ଯୁଇ
Appearance
ଯୁଇ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
Clade: | Asterids |
Order: | Lamiales |
Family: | Oleaceae |
Genus: | Jasminum |
ଜାତି: | J. auriculatum |
ବାଇନୋମିଆଲ ନାମ | |
Jasminum auriculatum |
ଯୁଇ ଗଛ (ଉଦ୍ଭିଦ ବିଜ୍ଞାନ ନାମ - Jasminum auriculatum[୧]) ମଲ୍ଲୀ ବଂଶର ଏକ ପ୍ରଜାତି ଅଟେ । ଏହା ଭାରତ, ନେପାଳ, ଶ୍ରୀଲଙ୍କା, ଭୁଟାନ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳେ [୨]। | ଏହା ଭାରତରେ ସାଜସଜ୍ଜା ଉଦ୍ଦେଶ୍ୟ ଏବଂ ପର୍ବପର୍ବାଣିରେ ବ୍ୟବହୃତ ହୁଏ । ଏହା ଗୋଟିଏ ସବୁଦିନିଆ ବା ବାରମାସୀ ଗୁଳ୍ମ ଜାତୀୟ ବୃକ୍ଷ ଅଟେ ।
ଅନ୍ୟ ଭାରତୀୟ ଭାଷାରେ ନାମ
[ସମ୍ପାଦନା]ଯୁଇ ସାରା ଭାରତରେ ବହୁଳ ଭାବରେ ଦେଖାଯାଏ । ବିଭିନ୍ନ ଭାରତୀୟ ଭାଷାରେ ଏହାର ନାମ ଏହିପରି :-
ଭାରତୀୟ ଭାଷା | ନାମ |
---|---|
ବଙ୍ଗାଳୀ | ଯୁଇ |
ହିନ୍ଦୀ | ଯୁହି |
ସଂସ୍କୃତ | ଯୁଥିକା |
ତେଲୁଗୁ | ଅଡଭିମୁଲ୍ଲ |
କନ୍ନଡ଼ | କଦରମଲ୍ଲୀଗେ |
ଔଷଧୀୟ ଗୁଣ
[ସମ୍ପାଦନା]ଭାରତୀୟ ପାରମ୍ପରିକ ଔଷଧ ପ୍ରଣାଳୀରେ ଯୁଇ ଗଛର ପତ୍ର ପାଟିରେ ହେଉଥିବା ଘାଗୁଡିକର ଚିକିତ୍ସାରେ ବ୍ୟବହୃତ ହୁଏ[୩] ।
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଯୁଇ ଗଛ ଓ ଫୁଲର ଆହୁରି ଅନେକ ପ୍ରକାର ଔଷଧୀୟ ଗୁଣ ଅଛି[୪] ।
ପୂଜା ପାଇଁ ବ୍ୟବହାର
[ସମ୍ପାଦନା]ହିନ୍ଦୁ ପରମ୍ପରା ଅନୁସାରେ ଯୁଇ ଫୁଲ ବିଷ୍ଣୁ ଭଗବାନଂକ ପୂଜା ନିମିତ୍ତ ବ୍ୟବହାର ହୋଇଥାଏ[୫] ।
ବ୍ୟବସାୟିକ ବ୍ୟବହାର
[ସମ୍ପାଦନା]ଯୁଇ ଫୁଲରେ ଥିବା ତେଲ[୬] ହେତୁ ଏହା ଭାରତ ଏବଂ ଥାଇଲ୍ୟାଣ୍ଡରେ ବ୍ୟବସାୟିକ ଭାବରେ ଚାଷ କରାଯାଏ । ଏହା ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ
ଆଧାର
[ସମ୍ପାଦନା]- ↑ "Plant Names – Odia / English / Botanical". ଓଡ଼ିଆ ବିଭବ. Srujanika ଭୁବନେଶ୍ୱର. Retrieved 22 March 2020.
- ↑ "Jasminum auriculatum Vahl, Symb. Bot. 3: 1 (1794)". World Checklist of selected plant families. Board of Trustees of the Royal Botanic Gardens, Kew. Archived from the original on 7 May 2019. Retrieved 22 March 2020.
- ↑ "Jasminum auriculatum- Benefits, Side effects". easyayurveda. Retrieved 22 March 2020.
- ↑ "Jasminum auriculatum (Yuuthikaa) Medicinal uses, Adverse effects,Research & Pharmacology". Medicinal Plants. Encyclopedia of Medicinal Plants. Retrieved 22 March 2020.
- ↑ "ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ". ଯନ୍ତ୍ର ଜ୍ୟୋତିଷ. Retrieved 22 March 2020.
- ↑ "Jasminum auriculatum". Useful Tropical Plants. Ken Fern. Retrieved 22 March 2020.