Jump to content

ନବୀନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ନବୀନ୍ ପଟ୍ଟନାୟକରୁ ଲେଉଟି ଆସିଛି)
ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ଅବସରରେ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି[]
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ୫ ଜୁନ ୨୦୨୪
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ୱାଳ
ପର ଅଧିକାରୀମୋହନ ଚରଣ ମାଝୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୮)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]

ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଜଣେ ଭାରତୀୟ ରାଜନେତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଉଥିଲେ ।[]

୨୦୧୮ ପୁରୁଷ ହକି ବିଶ୍ୱକପ ଉଦଘାଟନ ସମାରୋହରେ ନବୀନ

ସଂକ୍ଷିପ୍ତ ଜୀବନୀ

ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।[] ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ କଟାଇଥିଲେ । ବିଜୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିରେ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନା କରିଥିଲେ । ସେ ଅବିବାହିତ ।

ଆଇ.ଆଇ.ଟି. ଭୁବନେଶ୍ୱରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ

ନବୀନ ପଟ୍ଟନାୟକ ଏ ସେକେଣ୍ଡ ପାରାଡାଇଜ: ଇଣ୍ଡିଆନ କଣ୍ଟ୍ରି ଲାଇଫ ୧୫୯୦-୧୯୪୭ Archived 2009-03-15 at the Wayback Machine., ଏ ଡେଜର୍ଟ କିଙ୍ଗଡମ: ଦି ପିପୁଲ ଅଫ ବିକାନେର Archived 2009-03-15 at the Wayback Machine. ଓ ଗାର୍ଡେନ ଅଫ ଲାଇଫ: ଆନ ଇଣ୍ଟ୍ରୋଡ଼କସନ ଟୁ ଦି ହିଲିଙ୍ଗ ପ୍ଲାଣ୍ଟସ ଅଫ ଇଣ୍ଡିଆ ନାମରେ ତିନୋଟି ଇଂରାଜୀ ବହି ରଚନା କରିଥିଲେ ।

ପୁରସ୍କାର ଏବଂ ସମ୍ମାନ

ପୁରସ୍କାର

  • ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯଇଛି ।[]

ଆଧାର

  1. "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012. Naveen Patnaik has won from the Hinjili Assembly constituency
  2. "Naveen Patnaik takes oath as CM of Odisha for 5th consecutive term | News - Times of India Videos". The Times of India (in ଇଂରାଜୀ). Retrieved 2019-05-30.
  3. http://www.samajalive.in/naveen-pattnaik-3-in-kbc/41816.html
  4. http://www.samajalive.in/naveen-pattnaik-4/46587.html

ଅଧିକ ତଥ୍ୟ