ବ୍ୟବହାରକାରୀଙ୍କ ଆଲୋଚନା:Rasmi68

ଉଇକିପିଡ଼ିଆ ରୁ
Jump to navigation Jump to search
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି! Face-smile.svg

ଆଦରର Rasmi68,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅηsuмaη Talk ୧୮:୪୩, ୨୬ ଫେବୁଆରି ୨୦୧୨ (UTC)

ଉଇକିକିପିଡିଆରେ ଲେଖିଥିବାରୁ ଧନ୍ୟବାଦ ! ଆଧାର ଯୋଡିବା ପାଇଁ ଅନୁରୋଧ ।[ସମ୍ପାଦନା]

ନମସ୍କାର ଆଜ୍ଞା, ଉଇକିପିଡିଆରେ ଅବଦାନ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଲେଖାଗୁଡ଼ିକ ବହୁତ ଭଲ ହେଇଛି ଏବଂ ଏହାକୁ ଆହୁରି ଉଚ୍ଚକୋଟିର କରିପାରିବେ । ଉଇକିପିଡିଆଏକ ଜ୍ଞାନକୋଷ ଏବଂ ନିୟମ ଅନୁଯାୟୀ ଅଥିରେ ଥିବା ଲେଖାଗୁଡ଼ିକ କିଛି ଦୃଢ ଆଧାର ଉପରେ ପରିବେଷ୍ଟିତ ହେବା ଉଚିତ । ଆପଣଙ୍କ ଲେଖୁଥିବା ପ୍ରସଙ୍ଗଗୁଡିକରେ ଆଧାର ଯୋଡିବା ପାଇଁ ଅନୁରୋଧ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୦୯, ୨୧ ଡିସେମ୍ବର ୨୦୧୪ (UTC)

ନବକଳେବର ଗଣସମ୍ପାଦନା ୨୦୧୫ ଭାଗ ନେବା ପାଇଁ ଅନୁରୋଧ[ସମ୍ପାଦନା]

Nabakalebara Edit-a-thon how-to tutorial.gif

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ! ପ୍ରସଙ୍ଗ ତାଲିକା କିପରି ଲେଖିବେ ଶିଖିବାକୁ ଚାହାନ୍ତି?

--ସୁଭାସିସ ପାଣିଗାହି (ଆଳାପ) ୧୮:୧୪, ୧୭ ଅଗଷ୍ଟ ୨୦୧୫ (UTC)

ଆଧାର ଯୋଡ଼ା[ସମ୍ପାଦନା]

ରଶ୍ମୀ ଭାଇ, ଆପଣ ଆରମ୍ଭ କରିଥିବା ସ୍ରୋତସ୍ୱତୀ ଲେଖାଟା ମୁଁ ଟିକେ ବାଗେଇ ଦେଇଛି । ଏଥିରେ ଆଉ କିଛି ଅଧିକ ଆଧାର ଓ ତଥ୍ୟ ଯୋଡ଼ିବେ କି? ମନେରଖିବେ ଯେ ଉଇକିପିଡ଼ିଆରେ ଆଗରୁ ଥିବା ପ୍ରସଙ୍ଗଟିକୁ ଆଉଥରେ ଆଧାର ଦେଇ ହେବନାହିଁ । ଆଧାର ସବୁବେଳେ ଉଇକିପିଡ଼ିଆ ବାହାରୁ ଜର୍ଣ୍ଣାଲ, ଖବରକାଗଜ, ପତ୍ରିକା ଆଦିରୁ ଦିଆଯାଏ । ଏହି ପୃଷ୍ଠାରୁ ଏ ବାବଦରେ ଅଧିକ ଜାଣିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୬:୦୯, ୨୩ ଅଗଷ୍ଟ ୨୦୧୫ (UTC)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

India flag-XL-anim.gif ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
Notepad icon.png ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)



ରଶ୍ମୀ ବାବୁ, ପାରା ଡାକ, ଓଡ଼ିଶାରେ ଥିବା ଏକ ଅନନ୍ୟ ବ୍ୟବସ୍ଥା । ପାରା ପ୍ରସଙ୍ଗରେ ଆପଣ "ଓଡ଼ିଶା ପୋଲିସ ପାରା ଡାକ" କଥା ଲେଖିଥିଲେ । ଭାବୁଛି, ସ୍ୱତନ୍ତ୍ର ପ୍ରସଙ୍ଗଟିଏ ହେଲେ ଭଲ ହୁଅନ୍ତା । ଆପଣଙ୍କୁ ଅନୁରୋଧ ନୂଆ ପ୍ରସଙ୍ଗଟିଏ ଲେଖିବା ଆରମ୍ଭ କରନ୍ତୁ, ମୁଁ ବି ଯୋଗଦେବି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୪୮, ୧୦ ଅକ୍ଟୋବର ୨୦୧୮ (IST)

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)