Jump to content

ରାମଚନ୍ଦ୍ର ନାୟକ

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର ନାୟକ
ଜନ୍ମ ଓ ଜନ୍ମସ୍ଥାନ (1950-06-22) ୨୨ ଜୁନ ୧୯୫୦ (ବୟସ ୭୬)
ଅତାସାହି, ଘସିପୁରା, କେନ୍ଦୁଝର
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର
ପିତାମାତାଭାଗୀରଥି ନାୟକ , ଚମ୍ପାବତୀ ନାୟକ

ରାମଚନ୍ଦ୍ର ନାୟକ (ଜନ୍ମ: ୨୨ ଜୁନ ୧୯୫୦) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ୨୦୨୦ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ବଣ ଦେଉଳରେ ସୁନା ନେଉଳ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରାମଚନ୍ଦ୍ର, ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତାସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗିରଥି ନାୟକ ଓ ମାଙ୍କ ନାମ ଚମ୍ପାବତୀ ନାୟକ । ସେ ଥିଲେ ପରିବାରର ଜ୍ୟେଷ୍ଠ ପୁତ୍ର । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜଗମୋହନ ରାମାୟଣରେ ରାଜଧର୍ମ ଶୀର୍ଷକରେ ଗବେଷଣା କରି ପିଏଚଡ଼ି ହାସଲ କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ଅବସର ଗ୍ରହଣ କରିସାରିଛନ୍ତି ।[୨]

ରଚନାବଳୀ

[ସମ୍ପାଦନା]

ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ରାମଚନ୍ଦ୍ରଙ୍କର ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା । ୧୯୬୦ ମସିହାରୁ ସେ ନିୟମିତ ଲେଖାଲେଖି କରୁଛନ୍ତି । [୩] ତାଙ୍କଦ୍ୱାରା ଲିଖିତ ମା ପରି ମୋର କିଏସେ ହେବ କବିତା ବର୍ତ୍ତମାନ ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମରେ ଏବଂ ତୃତୀୟ ଶ୍ରେଣୀରେ ପାଠ୍ୟକ୍ରମରେ ଟିକି ଫୁଲର ବାସ କବିତା ପଢ଼ାଯାଉଛି ।

ରଚନାବଳୀ

[ସମ୍ପାଦନା]

ଶିଶୁ ଗପ

[ସମ୍ପାଦନା]
  • ବଣ ଦେଉଳରେ ସୁନା ନେଉଳ
  • କଣ୍ଢେଇ ଖେଳ
  • ଶୋଲା ବାଲା
  • ଆମ ଦେଶର ଜାତୀୟ ପ୍ରତୀକ
  • ପିଲାଙ୍କ ବଣଭୋଜି
  • ଆସ ଖୋଲିଦେବା ଗପର ପେଡ଼ି

ଶିଶୁ କବିତା

[ସମ୍ପାଦନା]
  • ମା ପରି ମୋର କିଏସେ ହେବ
  • ଚାଇଁ ଚେରିକି
  • କେମିତି ଲାଗିବ କୁହ
  • ଟିକି ଫୁଲର ବାସ
  • ଟିକିକୁ ନକର ହେଳା
  • ମହିମା ଧର୍ମର ଆଦିସିଦ୍ଧ ଗୋବିନ୍ଦ ବାବା
  • ଓଡ଼ିଶାର ଶୈବ ପରମ୍ପରାରେ କୁଶଳେଶ୍ୱର ମନ୍ଦିର[୪]

ପ୍ରବନ୍ଧ

[ସମ୍ପାଦନା]
  • ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର - ୨୦୨୦
  • ପ୍ରଜାତନ୍ତ୍ର ବିଷୁବ ମିଳନ ମୀନାବଜାର ପୁରସ୍କାର - ୨୦୧୩
  • ଓଡ଼ିଶା ଶିଶୁ ସାହିତ୍ୟ ସମିତୀ ପୁରସ୍କାର - ୨୦୧୬
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ
  • ଭୂମିପୁତ୍ର ( ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ )
  • ରାଜ୍ୟପାଳ ପୁରସ୍କାର (ଶ୍ରେଷ୍ଠ ଶିକ୍ଷକ) - ୧୯୯୫
  1. ↑ "Two litterateurs to get Akademi awards". www.timesofindia.indiatimes.com. The Times of India. Archived from the original on 16 November 2021. Retrieved 16 November 2021.
  2. ↑ "ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର". www.nandighoshatv.com. ନନ୍ଦିଘୋଷ ଟିଭି. Archived from the original on 16 November 2021. Retrieved 16 November 2021.
  3. ↑ "କବିତାରୁ ଆରମ୍ଭ ହୋଇଥିଲା ମୋ ସାରସ୍ବତ ଯାତ୍ରା: ରାମଚନ୍ଦ୍ର ନାୟକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 16 November 2021. Retrieved 16 November 2021.
  4. ↑ "ବଣ ଦେଉଳରେ ସୁନା ନେଉଳ ପାଇଁ ରାମଚନ୍ଦ୍ର ନାୟକଙ୍କୁ 'ବାଲ୍‍ ସାହିତ୍ୟ ପୁରସ୍କାର'". www.theratnagiri.com/. ରତ୍ନଗିରି. Archived from the original on 16 November 2021. Retrieved 16 November 2021.