ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯
ଦେଖଣା
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ପ୍ରସଙ୍ଗ ତାଲିକା | ଅଂଶଗ୍ରହଣ କରିଥିବା ଉଇକିଆଳି |
ଏହି ଗଣସମ୍ପାଦନାରେ ସମୁଦାୟ ୫୧ଟି ନୂଆ ପ୍ରସଙ୍ଗ ଗଢ଼ା କିମ୍ବା ବଦଳ ହୋଇଛି ।
ଗଣସମ୍ପାଦନାର ନିୟମ
- ମାତୃଭାଷା ଦିବସରେ ଏହି ଗଣ-ସମ୍ପାଦନା କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
- ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
- ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
- ଏଥିସହିତ ଗଣ-ସମ୍ପାଦନାରେ ତିଆରି କରାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗକୁ ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ଗଢ଼ାଯାଇଥିବା ପ୍ରସଙ୍ଗରେ ଥିବା ତାଲିକା ମଧ୍ୟରେ ଯୋଡ଼ିବାକୁ ଅନୁରୋଧ ।
ଦ୍ରଷ୍ଟବ୍ୟ:
- ପ୍ରସଙ୍ଗ ଲେଖିସାରିବାପରେ ତାକୁ ଅନ୍ୟମାନେ ହୁଏତ ପରଖି ପାରନ୍ତି, ତେଣୁ ଆପଣ ଲେଖିଥିବା ତଥ୍ୟକୁ କିମ୍ବା ଧାଡ଼ିକୁ ମଧ୍ୟ ଅନ୍ୟମାନେ ବଦଳାଇ ପାରନ୍ତି ।
- ଏଠାରେ କେହି ବଡ଼ କି ଛୋଟ ନୁହନ୍ତି, ତେଣୁ ସମସ୍ତଙ୍କର କାର୍ଯ୍ୟକୁ ଆଦର ସହକାରେ ଗ୍ରହଣ କରାଯିବ ।
- ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ନିମ୍ନରେ ଶ୍ରେଣୀ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯ ଯୋଡ଼ିବାକୁ ଅନୁରୋଧ ।
ଆୟୋଜକ
- ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ
ଅଶଂଗ୍ରହଣ କରନ୍ତୁ
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ଫଳାଫଳ
ଏହି ଗଣ-ସମ୍ପାଦନାରେ ସମୁଦାୟ ୫୧ଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଥିଲା, ଯେଉଁଥିରୁ ୨୭ଟି ନୂଆ ପ୍ରସଙ୍ଗ ଥିଲା ଏବଂ ୨୪ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା । ଗାୟତ୍ରୀ ତ୍ରିପାଠୀ, ସୌମେନ୍ଦ୍ର, ପ୍ରିତିରଞ୍ଜନ ତ୍ରିପାଠୀ,ଶ୍ରବଣ କୁମାର ମିଶ୍ର, ସୁଭାସିସ ପାଣିଘରି, ସଂଗ୍ରାମ କେଶରୀ ସେନାପତି, ଜ୍ଞାନ ରଞ୍ଜନ ସାହୁ ଆଦି ଏହି ଗଣ-ସମ୍ପାଦନାରେ ନୂଆ ପ୍ରସଙ୍ଗ ଲେଖିଥିଲେ । ଏହି ଗଣ-ସମ୍ପାଦନାର ଫଳାଫଳ ପାଖାପାଖି ଭଲ ରହିଥିଲା । ଆଶା କରାଯାଇଥିବା ୫୦ଟି ପ୍ରସଙ୍ଗର ସଂଖ୍ୟା ବଢ଼ି ୫୧ ହୋଇଥିଲା, ଯାହାକି ଏକ ଶୁଭ ସଂକେତ ମଧ୍ୟ । ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟବହାରକାରୀଙ୍କୁ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ ।