏ ତ ୯୧.୪% ସୁଯୋଗ ହୋଇପାରେ କି ଦୁଇ ଜଣଙ୍କ ମାତୃଭାଷା ଅଲଗା ହୋଇପାରେ ।[୪]

ସ୍ଥାନୀୟ ଲୋକମାନଙ୍କର ସଂଖ୍ୟା ଅନୁସାରେ ଭାଷାମାନଙ୍କର ସୂଚୀ[ସମ୍ପାଦନା]

ପ୍ରଥମ ଭାଷାରୂପେ ବକ୍ତାମାନଙ୍କର ସଂଖ୍ୟା ଅନୁସାରେ "ଦେଶୀ ଭାଷା" ମାନଙ୍କ ପୂର୍ଣ୍ଣ ପ୍ରତିଶତ ୧୨୭% ଅଟେ । ୧୯୯୧ ମସିହାରେ ଭାରତ ଜନସଂଖ୍ୟାରେ "ଦ୍ୱି ଭାଷାବାଦ" ୧୯.୪% ଏବଂ "ତ୍ରି ଭାଷାବାଦ" ୭.୨% ଭାବେ ମିଳିପାରିଛି ।

୧୦ ଲକ୍ଷରୁ ଅଧିକ କୁହାଯାଉଥିବା ଭାଷା[ସମ୍ପାଦନା]

୨୦୦୧ ମସିହାର ଜନଗଣନା ଅନୁସାରେ ୨୯ ଭାଷାର ୧୦ ଲକ୍ଷରୁ ଅଧିକ ହେଉଛି କୁହାଯାଉଥିବା ଭାଷା ଅଟେ । ନିମ୍ନରେ ଗାଢ଼ରେ ଅଙ୍କିତ ଭାଷା ଅନୁସୂଚିତ ଅଟେ । କେବଳ ସଂସ୍କୃତ ଏହିପରି ଏକ ଅନୁସୂଚିତ ଭାଷା ଅଟେ ଯାହାର ୧୦ ଲକ୍ଷରୁ କମ ଲୋକ ବ୍ୟବହାର କରିଥାନ୍ତି ।

ସାରଣୀ : ଭାଷାର ସ୍ଥାନୀୟ ବକ୍ତା (କୁହାଯାଉଥିବା ବାକ୍ୟ) ଅନୁସାରେ
ସ୍ତର ଭାଷା ୨୦୦୧ ଜନଗଣନା [୫]
(ପୂର୍ଣ୍ଣ ଜନସଂଖ୍ୟା ୧,୦୨୮,୬୧୦,୩୨୮)
୧୯୯୧ ଜନଗଣନା [୬]
(ପୂର୍ଣ୍ଣ ଜନସଂଖ୍ୟା ୮୩୮,୫୮୩,୯୮୮)
ଏନକାର୍ଟ ୨୦୦୭ର ଅନୁମାନ[୭]
(ବିଶ୍ୱରେ )

କୁହାଯାଉଥିବା ଭାଷା ସଂଖ୍ୟା ପ୍ରତିଶତ କୁହାଯାଉଥିବା ଭାଷା ପ୍ରତିଶତ କୁହାଯାଉଥିବା ଭାଷା
ହିନ୍ଦୀ[୮] ୪୨୨,୦୪୮,୬୪୨ ୪୧.୧% ୩୨୯,୫୧୮,୦୮୭ ୩୯.୨୯% ୩୬୬ ନିୟୁତ
ବଙ୍ଗାଳୀ ୮୩,୩୬୯,୭୬୯ ୮.୧୧% ୬୯,୫୯୫,୭୩୮ ୮.୩୦% ୨୦୭ ନିୟୁତ
ତେଲୁଗୁ ୭୪,୦୦୨,୮୫୬ ୭.୧୯% ୬୬,୦୧୭,୬୧୫ ୭.୮୭% ୬୯.୭ ନିୟୁତ
ମରାଠୀ ୭୧,୯୩୬,୮୯୪ ୬.୯୯% ୬୨,୪୮୧,୬୮୧ ୭.୪୫% ୬୮.୦ ନିୟୁତ
ତାମିଲ ୬୦,୭୯୩,୮୧୪ ୫.୯୧% ୫୩,୦୦୬,୩୬୮ ୬.୩୨% ୬୬.୦ ନିୟୁତ
ଉର୍ଦ୍ଧୁ ୫୧,୫୩୬,୧୧୨ ୫.୦୧% ୪୩,୪୦୬,୯୩୨ ୫.୧୮% ୬୦.୩ ନିୟୁତ
ଗୁଜୁରାଠୀ ୪୬,୦୯୧,୬୧୭ ୪.୪୮% ୪୦,୬୭୩,୮୧୪ ୪.୮୫% ୪୬.୧ ନିୟୁତ
କନ୍ନଡ ୩୭,୯୨୪,୦୧୧ ୩.୬୯% ୩୨,୭୫୩,୬୭୬ ୩.୯୧% ୩୫.୩ ନିୟୁତ
ମାଲୟଲମ ୩୩,୦୬୬,୩୯୨ ୩.୨୧% 30,377,176 3.62% 35.7 ନିୟୁତ
୧୦ ଓଡ଼ିଆ ୩୩,୦୧୭,୪୪୬ ୩.୨୧% 28,061,313 3.35% 32.3 ନିୟୁତ
୧୧ ପଞ୍ଜାବୀ ୨୯,୧୦୨,୪୭୭ ୨.୮୩% 23,378,744 2.79% 57.1 ନିୟୁତ
୧୨ ଉସମୀ ୧୩,୧୬୮,୪8୪ ୧.୨୮% 13,079,696 1.56% 15.4 ନିୟୁତ
୧୩ ମୈଥିଳୀ ୧୨,୧୭୯,୧୨୨ ୧.୧୮% 7,766,921 0.926% 24.2 ନିୟୁତ
୧୪ ଭୀଲୀ ୨,୫୮୨,୯୫୭ ୦.୯୩%
୧୫ ସନ୍ଥଳୀ ୬,୪୬୯,୬୦୦ ୦.୬୩% 5,216,325 0.622%
୧୬ କାଶ୍ମୀରୀ ୫,୫୨୭,୬୯୮ ୦.୫୪%
୧୭ ନେପାଳୀ ୨,୮୭୧,୭୪୯ ୦.୨୮% 2,076,645 0.248% 16.1 ନିୟୁତ
୧୮ ଗୋଣ୍ଡି ୨,୭୧୩,୭୯୦ ୦.୨୬%
୧୯ ସିନ୍ଧୀ ୨,୫୩୫,୪୮୫ ୦.୨୫% 2,122,8୪8 0.253% 19.7 ନିୟୁତ
୨୦ କୋଙ୍କଣୀ ୨,୪୮୯,୦୧୫ ୦.୨୪% 1,760,607 0.210%
୨୧ ଡୋଗରୀ ୨,୨୮୨,୫୮୯ ୦.୨୨%
୨୨ ଖାନଦେଶୀ ୨,୦୭୫,୨୫୮ ୦.୨୧%
୨୩ କୁରୁଖ ୧,୭୫୧,୪୮୯ ୦.୧୭%
୨୪ ତୁଲୂ ୧,୭୨୨,୭୬୮ ୦.୧୭%
୨୫ ମଣିପୁରୀ ୧,୪୬୬,୭୦୫* ୦.୧୪% ୧,୨୭୦,୨୧୬ ୦.୧୫୧%
୨୬ ବୋଡୋ ୧,୩୫୦,୪୭୮ ୦.୧୩% ୧,୨୨୧,୮୮୧ ୦.୧୪୬%
୨୭ ଖାସୀ ୧,୧୨୮,୫୭୫ ୦.୧୧%
୨୮ ମୁଣ୍ଡାରୀ ଭାଷା ୧,୦୬୧,୩୫୨ ୦.୧୦୩%
୨୯ ହୋ ୧,୦୪୨,୭୨୪ ୦.୧୦୧%

* ମଣିପୁରର ସେନାପଟୀ ଜେଲର ପାଓମାଟା , ମାଓ-ମରମ ଏବଂ ପୁରୁଲ ଉପା ବିଭାଗର ସଂଖ୍ୟା , ୨୦୦୧ ମସିହାରେ ଜନଗଣନା ରବ୍ଦ ହେବ କାରଣରୁ ଯୋଡ଼ା ଗଲା ନାହିଁ ।

୧,୦୦,୦୦୦ରୁ ୧୦ ଲକ୍ଷ କୁହା ଯାଉଥିବା ଭାଷା[ସମ୍ପାଦନା]

ସ୍ତର ଭାଷା ୨୦୦୧ ଜନଗଣନା
କହୁଥିବା ଭାଷା ସଂଖ୍ୟା ପ୍ରତିଶତ
30 କୁଇ 916,222 0.089%
31 ଗାରୋ 889,479 0.086%
32 ତ୍ରିପୁରୀ 854,023 0.083%
33 ଲୁସାଈ /ମିଜୋ 674,756 0.066%
34 ହଲାବୀ 593,443 0.058%
35 କୋରକୂ 574,481 0.056%
36 ମିରୀ /ମିଶିଙ୍ଗ 551,224 0.054%
37 ମୁଣ୍ଡା ଭାଷା 469,357 0.046%
38 କର୍ବୀ / ମିକିର 419,534 0.041%
39 କୋୟ 362,070 0.035%
40 ଆଓ 261,387 0.025%
41 ସବାରହ 252,519 0.025%
42 କନ୍ୟାକ 248,109 0.024%
43 ଖାରିୟା 239,608 0.023%
44 ଇଂରାଜୀ 226,449 0.022%
45 ମାଲ୍ଟୋ ଭାଷା 224,926 0.022%
46 ନିଶୀ 211,485 0.021%
47 ଆଦି 198,462 0.019%
48 ଥାଡୋ 190,595 0.019%
49 ଲୋଥା 170,001 0.017%
50 କୋର୍ଗୀ /କୋଡାଗୁ 166,187 0.016%
51 ରଭା 164,770 0.016%
52 ତାଙ୍ଗଖୁଳ 142,035 0.014%
53 କିସାନ 141,088 0.014%
54 ଅଙ୍ଗାମୀ 132,225 0.013%
55 ଫୋମ 122,508 0.012%
56 କୋଲାମୀ 121,855 0.012%
57 ଖୋଣ୍ଡ /କୋନ୍ଧ [୯] 118,597 0.012%
58 ଦିମାସା 111,961 0.011%
59 ଲଦ୍ଦଖୀ 104,618 0.010%
60 ସେମା 103,529 0.010%

କୁହାଯାଉଥିବା ସଂଖ୍ୟା ଅନୁସାରେ ମାତୃଭାଷାର ସୂଚୀ[ସମ୍ପାଦନା]

୨୦୦୧ ମସିହାର ଜନଗଣନା ଅନୁସାରେ ପ୍ରତ୍ୟେକ ଭାଷାର ଏକରୁ ଅଧିକ ମାତୃଭାଷା ରହିଅଛି । କହୁଥିବା ଲୋକମାନଙ୍କର ସଂଖ୍ୟା ଏହି ମାତୃଭାଷା ପାଇଁ ଉପଲବ୍ଧ ହୋଇଥାଏ ଏବଂ ତାହା ମଧ୍ୟ ସେମାନଙ୍କ ସମ୍ବନ୍ଧିତ ଭାଷାକୁ କହୁଥିବା ସଂଖ୍ୟାରେ ସାମିଲ କରାଯାଇଅଛି । ନିମ୍ନ ତାଲିକାରେ ୧୦ ଲକ୍ଷରୁ ଅଧିକ ବକ୍ତା ଯୁକ୍ତ ମାତୃଭାଷାକୁ ସୂଚୀବଦ୍ଧ କରାଯାଇଛି ।

୧୦ ଲକ୍ଷରୁ ଅଧିକ ବକ୍ତା ଯୁକ୍ତ ମାତୃଭାଷା [୫]
ସ୍ତର ମାତୃଭାଷା 2001 ଜନଗଣନା ଭାଷାରେ ସାମିଲ
କହୁଥିବା ଭାଷା ସଂଖ୍ୟା ପ୍ରତିଶତ
1 ହିନ୍ଦୀ 257,919,635 25.071%
2 ବଙ୍ଗଳା 82,୪62,୪37 8.016%
3 ତେଲୁଗୁ 73,817,1୪8 7.176%
4 ମରାଠୀ 71,701,୪78 6.970%
5 ତାମିଲ 60,655,813 5.896%
6 ଉର୍ଦ୍ଦୁ 51,533,95୪ 5.009%
7 ଗୁଜରାଟୀ ୪5,715,65୪ ୪.୪୪୪%
8 କନ୍ନଡ଼ 37,7୪2,232 3.669%
9 ଭୋଜପୁରୀ 33,099,497 3.217% ହିନ୍ଦୀ
10 ମାଲାୟାଲମ 33,015,୪20 3.209%
11 ଓଡ଼ିଆ 32,110,୪82 3.121%
12 ପଞ୍ଜାବୀ 28,152,79୪ 2.737%
13 ରାଜସ୍ଥାନୀ 18,355,613 1.78୪% ହିନ୍ଦୀ
14 ମଗାଧି /ମଗହୀ 13,978,565 1.359% ହିନ୍ଦୀ
15 ଛତିଶଗଡୀ 13,260,186 1.289% ହିନ୍ଦୀ
16 ଆସାମୀ 12,778,735 1.2୪2%
17 ମୈଥିଳୀ 12,178,673 1.184%
18 ହରିୟାଣୀ 7,997,192 0.777% ହିନ୍ଦୀ
19 ମାରୁଆଡ଼ୀ 7,936,183 0.771% ହିନ୍ଦୀ
20 ସାନ୍ତାଳୀ 5,9୪3,679 0.578%
21 ମାଲବୀ 5,565,167 0.5୪1% हिंदी
22 କାଶ୍ମୀରୀ 5,362,3୪9 0.521%
23 ମେବାଡ଼ି 5,091,697 0.୪95% ହିନ୍ଦୀ
24 ଖୋରତା/ ଖୋଟା ୪,725,927 0.୪59% ହିନ୍ଦୀ
25 ଭିଲୀ 3,313,୪81 0.322%
26 ବୁନ୍ଦେଲି 3,072,1୪7 0.299% ହିନ୍ଦୀ
27 ନେପାଳୀ 2,867,922 0.279%
28 ବାଘେଲି 2,865,011 0.278% ହିନ୍ଦୀ
29 ପାହାଡ଼ୀ 2,832,825 0.275% ହିନ୍ଦୀ
30 ଲମ୍ବାଡ଼ି 2,707,562 0.263% ହିନ୍ଦୀ
31 ଅବଧୀ 2,529,308 0.2୪6% ହିନ୍ଦୀ
32 ବାଗଡ଼ୀ 2,510,811 0.2୪୪% ଭୀଲୀ
33 ଗୋଣ୍ଡି 2,505,2୪7 0.2୪୪%
34 ହରୌତୀ 2,୪62,867 0.239% ହିନ୍ଦୀ
35 କୋଙ୍କଣୀ 2,୪20,1୪0 0.235%
36 ଡୋଗରୀ 2,282,5୪7 0.222%
37 ଗଡ଼ବାଲୀ 2,267,31୪ 0.220% ହିନ୍ଦୀ
38 ନିମାଡ଼ି 2,1୪8,1୪6 0.209% ହିନ୍ଦୀ
39 ସାଦରୀ 2,0୪୪,776 0.199% ହିନ୍ଦୀ
40 କୁମାଉନୀ 2,003,783 0.195% ହିନ୍ଦୀ
41 ଧୁନ୍ଦାରୀ 1,871,130 0.182% ହିନ୍ଦୀ
42 ଅହିରାଣୀ 1,865,813 0.181% ଖାନଦେଶୀ
43 କୁରୁଖ/ଓରଣ 1,737,0୪୪ 0.169%
44 ତୁଳୁ ଭାଷା 1,720,୪22 0.167%
45 ସିନ୍ଧୀ 1,69୪,061 0.165%
46 ମଣିପୁରୀ 1,୪66,୪97 0.1୪3%
47 ସୁରଗଜିୟା 1,୪58,533 0.1୪2% ହିନ୍ଦୀ
48 ବାଗରୀ 1,୪3୪,123 0.139% ହିନ୍ଦୀ
49 ବୋଡୋ 1,330,775 0.129%
50 ବଞ୍ଜାରୀ 1,259,821 0.122% ହିନ୍ଦୀ
51 ନାଗପୁରିଆ 1,2୪2,586 0.121% ହିନ୍ଦୀ
52 ସୁରଜାପୁରୀ ଭାଷା 1,217,019 0.118% ହିନ୍ଦୀ
53 କାଙ୍ଗଡ଼ୀ 1,122,8୪3 0.109% ହିନ୍ଦୀ
54 ମୁଣ୍ଡାରୀ 1,0୪6,951 0.102%
55 ହୋ 1,037,987 0.101%

ଧର୍ମ[ସମ୍ପାଦନା]

ଲଦାଖ, ଭାରତରେ ଥିକ୍ସ ମଠରେ ମୌତ୍ରେୟ ଚିତ୍ରୀତ ଏକ ମୂର୍ତ୍ତୀ ବନ୍ଦ ହେବା । ଭାରତୀୟ ଧର୍ମ, ଯେପରି ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମ, ଭାରତ ପାଇଁ ସ୍ୱଦେଶୀ ଅଟନ୍ତି ।[୧୦]

ଭାରତର ଧାର୍ମିକ ସମୁଦାୟ ଅଙ୍କ ନିମ୍ନଲିଖିତ ଅଟେ (୨୦୦୧ ଜନଗଣନା) :-

Religions of India 
ଧର୍ମ ଜନସଂଖ୍ୟା ପ୍ରତିଶତ
ସମସ୍ତ ଧର୍ମ ୧,୦୨୮,୬୧୦,୩୨୮ ୧୦୦.୦୦%
ହିନ୍ଦୁ ୮୨୭,୫୭୮,୮୬୮ ୮୦.୫%
ମୁସଲମାନ ୧୩୮,୧୮୮,୨୪୦ ୧୩.୪%
ଈସାଈ ୨୪,୦୮୦,୦୧୬ ୨.୩%
ସିଖ୍ ୧୯,୨୧୫,୭୩୦ ୧.୯%
ବୌଦ୍ଧ ୭,୯୫୫,୨୦୭ ୦.୮%
ଜୈନ ୪,୨୨୫,୦୫୩ ୦.୪%
ବହାଈ ୧,୯୫୩,୧୧୨ ୦.୧୮%
ଅନ୍ୟ ୪,୬୮୬,୫୮୮ 0.୩୨%
ଧର୍ମର ତଥ୍ୟ ବାହାର କରାଯାଇ ନ ଥିଲା ୭୨୭,୫୮୮ ୦.୧%
ଧାର୍ମିକ ସମୂହର ବିଶେଷତା
ଧାର୍ମିକ
ସମୂହ
ଜନସଂଖ୍ୟା
%
ବିକାଶ
(୧୯୯୧-୨୦୦୧)
ଲିଙ୍ଗ ଅନୁପାତ
(କୁଳ)
ସାକ୍ଷରତା
(%)
କାର୍ଯ୍ୟରେ ଭାଗିଦାରୀ
(%)
ଲିଙ୍ଗ ଅନୁପାତ
(ଗ୍ରାମୀଣ)
ଲିଙ୍ଗ ଅନୁପାତ
(ସହରୀ)
ଲିଙ୍ଗ ଅନୁପାତ
(ପିଲାମାନେ)ε[›]
ହିନ୍ଦୁ ୮୦.୪୬% ୨୦.୩% ୯୩୧ ୬୫.୧% ୪୦.୪% ୯୪୪ ୮୯୪ ୯୨୫
ମୁସଲମାନ ୧୩.୪୩% ୩୬.୦% ୯୩୬ ୫୯.୧% ୩୧.୩% ୯୫୩ ୯୦୭ ୯୫୦
ଈସାଈ ୨.୩୪% ୨୨.୬% ୧୦୦୯ ୮୦.୩% 39.7% 1001 1026 96୪
ସିଖ୍ ୧.୮୭% ୧୮.୨% ୮୯୩ ୬୯.୪% 37.7% 895 886 786
ବୌଦ୍ଧ ୦.୭୭% ୧୮.୨% ୯୫୩ ୭୨.୭% 40.6% 958 9୪୪ 9୪2
ଜୈନ ୦.୪୧% ୨୬.୦% ୯୪୦ ୯୪.୧% 32.9% 937 9୪1 870
ଏନିମିସ୍ଟି , ଅନ୍ୟ ୦.୬୫% ୧୦୩.୧% ୯୯୨ ୪୭.୦% 48.4% 995 966 976


ଅବ୍ରହାମିକ ଧର୍ମ ପରେ ଭାରତୀୟ ଧର୍ମ (Indian religions) ବିଶ୍ୱ ଧର୍ମରେ ପ୍ରମୁଖ ଅଟେ , ଯେଉଁଥିରେ ହିନ୍ଦୁ ଧର୍ମ , ବୌଦ୍ଧ ଧର୍ମ , ସିଖ୍ ଧର୍ମ, ଜୈନ ଧର୍ମଆଦି ଧର୍ମ ସାମିଲ ହୋଇଛି । ଆଜିର ସମୟରେ ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମ କ୍ରମଶଃ ଦୁନିଆରେ ତୃତୀୟ ଏବଂ ଚତୁର୍ଥ ସବୁଠାରୁ ବଡ ଧର୍ମ ଅଟେ ।

ବିଶ୍ୱ ବ୍ରହ୍ମାଣ୍ଡରେ ଭାରତର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି । ଆଜି ମଧ୍ୟ ଧର୍ମ ଅଧିକାଂଶ ଲୋକଙ୍କ ମଧ୍ୟରେ ମୁଖ୍ୟ ଏବଂ ନିଶ୍ଚିତ ଭୂମିକା ନିଭାଇ ଥାଏ ।

୮୦.୦୪%ରୁ ଅଧିକ ଲୋକ ମାନଙ୍କର ଧର୍ମ ହିନ୍ଦୁ ଧର୍ମ ଅଟେ । କୁଳ ଭାରତୀୟ ଜନସଂଖ୍ୟାର ୧୩.୦୪% ଅଂଶ ଇସ୍ଲାମ ଧର୍ମକୁ ମାନିଥାଏ । [୧୧] ସିଖ୍ ଧର୍ମ , ଜୈନ ଧର୍ମ ଏବଂ ମୁଖ୍ୟରୂପେ ବୌଦ୍ଧ ଧର୍ମର କେବଳ ଭାରତରେ ନୁହେଁ , ପୁରା ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରଭାବିତ ହୋଇଥାଏ , ଈସାଈ ଧର୍ମ, ପାରସୀ ଧର୍ମ, ୟହୁଦୀ ଧର୍ମ ଏବଂ ବହାଈ ଧର୍ମ (Bahá'í Religion ) ମଧ୍ୟ ପ୍ରଭାବଶାଳୀ ଅଟେ , କିନ୍ତୁ ସେମାନଙ୍କ ସଂଖ୍ୟା କମ ଅଟେ । ଭାରତୀୟ ଜୀବନରେ ଧର୍ମର ଦୃଢ଼ ଭୂମିକା ରହିବ ସତ୍ୱେ ନାସ୍ତିକତା ଏବଂ ଅଜ୍ଞେୟବାଦ (agnostic)ର ମଧ୍ୟ ପ୍ରଭାବ ଦେଖା ଯାଇଥାଏ ।

କୁର୍ଗିଅଖ ଘାଟୀରେ ତଂଜେର ବୌଦ୍ଧ ମଠ (ଗୋମ୍ପା)ର ଉପରେ ପ୍ରାର୍ଥନାର ପତକା ଏହିପରି ମାନନ୍ତି ଯେ, ପତକାରେ ଛପା ଯାଇଥିବା ପ୍ରାର୍ଥନା ପବନଦ୍ୱାରା ବିସ୍ଫୁରିତ ହେଉଅଛି ।

ସମାଜ[ସମ୍ପାଦନା]

ସମୀକ୍ଷା[ସମ୍ପାଦନା]

ୟୂଜୀନ ଏମ. ମକରଙ୍କ ଅନୁସାରେ , ଭାରତୀୟ ପାରମ୍ପରିକ ସଂସ୍କୃତି ଅପେକ୍ଷାକୃତ କଠୋର ସାମାଜିକ ପଦନୁକ୍ରମଦ୍ୱାରା ପରିଭାଷିତ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ , ପିଲାମାନଙ୍କୁ ଛୋଟ ବୟସରେ ହିଁ ସେମାନଙ୍କ ଭୂମିକା ଏବଂ ସମାଜରେ ତାଙ୍କ ସ୍ଥାନ ସମ୍ବନ୍ଧରେ କୁହାଯାଇଥାଏ । [୧୨] ତାଙ୍କର ଏହି କଥାରେ ଆହୁରି ମଧ୍ୟ ଜ୍ଞାନ ମିଳିଥାଏ ଏବଂ ତାହାର ସ୍ୱରୂପ ଏହିଯେ , ବହୁତ ଲୋକ ଏହି କଥାକୁ ମାନନ୍ତି ଯେ ତାଙ୍କର ଜୀବନକୁ ନିର୍ଦ୍ଧାରଣ କରିବାରେ ଦେବତା ଏବଂ ଆତ୍ମା ମାନଙ୍କର ହିଁ ପୂର୍ଣ୍ଣ ଭୂମିକା ହୋଇଥାଏ । [୧୨] ଧର୍ମ ବିଭାଜିତ ସଂସ୍କୃତି ଯେପରି ବହୁ ମତଭେଦ ;[୧୨] ଯେମିତିକି , ସେମାନଙ୍କ ଠାରୁ ବହୁ ଅଧିକ ଶକ୍ତିଶାଳୀ ବିଭାଜନ ହୋଇଥାଏ ହିନ୍ଦୁ ପରମ୍ପରାରେ , ମାନ୍ୟତା ଅପ୍ରଦୂଷିତ ଏବଂ ପ୍ରଦୂଷିତ ବ୍ୟବସାୟର । [୧୨] ସଖ୍ତ ସାମାଜିକ ଅମାନ୍ୟ ଲୋକ ଏହି ହଜାରେ ଲୋକଙ୍କର ସମୂହକୁ ନିୟନ୍ତ୍ରିତ କରିଥାନ୍ତି । [୧୨] ସହରରେ ଏଥିମଧ୍ୟରୁ କିଛି ଶ୍ରେଣୀ ଧୂସର ପଡିଯାଇଛନ୍ତି ଏବଂ ଆଉ କିଛି ଉଭାନ ହୋଇଯାଇଛନ୍ତି । [୧୨] ନାଭିକୀୟ ପରିବାର (Nuclear family) ଭାରତୀୟ ସଂସ୍କୃତି ପାଇଁ କେନ୍ଦ୍ରୀୟ ଅଟେ । ମହତ୍ୱପୂର୍ଣ ପାରିବାରିକ ସମ୍ବନ୍ଧ ଏତିକି ଦୂର ପର୍ଯ୍ୟନ୍ତ ହୋଇଥାଏ ଯେଉଁ ପର୍ଯ୍ୟନ୍ତ ସମାନ ଗୋତ୍ର (gotra)ର ସଦସ୍ୟ ରହିଥାନ୍ତି , ଗୋତ୍ର ହିନ୍ଦୁ ଧର୍ମ ଅନୁସାରେ ପୈତୃକ (ପିତାଙ୍କ ତରଫରୁ) ମିଳିଥିବା କୁଟୁମ୍ବ କିମ୍ବା ପନ୍ଥ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ଯାହା ଜନ୍ମ ସହିତ ହିଁ ଥୟ ହୋଇଥାଏ । [୧୨] ଗ୍ରାମୀଣ କ୍ଷେତ୍ରରେ , ପରିବାରର ତିନି କିମ୍ବା ଚାରି ପିଢ଼ି ମାନଙ୍କର ଗୋଟିଏ ଛାତ ତଳେ ରହିବ ସାଧାରଣ କଥା ଅଟେ । [୧୨]ବଂଶ କିମ୍ବା ଧର୍ମ ପ୍ରଧାନ (Patriarch) ପ୍ରାୟ: ପରିବାରର ଅସୁବିଧାକୁ ଦୂର କରିଥାଏ । [୧୨]

ବିକାଶଶୀଳ ଦେଶରେ , ଭାରତ ନିଜ ନିମ୍ନ ସ୍ତରର ଭୌଗୋଳିକ ଏବଂ ବ୍ୟବସାୟିକ ଗତିଶୀଳତା କାରଣ ଯୋଗୁଁ ବୃହତ ରୂପେ ଦର୍ଶନୀୟ ଅଟେ , ଯେଉଁଠାର ଲୋକ ମାନେ କିଛି ଏହିପରି ବ୍ୟବସାୟକୁ ବାଛିଥାନ୍ତି ଯାହା ସେମାନଙ୍କ ମାତା-ପିତା ଆଗରୁ କରିଆସୁଛନ୍ତି ଏବଂ କେବେ-କେବେ ଭୌଗୋଳିକ ରୂପରେ ସେମାନେ ନିଜ ସମାଜ ଠାରୁ ଦୁରେଇ ଯା'ନ୍ତି । [୧୩]

ଜାତି ବ୍ୟବସ୍ଥା[ସମ୍ପାଦନା]

"ବି.ଆର ଆମ୍ବେଦକର" ୧୩ ଅକ୍ଟୋବର ୧୯୩୫ ମସିହାରେ ୟେଓଲା, ନାସିକରେ ଏକ ରାଲିରେ ଭାଷଣ ଦେଉଥିଲେ । ଆମ୍ବେଦକର ଭାରତରେ ଜାତି ବ୍ୟବସ୍ଥା ବିରୁଦ୍ଧରେ ଦୃଢତାରେ ଅଭିଯାନ ଚଳେଇଥିଲେ, ଦଳିତ ଓ ଅନ୍ୟ ସାମାଜିକ ଋପରେ ପୂର୍ବବର୍ଗ ଏବଂ ତାଙ୍କର ସମ୍ପୁର୍ଣ୍ଣ ଜୀବନର ଅଧିକାର ପାଇଁ ଲଢିଥିଲେ ।
ମହାତ୍ମା ଗାନ୍ଧୀ, ୧୯୯୩ ମସିହାରେ ଦଳିତ ହରିଜନ ମାନଙ୍କ କାରଣରୁ ଭାରତ-ବ୍ୟାପି ମାଡ୍ରାସ (ଏବେ ଚେନ୍ନାଇ)ର ଭ୍ରମଣ କରିଥିଲେ । ଏହି ପ୍ରକାରର ପର୍ଯ୍ୟଟନ ଓ ଲେଖାଦ୍ୱାରା ତାଙ୍କର ଭାଷଣ ଭେଦଭାବ-ଭାରତର ଜାତୀ ବିରୁଦ୍ଧରେ ଚର୍ଚ୍ଚା କରିଥିଲେ ।

ଭାରତୀୟ ପାରମ୍ପରିକ ସଂସ୍କୃତି ଅପେକ୍ଷାକୃତ କଠୋର ସାମାଜିକ ପଦାନୁକ୍ରମଦ୍ୱାରା ପରିଭାଷିତ କରାଯାଇଥାଏ । ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥା, ଭାରତୀୟ ଜାତି ପ୍ରଥା ଓ ଭାରତୀୟ ଉପମହାଦ୍ୱୀପ (Indian subcontinent)ରେ ସାମାଜିକ ବର୍ଗୀକରଣ (social stratification) ଏବଂ ସାମାଜିକ ପ୍ରତିବନ୍ଧକର ବର୍ଣ୍ଣନା କରିଥାଏ , ଏହି ପ୍ରଥାରେ ସମାଜର ବିଭିନ୍ନ ବର୍ଗ ହଜାର ସଜାତୀୟ ବିବାହ (endogamous) ଏବଂ ଆନୁବଶିକିୟ ସମୂହ ରୂପରେ ପରିଭାଷିତ କରାଯାଇଥାଏ ଯାହାକୁ ପ୍ରାୟତଃ ଜାତି (jāti) ଏସ୍ କିମ୍ବା କାଷ୍ଟ(caste)ର ନାମରେ ଜଣା ଯାଇଥାଏ , ଏହି ଜାତି ମାନଙ୍କ ମଧ୍ୟରେ ବିଜାତୀୟ ସମୂହ (exogamous group) ମଧ୍ୟ ଉପସ୍ଥିତ ରହିଥାଏ । ଏହି ସମୂହକୁ ଗୋତ୍ର ରୂପରେ ଜଣାଯାଇଥାଏ । ଗୋତ୍ର (gotras), କୌଣସି ବ୍ୟକ୍ତିକୁ ନିଜ କୁଟୁମ୍ବଦ୍ୱାରା ମିଳିଥିବା ଏକ ବଂଶାବଳୀ (clan)ର ପରିଚୟ ହୋଇଥାଏ , ଯଦିଓ କିଛି ଉପଜାତି ଯେପରି ଶକାଦ୍ୱିପୀ (Shakadvipi) ଏହିପରି ଅଛନ୍ତି ଯାହା ମଧ୍ୟରେ ଗୋଟିଏ ମାତ୍ର ଗୋତ୍ରରେ ବିବାହ ସ୍ୱିକାର୍ଯ୍ୟ ହୋଇଥାଏ , ଏହି ଉପଜାତିରେ ପ୍ରତିବନ୍ଧିତ ସଜାତୀୟ ବିବାହ ମାନେ ଗୋଟିଏ ଜାତି ମଧ୍ୟରେ ବିବାହକୁ ପ୍ରତିବନ୍ଧିତ କରିବା ପାଇଁ କିଛି ଅନ୍ୟ ଉପାୟକୁ ନିଜର କରାଯାଇଥାଏ । ଏହିପରି ମଧ୍ୟ ଅଛନ୍ତି ଯାହା ମଧ୍ୟରେ ଗୋଟିଏ ମାତ୍ର ଗୋତ୍ରରେ ବିବାହ ସ୍ୱିକାର୍ଯା ଅଟେ । ଏହି ଉପଜାତିରେ ପ୍ରତିବନ୍ଧିତ ସଜାତୀୟ ବିବାହ ମାନେ ଗୋଟିଏ ଜାତି ଭିତରେ ବିବାହକୁ ପ୍ରତିବନ୍ଧିତ କରିବା ପାଇଁ କିଛି ଅନ୍ୟ ପ୍ରକ୍ରିୟାକୁ ନିଜର କରାଯାଏ । (ଉଦାହରଣ ସ୍ୱରୂପ - ଗୋଟିଏ ଉପନାମରେ ବଂଶ ମଧ୍ୟରେ ବିବାହକୁ ପ୍ରତିବନ୍ଧିତ କରିବା) ।

ହେଲେବି ଜାତି ବ୍ୟବସ୍ଥାକୁ ମୁଖ୍ୟତଃ ହିନ୍ଦୁ ଧର୍ମ ସହିତ ଯୋଡ଼ାଯାଇ ଜଣାଯାଏ କିନ୍ତୁ ଭାରତୀୟ ଉପମହାଦ୍ୱୀପରେ ଅନ୍ୟ ବହୁ ଧର୍ମ ଯେପରି ମୁସଲମାନ (Muslim) ଏବଂ ଈସାଇ (Christian) ଧର୍ମର କିଛି ସମୂହରେ ନଧ୍ୟ ଏହି ପ୍ରକାରର ବ୍ୟବସ୍ଥା ଦେଖା ଯାଇଅଛି । [୧୪] ଭାରତୀୟ ସମ୍ବିଧାନ, ସମାଜବାଦ , ଧର୍ମନିରପେକ୍ଷତା (secular), ଲୋକତନ୍ତ୍ର ପରି ସିଦ୍ଧାନ୍ତକୁ ଧ୍ୟାନରେ ରଖି ଜାତି ଉପରେ ଆଧାରିତ ଭେଦଭାବକୁ ଗିଅର୍କାନୂନୀ ଘୋଷିତ କରାଯାଇଅଛି ।[୧୫] ବଡ ସହରରେ ଅଧିକାଂଶ ଏହି ଜାତି ବନ୍ଧନକୁ ଯୋଡ଼ା ଯାଇଅଛି , [୧୬] ହେଲାକି ଏହା ଆଜି ମଧ୍ୟ ଦେଶର ଗ୍ରାମୀଣ କ୍ଷେତ୍ରରେ ବିଦ୍ୟମାନ ରହିଛି କିନ୍ତୁ , ଆଧୁନିକ ଭାରତରେ ଜାତି ବ୍ୟବସ୍ଥା , ଜାତିର ଆଧାରରେ ବାଣ୍ଟୁଥିବା ରାଜନୀତି ଏବଂ ଅଲଗା - ଅଲଗା ମାଧ୍ୟମ ପରି ସାମାଜିକ ଧାରଣା ଗୁଡିକୁ ଯେପରି ବହୁ ରୂପରେ ଜୀବିତ ମଧ୍ୟ ରହିଛି ଏବଂ ପ୍ରବଳ ମଧ୍ୟ ହେବାରେ ଲାଗିଛି[୧୭][୧୮]

ସାମାନ୍ୟ ଶବ୍ଦରେ ଜାତିର ଆଧାର ଉପରେ ପାଞ୍ଚୋଟି ପ୍ରମୁଖ ବିଭାଜନ ରହିଛି :[୧୨]

  • ବ୍ରାହ୍ମଣ - "ବିଦ୍ୱାନ ସମୁଦାୟ", ଯେଉଁଥିରେ ୟାଜକ, ବିଦ୍ୱାନ, ବିଧି ବିଶେଷଜ୍ଞ, ମନ୍ତ୍ରୀ ଏବଂ ରାଜନୈତିକ ସାମିଲ ଅଛନ୍ତି ।
  • କ୍ଷତ୍ରିୟ - "ଉଚ୍ଚ ଏବଂ ନିମ୍ନ ମାନ୍ୟବର କିମ୍ବା ସରଦାର" ଯେଉଁଥିରେ ରାଜା, ଉଚ୍ଚପଦବୀର ଲୋକ, ସୈନିକ ଏବଂ ପ୍ରଶାସକ ମାନେ ସାମିଲ ଅଛନ୍ତି ।
  • ବୈଶ୍ୟ - "ବ୍ୟାପାରି ଏବଂ କାରିଗର ସମୁଦାୟ" ଯେଉଁଥିରେ ସୌଦାଗର, ଦୋକାନୀ, ବ୍ୟାପାରୀ ଏବଂ କ୍ଷେତ୍ର ମାଲିକ ସାମିଲ ହୋଇଥାନ୍ତି ।
  • ଶୁଦ୍ର - "ସେବକ କିମ୍ବା ସେବା ପ୍ରଦାନ କରୁଥିବା ପ୍ରଜାତି"ରେ ଅଧିକତର ପ୍ରଦୂଷିତ କାର୍ଯ୍ୟରେ ଲାଗୁଥିବା ଶାରୀରିକ ଏବଂ କୃଷକ ଶ୍ରମିକ ସାମିଲ ହୋଇଥାନ୍ତି ।

ଏହା ପୂର୍ବରୁ ଭାରତରେ ଏକ ଅତିରିକ୍ତ ଜାତିକୁ ଅଛୁଆଁ ରୂପରେ ଜଣା ଯାଉଥିଲା, ହେଲାକି ଏହି ପ୍ରଣାଳୀର ହିନ୍ଦୁ ଧର୍ମର କାନୁନ ଅନୁସାରେ ଏବେ କାନୁନ ଭଙ୍ଗ ଘୋଷିତ କରାଯାଇଅଛି ।

ବ୍ରାହ୍ମଣ ବର୍ଗ ସ୍ୱୟଂକୁ ହୁନ୍ଦୁ ଧର୍ମର ଚାରି ବର୍ଣ୍ଣ (four varnas)ରେ ସର୍ବୋଚ୍ଚ ସ୍ଥାନରେ କବିଜ ହେବାର ଦାବା କରିଥାନ୍ତି [୧୯] ଦଳିତ ଶବ୍ଦ ସେହି ଲୋକ ମାନଙ୍କର ସମୂହ ପାଇଁ ଏକ ସ୍ୱୟଂଭୁ ପଦନାମ ଅଟେ ଯାହାକୁ ଅଛୁଆଁ (untouchables) କିମ୍ବା ନିଚ୍ଚ ଜାତି (caste) ଭାବେ ଗ୍ରହଣ କରାଯାଏ । ସ୍ୱତନ୍ତ୍ର ଭାରତରେ ଜାତିବଡରେ ପ୍ରେରିତ ହିଂସା ଏବଂ [[ଘୃଣା ଅପରାଧ ମାନେ ଜାତି, ରଙ୍ଗ, ସମୁଦାୟ କିମ୍ବା ଲିଙ୍ଗ ଭେଦରେ ଆଧାର ଉପରେ ଅନ୍ୟ କୌଣସି ସମୂହ ସହିତ ଦୁର୍ବ୍ୟବହାର କରିବା|ଘୃଣା ଅପରାଧ]] (hate crime)କୁ ବହୁତ ଅଧିକା ଦେଖା ଯାଇଅଛି ।

ପରିବାର ଗଢଣ ସରଞ୍ଚନା ଏବଂ ବିବାହ[ସମ୍ପାଦନା]

ଭାରତୀୟ ସମାଜ ବିବାହରେ (ପରିବାରବର୍ଗ ମାନଙ୍କଦ୍ୱାରା ସ୍ଥିର କରାଯାଇଥିବା ବିବାହ) (Arranged marriages)ର ପରମ୍ପରା ରହିଛି । ଆଜି ମଧ୍ୟ ଭାରତୀୟ ଲୋକାମାନଙ୍କର ଏକ ବଡ ଅଂଶ ହେଉଛି, ନିଜ ମାତା-ପିତା କିମ୍ବା ଅନ୍ୟ ସମ୍ମାନନୀୟ ପରିବାର ସଦସ୍ୟ ମାନଙ୍କଦ୍ୱାରା ସ୍ଥିର କରାଯାଇଥିବା ବିବାହ ହିଁ କରିଥାନ୍ତି, ଯେଉଁଥିରେ ବର ଓ କନ୍ୟାର ସହମତି ମଧ୍ୟ ରହିଥାଏ । [୨୦] ପରିବାରବର୍ଗ ମାନଙ୍କଦ୍ୱାରା ସ୍ଥିର କରାଯାଇଥିବା ବିବାହରେ ବହୁ ପ୍ରକାର ଜିନିଷର ମେଳନ କରିବା ଆଧାରରେ ସେସବୁକୁ ଧ୍ୟାନରେ ରଖି ନିର୍ଦ୍ଧାରିତ କରାଯାଇଥାଏ, ଯେପରି ବୟସ, ଉଚ୍ଚତା, ବ୍ୟକ୍ତିଗତ ମୂଲ୍ୟ ଏବଂ ପସନ୍ଦ, ତା'ସହିତ କନ୍ୟା/ବର ପରିବାରର ପୃଷ୍ଠଭୂମି (ଧନ, ସମାଜରେ ସ୍ଥାନ) ଏବଂ ସେମାନଙ୍କର ଜାତି (caste) ସହିତ ଯୁଗଳ (ଜନ୍ମ କୁଣ୍ଡଳୀ) (horoscopes)ର ଅନୁକୂଳତା କରାଯାଇଥାଏ ।

ଭାରତରେ ବିବାହକୁ ସାରା ଜୀବନ ପାଇଁ ମାନିନିଆ ଯାଇଥାଏ ।[୨୧] ଏବଂ ଏଠାରେ ତଲାଖର ଦର ସଂଯୁକ୍ତ ରାଷ୍ଟ୍ର ଆମେରିକାର ୫୦% ତୁଳନାରେ ମାତ୍ର ୧.୧% ରହିଛି ।[୨୨] । ଆୟୋଜନ କରାଯାଇଥିବା ବିବାହରେ ତଲାଖର ଦର ଆହୁରି ମଧ୍ୟ କମ ରହିଥାଏ । ହୁଏତ ଏବେ ତଲାଖ ଦରରେ କିଛି ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି :: ଏହି କଥାରେ ଅଲଗା ଅଲଗା ମତ ଏହିଯେ, ଏହାର ଅର୍ଥ କ'ଣ: ପାରମ୍ପରିକ ଲୋକ ମାନଙ୍କ ପାଇଁ ଏହାର ବଢୁଥିବା ସଂଖ୍ୟା ସମାଜର ବିଘଟନକୁ ପ୍ରଦର୍ଶିତ କରିଥାଏ । ଏହାସହିତ ଆଧୁନିକ ଲୋକମାନଙ୍କ ଅନୁଶାରେ ଏଥିରୁ ଏହିକଥା ଜଣାପଡିଥାଏ କି, ସମାଜରେ ମହିଳା ମାନଙ୍କର ଏକ ନୂତନ ଓ ସୁସ୍ଥ ସଶକ୍ତିକରଣ ହେବାରେ ଲାଗିଛି ।[୨୩]

ହୁଏତ "ବାଲ୍ୟ ବିବାହ" (child marriage)କୁ ୧୮୬୦ ମସିହାରେ ହିଁ ଆଇନି ବିରୁଦ୍ଧ ଭାବେ ଘୋଷଣା କରିଦିଆ ଯାଇଥିଲା କିନ୍ତୁ ଭାରତର କିଛି ଅଂଶରେ ଏହି ପ୍ରଥା ଆଜିମଧ୍ୟ ଜାରୀ ରହିଛି ।[୨୪] ୟୂନିସେଫଙ୍କଦ୍ୱାରା ସଂସାରର ପିଲାମାନଙ୍କ ଅବସ୍ଥା ବାବଦରେ ଜାରି କରାଯାଇଥିବା ରିପୋର୍ଟ "ଷ୍ଟେଟ ଅଫ ଦି ୱାର୍ଲଡ ଚିଲଡ୍ରେନ-୨୦୦୧"ରେ ୪୭% ଗ୍ରାମୀଣ କ୍ଷେତ୍ରରେ ଭାରତୀୟ ମହିଳା ଯେଉଁମାନେ ୨୦-୨୪ ବର୍ଷ ବୟସ ମଧ୍ୟରେ ହୋଇଥାନ୍ତି, ସେମାନଙ୍କର ବିବାହ ପାଇଁ ୧୮ ବର୍ଷ ବୟସ ପୂର୍ବରୁ କରିଦିଆଯାଏ ।[୨୫] ରିପୋର୍ଟ ଏହାମଧ୍ୟ ଦେଖାଇଥାଏ କି, ବିଶ୍ୱରେ ୪୦% ହେଉଥିବା ବାଲ୍ୟ-ବିବାହ କେବଳ ଭାରତରେ ହିଁ ହୋଇଥାଏ ।[୨୬]

ଭାରତୀୟ ନାମ (Indian name) ଭିନ୍ନ ପ୍ରକାରର ପ୍ରଣାଳୀ ଓ ନାମକରଣ ସମାରୋହ ପ୍ରଥା (naming conventions)ରେ ହୋଇଥାଏ, ଯାହା ଅଲଗା-ଅଲଗା କ୍ଷେତ୍ର ଅନୁଶାରେ ବଦଳିଥାଏ ।(ନାମ, ଧର୍ମ ଓ ଜାତି)ରେ ପ୍ରଭାବିତ ହୋଇଥାଏ ଏବଂ ସେହି ଧର୍ମ ମାହାକାବ୍ୟରୁ ନିଆଯାଇ ପାରେ । ଭାରତର ଜନସଂଖ୍ୟା ଭାରତୀୟ ଭାଷା ମାନଙ୍କ ମଧ୍ୟରୁ ଅନେକ ପ୍ରକାର ଭାଷା ମାନ ଖିଥାନ୍ତି ।

ସମାଜରେ ନାରୀର ଭୂମିକା ପ୍ରାୟତଃ ଘରର କାମ କରିବା ଏବଂ ସମୁଦାୟ ବର୍ଗଙ୍କ ନିଃଶ୍ୱାର୍ଥ ସେବା କରିବାରେ ହୋଇଥାଏ । ମହିଳା ମାନଙ୍କ କ୍ଷେତ୍ରରେ କେବଳ ୭-୧୪% ହିଁ ଦେଖାଯାଇଥାଏ । ଅଧିକାଂଶ ଭାରତୀୟ ପରିବାରରେ ମହିଳଆ ମାନଙ୍କୁ ସେମାନଙ୍କ ନାମରେ ସମ୍ପତ୍ତି ମିଳି ନଥାଏ ଏବଂ ସେମାନଙ୍କୁ ପୌତ୍ରିକ ସମ୍ପତ୍ତିର ଏକ ଅଂଶ ମଧ୍ୟ ମିଳି ନଥାଏ ।[୨୭] ଆଇନକୁ ଲାଗୁ କରିବାର ଦୁର୍ବଳତା କାରଣରୁ ମହିଳା ମାନଙ୍କୁ ଆଜି ମଧ୍ୟ ସମ୍ପତ୍ତିର ଛୋଟ ଅଂଶ ଓ ବହୁ କମ ଧନ ପ୍ରାପ୍ତ ହୋଇଥାଏ । ବହୁ ପରିବାରରେ, ବିଶେଷ ଋପେ ଗ୍ରାମୀଣ ଲୋକ ମାନଙ୍କ ମଧ୍ୟରେ ଝିଅ ଏବଂ ମହିଳା ମାନଙ୍କୁ ପରିବାର ଭିତରେ ପୋଷଣ ଭେଦଭାବର ସାମନା କରିବାକୁ ପଡିଥାଏ ଏବଂ ଏହି କାରଣରୁ ସେମାନଙ୍କ ମଧ୍ୟରେ ରକ୍ତର ଆବଶ୍ୟକତା କମ ରହିଥାଏ ତା'ସହିତ ସେମାନେ କୁପୋଷିତ ହୋଇଥାନ୍ତି ।[୨୭]

ରଙ୍ଗୋଲି କିମ୍ବା (କୋଲମ) ଏକ ପରମ୍ପରାଗତ କଳଆ ଅଟେ ଯାହା ଭାରତୀୟ ମହିଳଆ ମାନଙ୍କ ମଧ୍ୟରେ ବହୁ ଲୋକପ୍ରୀୟ ହୋଇଥାଏ, ଲୋକପ୍ରୀୟ ମହିଳା ପତ୍ରିକା ଯେଉଁଥିରେ ଫେମିନା (ଭାରତ) (Femina), ଗୃହଶୋଭା (Grihshobha), ବନିତା (vanita), ବୂମେନସ ଏରା ଆଦି ସାମିଲ ରହିଛି ।

ବିବାହ

ପଶୁ[ସମ୍ପାଦନା]

ଭାରତୀୟ ସଂସ୍କୃତିରେ ଗାଈ

ଆଜି ମଧ୍ୟ ହିନ୍ଦୁ ବହୁ ସଂଖ୍ୟକ ଦେଶ ଯେପରି ଭାରତନେପାଳରେ ଗାଈ କ୍ଷୀରର ଧାର୍ମୀକ ରୀତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସମାଜର ନିଜର ଏହି ଉଚ୍ଚତର ସ୍ଥାନ କାରଣରୁ ଗାଈ ଭାରତର ବଡ ବଡ ସହର ଯେପରି ଦିଲ୍ଲୀର ଜନଗହଳି ପୂର୍ଣ୍ଣ ଖୋଲା ରାସ୍ତାରେ ମଧ୍ୟ ବୁଲିଥାନ୍ତି । କିଛି ସ୍ଥାନରେ ସକାଳ ଖାଦ୍ୟ ପୂର୍ବରୁ ଏମାନଙ୍କୁ ଖାଦ୍ୟ ପ୍ରସାଦ ଋପେ ଲଗେଇବା ଶୁଭ କିମ୍ବା ସୌଭାଗ୍ୟବର୍ଦ୍ଦକ ବୋଲି ମାନିନିଆଯାଏ । ଯେଉଁ ଯାଗାରେ ଗୋହତ୍ୟା ଏକ ଅପରାଧ ଅଟେ ସେଠାରେ କୌଣସି ନାଗରିକଙ୍କୁ ଗାଈର ହତ୍ୟା କରିବା କିମ୍ବା ସେମାନଙ୍କ ଉପରେ କିଛି ମାତ୍ରାରେ ଆକ୍ରମଣ କରିବା ପାଇଁ ଜେଲ ଦଣ୍ଡ ମଧ୍ୟ ହୋଇପାରେ ।

ଗାଈକୁ ଖାଇବା ବିରୁଦ୍ଧ ଆଦେଶରେ ଏକ ପ୍ରଣାଳୀ ବିକଶିତ ହୋଇଛି ଯେଉଁଥିରେ କେବଳ ଏକ ଜାତିଚ୍ୟୁତ ମନୁଷ୍ୟ (pariah) ମାନଙ୍କୁ ମୃତ ଗାଈଙ୍କୁ ଭୋଜନ ଋପେ ଦିଆ ଯୌଥିଲା ଏବଂ କେବଳ ସେମାନେ ଗାଈମାନଙ୍କର ଚମଡ଼ା (leather)କୁ ବାହାର କରିପାରୁଥିଲେ । କେବଳ ଦୁଇ ରାଜ୍ୟ: ପଶ୍ଚିମ ବଙ୍ଗଳା ଓ କେରଳର ଅତିରିକ୍ତ ସମସ୍ତ ପ୍ରାନ୍ତରେ ଗୋହତ୍ୟା ନିଷିଦ୍ଧ ରହିଛି । ହୁଏତ ଗାଈ ବଦ୍ଧ ଉଦ୍ଦେଶ୍ୟଦ୍ୱାରା ସେମାନଙ୍କୁ ଏହି ରାଜ୍ୟକୁ ନେବାପାଇଁ ଅବଦ୍ଧି ରହିଛି କିନ୍ତୁ ଗାଈକୁ ନିୟମିତ ଋପେ ଯାହାଜଦ୍ୱାରା ଏହି ରାଜ୍ୟକୁ ଅଣାଯାଉଥିଲା ।[୨୮] "ଗାଈ ଆମର ମାତା", ଏପରି ବିଭିନ୍ନ ଜାଗାରେ କୁହାଯାଏ । ଏହା ପ୍ରାୟତଃ ବୁନ୍ଦେଲଖଣ୍ଡରେ ପ୍ରଚଳିତ ଥାଏ ।

ପରମ୍ପରା ଓ ରୀତି[ସମ୍ପାଦନା]

ଜଣେ ମୋହିନୀନାଟ୍ୟମ ନର୍ତ୍ତକୀ "ପ୍ରଣାମ" ସହିତ ନିଜର ଭାବ ବ୍ୟକ୍ତ କରୁଛନ୍ତି

ପ୍ରଣାମ, ନମସ୍କାର କିମ୍ବା ନମସ୍କାରମ୍ ଭାରତୀୟ ଉପମହାଦ୍ୱୀପରେ ଅଭିନନ୍ଦନ କିମ୍ବା ଅଭିବାଦନ କରିବାର ସାମାନ୍ୟ ଉପାୟ ଅଟେ । ଯଦ୍ୟପି ନମସ୍କାରକୁ ନମସ୍ତେର ରୁଳନାରେ ଅଧିକ ଔପଚାରିକ ବୋଲି ବିଶ୍ୱାସ କରାଯାଏ । ଦୁଇଟି ଯାକ ଶବ୍ଦ ସମାନ ସୂଚକ ଶବ୍ଦ ଅଟେ । ସାଧାରଣତଃ ଏହାକୁ ଭାରତ ଓ ନେପାଳରେ ସନାତନ ଧର୍ମ (ହିନ୍ଦୁ), ଜୈନ ଧର୍ମ (ଜୈନ) ଏବଂ (ବୌଦ୍ଧ) ଲୋକମାନେ ପ୍ରୟୋଗ କରିଥାନ୍ତି । ଭାରତୀୟ ଓ ନେପାଳ ସଂସ୍କୃତିରେ ଏହି ଶବ୍ଦ ଲିଖିତ କିମ୍ବା ମୌଖିକ ଭାବେ ଆରମ୍ଭରୁ ପ୍ରୟୋଗ କରାଯାଇଥାଏ । ଏହାମଧ୍ୟ କୌଣସି ସଥାଙ୍କୁ ବାହାରିବା ବେଳେ ହାତ ଯୋଡି ଏହି ମୁଦ୍ରା ବିନା କିଛି କଥାରେ ଭଙ୍ଗି କରାଯାଇଥାଏ । ଯୋଗରେ, ଯୋଗ ଗୁରୁ ଏବଂ ଯୋଗ ଶିଷ୍ୟଦ୍ୱାରା କୁହାଯାଉଥିବା କଥାର ଆଧାରରେ ପ୍ରଣାମର ଅର୍ଥ - "ମୋ ଭିତରର ରଶ୍ମୀ ତୁମ ଭିତରର ରଶ୍ମୀକୁ ସତ୍କାର କରୁଛି" ବୋଲି ହୋଇଥାଏ ।

ଶାବ୍ଦିକ ଅର୍ଥରେ, ଏହାର ଅର୍ଥ - "ମୁଁ ଆପଣଙ୍କୁ ପ୍ରଣାମ କରୁଛି", ଏହି ଶବ୍ଦ ସଂସ୍କୃତ ଭାଷାରେ (ନମସ୍): "ନଇଁକରି ପ୍ରଣଆମ ହେବା" (ସାମାଜିକ ପ୍ରଣଆମ) (bow), (ଶ୍ରଦ୍ଧା) (obeisance), (ଆଜ୍ଞାପାଳନ), (ସଲାମ ବନ୍ଦନ) (salutation) ଏବଂ (ସମ୍ମାନ ଆଦର) (respect) ଓ (ତେ): "ଆପଣଙ୍କୁ"ରୁ ନିଆଯାଇଛି ।

କୌଣସି ଅନ୍ୟ ବ୍ୟକ୍ତିଙ୍କୁ କୁହାଯାଇଥିବା ସମୟ, ସାଧାରଣ ଋପେ ଏହା ସହିତ ଏପରି ଏକ ମୂଦ୍ରା ବ୍ୟକ୍ତ କରାଯାଏ ଯେଉଁଥିରେ ଛାତି ଓ ବକ୍ଷ ସାମନାରେ ଦୁଇ ହାତର ପାପୁଲିକୁ ପରସ୍ପର ଜୋଡି ଏବଂ ଆଙ୍ଗୁଠି ସମ୍ପୂର୍ଣ୍ଣ ସିଧା ରହିଥାଏ । ବିନା କିଛି କଥାରେ ଏହି ମୂଦ୍ରା ବ୍ୟକ୍ତ କରି ପ୍ରଣାମ କୁହାଯାଇ ପାରେ ।

ପର୍ବପର୍ବାଣୀ[ସମ୍ପାଦନା]

ଭାରତ ଏକ ବହୁ ସାଂସ୍କୃତିକ ଏବଂ ଧାର୍ମିକ ସମାଜ ହେବା କାରଣରୁ ବିଭିନ୍ନ ଧର୍ମର ପର୍ବପର୍ବାଣୀକୁ ପାଳନ କରିଥାନ୍ତି । ଭାରତରେ ତିନୋଟି ରାଷ୍ଟ୍ରୀୟ ଅବକାଶ (national holidays in India) ରହିଛି; "ସ୍ୱତନ୍ତ୍ରତା ଦିବସ", "ଗଣତନ୍ତ୍ର ଦିବସ" ଓ "ଗାନ୍ଧୀ ଜୟନ୍ତୀ" (Gandhi Jayanti) ଏବଂ ଏହି ତିନିକୁ ହର୍ଷ ଉଲ୍ଲାସ ସହିତ ପାଳନ କରାଯାଏ । ଏହାଛଡା ଭାରତର ପ୍ରାନ୍ତ ଏବଂ ତାହାର ରାଜଧାନୀର କ୍ଷେତ୍ରରେ ପ୍ରମୁଖ ମୁଖ୍ୟ ଧର୍ମ ଓ ଭାଷାଗତ ଜନସାଂଖିକରେ ଆଧାରିତ ସ୍ଥାନିୟ ପର୍ବ ଓ ଲୋକାପ୍ରୀୟ ଧାର୍ମିକ ସଂସ୍କୃତିରେ ସାମିଲ ହୋଇଛି । ହିନ୍ଦୁମାନଙ୍କର "ଗଣେଷ ପୂଜା" (Ganesh Chaturthi), "ହୋଲି", "ନବରାତ୍ରୀ", "ଜନ୍ମାଷ୍ଟମୀ", "ରଥଯାତ୍ରା", "ମହା ଶିବରାତ୍ରୀ", "ରଜ" "ରାକ୍ଷୀ ପୂର୍ଣ୍ଣିମା" (Rakshabandhan) ଏବଂ "ଦଶହରା" (Dussehra)। ଏହା ସହିତ ଚାଷୀ ଓ ଫସଲ ସହିତ ସଂଯୁକ୍ତ (harvest festival); ଯେପରି "ସଂକ୍ରାନ୍ତି" (Sankranthi), "ପୋଙ୍ଗଲ"(Pongal) ଏବଂ "ଓନାମ" (Onam) ଆଦି ପ୍ରାୟତଃ ଲୋକପ୍ରୀୟ ପର୍ବ ଅଟେ । "କୁମ୍ଭ ମେଳା" (Kumb Mela) ପ୍ରତି ୧୨ ବର୍ଷ ପରେ ୪ଟି ଅଲଗା-ଅଲଗା ସ୍ଥାନରେ ପାଳନ କରାଯାଉ ଥିବା ଏକ ବହୁତ ବଡ ସାମୂହିକ ତୀର୍ଥ ଯାତ୍ରା ଅଟେ , ଯେଉଁଥିରେ କୋଟି କୋଟି ହିନ୍ଦୁ ମାନେ ଅଂଶ ଗ୍ରହଣ କରିଥାନ୍ତି । ଭାରତୀୟ ନବବର୍ଷ ବିଭିନ୍ନ କ୍ଷେତ୍ରରେ ଅଲଗା-ଅଲଗା ଶୈଳୀରେ ପାଳନ କରାଯାଏ । ଉଗାଡି, ବିହୂ, ବିଶୁବ ସଂକ୍ରାନ୍ତି ଆଦି ଭାରତର ବିଭିନ୍ନ ଅଞ୍ଚଳର ନବବର୍ଷର ପର୍ବ ହୋଇଥାଏ ।

ଭାରତରେ କିଛି ପର୍ବ ବହୁ ଧର୍ମଦ୍ୱାରା ପାଳନ କରାଯାଏ । ଉଲ୍ଲେଖନିୟ ଉଦାହରଣରେ "ଦୀପାବଳୀ" ସାମିଲ ରହିଛି, ଯାହାକୁ ସମଗ୍ର ଦେଶରେ ହିନ୍ଦୁ, ଶିଖ ଏବଂ ଜୈନ ମାନଙ୍କଦ୍ୱାରା ପାଳନ କରାଯାଏ । ବୁଦ୍ଧ ପୂର୍ଣ୍ଣିମା ଓ ଆମ୍ବେଦକର ଜୟନ୍ତି ପର୍ବ ବୌଦ୍ଧ ମାନଙ୍କଦ୍ୱାରା ପାଳନ କରାଯାଏ । ଶିଖ ପର୍ବ, ଯେପରି "ଗୁରୁ ନାଙ୍କ ଜୟନ୍ତି", "ବୈଶାଖି" ଆଦି ପାଳନ କରାଯାଏ । "ଡ଼୍ରୀ ପର୍ବ" ଭାରତର ଆଦୀବାସୀ ପର୍ବରୁ ଗୋଟିଏ ଅଟେ ଯାହା ଅରୁଣାଞ୍ଚଳ ପ୍ରଦେଶର ଜୀରୋ ଘାଟୀରେ ପାଳନ କରାଯାଏ । ଏହା ଭାରତର ପୂର୍ବୀ ରାଜ୍ୟ ଅଟେ । "ନାଉରୂଜ" ଭାରତର ପାରସୀ ସମୂଦାୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ।


ଭାରତରେ "ଇସ୍ଲାମୀ" ଧର୍ମ ୨୦୧୧ ମସିହା ଜନଗଣନା ଅନୁଶାରେ ୧୭୨ ମିଲିୟନ ମୁସଲମାନଙ୍କ ସହିତ ଦ୍ୱିତୀୟ ସବୁଠାରୁ ବଡ ଧର୍ମ ଅଟେ । ସେମାନେ ସାଧାରଣତଃ ଇସ୍ଲାମିକ ପର୍ବ ପାଳନ କରିଥାନ୍ତି ଓ ଭାରତରେ ସାର୍ବଜନିକ ଅବକାଶ ଘୋଷିତ କରିଥାନ୍ତି । "ଇଦ୍-ଉଲ୍-ଫିତର", "ଇଦ୍-ଉଲ୍-ଆଧା", "ମିଲାଦ ଏନ ନବୀ", "ମୁହରମ" ଏବଂ "ଶବ୍-ଏ-ବାରାତ" ଆଦି ସେମାନଙ୍କର ପ୍ରମୁଖ ପର୍ବ ଅଟେ ।[୨୯] ଈସାଈ ଧର୍ମ ଭାରତର ତୃତୀୟ ସବୁଠାରୁ ବଡ ଧର୍ମ ଅଟେ । ୨୩ ମିଲିୟନରୁ ଅଧିକ ଈସାଈ ମାନଙ୍କ ସହିତ ୧୭ ମିଲିୟନ ରୋମାନ କୌଥଳିକ ମଧ୍ୟ ରହିଛନ୍ତି । ସେମାନେ ସାଧାରଣତଃ "ଖ୍ରୀଷ୍ଟମାସ" ଓ "ଗୁଡ୍ ଫ୍ରାଇଡେ" ପରି ପର୍ବକୁ ବହୁ ଜାକଜକମରେ ବନେଇଥା'ନ୍ତି ।

ପର୍ବ

ଭୋଜନ[ସମ୍ପାଦନା]

ଭାରତୀୟ ଭୋଜନ ରେ ଭାରତୀୟ ଉପମହାଦ୍ୱୀପର ମୂଳ ନିବାସୀ କ୍ଷେତ୍ରୀୟ ଓ ପାରମ୍ପରିକ ବ୍ୟଞ୍ଜନର ଏକ ବିସ୍ତୃତ ବିବିଧତା ଶାମିଲ ରହିଥାଏ । ମାଟିର ପ୍ରକାର, ଜଳବାୟୁ, ସଂସ୍କୃତି, ଜାତୀୟ ସମୂହ ଏବଂ ବ୍ୟବସାୟରେ ବିବିଧତାର ସୀମାକୁ ଦେଖି ଏହି ବ୍ୟଞ୍ଜନ ଦୁହେଁ ଦୁହିଁଙ୍କ ଠାରୁ କାଫି ଭିନ୍ନ ହୋଇଥାଏ ଓ ସ୍ଥାନୀୟ ଋପେ ଉପଲବ୍ଧ (ମସଲା), (ଜଡୀ ବୂଟୀ), (ଫଳ) ଓ (ପରିବା) ଆଦିର ଉପଯୋଗ କରାଯାଇଥାଏ । ଭାରତୀୟ ଭୋଜନ ମଧ୍ୟ ଧର୍ମ, ବିଶେଷ ଋପେ ହିନ୍ଦୁ, ସାଂସ୍କୃତିକ ବିକଳ୍ପ ଓ ପରମ୍ପରା ସହିତ ବହୁ ପ୍ରଭାବିତ ହୋଇଥାଏ ।[୩୨] ଏହାଛଡା, ମଧ୍ୟ ପୂର୍ବ ଓ ମଧ୍ୟ ଏସିଆର (ମୁଗଲ ସାମ୍ରାଜ୍ୟ)ର ଶାସନ ସମୟରୁ ଇତ୍ତରୀ ଭାରତୀୟ ବ୍ୟଞ୍ଜନ ଉପରେ ପ୍ରଭାବ ପଡିଛି ।[୩୩] ଅନ୍ୟ ସମାଜ ସହିତ ଦେଶର ସାଂସ୍କୃତିକ କଥାବାର୍ତ୍ତାର ପରିଣାମ ସ୍ୱରୂପ ଭାରତୀୟ ବ୍ୟଞ୍ଜନ ଏବେ ମଧ୍ୟ ବିକଶିତ ହେବାରେ ଲାଗିଛି ।[୩୪][୩୫]

ବିଦେଶୀ ଆକ୍ରମଣ, ବ୍ୟାପାର ସମ୍ବନ୍ଧ ଓ ଉପନିବେଶବାଦ ପରି ଐତିହାସୀକ ଘଟଣା ଆଦି ଦେଶରେ କିଛି ଖାଦ୍ୟ ପଦାର୍ଥକୁ ଆରମ୍ଭ କରିବାର ଭୂମିକା ରହିଛି । ଉଦାହରଣ ଋପେ: ଆଳୁ, ଭାରତର କିଛି କ୍ଷେତ୍ରରେ ଏକ ପ୍ରମୂଖ ଆହାର ଅଟେ । ଏହା ପୂର୍ତ୍ତଗାଳୀଙ୍କ ଦ୍ୱାରାଭାରତକୁ ଅଣାଯାଇ ଥିଲା, ଯେଉଁଥିରେ ଲଙ୍କା ଓ ବ୍ରେଡ ଫୃଟ ମଧ୍ୟ ପରିଚୟ କରାଯାଇ ଥିଲା ।[୩୬] ଭାରତୀୟ ବ୍ୟଞ୍ଜନ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସକୁ ଆକାର ଦେଇଛି । ମସଲା ବ୍ୟାପାର ଭାରତ ଓ ୟୁରୋପ ମଧ୍ୟରେ ଉତ୍ପତ୍ତୀର ସମୟ ସୀମା ପ୍ରାଥମିକ ଉତ୍ପେରକ ଥିଲା ।[୩୭] ଭାରତ ସାଧାରଣତଃ ଖାଦ୍ୟ ଓ ମସଲା ପାଇଁ ବେଶି ପ୍ରସିଦ୍ଧ ଥାଏ । ଭାରତୀୟ ବ୍ୟଞ୍ଜନ ସମଗ୍ର କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଯାହା ସ୍ଥାନୀୟ ଉପଜ, ସାଂସ୍କୃତିକ ବିବିଧତା ଓ ଭାରତର ଜନସାଂଖିକକୁ ଦର୍ଶେଇଥାଏ । ସାଧାରଣତଃ, ଭାରତୀୟ ବ୍ୟଞ୍ଜନକୁ ପାଞ୍ଚୋଟି ଶ୍ରେଣୀରେ ବିଭାଜିତ କରାଯାଇ ପାରେ:- ଉତ୍ତର ଭାରତୀୟ ବ୍ୟଞ୍ଜନ, ଦକ୍ଷୀଣ ଭାରତୀୟ ବ୍ୟଞ୍ଜନ, ପୂର୍ବ , ପଶ୍ଚୀମ ଓ ପୂର୍ବୋତ୍ତର । ଭାରତୀୟ ବ୍ୟଞ୍ଜନର ବିବିଧତାକୁ ବହୁ ଭାରତୀୟ ମସଲାର ସୂଚୀ ଓ ଜଡୀବୂଟି, ବ୍ୟଞ୍ଜନ ଓ ଖାଦ୍ୟ ପ୍ରସ୍ତୁତିର ପର୍ଯ୍ୟାୟକୁ ବିସ୍ତୃତ ବର୍ଗୀକରଣର ବିଭିନ୍ନ ଉପ୍ୟୋଗରେ ଦର୍ଶାଇ ଦିଆଯାଏ ।

ଭାରତୀୟ ଭୋଜନ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଶାକାହାରୀ ଅଟେ । କିନ୍ତୁ କିଛି ଭାରତୀୟ ବ୍ୟଞ୍ଜନରେ ମାଂସ: (ଚିକେନ, ମଟନ, ଗୋ ମାଂସ ଇତ୍ୟାଦି) ସାମିଲ ଥାଏ, ମାଛ, ଅଣ୍ଡା ଓ ଅନ୍ୟ ସାମୁଦ୍ରୀକ ଭୋଜନ ଏହାସହ ଜଡିତ ଥାଏ । ଭାରତର ପୂର୍ବ ରାଜ୍ୟ ବିଶେଷ ଋପେ ପଶ୍ଚୀମ ବଙ୍ଗଳା ଓ ପଶ୍ଚୀମ ରାଜ୍ୟ କେରଳରେ ମାଛ ଆଧାରିତ ବ୍ୟଞ୍ଜନ ସାଧାରଣ ଅଟେ ।[୩୮] ଭାରତୀୟ ବ୍ୟଞ୍ଜନ ସମଗ୍ର ଦୁନିଆରେ ସବୁଠାରୁ ଲୋକପ୍ରୀୟ ବ୍ୟଞ୍ଜନ ଅଟେ ।[୩୯] କ୍ଷେତ୍ରୀୟ ଭାରତୀୟ ବ୍ୟଞ୍ଜନ ବିକଶିତ ହେବାରେ ଲାଗିଛି । ପାରମ୍ପରିକ ବ୍ୟଞ୍ଜନ ସହିତ ପୂର୍ବ ଏସିଆ ଏବଂ ପଶ୍ଚୀମ ଏସିଆର ଖାଦ୍ୟ ପ୍ରସ୍ତୁତିର ପକ୍ରୀୟା ଭାରତୀୟ ସହରରେ ପ୍ରମୁଖ ଅଟେ ।[୪୦] ତେଲେଙ୍ଗାନାର ବ୍ୟଞ୍ଜନରେ ତେଲୁଗୁ ବ୍ୟଞ୍ଜନ ସହିତ ହାଇଦ୍ରାବାଦୀ ମୁସଲିମ ସମୁଦାୟର ବ୍ୟଞ୍ଜନ (ନିଜାମୀ ବ୍ୟଞ୍ଜନ) ସାମିଲ ଥାଏ ।[୪୧][୪୨] ହାଇଦ୍ରାବାଦୀ ବ୍ୟଞ୍ଜନ ଶାକାହାରୀ ଓ ମାଂସାହାରୀ ଉଭୟ ସାମଗ୍ରୀର ମିଶ୍ରଣ ରହିଥାଏ । କିନ୍ତୁ ତେଲୁଗୁ ଭୋଜନରେ ଶାକାହାରୀ ସାମଗ୍ରୀର ଭାରୀ ଆଧାରିତ ହୋଇଥାଏ । ତେଲୁଗୁ ବ୍ୟଞ୍ଜନ ମସଲା ଓ ଲଙ୍କାର ଭରପୁର ବ୍ୟବହାର କରାଯାଏ । ଭୋଜନ ସାଧାରଣତଃ ତେନ୍ତୁଳୀ ଓ ଲେମ୍ବୁ ରସ ସହିତ ଟାଙ୍ଗୀ ପକ୍ଷରେ ଅଧିକ ହୋଇଥାଏ । ଦ୍ୱୟକୁ ଉଦାରତା ପୂର୍ବକ ଏଜେଣ୍ଟ ଋପେ ବ୍ୟବହାର କରାଯାଏ । ଭାତ, ତେଲୁଗୁ ଲୋକ ମାନଙ୍କର ପ୍ରମୂଖ ଖାଦ୍ୟ ଅଟେ ।[୪୩][୪୪] "ଦହି" ଚଟପଟିର ଋପ ଅଟେ, ଯାହା ଭୋଜନ ପାଇଁ ଏକ ଅସ୍ଥାୟୀ ସଂଯୋଗ ଅଟେ ।[୪୫]

ଖାଦ୍ୟ

ପୋଷାକ/ବସ୍ତ୍ର ପରିଧାନ[ସମ୍ପାଦନା]

ଭାରତରେ ପାରମ୍ପରିକ କପଡା ଦେଶର ବିଭିନ୍ନ ଅଞ୍ଚଳରେ ବହୁତ ଭିନ୍ନ ପ୍ରକାରର ହୋଇଥାଏ ଓ ସ୍ଥାନିୟ ସଂସ୍କୃତି, ଭୂଗୋଳ, ଜଳବାୟୁ ଏବଂ ଗ୍ରାମିଣ/ସହରି ସେଟିଙ୍ଗରୁ ପ୍ରଭାବିତ ହୋଇଥାଏ । ପୋଷାକର ଲୋକପ୍ରିୟ ଶୈଳୀରେ ମହିଳା ମାନଙ୍କ ପାଇଁ "ସାଢି" ଓ ପୁରୁଷ ମାନଙ୍କ ପାଇଁ "ଲୁଙ୍ଗି" ଏବଂ "ଧୋତି" ସାମିଲ ରହିଥାଏ । ସାଧାରଣତଃ ମହିଳା ମାନେ "ଚୁଡିଦାର" କିମ୍ବା "ସାଲୁଆର କମିଜ"କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହି ପୋଷାକ ସହିତ ମୁଖ୍ୟତଃ ଭାବେ ଏକ ଓଢଣି/ସ୍କାର୍ଫର ବ୍ୟବହାର ହୋଇଥାଏ ।

ଭାରତିୟ ମହିଳା ମାନେ ମେକପ ଓ ଗହଣା ସହିତ ଆକର୍ଷଣ ଏବଂ ଫ୍ୟାସନର ଭାବନାକୁ ନିଖୂଣ ଭାବେ କରିଥାନ୍ତି । ଟିକିଲି, ମେହେନ୍ଦି, ଚୁଡି ଓ ଅନ୍ୟ ଗହଣା ସାମଗ୍ରୀ ମହିଳା ମାନଙ୍କ ପାଇଁ ସାଧାରଣ ଅଟେ । ବିଶେଷ ଅବସରରେ, ଯେପରି ବିବାହ ସମାରୋହ ଏବଂ ପର୍ବପର୍ବାଣୀରେ ମହିଳା ମାନେ ବିବିନ୍ନ ରତ୍ନ କିମ୍ବା କ୍ଷେତ୍ରୀୟ ପଥରର ଗହଣା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସାଢି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ "ଟିକିଲି" ହିନ୍ଦୁ ମହିଳଆ ମାନଙ୍କ ପାଇଁ ଏକ ମେକପର ଏକ ଅନନ୍ୟ ଅଂଶ ଅଟେ । ଏହାକୁ ଅତ୍ୟନ୍ତ ଶୁଭ ଚିହ୍ନ ବୋଲି ମାନନ୍ତି । ପାରମ୍ପରିକ ଋପେ ଲାଲି ଟିକିଲି କେବଳ ବିବାହିତ ହିନ୍ଦୁ ମହିଳା ମାନେ ଲଗେଇଥା'ନ୍ତି ଓ ଅବିବାହିତ ମହିଳା ମାନେ ଭିନ୍ନଭିନ୍ନ ରଙ୍ଗର ଟିକିଲି ଲଗେଇବାକୁ ପସନ୍ଦ କରିଥାନ୍ତି । କିଛି ମହିଳା ନିଜ ମଥାରେ "ସିନ୍ଦୁର" ଲଗେଇଥାନ୍ତି ଏବଂ ସମସ୍ତ ବିବାହିତ ମହିଳଆ ମାନେ ନିଜ କପାଳରେ ଚୁଟିର ମଧ୍ୟ ବିଭାଜନ ଭାଗରେ ସିନ୍ଦୁର ଲଗେଇଥା'ନ୍ତି । ଏହା ବିବାହିତ ହିନ୍ଦୁ ମହିଳା ମାନଙ୍କ ପାଇଁ ଏକ ପାରମ୍ପରିକ ଅଂଶ ଅଟେ । କିନ୍ତୁ କିଛି ଅବିବାହିତ ମହିଳା ମାନେ ଏହାର ବ୍ୟବହାର ଫ୍ୟାସନ ପାଇଁ କରିଥାନ୍ତି ।[୪୬] ମେକପ ଓ ପୋଷାକର ଶୈଳି ହିନ୍ଦୁ ସମୂହ ମଧ୍ୟରେ ଏବଂ ଜଳବାୟୁ କିମ୍ବା ଧର୍ମ ମଧ୍ୟରେ କ୍ଷେତ୍ରୀୟ ଋପେ ଭିନ୍ନ ହୋଇଥାଏ । ଖ୍ରୀଷ୍ଟିଆନ ମାନେ ସାଧାରଣତଃ ୱେଷ୍ଟ୍ରନ ପୋଷାକ ଶୈଳି ଏବଂ ମୁସଲିମ ମାନେ ଆରବିକ ଶୈଳିକୁ ପସନ୍ଦ କରିଥାନ୍ତି ।[୪୭] ପୁରୁଷ ମାନଙ୍କ ପାଇଁ, ସିଲେଇ ସଂସ୍କରଣରେ "କୁର୍ତ୍ତା", "ପାଇଜାମା" ଓ "ଶାର୍ଟ" ସାମିଲ ହୋଇଥାଏ । ସହର ଓ ଅର୍ଥ ସହର କେନ୍ଦ୍ରରେ ସମସ୍ତ ଧାର୍ମିକ ପୃଷ୍ଠଭୂମିର ପୁରୁଷ ଓ ମହିଳା ମାନଙ୍କୁ ପ୍ରାୟତଃ ଜିନ୍ସ, ଶାର୍ଟ, ସୁଟ, କୁର୍ତ୍ତା ଓ ଅନ୍ୟ ଫ୍ୟାସନର ବିବିଧତାରେ ଦେଖାଯାଇଥାଏ ।[୪୮]


ବସ୍ତ୍ର ପରିଧାନ

ଭାଷା ଓ ସାହିତ୍ୟ[ସମ୍ପାଦନା]

ଭାରତୀୟ ସାହିତ୍ୟର ତାତ୍ପର୍ଯ୍ୟ ସନ ୧୯୪୭ ମସିହା ପୂର୍ବ ପର୍ଯ୍ୟନ୍ତ ଭାରତୀୟ ଉପ-ମହାଦ୍ୱୀପ ଓ ତତ୍ପଶ୍ଚାତ ଭାରତ ଗଣରାଜ୍ୟରେ ନିର୍ମିତ ବାଚିକ ଓ ଲିଖିତ ସାହିତ୍ୟରୁ ହେଉଥିଲା । ସଂସାରରେ ସବୁଠାରୁ ପୁରୁଣା ବାଚିକ ସାହିତ୍ୟ ଆଦିବାସୀ ଭାଷାରୁ ମିଳିଥାଏ । ଏହି ଦୃଷ୍ଟିରୁ ଆଦିବାସୀ ସାହିତ୍ୟ ସମସ୍ତ ସାହିତ୍ୟର ମୂଳ ସ୍ରୋତ ଅଟେ । ଭାରତୀୟ ଗଣ ରାଜ୍ୟରେ ୨୨ ଅଧିକାରୀକ ମାନ୍ୟତା ପ୍ରାପ୍ତ ଭାଷା ରହିଛି । ଯେଉଁଥିରୁ ମାତ୍ର ୨ ଆଦିବାସୀ ଭାଷା ସାନ୍ଥଳି ଓ ବୋଡୋକୁ ହିଁ ସାମିଲ କରାଯାଇଛି । ଭାରତବର୍ଷ ଅନେକ ଭାଷା ମାନଙ୍କର ବିଶାଳ ଦେଶ ଅଟେ । ଏଥିରେ ଉତ୍ତର-ପଶ୍ଚିମରେ ପଞ୍ଜାବୀ, ହିନ୍ଦୀ ଓ ଉର୍ଦ୍ଧୁ; ପୂର୍ବରେ ଓଡ଼ିଆ; ବଙ୍ଗଳାରେ ଆସାମୀ; ମଧ୍ୟ-ପଶ୍ଚିମରେ ମରାଠୀ, ଗୁଜୁରାଠୀ ଓ ଦକ୍ଷିଣରେ ତାମିଲ, ତେଲୁଗୁ, କନ୍ନଡ଼, ମାଲୟଲମ ରହିଛି । ସେମାନଙ୍କ ଅତିରିକ୍ତ କତିପୟ ଓ ଆହୁରି ମଧ୍ୟ ଭାଷା ରହିଛି ଯାହାର ସାହିତ୍ୟିକ ଓ ଭାଷା ବୈଜ୍ଞାନିକ ମହତ୍ତ୍ୱ କମ ରହି ନଥାଏ, ଯେପରି କାଶ୍ମୀରି, ଡ଼ୋଗରୀ, ସିଂଧୀ, କୋଙ୍କଣୀ, ତୂରୂ ଆଦି ।

ମହାକାବ୍ୟ[ସମ୍ପାଦନା]

ମହାଭାରତ ଓ ରାମାୟଣ, ଭାରତର ସବୁଠାରୁ ପୁରୁଣା ସଂରକ୍ଷିତ ଏବଂ ଜଣାଶୁଣା ମହାକାବ୍ୟ ଅଟେ । ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ମ୍ୟାଲେସିଆ ଓ ଇଣ୍ଡିନେସିଆ ପରି ଦକ୍ଷିଣପୂର୍ବ ଏସିଆ ଦେଶର ମହାକାବ୍ୟ ଋପେ ସଂସ୍କରଣକୁ ନିଜର କରାଯାଇଛି । ରାମାୟଣରେ ସାତୋଟି ପୁସ୍ତକ ( kāṇḍas ) ଓ ୫୦୦ଟି କାବ୍ୟର ସର୍ଗ sargas ରେ ୨୪,୦୦୦ଟି ଛନ୍ଦ ସାମିଲ ରହିଛି ।[୪୯]

ମହାକାବ୍ୟ

ପ୍ରଦର୍ଶନ କଳା[ସମ୍ପାଦନା]

ନୃତ୍ୟ[ସମ୍ପାଦନା]

ଭାରତୀୟ ନୃତ୍ୟରେ ଶାସ୍ତ୍ରୀୟ, ଅର୍ଦ୍ଧବୃତ୍ତ, ଲୋକ ଏବଂ ଜନଜାତୀୟ ସାମିଲ ରହିଛି ।

ଭାରତର ନୃତ୍ୟକଳା ଏକ ସର୍ବପୁରାତନ କାଳରୁ ଭିନ୍ନ ଭିନ୍ନ ଭାବ ଭଙ୍ଗୀରେ ସୃଷ୍ଟି ହୋଇ ଆସିଛି । ଭାରତୀୟ ନୃତ୍ୟକଳା ଓ ଏହାର ସ୍ଥାପତ୍ୟ ସର୍ବ ଜନସାଧାରଣ ମାନଙ୍କୁ ଏକତ୍ର କରି ରଖିପାରିଛି । ସମଗ୍ର ଭାରତ ବର୍ଷରେ କାହିଁ କେଉଁ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଯାଇ ସଂସ୍କୃତି ସମ୍ପନ୍ନ ନୃତ୍ୟକୁ ପରିବେଷଣ କରିଥାନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଏକତା ଓ ମାନସିକ ଶାନ୍ତି ଉଜ୍ଜୀବିତ ହୁଏ । ସମସ୍ତ ପ୍ରକାରର ପର୍ବପର୍ବାଣି, ଆଡମ୍ବର ଅନୁଷ୍ଠାନ ଏବଂ ମନର ଶାନ୍ତି ଭାବନାକୁ ଉଜ୍ଜୀବିତ କରି ରଖିବା ପାଇଁ ଲୋକମାନେ ନିଜ ନିଜ ସାଂସ୍କୃତିକ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହାଦ୍ୱାରା ଧାର୍ମିକ , ସାଂସ୍କୃତିକ ଓ ଶାସ୍ତ୍ରୀୟ ନୃତ୍ୟର ମାର୍ଜନା ହୋଇଥାଏ ।

ଭାରତୀୟ ନୃତ୍ୟରେ "ଲୋକ" ଓ "ଶାସ୍ତ୍ରୀୟ" ଋପେ ବହୁ ବିବିଧତା ରହିଛି । ଜଣାଶୁଣା "ଭାରତୀୟ ଲୋକନୃତ୍ୟ" (folk dances)ରେ ପଞ୍ଜାବର "ଭାଙ୍ଗଡା", ଆସାମର "ବିହୁ", ଝାରଖଣ୍ଡର "ଛଉ", ରାଜସ୍ଥାନର "ଘୁମୁରା", ଗୁଜୁରାଠର "ଦାଣ୍ଡିଆ" ଓ "ଗରବା", ମହାରାଷ୍ଟ୍ରର "ଲାୱନୀ" ଆଦି ଶାମିଲ ରହିଛି । ସଂଗୀତ ନାଟକ ଏକାଡେମୀର ଭାରତୀୟ ସଂଗୀତ, ନୃତ୍ୟ ଓ ନାଟକର ରାଷ୍ଟ୍ରୀୟ ଏକାଡେମୀଦ୍ୱାରା ଆଠ ଗୋଟି ନୃତ୍ୟ ଋପ, ବହୁ କଥାଋପ ଓ ହିନ୍ଦୁ ପୁରାଣ/ପୌରାଣିକ ତତ୍ତ୍ୱ ପରି ବହୁ ଋପଗୁଡିକୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଛି । ତାମିଲନାଡୁର "ଭାରତ ନାଟ୍ୟମ୍", ଉତ୍ତର ପ୍ରଦେଶର "କଥକ", କେରଳର "କଥକେଳୀ" ଓ "ମୋହିନୀ ଆଟମ୍", ଆନ୍ଧ୍ର ପ୍ରଦେଶର "କୁଚିପୁଡୀ",ମଣୀପୁରର "ମଣିପୁରୀ", ଓଡ଼ିଶାର "ଓଡ଼ିଶୀ" ଓ ଆସାମର "ସତ୍ରୀୟା" ଆଦି ପ୍ରମୁଖ ନୃତ୍ୟ ଅଟେ ।[୫୦] ସଂକ୍ଷିପ୍ତ ଋପେ କହିବାକୁ ଗଲେ କଳାରିପ୍ପୟାଟ୍ଟୁ କିମ୍ବା କଲାରୀକୁ ସଂସାରର ସବୁଠାରୁ ପୁରୁଣା ମାର୍ଶଳ ଆର୍ଟ ଋପେ ମାନ୍ୟତା ଦିଆଯାଇଛି । ଏହା ମଲ୍ଲପୁରାଣ ପରି ଗ୍ରନ୍ଥ ଭାବେ ସଂରକ୍ଷିତ ହୋଇ ରହିଛି ।

ନାଟକ ଓ ରଙ୍ଗମଞ୍ଚ[ସମ୍ପାଦନା]

ଭାରତୀୟ ସଙ୍ଗୀତ ଓ ନୃତ୍ୟ ସହିତ ଭାରତୀୟ ନାଟକ ଓ ଥିୟେଟରର ମଧ୍ୟ ବହୁ ପୁରାତନ ଇତିହାସ ରହିଛି । କାଳିଦାସଙ୍କ ନାଟକ "ଶକୁନ୍ତଳା" ଓ "ମେଘଦୂତ" ପରି କିଛି ପୁରୁଣା ନାଟକ ରହିଛି, ଯାହା ପରେ ଭାସଙ୍କର ନାଟକ ଆୟୁ ୨୦୦୦ ବର୍ଷ ପୁରୁଣା କେରଳର "କୁଟ୍ଟୀୟାଟମ୍" ବିଶ୍ୱର ସବୁଠାରୁ ପୁରୁଣା ଜୀବିତ ଥିୟେଟର ପରମ୍ପରା ମଧ୍ୟରୁ ଗୋଟିଏ ଅଟେ । ଏହା ନାଟମ୍ ଶାସ୍ତ୍ରର ପାଳନ କରିଥାଏ ।[୫୧]

କଳାର ଏହି ଋପରେ ଭାସଙ୍କର ନାଟକ ବହୁ ପ୍ରସିଦ୍ଧ ଅଟେ । "ନାଟ୍ୟାଚାର୍ଯ୍ୟ" (ସ୍ୱର୍ଗୀୟ) "ପଦ୍ମଶ୍ରୀ" ମଣି ମାଧବ ଚକୟାର - ଅବିବାଦିତ ଋପେ କଳାର ଏହି ଋପ ଓ "ଅଭିନୟ"ର ଆଚାର୍ଯ୍ୟ ଅଟନ୍ତି । ସେ ଏହି ପୁରୁଣା ନଟ୍ୟ ପରମ୍ପରାକୁ ଲୁପ୍ତ ହେବାରୁ ବଞ୍ଚେଇ ଥିଲେ ଓ ଏହାକୁ ପୁନର୍ଜୀବିତ କରିଥିଲେ । ସେ "ରସ ସୌନ୍ଦର୍ଯ୍ୟ ଶାସ୍ତ୍ର"ରେ ନିଜ ମହାରତ ପାଇଁ ଜଣାଯା'ନ୍ତି । ସେ କାଳିଦାସଙ୍କ ନାଟକ "ଅଭିଜ୍ଞାନ ଶକୁନ୍ତଳ", "ବିକ୍ରମୋର୍ବସିୟା"; ଭାସଙ୍କର "ସ୍ୱପ୍ନବାସବଦତ୍ତା" ଓ "ପଞ୍ଚତନ୍ତ୍ର"; ହର୍ଷବର୍ଦ୍ଧନଙ୍କ "ନାଗନନ୍ଦା" ଆଦି ନାଟକ ଗୁଡିକୁ କୁଟିୟଟ୍ଟମ ଋପେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । [୫୨][୫୩]

ନାଟ୍ୟକଳା

ସଙ୍ଗୀତ[ସମ୍ପାଦନା]

Images of musical instruments drawn by Pierre Sonnerat, the French explorer, in 1782 during his voyage through India

ସଙ୍ଗୀତ ଭାରତ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଅଟେ । ନାଟ୍ୟଶାସ୍ତ୍ର, ୨୦୦୦ ବର୍ଷ ପୁରୁଣା ସଂସ୍କୃତ ପାଠ, ସଙ୍ଗୀତ, ବାଦ୍ୟ ଯନ୍ତ୍ରକୁ ବର୍ଗୀକୃତ କରିବାପାଇଁ ବର୍ଗିକରଣର ପଞ୍ଚଗୋଟି ପ୍ରଣାଳୀର ବର୍ଣ୍ଣନା କରିଥାଏ ।[୫୪] ଏହି ପ୍ରାଚୀନ ଭାରତୀୟ ପ୍ରଣାଳୀରେ ଏକ କମ୍ପନର ଚାରିଗୋଟି ପ୍ରାଥମିକ ସ୍ତ୍ରୋତ ଅନୁସାରେ ସଙ୍ଗୀତ ବାଦ୍ୟ ଯନ୍ତ୍ରକୁ ଚାରିଗୋଟି ସମୂହରେ ବର୍ଗୀକୃତ କରିଥାଏ । ଯଥା:- ସୂତା, କୋଷାବରଣ, ଝାଞ୍ଜ (ଗିନି), ପବନ । ରିସ ଫ୍ଲୋରା ଅନୁସାରେ, ଏହା ଜୀବ ବିଜ୍ଞାନର ପଶ୍ଚିମ ସିଦ୍ଧାନ୍ତ ସମ୍ମାନ ଅଟେ । ପୁରତତ୍ତ୍ୱବିଦ ମାନେ ସଙ୍କରଜଙ୍ଗ (ଓଡ଼ିଶାର ହାଇଲ୍ୟାଣ୍ଡସ)ରେ ଏକ ୩୦୦୦ ବର୍ଷୀୟ , ୨୦-କୁଞ୍ଜୀ, ଧ୍ୟାନ ରୂପେ ପୋଲିସ୍ଡ ବସଲ୍ଟ ଲିଥୋଫୋନର ଖୋଜିବା ଲାଗି ସୂଚନା ଦେଇଛନ୍ତି ।[୫୫]

ଭାରତୀୟ ସଙ୍ଗୀତ ପ୍ରାଚୀନ କାଳରୁ ଭାରତରେ ବିକଶୀତ ହେବାରେ ଲାଗିଛି । ସଙ୍ଗୀତର ପ୍ରାରମ୍ଭ ବୌଦୀକ କାଳ ପୂର୍ବରୁ ହୋଇଛି । ଏହାର ମୂଳ ସ୍ରୋତ "ବେଦ" ବୋଲି ଗ୍ରହଣ କରାଯାଇଛି । ହିନ୍ଦୁ ପରମ୍ପରାରେ ଏହା ଜଣାଯାଏ ଯେ, ପରମପିତା "ବ୍ରହ୍ମା" "ନାରଦ"ଙ୍କୁ ସଙ୍ଗୀତ ବରଦାନ ଋପେ ଦେଇଥିଲେ ।

ପଣ୍ଡିତ ଶାରଙ୍ଗ ଦେବଙ୍କ ରଚିତ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ଭାରତୀୟ ସଙ୍ଗୀତର ପରିଭାଷାକୁ " ଗୀତମ୍, ବାଦ୍ୟମ୍ ଏବଂ ନୃତ୍ୟମ୍ ତ୍ରୟମ୍ ସଙ୍ଗୀତମୁଚ୍ୟତେ " ଭାବେ ଆକ୍ଷରିତ କରାଯାଇଛି । ଗାୟନ, ବାଦ୍ୟ ବାଦନ ଏବଂ ନୃତ୍ୟ; ଏହି ତିନୋଟି କଳାର ସମାବେଶକୁ ସଙ୍ଗୀତ ଶବ୍ଦରେ ଗ୍ରହଣ କରାଯାଇଛି । ତିନୋଟି ଯାକ ସ୍ୱତନ୍ତ୍ର କଳା ହେବା ସତ୍ତ୍ୱେ ଦୁହେଁ ଦୁହିଁଙ୍କ ପରି-ପୂରକ ଅଟନ୍ତି। ଭାରତୀୟ ସଙ୍ଗୀତ ଦୁଇ ପ୍ରକାରେ ପ୍ରଚଳିତ ହୋଇଛି; ପ୍ରଥମ କର୍ଣ୍ଣାଟକ ସଙ୍ଗୀତ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ ପ୍ରଚଳିତ ଏବଂ ଦ୍ୱିତୀୟରେ ହିନ୍ଦୁସ୍ତାନୀ ସଙ୍ଗୀତ, ଯାହା ଶେଷ ଭାରତରେ ଲୋକପ୍ରିୟ ଅଟେ । ଭାରତ ବର୍ଷର ସମସ୍ତ ସଭ୍ୟତାରେ ସଙ୍ଗୀତର ବଡ଼ ମହତ୍ତ୍ୱ ରହିଛି । ଧାର୍ମିକ ଏବଂ ସାମାଜିକ ପରମ୍ପରାରେ ସଙ୍ଗୀତର ପ୍ରଚଳନ ପ୍ରାଚୀନ କାଳରୁ ରହିଛି । ଏହିଋପେ, ସଙ୍ଗୀତ ଭାରତୀୟ ସଂସ୍କୃତିର ଆତ୍ମା ଭାବେ ଗ୍ରହଣ କରାଯାଏ । ବୈଦୀକ କାଳରେ ଆଧ୍ୟାତ୍ମିକ ସଙ୍ଗୀତକୁ ମାର୍ଗୀ ତଥା ଲୋକ ସଙ୍ଗୀତକୁ ଦେଶୀ କୁହାଯାଏ । କାଳାନ୍ତରରେ ଏହି ଶାସ୍ତ୍ରୀୟ ଏବଂ ଲୋକ ସଙ୍ଗୀତ ରୂପେ ଦେଖାଯାଇଥାଏ ।

ବୈଦିକ କାଳରେ ସାମବେଦ ମନ୍ତ୍ରର ଉଚ୍ଚାରଣ ସେହି ସମୟର ବୈଦିକ ସପ୍ତକ ଅନୁସାରେ ସାତ ସ୍ୱର ପ୍ରୟୋଗ ସହିତ କରାଯାଉଥିଲା । ଗୁରୁ-ଶିଷ୍ୟ ପରମ୍ପରା ଅନୁସାରେ ଶିଷ୍ୟଙ୍କୁ ଗୁରୁଙ୍କ ଠାରୁ ବେଦ ବେଦର ଜ୍ଞାନ ମୌଖିକ ଭାବେ ପ୍ରାପ୍ତ ହେଉଥିଲା । ଏହିପରି ପ୍ରାଚୀନ କାଳରେ ବେଦ ଏବଂ ସଙ୍ଗୀତର କୌଣସି ଲିଖିତ ରୂପ ନଥିବା କାରଣରୁ ସେମାନଙ୍କର ମୂଳ ସ୍ୱରୂପ ଲୁପ୍ତ ହେବାକୁ ଲାଗିଲା ।

ସଙ୍ଗୀତ

ଦୃଶ୍ୟମାନ ଚିତ୍ର[ସମ୍ପାଦନା]

ଅଜନ୍ତା ଗୁମ୍ଫାରେ ଚିତ୍ରୀତ ବୌଦ୍ଧି

କଳା, ସଂସ୍କୃତିର ବାହିକା ଅଟେ । ଭାରତୀୟ ସଂସ୍କୃତିର ବିବିଧ ପ୍ରସ୍ଥରେ ବ୍ୟାପ୍ତ ମାନବୀୟ ଏବଂ ରସାତ୍ମକ ତତ୍ତ୍ୱ ତାହାର କଳା-ରୂପରେ ପ୍ରକଟ ହୋଇଛି । କଳାର ପ୍ରାଣ ରସାତ୍ମକତା ଅଟେ । ମାନବୀୟ ସମ୍ବନ୍ଧ ଏବଂ ସ୍ଥିତିର ବିବିଧ ଭାବଲୀଳା ଓ ତାହାର ମାଧ୍ୟମରେ ଚେତନାକୁ କଳା ଉଜାଗର କରିଥାଏ । ବାସ୍ତବରେ ଚେତନାର ମୂଳ "ରସ" ଅଟେ । ଭାରତୀୟ କଳା ଯେଉଁଠାରେ ଆହୁରି ଏକ ବୈଜ୍ଞାନିକ ଏବଂ କୌଶଳ ଆଧାର ରଖିଥାଏ, ଅନ୍ୟପକ୍ଷେ ଭାବ ଏବଂ ରସକୁ ସର୍ବଦା ମୃତ ରୂପେ ରଖିଥାଏ । ଭାରତୀୟ କଳା ଜାଣିବା ପାଇଁ ଉପବେଦ, ଶାସ୍ତ୍ର, ପୁରାଣ, ପ୍ରାଚୀନ ସାହିତ୍ୟ ଏବଂ ପୁରାତତ୍ତ୍ୱର ସାହାଯ୍ୟ ନେବାକୁ ପଡିଥାଏ ।

ଚିତ୍ରକଳା[ସମ୍ପାଦନା]

ଭାରତୀୟ ବାସ୍ତୁକଳାରେ ସାମିଲ ହୋଇଛି- ସମୟ ଏବଂ ସ୍ଥାନ ସହିତ ଲଗାତାର ନୂଆ ନୂଆ ବିଚାରକୁ ନିଜର କରି ନିଜର ଅଭିବ୍ୟକ୍ତି ପ୍ରକାଶ କରିଥାନ୍ତି । ପରିଣାମ ସ୍ୱରୂପ ଏହିପରି ବାସ୍ତୁଶିଳ୍ପୀର ଉତ୍ପାଦନ ହୋଇଥିଲା ଯାହା ଇତିହାସ ଅନୁଯାୟୀ ନିଶ୍ଚିତ ରୂପେ ଏକ ନିରନ୍ତରତା ରଖିଥାଏ । ଏହାର କିଛି ଉନ୍ନତ ମାନର ଆରମ୍ଭ ଶୈଳୀର ଉଦାହରଣ ସିନ୍ଧୁଘାଟୀ ସଭ୍ୟତା (୨୬୦୦-୧୯୦୦ ଈସା ପୂର୍ବ)ରେ ମିଳିଥିଲା, ଯେଉଁଥିରେ ସୁନିୟୋଜିତ ସହର ଏବଂ କିଛି ଘର ମିଳିଥିଲା ।

ମୌର୍ଯ୍ୟ ରାଜବଂଶ ଓ ଗୁପ୍ତ ରାଜବଂଶ ସାମ୍ରାଜ୍ୟ ଏବଂ ସେମାନଙ୍କ ଉତ୍ତରିଧିକାରଙ୍କ ଶାସନ କାଳରେ, ବହୁ ବୌଦ୍ଧ ବାସ୍ତୁଶିଳ୍ପ ପରିସର, ଯେପରି "ଅଜନ୍ତା ଗୁମ୍ଫା" , "ଏଲୋରା ଗୁମ୍ଫା" ଏବଂ ସ୍ମାରକୀୟ "ସାଞ୍ଚି ସ୍ତୁପ" ତିଆରି ହୋଇଥିଲା । ପରେ, ଦକ୍ଷିଣ-ଭାରତରେ ବହୁ ହିନ୍ଦୁ ମନ୍ଦିରର ନିର୍ମାଣ ହୋଇଥିଲା ଯେପରି, "ବେଲୁର"ରେ "ଚେନ୍ନାକେଶବା ମନ୍ଦିର", "ହାଲେବେଦୁ"ରେ "ହୋୟସେଲ୍ସବର ମନ୍ଦିର" , "ସୋମନାଥ ପୁର"ରେ "କେଶବ ମନ୍ଦିର" , "ଥଞ୍ଜାବୁର"ରେ "ବ୍ରେହଦୀଶ୍ୱର ମନ୍ଦିର" , "କୋଣାର୍କ"ରେ "ସୂର୍ଯ୍ୟ ମନ୍ଦିର" , "ଶ୍ରୀ ରଙ୍ଗମ"ରେ "ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର "ଏବଂ "ଭଟ୍ଟୀପ୍ରୋଲୁ"ରେ "ଗୌତମ ବୁଦ୍ଧ"ଙ୍କ ସ୍ତୁପ ଇତ୍ୟାଦି ।


ପଶ୍ଚିମରେ ଇସ୍ଲାମିକ ପ୍ରଭାବର ଆଗମନ ସହିତ, ଭାରତୀୟ ବାସ୍ତୁକଳାରେ ମଧ୍ୟ ନୂତନ ଧର୍ମର ପରମ୍ପରାକୁ ନିଜର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଯୁଗରେ ତିଆରି କିଛି ସ୍ତୁପ - "ଫତେହପୁର ସିକରୀ", "ତାଜମହଲ", ଗୋଲ ଗୁମ୍ବଜ", କୁତୁବମୀନର" ଦିଲ୍ଲୀର "ଲଲକୀଲା" ଇତ୍ୟାଦି ପ୍ରାୟ ଭାରତର ଅପରିବର୍ତ୍ତନୀୟ ପ୍ରତୀକ ରୂପେ ଉପଯୋଗ କରାଯାଏ ।

ବୌଦ୍ଧ ଧର୍ମ ପ୍ରସାର କାରଣରୁ ଭାରତୀୟ ବାସ୍ତୁକଳା ପୂର୍ବ1ଏବଂ ଦକ୍ଷିଣ ଏସିଆକୁ ପ୍ରଭାବିତ କରିଥାଏ । ଭାରତୀୟ ସ୍ଥାପତ୍ୟ କଳାର କିଛି ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ଯେପରି- ମନ୍ଦିର ସ୍ତୁପ, ମନ୍ଦିର ଶିଖର, ମନ୍ଦିର ଶିବାଳୟ ଏବଂ ମନ୍ଦିର ଦ୍ୱାର କିମ୍ବା ତୋରଣ ଆଦି ଏସିଆ ସଂସ୍କୃତିର ପ୍ରସିଦ୍ଧ ପ୍ରତୀକ ତିଆରି ହୋଇସାରିଛି ଏବଂ ଏହାର ପ୍ରୟୋଗ ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ବଡ଼ ମାପକ୍ରମରେ କରାଯାଇଛି । କେନ୍ଦ୍ରୀୟ ଶୀର୍ଷକକୁ କେବେ-କେବେ "ବିମାନଂ" ମଧ୍ୟ କୁହାଯାଏ । ମନ୍ଦିରର ଦକ୍ଷିଣ ଦ୍ୱାର "ଗୋପୁରମ୍" ନିଜ ଗୃଢ଼ତା ଏବଂ ଐଶ୍ୱର୍ୟ୍ଯ ପାଇଁ ଜଣାଯାଇଥାଏ ।

ପଟ୍ଟଚିତ୍ର, ମଧୁବନୀ ପେଣ୍ଟିଙ୍ଗ, ମୈସୁର ପେଣ୍ଟିଙ୍ଗ, ରାଜପୁତ ପେଣ୍ଟିଙ୍ଗ ଏବଂ ମୁଗୋଲ ପେଣ୍ଟିଙ୍ଗ ଆଦି ଭାରତୀୟ କଳାର କିଛି ଉଲ୍ଲେଖନୀୟ ଶୈଳୀ ରହିଛି । ଏହାସହିତ ନନ୍ଦଲାଲ ବୋଷ, ଏମ.ଏଫ. ହୁସେନ, ଏସ.ଏଚ.ରଜା, ଗୀତା ବଢ଼େର ଏବଂ ବି. ବେଙ୍କଟପ୍ପାଙ୍କ [୫୬] ପରି କିଛି ଆଧୁନିକ ଚିତ୍ରକାର ରହିଛନ୍ତି । ବର୍ତ୍ତମାନ ସମୟର କଳାକାର ମାନଙ୍କ ମଧ୍ୟରୁ, ଅତୁଳ ଡୋଡିୟା, ବୋଷ କୃଷ୍ଣ ମନାଚାରୀ, ଦେବଜ୍ୟୋତିରେ ଏବଂ ଶିବୁ ନତେସନ ପରି କଳାକାର ମାନେ ଭାରତୀୟ କଳାର ଏକ ନୂତନ ଯୁଗର ପ୍ରତିନିଧିତ୍ତ୍ୱ କରିଥାନ୍ତି, ଯେଉଁଠାରେ ବୈଶିକ କଳା ଭାରତୀୟ ଶାସ୍ତ୍ରୀୟ ଶୈଳୀ ସହିତ ସିଧା ତାଳମେଳ ଦେଖାଇଥାନ୍ତି । ଏହି କଳାକାର ମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ପରିଚୟ ହାସଲ କରିଛନ୍ତି । "ଜାହାଙ୍ଗିର ଆର୍ଟ ଗ୍ୟାଲେରୀ"ରେ ମୁମ୍ବାଇ, ମୈସୁର ପ୍ୟାଲେସରେ କିଛି ଭଲ ଭାରତୀୟ ଚିତ୍ର ପ୍ରଦର୍ଶିତ ହୋଇଛି ।

"ବିଷ୍ଣୁ ଧର୍ମୋତ୍ତର ପୁରାଣ"ର ଚିତ୍ରସୂତ୍ରରେ ଚିତ୍ରକଳାର ମହତ୍ତ୍ୱ ସଂସ୍କୃତ ଭାଷାର ଏହି ଶବ୍ଦରେ ସୂଚିତ ହୋଇଛି :-

कलानां प्रवरं चित्रम् धर्मार्थ काम मोक्षादं।
मांगल्य प्रथम् दोतद् गृहे यत्र प्रतिष्ठितम् ॥38॥
କଳାନାମ୍ ପ୍ରବରଂ ଚିତ୍ରମ୍ ଧର୍ମାର୍ଥ କାମ ମୋକ୍ଷାଦଂ ।
ମାଙ୍ଗଲ୍ୟ ପ୍ରଥମ୍ ଦୋତଦ୍ ଗୃହେ ୟତ୍ର ପ୍ରତିଷ୍ଠିତମ୍ ।।୩୮।।[୫୭]
(ଅର୍ଥ : କଳା ମାନଙ୍କ ମଧ୍ୟରେ ଚିତ୍ରକଳା ସବୁଠାରୁ ଉଚ୍ଚ ଅଟେ, ଯେଉଁଥିରେ ଧର୍ମ, ଅର୍ଥ, କାମ, ଏବଂ ମୋକ୍ଷର ପ୍ରାପ୍ତି ହୋଇଥାଏ ।
ଅତଃ: ଯେଉଁଘରେ ଚିତ୍ରର ପ୍ରତିଷ୍ଠା ଅଧିକ ରହିଥାଏ, ସେହିଠାରେ ସର୍ବଦା ମଙ୍ଗଳର ଉପସ୍ଥିତି ଗ୍ରହଣ କରାଯାଏ ।)
ଚିତ୍ରକଳା

ମୂର୍ତ୍ତୀକଳା[ସମ୍ପାଦନା]

ଭାରତର ପ୍ରଥମ ମୂର୍ତ୍ତୀକଳାର ନମୂନା ସିନ୍ଧୁଘାଟୀ ସଭ୍ୟତାର ଅଟେ ଯେଉଁଠାରେ ପଥର ଏବଂ ପିତ୍ତଳ ଆକୃତିର ସନ୍ଧାନ କରାଯାଇଥିଲା ।ପରେ, ଯେତେବେଳେ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମର ଅଧିକ ବିକାଶ ହେଲା, ଭାରତର ମନ୍ଦିରରେ ପିତ୍ତଳର କିଛି ବହୁ ଜଟିଳ ମୂର୍ତ୍ତୀ ତିଆରି ହୋଇଥିଲା । କିଛି ବିଶାଳକାୟ ମନ୍ଦିର ଯେପରି, "ଏଲୋରା" ମୂର୍ତ୍ତୀ , ଏହି ମୂର୍ତ୍ତୀକୁ ବିଶାଳକାୟ ଚଟ୍ଟାଣକୁ କାଟି ତିଆରି କରାଯାଇଥିଲା ।

ଉତ୍ତର-ପଶ୍ଚିମରେ ସଙ୍ଗମରମରରୁ ଏକ ପ୍ରକାର ମାଟିରୁ ଉତ୍ପାଦିତ ମୂର୍ତ୍ତୀକଳାରେ ଭାରତୀୟ ଏବଂ ଶାସ୍ତ୍ରୀୟ ହେଲେନେଷ୍ଟିକ କିମ୍ବା ସମ୍ଭାବିତ ରୂପେ ଗ୍ରୀକ-ରୋମାନ ପ୍ରଭାବର ଭାରୀ ମିଶ୍ରଣ ଦେଖିବାକୁ ମିଳିଥିଲା । ପାଖାପାଖି ଏହା ସହିତ ମଥୁରାର ଗୋଲାପୀ ବାଲି ପଥରର ମୂର୍ତ୍ତୀକଳା ମଧ୍ୟ ବିକଶିତ ହୋଇଥିଲା । ଏହି ମଧ୍ୟରେ ଗୁପ୍ତ ଶାସନ କାଳରେ (୬ବିଂରୁ ୪ର୍ଥ ଶତାବ୍ଦୀ) ପର୍ଯ୍ୟନ୍ତ ମୂର୍ତ୍ତୀକଳା, ଶ୍ରେଷ୍ଠ ନିଷ୍ପାଦନ ଏବଂ ମଡେଲିଙ୍ଗର ପାଖରୁ ଏକ ଉଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା, ଏହା ସହିତ ଭାରତର ଅନ୍ୟ କ୍ଷେତ୍ରରେ ବିକଶିତ ହୋଇଥିବା ଶାସ୍ତ୍ରୀୟ ଭାରତୀୟ କଳାରେ ସମଗ୍ର ଦକ୍ଷିଣ-ପୂର୍ବ କେନ୍ଦ୍ର ଏବଂ ପୂର୍ବ ଏସିଆରେ ହିନ୍ଦୁ ଓ ବୌଦ୍ଧ ମୂର୍ତ୍ତୀକଳାର ବିକାଶରେ ନିଜର ଯୋଗଦାନ ଦେଇଥିଲା ।

ଭାରତର ଏକ ଦୀର୍ଘ ମୂର୍ତ୍ତୀକଳା-ପରମ୍ପରା ରହିଛି ଯାହାର ସନ୍ଧାନ "ନବପାଷାଣ କାଳ" ସଂସ୍କୃତିରେ କରାଯାଇପାରେ , ଯଦିଓ ପୁରତତ୍ତ୍ୱ ଦୃଷ୍ଟିରୁ ବିକାଶର ନିରନ୍ତର ଲମ୍ବା ପ୍ରକ୍ଷେପ ପଥକୁ ତୃତୀୟ ଶତାବ୍ଦୀ ଇସା:ପୂର୍ବରୁ ଆଗକୁ ଖୋଜାଯାଇପରେ ।

ଭାରତୀୟ ଉପ-ମହାଦ୍ବୀପରେ କଳାକୁ ଈଶ୍ୱରଙ୍କ ରଚନା ଭାବେ ଗ୍ରହଣ କରାଯାଏ । ସେଥିପାଇଁ କୌଣସି ମଧ୍ୟ କଳା ଏକ-ଦ୍ବୟ ଠାରୁ ଶ୍ରେଷ୍ଠ ନୁହେଁ । ଯେପରି ଶିବଙ୍କ ଠାରୁ ନୃତ୍ୟ ଏବଂ ସଙ୍ଗୀତ ଉଦ୍ଭବ ହୋଇଛି, ସେହିପରି ବିଷ୍ଣୁଙ୍କ ଠାରୁ ଚିତ୍ରକଳା ଏବଂ ମୂର୍ତ୍ତୀକଳା ଉତ୍ପନ୍ନ ହୋଇଥିଲା ଏବଂ ରୁଦ୍ର ବିଶ୍ୱକର୍ମାଙ୍କ ଠାରୁ ବସ୍ତୁକଳା ଉତ୍ପନ୍ନ ହୋଇଥିଲା । ଏହା କୌଣସି ଆଶ୍ଚର୍ଯ୍ୟ ଜନକ କଥା ନୁହେଁ, ଅଧିକାଂଶ ପ୍ରାଚୀନ ଏବଂ ମଧ୍ୟକାଳୀନ କଳା ସାମାଜିକ-ଧାର୍ମିକ ସନ୍ଦର୍ଭ ଅନ୍ତର୍ଗତରେ ଉତ୍ପନ୍ନ ହୋଇଥିଲା ।

ମୂର୍ତ୍ତୀକଳା

ବାସ୍ତୁକଳା[ସମ୍ପାଦନା]

ଲୁଟିୟନ୍ସର ଦିଲ୍ଲୀ-ବ୍ରିଟିଶ ଔପନିବେସିକ କାଳ: ୧୭୫୭-୧୯୪୭
ରାଜ ପ୍ରତିନିଧି ଘର (ଏବେ ରାଷ୍ଟ୍ରପତି ଭବନ)ର ନିର୍ମାଣ ଭାରତର ରାଜ ପ୍ରତିନିଧିଙ୍କ ପାଇଁ କରାଯାଇଥିଲା । ଏବେ ଏହା ଭାରତର ରାଷ୍ଟ୍ରପତିଙ୍କ ଆଧିକାରୀକ ନିବାସ ରୂପେ କାର୍ଯ୍ୟ କରୁଅଛି ।
The War Memorial Arch (ଏବେ ଇଣ୍ଡିଆ ଗେଟ) ବ୍ରିଟିଶ ଭାରତୀୟ ଆର୍ମୀର ୭୦,୦୦୦ ସୈନିକଙ୍କ ସ୍ମାରକ ଅଟେ, ଯାହାଙ୍କର ପ୍ରଥମ ବିଶ୍ୱଯୁଦ୍ଧରେ ମୃତ୍ୟୁ ହୋଇଯାଇଥିଲା ।
ସଚିବାଳୟ ଭବନ, ନୂଆଦିଲ୍ଲୀର ଉତ୍ତର ବ୍ଲକରେ ରହିଛି ।
Imperial Legislative Council ପାଇଁ ତିଆରି ହୋଇଥିବା କାଉନସିଲ ହାଉସ , ଏବେ (ସଂସ ଭବନ), ଏବଂ (ଭାରତର ସଂସଦ)ରେ ରହିଥାଏ ।
ଲୁଟୀୟନର ଦିଲ୍ଲୀ, "ଏଡ଼ୱିନ ଲୁଟିୟନ"ଙ୍କଦ୍ୱାରା ଡିଜାଇନ କରାଯାଇଥିଲା, ଯେଉଁଥିରେ ଭାରତର ସମସ୍ତ ପ୍ରମୁଖ ସରକାରୀ ପ୍ରାସାଦ ରହିଛି ।

ଭାରତୀୟ ବାସ୍ତୁକଳାରେ ସମୟ ଏବଂ ସ୍ଥାନ ସହିତ ପ୍ରାୟତଃ ନୂତନ ବିଚାରକୁ ସାମିଲ କରିଥାଏ । ଏହାର ପରିଣାମ ସ୍ୱରୂପ ଏହିପରି ବାସ୍ତୁ ଶିଳ୍ପର ଉତ୍ପାଦନ ହୋଇଥିଲା ଯାହା ଇତିହାସ ଅନୁଯାଇ ନିଶ୍ଚିତ ରୂପେ ଏକ ନିରାନ୍ତରତା ରଖିଥାଏ । ଏହାର କିଛି ଉନ୍ନତ ପ୍ରକ୍ରିୟାର ଉଦାହରଣ (୨୬୦୦-୧୯୦୦ ଈସା ପୂର୍ବ)ରେ ସିନ୍ଧୁଘାଟି ସଭ୍ୟତାରେ ମିଳିଥିଲା ।

ମୌର୍ଯ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ଓ ସେମାନଙ୍କ ଉତ୍ତରିଧିକାରଙ୍କ ଶାସନ କାଳରେ ବହୁ ବୌଦ୍ଧ ବାସ୍ତୁଶିଳ୍ପ ପରିସର, ଯେପରି ଅଜନ୍ତା, ଏଲୋରା ଏବଂ ସ୍ମାରକୀୟ ସଞ୍ଚିସ୍ତୁପ ତିଆରି କରାଯାଇଥିଲା । ପରେ ଦକ୍ଷିଣ ଭାରତରେ ବହୁ ହିନ୍ଦୁ ମନ୍ଦିରର ନିର୍ମାଣ ହୋଇଥିଲା, ଯେପରି: କୀବେଲୁରର ଚେନ୍ନାକେଶବା ମନ୍ଦିର, ହାଲେବିଦୁର ହୋୟସେଲ୍ସବର ମନ୍ଦିର, ସୋମନାଥ ପୁରର କେଶବ ମନ୍ଦିର, ଥଂଜାବୁରର ବ୍ରିହଦୀଶ୍ୱର ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର , ଶ୍ରୀ ରଙ୍ଗମର ଶ୍ରୀ ରଙ୍ଗନାଥସ୍ୱାମୀଙ୍କ ମନ୍ଦିର ଇତ୍ୟାଦି । ଅଙ୍ଗକୋରବଟ, ବୋରୋବୁଦୁର ଏବଂ ଅନ୍ୟ ବୌଦ୍ଧ ଓ ହିନ୍ଦୁ ମନ୍ଦିର ଯାହା ପାରମ୍ପରିକ ଭାରତୀୟ ଧାର୍ମିକ ଭବନର ଶୈଳୀରେ ତିଆରି ହୋଇଛି । ଏହାର ସଂକେତ ଦକ୍ଷିଣ ପୂର୍ବ ଏସିଆ ବାସ୍ତୁକଳାରେ ଭାରତୀୟ ପ୍ରଭାବ ପ୍ରାୟ ଅଧିକ ଥିଲା ।

ପଶ୍ଚିମରୁ ଇସ୍ଲାମିକ ପ୍ରଭାବର ଆଗମନ ସହିତ ଭାରତୀୟ ବାସ୍ତୁକଳାରେ ମଧ୍ୟ ନୂତନ ଧର୍ମର ପରମ୍ପରାକୁ ନିଜର କରାଯାଇଥିଲା । ଏହି ଯୁଗରେ ତିଆରି କିଛି ପ୍ରାସାଦ ରହିଛି- ଫତେହପୁର, ତାଜମହଲ, ଗୋଲଗୁମ୍ବଜ, କୁତୁବମୀନର, ଦିଲ୍ଲୀର ଲଲକୀଲା ଆଦି , ପ୍ରାୟତଃ ଭାରତର ଅପରିବର୍ତ୍ତନୀୟ ପ୍ରତୀକ ରୂପେ ଉପଯୋଗ କରାଯାଏ । ବ୍ରିଟିଶ ସାମ୍ରାଜ୍ୟର ଔପନିବେସିକ ଶାସନ ଅନୁସାରେ ହିନ୍ଦୁ-ଆରବୀ ଏବଂ ଭାରତୀୟ ଶୈଳୀ ସହିତ ବହୁ ଅନ୍ୟ ୟୁରୋପୀୟ ଶୈଳୀ ଯେପରି: ଗୋଥିକର ମିଶ୍ରଣକୁ ବିକଶିତ ହେବାର ଦେଖାଗଲା , ଭିକ୍ଟୋରୀୟ ମେମୋରିଆଲ କିମ୍ବା ଭିକ୍ଟୋରୀୟ ଟର୍ମିନସ ଏହାର ଉଲ୍ଲେଖନୀୟ ଉଦାହରଣ ଅଟେ । କମଳ ମନ୍ଦିର ଓ ଭାରତର ବହୁ ଆଧୁନିକ ସହରର ପ୍ରାସାଦ ଏଥିରେ ଉଲ୍ଲେଖ ରହିଛି ।

ବାସ୍ତୁକଳାର ପାରମ୍ପରିକ ପ୍ରଣାଳୀ "ଫେଙ୍ଗ ସୁଈ"ର ଭାରତୀୟ ପ୍ରତିରୂପ ପରି ହୋଇଥାଏ, ଯାହା ସହରର ଯୋଜନା , ବାସ୍ତୁକଳା ଏବଂ ଅର୍ଗନୋମିକ୍ସ (ଅର୍ଥାତ, କାର୍ଯ୍ୟକୁ ଆହୁରି ପ୍ରଭାବଶାଳୀ ବନେଇବା ପାଇଁ ପ୍ରୟୋଗ କରାଯାଉଥିବା ବିଜ୍ଞାନ)କୁ ପ୍ରଭାବିତ କରିଥାଏ । ଏହ ଅସ୍ପଷ୍ଟ ଯେ, ଏଥିରୁ କେଉଁ ପ୍ରଣାଳୀ ପୁରୁଣା ଅଟେ, କିନ୍ତୁ ଦୁହିଁଙ୍କ ମଧ୍ୟରେ କିଛି ନିଶ୍ଚିତ ସମାନତା ରହିଛି । ତୁଳନାତ୍ମକ ରୂପେ ଦେଖାଗଲେ, ଫେଙ୍ଗ ସୁଈର ପ୍ରୟୋଗ ସମଗ୍ର ବିଶ୍ୱରେ ଅଧିକ ହୋଇଥାଏ । ଯଦିଓ ବାସ୍ତୁ ସଂକଳ୍ପ ଆଧାରରେ ଫେଙ୍ଗ ସୁଈର ସମାନ ଅଟେ । ଏହି ଦ୍ୱୟର ଘର ମଧ୍ୟରେ ଉର୍ଜାର ପ୍ରବାହକୁ ସନ୍ତୁଳିତ କରିବାପାଇଁ ଚେଷ୍ଟା କରାଯାଏ, (ଏହାକୁ ସଂସ୍କୃତରେ ପ୍ରାଣ-ଶକ୍ତି କିମ୍ବା ପ୍ରାଣ କୁହାଯାଏ ଏବଂ ଚୀନୀ ଓ ଜାପାନୀ ଭାଷାରେ ଏହାକୁ ଚୀ/କୀ କୁହାଯାଏ ।) କିନ୍ତୁ ଏହାର ବିସ୍ତୃତ ରୂପ ଦୁହେଁ ଦୁହିଁଙ୍କ ଠାରୁ ପ୍ରାୟତଃ ଅଲଗା ଅଟେ ।

ବୌଦ୍ଧ ଧର୍ମ ପ୍ରସାର କାରଣରୁ ଭାରତୀୟ ବାସ୍ତୁକଳା, ପୂର୍ବ-ଦକ୍ଷିଣ ଏସିଆକୁ ପ୍ରଭାବିତ କରିଥିଲା । ଭାରତୀୟ ସ୍ଥାପତ୍ୟ କଳାର କିଛି ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ଯେପରି- ମନ୍ଦିର ଓ ସ୍ତୁପ, ମନ୍ଦିର ଶୀର୍ଷ ଓ ଶୀଖର, ମନ୍ଦିର ଦ୍ୱାର ଓ ତୋରଣ ପରୀ ବିଭିନ୍ନ ସଂସ୍କୃତିର ପ୍ରସିଦ୍ଧ ପ୍ରତୀକ ତିଆରି ହୋଇଛି ଏବଂ ଏହାର ପ୍ରୟୋଗ ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ପ୍ରସିଦ୍ଧିଲାଭ କରିଛି । କେନ୍ଦ୍ରୀୟ ଶୀର୍ଷକକୁ "ବୀମାନମ୍" ମଧ୍ୟ କୁହାଯାଏ । ମନ୍ଦିରର ଦକ୍ଷିଣ ଦ୍ୱାର ଗୋପୁରମ ନିଜର ଗଢଣୀ ଏବଂ ଐଶ୍ୱର୍ୟ୍ଯ ପାଇଁ ଜଣାଯାଏ ।

ବାସ୍ତୁକଳା

ମନୋରଞ୍ଜନ ଓ ଖେଳ[ସମ୍ପାଦନା]

ଓନାମ ପର୍ବର ପ୍ରସିଦ୍ଧ ବାର୍ଷିକ କ୍ରୀଡ଼ା ଉତ୍ସବ

ମନୋରଞ୍ଜନ ଓ ଖେଳ କ୍ଷେତ୍ରରେ ଭାରତରେ ଖେଳର ବହୁଳ ଭାବେ ବିକଶିତ ହୋଇଥିଲା । ଆଧୁନିକ ପୂର୍ବ ମାର୍ଶଲକଳା ଭାରତରେ ଏକ ପ୍ରାଚୀନ ଖେଳ ରୂପେ ଆରମ୍ଭ ହୋଇଥିଲା ଏବଂ କିଛି ଲୋକମାନଙ୍କ ଦ୍ବାରା ଜଣାଯାଏ ଯେ, ଏହି ଖେଳ ବିଦେଶରେ ପ୍ରେରଣ କରାଯାଇଥିଲା ଏବଂ ପରେ ସେହି ସବୁ ଖେଳର ଅନୁକୂଳନ ଓ ଆଧୁନିକୀକରଣ କରାଯାଇଥିଲା । ବ୍ରିଟିଶ ଶାସନ ଅନୁସାରେ ଭାରତକୁ ଆସିଥିବା କିଛି ଖେଳ ଏଠାରେ ପ୍ରେତ ଲୋକପ୍ରିୟ ହୋଇଗଲା ଯେପରି, "ଫିଲ୍ଡ ହକି", "ଫୁଟ ବଲ" ଓ "କ୍ରିକେଟ" ।

"ଫିଲ୍ଡ ହକି" ଭାରତର ରାଷ୍ଟ୍ରୀୟ ଖେଳ ଅଟେ, ମୁଖ୍ୟ ରୂପେ "କ୍ରିକେଟ" ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟକୁ ଭାରତପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ବନ୍ଧ ପାଇଁ ଏକ ମଞ୍ଚ ରୂପେ ବ୍ୟବହାର କରାଯାଇଛି । ଏହି ଖେଳରେ ଭାରତ ପାକିସ୍ତାନର ବିପକ୍ଷରେ ଖେଳିଥାଏ ଓ ଏହି ପ୍ରତିଯୋଗିତା ଦୁଇ ଦେଶ ପାଇଁ ବହୁ ଉତ୍ସାହ ଭରା ହୋଇଥାଏ । ଭାରତ ରାଷ୍ଟ୍ରୀୟ କ୍ରିକେଟ ଟୀମ (୧୯୮୩ କ୍ରିକେଟ ବିଶ୍ୱକପ), (୨୦୧୧ କ୍ରିକେଟ ବିଶ୍ୱକପ), (୨୦୦୭ ICC ୱାର୍ଲଡ଼ ୨୦), (୨୦୧୩ ICC ଚମ୍ପିୟାନ ଟ୍ରଫି) ଏବଂ (ଶ୍ରୀଲଙ୍କା ICC ଚମ୍ପିୟାନ ଟ୍ରଫି) ଶ୍ରୀଲଙ୍କା ସହିତ ଭାଗ ନେଇଥିଲା । ଘରୋଇ ପ୍ରତିଯୋଗୀତାରେ "ରଣଜୀ ଟ୍ରଫି, ଦଲୀପ ଟ୍ରଫି, ଦେବଧର ଟ୍ରଫି, ଈରାଣୀ ଟ୍ରଫି, ଏନକେପି ସାଲ୍ବେ ଚାଲେଞ୍ଜ ଟ୍ରଫି" ସାମିଲ ହୋଇଥିଲା । ଏହାଛଡା, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟାର ଲିଗ, 20 ପ୍ରତିଯୋଗିତାର ଆୟୋଜନ କରିଥିଲା ।

ଚେସ ସାଧାରଣତଃ ଗୁପ୍ତ ସାମ୍ରାଜ୍ୟ ଅନୁସାରେ ପଶ୍ଚିମତ୍ତର ଭାରତରେ ଉତ୍ପନ୍ନ ହୋଇଥିଲା,[୬୧][୬୨][୬୩][୬୪] ଯେଉଁଠାରେ ୬ବିଂ ଶତାବ୍ଦୀରେ ଏହାର ପ୍ରାରମ୍ଭିକ ରୂପ "ଚତୁରଙ୍ଗ" ରୂପେ ଜଣାଯାଏ । ପାରମ୍ପରିକ ସ୍ବଦେଶୀ ଖେଳରେ "କବାଡୀ" ଏବଂ "ଗିଲ୍ଲୀ ଦଣ୍ଡା", ଯାହା ଦେଶର ଅଧିକାଂଶ ଭାଗରେ ସାମିଲ ରହିଛି । "ଇଣ୍ଡୋର" (ଘର ଭିତରେ ଖେଳ ଯାଉଥିବା ଖେଳ) ଓ "ଆଉଡୋର" ( ଘର ବାହାରେ ଖେଳା ଯାଉଥିବା ଖେଳ) ଯେପରି- " ଲୁଡୋ, ତାଶ, ପୋଲୋ, କ୍ୟାରମ, ବ୍ୟାଡ ମିଟନ, ଲୁଚାଛୁପି, ଖୋଖୋ, ଦୌଡା" ଇତ୍ୟାଦି ଲୋକପ୍ରିୟ ଅଟେ । ପାରମ୍ପରିକ ଦକ୍ଷିଣ ଭାରତୀୟ ଖେଳରେ "ସ୍ନେକ ବୋଟ ରେସ ଓ କୂଟ୍ଟୀମ କୋଲମ" ସାମିଲ ହୋଇଛି । "ପୋଲୋ"ର ଆଧୁନିକ ଖେଳ ମଣିପୁରରୁ ପ୍ରସିଦ୍ଧି ଲାଭ କରିଛି । ସେଠାରେ ଏହି ଖେଳକୁ "ସଗୋଲ କଞ୍ଜଈ, କଞ୍ଜଈ-ବାଜି, ପୁଲୁ" ନାମରେ ଜଣାଯାଏ ।[୬୫][୬୬]

୨୦୧୧ ମସିହାରେ ଭାରତ ନିଜର ପ୍ରଥମ ମୋଟର ରେସିଂ ସର୍କିଟର ତିଆରି ହୋଇଥିବା "ବୌଦ୍ଧ ଅନ୍ତରାଷ୍ଟ୍ରୀୟ ସର୍କିଟ"ର ଉଦଘାଟନ କରିଥିଲା । ୫.୧୪ କିଲୋମିଟର ସର୍କିଟ "ଗ୍ରେଟର ନୋଏଡ଼ା, ଉତ୍ତରପ୍ରଦେଶ, ଦିଲ୍ଲୀ" ପାଖରେ ରହିଛି । ଅକ୍ଟୋବର ୨୦୧୧ ମସିହାରେ ପ୍ରଥମ "ଫର୍ମୁଲା 1" "ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ" କାର୍ଯ୍ୟକ୍ରମ ଏଠାରେ ଆୟୋଜିତ କରାଯାଇଥିଲା ।[୬୭][୬୮]

କ୍ରୀଡ଼ା

ଭାରତୀୟ ଯୁଦ୍ଧ କଳା[ସମ୍ପାଦନା]

Indian martial arts
Jasmine Simhalan performing steps and postures Silambam and Kalarippayattu, ancient India martial arts
Yoga originated in India. Patañjali, in India's ancient books, suggests yoga's goal is to help one focus, reflect upon, know and express one's highest self.[୬୯][୭୦] India's cultural journey with yoga is now popular in many parts of the world.

ପ୍ରାଚୀନ ଭାରତୀୟ ମାର୍ଶାଲ ଆର୍ଟର ସବୁଠାରୁ ପ୍ରସିଦ୍ଧ ଋପ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେରଳର "କଳାରିପ୍ପାୟାଟ୍ଟୁ" । ଏହି ପ୍ରାଚୀନ ଲଢ଼େଇ ଶୈଳୀର ଉଲ୍ଲେଖ ସଙ୍ଗମ ସାହିତ୍ୟ ୪୦୦ BCE ପୂର୍ବ ଓ ୬୦୦ CEରେ କରାଯାଇଥିଲା ଏବଂ ଏହାକୁ ସବୁଠାରୁ ପୁରୁଣା ଜୀବନ୍ତ ମାର୍ଶାଲ ଆର୍ଟ ଭାବେ ଗ୍ରହଣ କରାଯାଇଥାଏ।[୭୧][୭୨] ଏହିଋପେ ମାର୍ଶାଲ ଆର୍ଟ, ଶାରୀରିକ ପ୍ରଶିକ୍ଷଣରେ "ଆୟୁର୍ବେଦିକ" (ସେସାମେ ତେଲ) ସହିତ ଶରୀରର କୋମଳତା ପ୍ରଦାନ କରିବାପାଇଁ ମାଲିସ (uzichil); ଶରୀରର ବିଭିନ୍ନ ଅଙ୍ଗରେ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ ଶରୀର ଆନ୍ଦୋଳନର ଏକ ଶୃଙ୍ଖଳ (miapayattu); ଏବଂ ଜଟିଳ ଖଣ୍ଡାରେ ଲଢ଼ିବାର ଟେକ୍ନିକ (paliyankam) ।[୭୩] (Silambam), ଯାହାକୁ ୨୦୦ AD ପାଖାପାଖି ବିକଶିତ କରାଯାଇଥିଲା । ଏହାର ମୂଳ ଦକ୍ଷିଣ ଭାରତରେ (ସଙ୍ଗମ କାଳ) ପର୍ଯ୍ୟନ୍ତ ରହିଛି ।[୭୪]

ଆଧାର[ସମ୍ପାଦନା]

  1. "Census dispels Hindi myth, only 25 pc in India claim Hindi is their mother tongue". IBNLive. Retrieved 13 October 2015.
  2. In 1991, there were 90,000,000 "users" of English. (Census of India Indian Census, Issue 10, 2003, pp. 8–10, (Feature: Languages of West Bengal in Census and Surveys, Bilingualism and Trilingualism) and Tropf, Herbert S. 2004. India and its Languages. Siemens AG, Munich.)
  3. "COMPARATIVE SPEAKERS' STRENGTH OF SCHEDULED LANGUAGES -1971, 1981, 1991 AND 2001". censusindia.gov. New Delhi, India: Office of the Registrar General & Census Commissioner, India. Archived from the original on 2007-11-30. Retrieved 2015-10-13.
  4. Paul, Lewis M.; Simons, Gary F.; Fennig, Charles D. Fennig, eds. (2015). "Summary by country". Ethnologue: Languages of the World (Eighteenth ed.). SIL International.
  5. ୫.୦ ୫.୧ Abstract of speakers' strength of languages and mother tongues – 2000, Census of India, 2001
  6. Comparative Speaker's Strength of Scheduled Languages -1971, 1981, 1991 and 2001, Census of India, 1991
  7. "Languages Spoken by More Than 10 Million People – Table – MSN Encarta". Archived from the original on 2007-12-03.
  8. includes Western Hindi apart from Urdu, Eastern Hindi, Bihari languages except for Maithili, the Rajasthani languages, and the Pahari languages apart from Nepali and (in 2001) Dogri, whether or not the included varieties were reported as "Hindi" or under their individual names.
  9. କୁଈ ଭାଷା ରୁ ଅଲଗା
  10. Mark Kobayashi-Hillary Outsourcing to India, Springer, 2004 ISBN 3-540-20855-0 p. 8.
  11. "Religions Muslim" (PDF). Registrat General and Census Commissioner, India. Retrieved 2006-06-01.
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ ୧୨.୫ ୧୨.୬ ୧୨.୭ ୧୨.୮ ୧୨.୯ Eugene M. Makar (2007). An American's Guide to Doing Business in India.
  13. Kaivan Munshi and Mark Rosenzweig (2005). "Why is Mobility in India so Low? Social Insurance, Inequality, and Growth" (PDF).
  14. फ्रांसिस बुकानन, भारतीय जनगणना रिकार्ड, १८८३
  15. बीबीसी पार्श्वक, भारत
  16. बीबीसी, धर्म और नैतिकता, हिंदू धर्म
  17. Bayly, Susan (1999). Caste, Society and Politics in India from the Eighteenth Century to the Modern Age. Cambridge University Press. doi:10.2277/0521264340. ISBN 978-0-521-26434-1. Unknown parameter |month= ignored (help)
  18. "Caste-Based Parties". Retrieved 2007-05-17.
  19. "ब्राह्मण."विश्वकोश ब्रिटानिका.२००८ ब्रिटैनिका विश्वकोश ऑनलाइन.
  20. http://www.jamaica-gleaner.com/gleaner/20050215/life/life1.html ସେକ୍ସପିୟରଙ୍କ ପ୍ରେମ v/s ସୋରିବାରବର୍ଗଦ୍ୱାରା ସ୍ଥିର ହୋଇଥିବା ବିବାହ
  21. http://www.thepost.co.za/index.php?fSectionId=154&fArticleId=2613258
  22. http://www.divorcerate.org/divorce-rate-in-india.htmlଭାରତରେ ତଲାଖର ଦର
  23. http://www.telegraph.co.uk/news/worldnews/asia/india/1499679/Divorce-soars-in-India's-middle-class.html ଭାରତୀୟ ମଧ୍ୟବର୍ଗରେ ତଲାଖର ମାମଲା ବଢିବାରେ ଲାଗିଛି
  24. ବିବିସୀ ସମାଚାର | ଦକ୍ଷିଣ ଏସିଆ | ଭାରତରେ ବାଲ୍ୟ ବିବାହ
  25. http://www.unicef.org/sowc09/docs/SOWC09_Table_9.pdf
  26. http://www.hindu.com/2009/01/18/stories/2009011855981100.htm
  27. ୨୭.୦ ୨୭.୧ Kalyani Menon-Sen, A. K. Shiva Kumar (2001). "Women in India: How Free? How Equal?". ସଂଯୁକ୍ତ ରାଷ୍ଟ୍ର. Retrieved 2006-12-24.
  28. Rahman, Maseeh (2000-05-29). "Is Nothing Sacred?". Time Asia. Retrieved 2008-02-25.
  29. "Central Government Holidays" (PDF). Government of India. 2010.
  30. Diwali 2013: Hindu Festival Of Lights Celebrated All Over The World Nadine DeNinno, International Business Times (November 02 2013)
  31. "Nagaland's Hornbill Festival". Retrieved 9 December 2018.
  32. Dias (1 January 1996). Steward, The. Orient Blackswan. p. 215. ISBN 978-81-250-0325-0. Retrieved 29 June 2012.
  33. Gesteland, Richard R.; Gesteland, Mary C. (23 February 2010). India: Cross-cultural Business Behavior : for Business People, Expatriates and Scholars. Copenhagen Business School Press DK. p. 176. ISBN 978-87-630-0222-6. Retrieved 29 June 2012.
  34. Chandra, Sanjeev; Chandra, Smita (7 February 2008). "The story of desi cuisine: Timeless desi dishes". Toronto Star. Archived from the original on 26 October 2008.
  35. "Indian food– Indian Cuisine of india vernon – its history, origins and influences". Indianfoodsco.com. Retrieved 23 June 2009.
  36. D Balasubramanian (16 October 2008). "Potato: historically important vegetable". The Hindu. Chennai, India. Retrieved 26 June 2012.
  37. Cornillez, Louise Marie M. (Spring 1999). "The History of the Spice Trade in India".
  38. Banerji, Chitrita (1997). Bengali Cooking: Seasons and Festivals. Serif. ISBN 978-1-897959-50-3.
  39. "Indian food now attracts wider market". Asia Africa Intelligence Wire. 16 March 2005.
  40. Ashis Nandy (May 2004). "The Changing Popular Culture of Indian Food". South Asia Research. 24 (1): 9–19. doi:10.1177/0262728004042760.
  41. Dubey, Krishna gopal (2011). The Indian cuisine. PHI Learning. p. 233. ISBN 978-81-203-4170-8. Retrieved 28 June 2012.
  42. Chapman, Pat (2009). India: food & cooking: The ultimate book on Indian cuisine. New Holland Publishers. pp. 38–39. ISBN 978-18-453-7619-2. Retrieved 7 July 2012.
  43. Edelstein, Sari (2011). Food, Cuisine, and Cultural Competency for Culinary, Hospitality, and Nutrition Professionals. Jones & Bartlett Publishers. p. 276. ISBN 978-1-4496-1811-7. Retrieved 4 June 2012.
  44. "Andhra Pradesh cuisine". Indianfoodforever.com. Retrieved 4 June 2012.
  45. "Dum Pukht cooking". Compendium of food terms. theflavoursofhistory.com. Archived from the original on 2 April 2012. Retrieved 4 June 2012.
  46. Chary, Manish (2009). India: Nation on the Move. iUniverse. ISBN 1-4401-1635-0.
  47. Tarlo, Emma (1996). Clothing matters: dress and identity in India. C. Hurst & Co. Publishers. ISBN 1-85065-176-0.
  48. Craik, Jennifer (1994). The face of fashion: cultural studies in fashion. Routledge. ISBN 0-203-40942-6.
  49. Dutt 2004, p.198
  50. "ଦକ୍ଷୀଣ ଏସିଆ କଳା: ଶାସ୍ତ୍ରୀୟ ନୃତ୍ୟର ପ୍ରକାର ଓ ଟେକନିକ"
  51. Māni Mādhava Chākyār (1996). Nātyakalpadrumam. Sangeet Natak Akademi, ନୂଆ ଦିଲ୍ଲୀ.ପି . ୬
  52. http://sites.google.com/site/natyacharya/articlesକେ. ଏ. ଚନ୍ଦ୍ରହାସନ, इन परस्युट ऑफ़ एक्स्सेलेंस यानि उत्कृष्टता की खोज में(प्रदर्शन कला), "द हिन्दू", रविवार मार्च २६, १९८९
  53. ମଣିମାଧବ ଚକୟାର: ଦି ମାଷ୍ଟର ଅଫ ଆର୍ଟ ୱାର୍ (ଫିଲ୍ମ-ଇଂଗ୍ରାଜୀ), କବଲମ ଏନ.ପାନିକର, "ସଙ୍ଗୀତ ନାଟକ ଏକାଡେମୀ", ନୂଆ ଦିଲ୍ଲୀ, ୧୯୯୪
  54. Reis Flora (1999). Alison Arnold (ed.). Classification of musical instruments (South Asia : The Indian Subcontinent – Garland Encyclopedia of World Music, Volume 5). Routledge; Har/Com edition. p. 319. ISBN 978-0-8240-4946-1.
  55. P. Yule; M. Bemmann (1988). "Klangsteine aus Orissa-Die frühesten Musikinstrumente Indiens?". Archaeologia Musicalis. 2.1: 41–50.
  56. Kamath (2003), p. 283
  57. ସୀ ଶିବମୂର୍ତ୍ତୀ : Chitrasutra of the Vishnudharmottara, ପୃଷ୍ଠା 166]
  58. Bhagwat, Ramu (19 December 2001). "Ambedkar memorial set up at Deekshabhoomi". Times of India. Retrieved 1 July 2013.
  59. Mukerji, Arjun; Sanghamitra, Basu. "A Search for Post-Modernism in Indian Architecture". Abacus (in ଇଂରାଜୀ).
  60. "Humayun's Tomb, Delhi". UNESCO World Heritage Centre (in ଇଂରାଜୀ). Archived from the original on 2019-02-28. Retrieved 2019-02-28. Unknown parameter |url-status= ignored (help)
  61. Leibs (2004), p. 92
  62. Robinson & Estes (1996), p. 34
  63. Murray, H. J. R. (1913). A History of Chess. Benjamin Press (originally published by Oxford University Press). ISBN 978-0-936317-01-4. OCLC 13472872.
  64. Bird 1893, p. 63
  65. "Polo History".
  66. "Manipur Polo – Indianpolo.com, polo, polo in india". Indianpolo.com. 25 March 2007. Retrieved 25 January 2012.
  67. "Buddh International Circuit unveiled amidst cheers" 19 October 2011, Zee News
  68. "India: Friday practice – selected team and driver quotes". Formula1.com. Formula One Administration. 28 October 2011. Retrieved 28 October 2011.
  69. James Haughton Woods (1914). The Yoga System of Pantanjali, see Book First: Concentration. Harvard University Press.
  70. Sherri Baptiste; Megan Scott (2006). Yoga with Weights for Dummies. Wiley. ISBN 978-0-471-74937-0.
  71. Zarrilli, Phillip B. "Actualizing Power and Crafting a Self in Kalarippayattu" (PDF). Journal of Asian Martial Arts. Archived from the original (PDF) on 2007-06-28. Retrieved 2019-02-03. Unknown parameter |url-status= ignored (help)
  72. Zarrilli, Phillip B. (1998). When the Body Becomes All Eyes: Paradigms, Discourses and Practices of Power in Kalarippayattu, a South Indian Martial Art. Oxford: Oxford University Press. ISBN 978-0-19-563940-7.
  73. Dr Ahmad Sayeed (2014-10-04). Know Your India: "Turn a New Page to Write Nationalism". Vij Books India Pvt Ltd. ISBN 9789384318680.
  74. Raj, J. David Manuel (1977). The Origin and the Historical Developlment of Silambam Fencing: An Ancient Self-Defence Sport of India. Oregon: College of Health, Physical Education and Recreation, Univ. of Oregon. pp. 44, 50, 83.