ପୂର୍ଣ୍ଣିମା
Appearance
ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି)କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।
ପର୍ବପର୍ବାଣି
[ସମ୍ପାଦନା]- ବୈଶାଖ ପୂର୍ଣ୍ଣିମା: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
- ଜ୍ୟେଷ୍ଠ ପୂର୍ଣ୍ଣିମା : ପୁରୀରେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପବିତ୍ର ଜଳରେ ଜ୍ୟେଷ୍ଠାଭିଷେକ ସ୍ନାନ କରାଯାଏ।
- ଆଷାଢ଼ ପୂର୍ଣ୍ଣିମା: ଗୁରୁ ପୂର୍ଣ୍ଣିମା: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
- ଶ୍ରାବଣ ପୂର୍ଣ୍ଣିମା: ରାକ୍ଷୀ ପୂର୍ଣ୍ଣିମା, ଗହ୍ମା ପୂର୍ଣ୍ଣିମା : ବଳରାମ (ବଳଦେବ)ଙ୍କର ଜନ୍ମଦିନ ।
- ଭାଦ୍ରବ ପୂର୍ଣ୍ଣିମା:ଇନ୍ଦୁ ପୂର୍ଣ୍ଣିମା, ଭାଗବତ ଜନ୍ମ, ଭୋଦେଇ ଓଷା
- ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ।
- ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ।
- ଆଶ୍ୱିନ ପୂର୍ଣ୍ଣିମା: କୁମାର ପୂର୍ଣ୍ଣିମା ବା କୁଆଁର ପୁନିଅଁ ବା କୋଜାଗର ପୂର୍ଣ୍ଣିମା
- ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
- ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
- କାର୍ତ୍ତିକ ପୂର୍ଣ୍ଣିମା: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
- ମାର୍ଗଶିର ପୂର୍ଣ୍ଣିମା: ଶିବ ପାର୍ବତୀଙ୍କ ଉଦ୍ଦେଶ୍ୟରେ ଯମରାଜଙ୍କ କୋପରୁ ରକ୍ଷା ପାଇବା ପାଇଁ ପଣ୍ଡୁ ଓଷା କରାଯାଏ।
- ପୌଷ ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
- ମାଘ ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା ଓ ଅଇଘରା ନାମରେ ମଧ୍ୟ ଜଣା ।
- ଫାଲଗୁନ ପୂର୍ଣ୍ଣିମା :ଦୋଳ ମେଲଣ ଉତ୍ସବ ଓ ଫଗୁ ଖେଳ ପାଳନ ହୁଏ।
- ଚୈତ୍ର ପୂର୍ଣ୍ଣିମା: (ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ହନୁମାନ ଜୟନ୍ତୀ ପାଳନ[୧]
ଆଧାର
[ସମ୍ପାଦନା]- ↑ Manish Verma (2013). Fasts and Festivals of India. Diamond Pocket Books (P) Ltd. pp. 19–. ISBN 978-81-7182-076-4.
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |