ଦାଣ୍ଡ ଯାତ୍ରା

ଉଇକିପିଡ଼ିଆ‌ରୁ

ଦାଣ୍ଡ ଯାତ୍ରା ଅସୁରେଶ୍ୱରର ସୁପ୍ରସିଦ୍ଧ ଶ୍ରୀରାମ ନବମୀର ଏକ ପ୍ରମୁଖ ଅଂଶ । ଏହା ଚୈତ୍ର ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ । ଏହି ଯାତ୍ରା ଅସୁରେଶ୍ୱରର କେଣ୍ଟାଳ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ ।[୧]

କିମ୍ବଦନ୍ତୀ[ସମ୍ପାଦନା]

ଏହି ଅଞ୍ଚଳର କ୍ଷେତ୍ରାଧିପତି ହେଉଛନ୍ତି ଶ୍ରୀ ଦଧିବାମନ ଜୀଉ । ଏଣୁ କ୍ଷେତ୍ରାଧିପତିଙ୍କ ପ୍ରତି ସମ୍ମାନ ଜଣାଇବାକୁ ଓ ନବଦିନାତ୍ମକ ଯାତ୍ରା ପାଇଁ ଜାଗା କିଣିବାକୁ , ପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିଭାନ/ବିମାନରେ ବସି ବିରାଟ ପଟୁଆରରେ କୋଇଲସ୍ଥିତ ଶ୍ରୀଦଧିବାମନ ଜୀଉଙ୍କ ମନ୍ଦିରକୁ ଯାତ୍ରା କରନ୍ତି , ଗାଁ ଦାଣ୍ଡ ଦେଇ ଠାକୁର ଯାଉଥିବାରୁ ଏହାକୁ "ଦାଣ୍ଡ ଯାତ୍ରା " କୁହାଯାଏ ।

ମୁଖ୍ୟ ଆକର୍ଷଣ[ସମ୍ପାଦନା]

ଏହି ଯାତ୍ରାର ପ୍ରମୁଖ ଆକର୍ଷଣ ହେଉଛି ବାଣ । ଭକ୍ତମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଭଳିକି ଭଳି ମାନସିକ ବାଣ ଫୁଟାଇଥାନ୍ତି (ବାଣ ଫୁଟାଇବା ଏବେ ମନ୍ଦିର ପରିଚାଳନା କମିଟିର ନିୟନ୍ତ୍ରଣରେ ହେଉଛି )। ଏହି ବିଶାଳ ପଟୁଆର ଶ୍ରୀ ରଘୁନାଥ ଜୀଉ ଓ ଯାତ୍ରାରେ ଭାଗ ନେଉଥିବା ସୁଆଙ୍ଗିମାନଙ୍କୁ ନେଇ ଦଧିବାମନ ମନ୍ଦିରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଭେଟ ଓ ପୂଜାନୀତି ସମ୍ପାଦିତ ହୁଏ । ଏହାପରେ ସୁଆଙ୍ଗିମାନେ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ରାମଳୀଳାର " ନାଗଫାଶ ବନ୍ଧନ ଓ ଇନ୍ଦ୍ରଜିତ ବଦ୍ଧ " ପ୍ରଦର୍ଶନ କରନ୍ତି। ଏହାପରେ ଶ୍ରୀ ରଘୁନାଥ ଅନ୍ୟ ରାସ୍ତା ଦେଇ ତାଙ୍କ ମନ୍ଦିରକୁ ବାହୁଡି ଆସନ୍ତି ।

ଆଧାର[ସମ୍ପାଦନା]

  1. Panda, Arabinda (1 April 2010). "Mythology comes alive during traditional fest". ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ. Retrieved 3 January 2014.[permanent dead link]