ଉଇକିପିଡ଼ିଆ:ଲିଖନ ଶୈଳୀ

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:Manual of Styleରୁ ଲେଉଟି ଆସିଛି)

ଉଇକିପିଡିଆର ଲିଖନ ଶୈଳୀ ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।

ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।

ଲିଖନ ଶୈଳୀ ଆଲୋଚନା ପୃଷ୍ଠାରେ ଶୈଳୀ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ।