ମଗହୀ ଭାଷା

ଉଇକିପିଡ଼ିଆ‌ରୁ

ମଗହୀ ବା ମାଗଧୀ ଭାଷା ଭାରତର ମଧ୍ୟପୂର୍ବରେ ବୋଲାଯାଉଥିବା ଭାଷା ମଧ୍ୟରୁ ଅନ୍ୟତମ । ଏହି ଭାଷାର ନିକଟ ସମ୍ପର୍କ ଭୋଜପୁରୀ ଏବଂ ମୈଥିଳୀ ଭାଷା ସହିତ ରହିଛି । ପ୍ରାୟ ଏ ସମସ୍ତ ଭାଷାଗୁଡିକୁ ଲୋକେ ବିହାରୀ ଭାଷା କହିଥାଅନ୍ତି । ଏହି ଭାଷାକୁ ଦେବନାଗରୀ ଲିପିରେ ଲେଖାଯାଏ । ମଗହୀ ଭାଷା କହୁଥିବା ଲୋକଙ୍କ ଜନସଂଖ୍ୟା (2002) ପ୍ରାୟ ୧ କୋଟି ୩୦ ଲକ୍ଷ । ଏହି ଭାଷା ମୁଖ୍ୟତଃ ଗୟା,ପଟନା,ରାଜଗୀର ଏବଂ ନାଳନ୍ଦାରେ ବୋଲାଯାଏ । ମଗହୀ ଭାଷାର ଧାର୍ମିକ ଭାଷାରୂପେ ମଧ୍ୟ ପରିଚୟ ଅଛି । ମଗହୀ ଭାଷାରେ ଅଧିକାଂଶ ଜୈନ ଧର୍ମଗ୍ରନ୍ଥ ଲେଖାଯାଇଅଛି । ମଗହୀ ଭାଷାର ପ୍ରଥମ ମହାକାବ୍ୟ ଗୌତମ ମହାକବି ୟୋଗେଶଙ୍କଦ୍ୱାରା 1960-62ରେ ଲେଖାଯାଇଥିଲା । ୟୋଗେଶ୍ୱର ପ୍ରସାଦ ସିହ୍ନାଙ୍କୁ ଆଧୁନିକ ମଗହୀର ସବୁଠାରୁ ଲୋକପ୍ରିୟ କବି ମାନାଯାଏ । 13 ଅକ୍ଟୋବର ତାଙ୍କ ଜୟନ୍ତିକୁ ମଗହୀ ଦିବସ ରୂପେ ପାଳନ କରାଯାଏ ।