ଦିଗରାଜ ବ୍ରହ୍ମା
ଦିଗରାଜ ବ୍ରହ୍ମା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରୁଦ୍ରପୁର, କଟକ ଜିଲ୍ଲା[୧] | ୧୩ ଅପ୍ରେଲ ୧୯୪୯
ବୃତ୍ତି | ସାହିତ୍ୟିକ ଓ ଶିକ୍ଷାବିତ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ମୋ ସ୍ମୃତିର ଆଲେଖ୍ୟ ଓ ଅନ୍ୟାନ୍ୟ ପୁସ୍ତକ |
ଜୀବନସାଥୀ | ଜ୍ୟୋତ୍ସ୍ନାରାଣୀ ବ୍ରହ୍ମା |
ସମ୍ପର୍କୀୟ | ଲକ୍ଷ୍ମଣ ପଣ୍ଡା (ପିତା) ଜାନକୀ ଦେବୀ (ମାତା) |
ୱେବସାଇଟ | |
ବ୍ଲଗ |
ଦିଗରାଜ ବ୍ରହ୍ମା (ଜନ୍ମ: ୧୩ ଅପ୍ରେଲ ୧୯୪୯) ଓଡ଼ିଶାର ଜଣେ ସାହିତ୍ୟିକ ଓ ଶିକ୍ଷାବିତ୍ । ସେ ବିଶେଷତଃ ଶିଶୁସାହିତ୍ୟ ପ୍ରସ୍ତୁତି, ପାଠ୍ୟପୁସ୍ତକ ପ୍ରଣୟନ ଓ ଗବେଷଣା କ୍ଷେତ୍ରରେ କାମ କରିଛନ୍ତି ।[୨] ୨୦୨୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ଲାଭ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦିଗରାଜ ବ୍ରହ୍ମା ୧୯୪୯ ମସିହା ଅପ୍ରେଲ ମାସ ୧୩ ତାରିଖରେ ଟାଙ୍ଗି-ଚୌଦ୍ୱାରସ୍ଥିତ ଜୌଳକା ପାହାଡ ପାଦଦେଶରେ ଅବସ୍ଥିତ ରୁଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଇତିହାସରେ ଏମ.ଏ., ଶିକ୍ଷାରେ ଏମ. ଏଡ଼. ଏବଂ ଶିଶୁ ସାହିତ୍ୟରେ ଶିକ୍ଷାଗତ ପ୍ରୟୋଗ ସମ୍ପର୍କରେ ସନ୍ଦର୍ଭ[୩][୪] ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି. ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଶିକ୍ଷଣୀୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ବିଲାତର କାର୍ଲଲାଇଲ ଓ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ପରିଚାଳନାରେ ବ୍ୟାଙ୍କକ୍ ସ୍ଥିତ ଧୁରକିଜ ପୁଣ୍ଡିତ ବିଶ୍ୱବିଦ୍ୟାଳୟରୁ ମଧ୍ୟ ସ୍ୱତନ୍ତ୍ର ଯୋଗ୍ୟତା ହାସଲ କରିଛନ୍ତି । ସମ୍ପ୍ରତି ସେ ଭୁବନେଶ୍ୱରର ପଟିଆ ଷ୍ଟେସନ ନିକଟସ୍ଥ ମହାବୀର ବିହାରରେ ଅବସ୍ଥାନ କରୁଛନ୍ତି ।
ସାହିତ୍ୟ ସୃଜନ
[ସମ୍ପାଦନା]ତାଙ୍କ ରଚିତ ସାହିତ୍ୟ, ଶିକ୍ଷା ଓ ଗବେଷଣା ଲବ୍ଧ ସନ୍ଦର୍ଭ ଦେଶ ବିଦେଶରେ ଆଦୃତ । ଜଣେ ସ୍ତମ୍ଭକାର ହିସାବରେ ମଧ୍ୟ ଦିଗରାଜ ବ୍ରହ୍ମାଙ୍କ ଖ୍ୟାତି ରହିଛି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡିକ ଜୀବନ ଧର୍ମୀ ।[୫]
ଶିଶୁ ସାହିତ୍ୟ
[ସମ୍ପାଦନା]- ଆସ ସଙ୍ଗାତ ବଣକୁ ଯିବା (ଗଳ୍ପ)
- ଶିକ୍ଷାଦୁନିଆର କଥା ରାଇଜ (ଗଳ୍ପ)
- ସୂର୍ଯ୍ୟମୁଖୀ। (ଉପନ୍ୟାସ)
- ପଣ୍ଡିତ ନୀଳକଣ୍ଠ (ଜୀବନୀ)
- ମୁନା ଡାକ୍ତର (ଉପନ୍ୟାସ)
- ଗୀତ କହେ ମିତର କଥା (କବିତା)
- ବିଦ୍ୟାସାଗର କାହାଣୀ ମାଳା (ଗଳ୍ପ)
- ବଜାରେ ବାଜା ବାଜାବାଲା (କବିତା)
- ମାମୁଘର ହେଉ ଯେତେ ଦୂର (କବିତା)
- ସାର ଜନଙ୍କ ପ୍ରିୟ ସାଥି ଡିକ (ଗଳ୍ପ)
- ଗୀତ କହେ ମିତର କଥା (କବିତା)
- ଚକା ଚକା ଭଉଁରୀ (କବିତା)
- ବିଲାତ ଅନୁଭୂତିର ଅଭୁଲା କଥା (ଗଳ୍ପ)
ଗଳ୍ପ, ଉପନ୍ୟାସ, ଜୀବନୀ
[ସମ୍ପାଦନା]- ଅନ୍ଧ କୁହେଳି (ଗଳ୍ପ) (ଗଳ୍ପ), ଭାରତୀୟ ସାହିତ୍ୟ କେନ୍ଦ୍ର, ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀ, ଭୁବନେଶ୍ୱର, ୭୫୧୦୦୩, ୨୦୧୪
- ସେ ମନ ବିହଙ୍ଗୀ (ଉପନ୍ୟାସ), ପ୍ରଭାତୀ ପୁସ୍ତକାଳୟ, ଷ୍ଟେସନ ବଜାର, କଟକ ୩, ୧୯୬୮
- ଛତିଆବଟ ମହାପୁରଷ ହାଡ଼ିଦାସ (ପ୍ରବନ୍ଧ), ବ୍ରହ୍ମା ସାରସ୍ୱତ ପ୍ରକାଶନୀ, ରୁଦ୍ରପୁର ୧୯୮୦
- ମୋ ସ୍ମୃତିର ଆଲେଖ୍ୟ (ଆତ୍ମଜୀବନୀ), ବ୍ରହ୍ମା ସାରସ୍ୱତ ପ୍ରକାଶନୀ, ମହାବୀର ବିହାର, କଳାରାହାଂଗ, ଭୁବନେଶ୍ୱର ୭୫୧୦୨୪, ୨୦୧୭
- ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ (ଜୀବନୀ), ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାନ, ସାହିତ୍ୟ ଭବନ, ୟୁନିଟ ୩, ଭୁବନେଶ୍ୱର, ୭୫୧୦୦୧, ୨୦୧୮
- ବାଗ୍ମୀପୁରୁଷ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ (ଜୀବନୀ), ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ୱର, ୭୫୧୦୧୬, ୨୦୧୯
- ଶ୍ରୀ ବୈକୁଣ୍ଠ ଲୀଳାମୃତ, ଶ୍ରୀ ଗୁରୁ କୃପା ଆଶ୍ରମ, ଟିହୁଡ଼ା, ନାଉଗାଁ ହାଟ, ଜଗତସିଂହପୁର, ୭୫୪୧୦୯
- ସଂଗ୍ରାମୀ ସାଧକ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ (ଜୀବନୀ), ଶ୍ରୀ ଗୁରୁ କୃପା ଆଶ୍ରମ, ଟିହୁଡ଼ା, ନାଉଗାଁ ହାଟ, ଜଗତସିଂହପୁର, ୭୫୪୧୦୯
ଗବେଷଣାତ୍ମକ ସନ୍ଦର୍ଭ
[ସମ୍ପାଦନା]- ଶିଶୁ ସାହିତ୍ୟର ଶିକ୍ଷାଗତ ପ୍ରୟୋଗ
- ଚିଲଡ୍ରେନସ ଲିଟରେଚର ଆଣ୍ଡ ଏଜୁକେସନ ଇନ ଇଣ୍ଡିଆ(Children’s Literature and Education in India)
ଶିକ୍ଷା ସମ୍ପର୍କୀୟ ପ୍ରକାଶନ
[ସମ୍ପାଦନା]- ଟିଚର ଇନ ଇମରଜିଙ୍ଗ ଇଣ୍ଡିଆନ ସୋସାଇଟି (Teacher in Emerging Indian Society)
- ସ୍କୁଲ ଆଡମିନସଷ୍ଟ୍ରେସନ ଆଣ୍ଡ ସୁପରଭିଜନ (School Administration and Supervision)
- ଦ ଟିଚିଙ୍ଗ ଅଫ ହିଷ୍ଟ୍ରୀ (The Teaching of History)
- ମର୍ଡନ ଆପ୍ରୋଚେସ ଇନ ଟିଚିଙ୍ଗ ମଦର ଟଙ୍ଗ (Modern Approaches in Teaching of Mother Tongue)
ପାଠ୍ୟ ପୁସ୍ତକ ସମ୍ପର୍କୀୟ ପ୍ରକାଶନ
[ସମ୍ପାଦନା]- ସ୍ୱାସ୍ଥ୍ୟ ଓ କଳା ଶିକ୍ଷା (ସହ ଲେଖକ, ସିଟି ପାଠ୍ୟକ୍ରମ)
- ପରିବେଶ ଜନସଂଖ୍ୟା ଶିକ୍ଷା (ଇଛାଧୀନ, ନବମ ଶ୍ରେଣୀ, ମାଧ୍ୟମିକ ଶିକ୍ଷା ପରିଷଦ)
- ପରିବେଶ ଜନସଂଖ୍ୟା ଶିକ୍ଷା (ଇଛାଧୀନ, ଦଶମ ଶ୍ରେଣୀ, ମାଧ୍ୟମିକ ଶିକ୍ଷା ପରିଷଦ)
- ଆମେ ଓ ଆମ ପରିବେଶ (ସହ ଲେଖକ ଓ ସମୀକ୍ଷକ, ଚତୁର୍ଥ ଶ୍ରେଣୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)
- ଆମେ ଓ ଆମ ପରିବେଶ (ସହ ଲେଖକ , ପଞ୍ଚମ ଶ୍ରେଣୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାର)
ଅନୁବାଦ ସାହିତ୍ୟ
[ସମ୍ପାଦନା]- ନନ୍ଦଦାସକୃତ ଭ୍ରମର ଗୀତ
ମାନପତ୍ର ଓ ସମ୍ମାନ
[ସମ୍ପାଦନା]- ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ, ୧୯୮୦
- ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, ୨୦୧୭
- ଝୁମୁକା ସମ୍ମାନ, ୨୦୧୭[୬]
- ଓଡ଼ିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ରୌପ୍ୟ ଜୁବୁଲି ଉତ୍ସବ ସମ୍ମାନ, ୨୦୦୧
- ନିରାମୟ ପରିବେଶ ସମ୍ମାନ, ୨୦୦୧
- ଓଡ଼ିଶା ବିଦ୍ୟାଳୟ ଶିକ୍ଷା ସେବା ସଂଘ ସ୍ୱତନ୍ତ୍ର ସମ୍ମାନ, ୨୦୦୭
- ଜୟଦେବ ସମ୍ମାନ, ୨୦୦୯
- ଘୁଘୁଂର ସମ୍ମାନ, ୨୦୦୯
- ସ୍ନେହାସୁଧା ଶିଶୁ ସାହିତ୍ୟ ସମ୍ମାନ, ୨୦୧୦
- ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀ ସମ୍ମାନ, ୨୦୧୧
- ବିଦ୍ୟାଭୂଷଣ ସମ୍ମାନ, ୨୦୧୩
- ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସମ୍ମାନ, ୨୦୧୬
- ଶତକ ଶିଶୁ ସାହିତ୍ୟ ସମ୍ମାନ, ୨୦୧୭
- ଯଶୋଦା ଶିଶୁମେଳା ସମ୍ମାନ, ଚଣ୍ଡିଖୋଲ, ୨୦୧୭
- କୋଣାର୍କ ସାହିତ୍ୟ ସଂସଦ ସମ୍ମାନ, ୨୦୧୭
- ସବୁଜ ସାହିତ୍ୟ ସମିତି, ପୂର୍ବ ଛାତ୍ରାବାସ (ରେଭେନ୍ଶା ବିଶ୍ୱ ବିଦ୍ୟାଳୟ) ସମ୍ମାନ, ୨୦୧୮
- ସେବା ରତ୍ନ ସମ୍ମାନ (ଜୟ ମା ଭବାନୀ ଚାରିଟାବଲେ ଟ୍ରଷ୍ଟ), ୨୦୧୮
- ରାଜ୍ୟ ସ୍ତରୀୟ ତୁଳସୀ ସମ୍ମାନ, ୨୦୧୮
- ବୀରକିଶୋର ପାଢ଼ୀ ସ୍ମୃତି ସମ୍ମାନ, ଧର୍ମଶାଳା ସାହିତ୍ୟ ସମାଜ , ଯାଜପୁର ୨୦୧୮
- ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ସାହିତ୍ୟ ସମ୍ମାନ ୨୦୧୯
- ସାଧୁ ଦୟାନିଧି ଦାସ ସେବା ସମ୍ମାନ, ମହିମା ଜ୍ଞାନ ମନ୍ଦିର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୨୦୨୦
- ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ ଭୁବନେଶ୍ୱର ୨୦୨୦
- କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୧[୭]
ଆଧାର
[ସମ୍ପାଦନା]- ↑ http://www.fastmailtv.com/news/details/khurda/digaraj-brahma-to-get-jhumuka-award-for-literature/4309[permanent dead link]
- ↑ "ଡକ୍ଟର ଦିଗରାଜ ବ୍ରହ୍ମାଙ୍କ 'ମୋ ସ୍ମୃତିର ଆଲେଖ୍ୟ' - Odisha Live". OdishaLIVE (in ଇଂରାଜୀ). Dailyhunt. 10 January 2020. Retrieved 18 November 2020.
- ↑ http://shodhganga.inflibnet.ac.in/bitstream/10603/129573/2/02_certificate.pdf
- ↑ https://books.google.co.in/books?id=zfLATnA1IAMC&pg=PA28&lpg=PA28&dq=digaraj+brahma&source=bl&ots=vBO3EHjH-g&sig=KIzvoQs-ZIIzqgBnPyWPfHDmbVM&hl=en&sa=X&ved=2ahUKEwjMx4zGx4HdAhXCUn0KHfjKAjA4ChDoATAGegQIBBAB#v=onepage&q=digaraj%20brahma&f=false
- ↑ http://drdbrahma.blogspot.com/search/label/Biography
- ↑ http://www.fastmailtv.com/news/details/khurda/digaraj-brahma-to-get-jhumuka-award-for-literature/4309[permanent dead link]
- ↑ "PRESS RELEASE : BAL SAHITYA PURASKAR 2021" (PDF). www.sahitya-akademi.gov.in/. Sahity Akademi. Retrieved 30 December 2021.