ଗଡ଼ମାଣତ୍ରୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ଗଡ଼ମାଣତ୍ରୀ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିବେଗୁନିଆ
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୨ ୦୬୪[୧]

ଗଡ଼ମାଣତ୍ରୀ (ମାଣତ୍ରୀଗଡ଼ ଓ ମାଣତ୍ରୀ ଭାବେ ମଧ୍ୟ ନାମିତ) ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ତହସିଲ ଏବଂ ବ୍ଲକ ଅନ୍ତର୍ଗତ ଗଡ଼ମାଣତ୍ରୀ ପଞ୍ଚାୟତ ଅବସ୍ଥିତ । ରାଜଧାନୀ ଭୁବନେଶ୍ୱରଠାରୁ ୪୫ କିମି ଦୂରତାରେ ଅବସ୍ଥିତ । ପୂର୍ବରେ ଖୋର୍ଦ୍ଧା ତହସିଲ, ପଶ୍ଚିମରେ ବୋଲଗଡ଼ ଏବଂ ଦକ୍ଷିଣରେ ରଣପୁର ତହସିଲ ଅବସ୍ଥିତ । ଏହା ନୟାଗଡ଼ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ।[୨] ନିକଟତମ ରେଳ ଷ୍ଟେସନ ବେଗୁନିଆ


ଇତିହାସ[ସମ୍ପାଦନା]

୧୬୨୧ ମସିହାରେ ଲାଲବେଗ ବା ଅହମ୍ମଦ ବେଗ ଖାଁ, ଶ୍ରୀମନ୍ଦିର ଆକ୍ରମଣ କରିଥିଲା ।[୩] ଗଜପତିଙ୍କ ପରାମର୍ଶରେ ସେବକମାନେ ପାଇକମାନଙ୍କ ସହାୟତାରେ ବିଗ୍ରହଙ୍କୁ ନଦୀପଥରେ ମାଣିକପାଟଣା ନିକଟ ଅନ୍ଧାରୀଗଡ଼କୁ ବିଜେ କରାଇଥିଲେ । ନିଶାର୍ଦ୍ଧରେ ଖବର ମିଳିଲା ଅହମ୍ମଦ ବେଗ ଖାଁ ଆଗେଇ ଆସୁଛି ଅନ୍ଧାରୀଗଡ଼କୁବିଗ୍ରହଙ୍କୁ ସ୍ଥାନାନ୍ତରିତ କରିବାପାଇଁ ସମୟ ନଥିଲା । ଶେଷରେ ସମସ୍ତ ବିଚାର ବିମର୍ଶପରେ ବିଗ୍ରହଙ୍କ ବ୍ରହ୍ମ ସ୍ଥାନାନ୍ତର ହେଲା । ଗଡ଼ମାଣତ୍ରୀରେ ପୁରୁଷୋତ୍ତମ ଦେବ ବିଜେ କରି ମହାପ୍ରଭୁଙ୍କର ନବକଳେବର ଆୟୋଜନ କରିଥିଲେ । ଅବେଳରେ ସେଠାରେ ନବକଳେବର ହେଲା । ନବକଳେବର ପରେ ୧୬୨୨ରେ ଗଜପତିଙ୍କର ଦେହାନ୍ତ ହେଲା । ତାଙ୍କ ପୁତ୍ର ଗଜପତି ନରସିଂହ ଦେବ ଶ୍ରୀକ୍ଷେତ୍ରରେ ଆକ୍ରମଣ ଜନିତ ଗୋଳମାଳ ଥମିବା ପର୍ଯ୍ୟନ୍ତ ଗଡ଼ମାଣତ୍ରୀରେ ମହାପ୍ରଭୁ ସମସ୍ତ ସେବାପୂଜାର ବନ୍ଦୋବସ୍ତ କରାଇଥିଲେ । ଇତିହାସରୁ ଜଣାଯାଏ ଯେ ସେଠାରେ ମହାପ୍ରଭୁ ତିନି ବର୍ଷ ରହିଥିଲେ । ସେଠାରେ ମହାପ୍ରଭୁଙ୍କର ଦୁଇଟି ମୁଖ୍ୟ ଯାତ୍ରା ହୋଇଥିବା ଜଣାଯାଉଛି । ଗୋଟିଏ ଚନ୍ଦନ ଯାତ୍ରା ଓ ଅନ୍ୟଟି ରଥଯାତ୍ରା । ମହାପ୍ରଭୁ ବିଜେ କରିଥିବା ତୃତୀୟାଦେବଙ୍କ ମନ୍ଦିର ସ୍ଥାନରୁ ଗଡ଼ର ପୂର୍ବ ଦିଗରେ ଥିବା କପିଳେଶ୍ୱର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରଥରେ ଶ୍ରୀଗୁଣ୍ଡିଚା ଦିନ ଯାଇଥିଲେ । କପିଳେଶ୍ୱର ମନ୍ଦିର ଦକ୍ଷିଣ ଭାଗକୁ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଥିଲା । ମହାପ୍ରଭୁ ୯ ଦିନ ଯାତ୍ରା କରି ପୁଣି ନିଜ ଅସ୍ଥାନକୁ ଫେରି ଆସିଥିଲେ । ମହାପ୍ରଭୁ ରଥରେ ଯା ଆସ କରିଥିବା ଗ୍ରାମର ରାସ୍ତାଟି ଆଜି ବି ବଡ଼ଦାଣ୍ଡ ରୂପେ ପରିଚିତ । ପରବର୍ତ୍ତୀ କାଳରେ ଆଉ ରଥଯାତ୍ରା ନହେବାରୁ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରଟି ଭାଙ୍ଗିଯାଇଛି । ମାତ୍ର ଆଜି ବି ସେହି ସ୍ଥାନଟି ଗୁଣ୍ଡିଚା ପଦା ଭାବେ ଚିହ୍ନିତ ହୋଇରହିଛି ।

ଗଡ଼ମାଣତ୍ରୀରେ ରହିଥିଲା ୨୨ ପୋଖରୀ ୨୩ ଦଣ୍ଡା । ୧୨ଟି ଦଣ୍ଡା ଜମି ଓ ବଗିଚାରେ ରୂପାନ୍ତରିତ ହୋଇଯିବ ପରେ ଆଜି ରହିଛି କେବଳ ୧୧ଟି ଦଣ୍ଡା । ବାଇଶିଟି ପୋଖରୀ ମଧ୍ୟରୁ ୧୦ ଟିର ସ୍ଥିତି ବାରି ହୋଇ ପଡୁଛି । ତାହା ମଧ୍ୟରୁ ଗୋଟିଏ ଚନ୍ଦନ ପୋଖରୀ ଆଜି ବି ଅଛି । ଏହି ପୋଖରୀର ପୂର୍ବ ଦକ୍ଷିଣ ଦିଗରେ ଅନତି ଦୂରରେ ରହିଛି କୁରୁମ ପହାଡ଼ । କପିଳେଶ୍ୱର ମହାଦେବଙ୍କ ମନ୍ଦିର ପୂର୍ବ ଦିଗକୁ ରହିଛି ଚନ୍ଦନ ପୋଖରୀ । ପୁରୁଣା କାଗଜାତରୁ ଜଣାଯାଏ ୧୬୨୨ ମସିହାରେ ଏହି ପୋଖରୀରେ ଚନ୍ଦନ ଯାତ୍ରା ହୋଇଥିଲା । ଚନ୍ଦନଯାତ୍ରାରେ ଭାଗନେଇଥିଲେ ମହାପ୍ରଭୁଙ୍କର ବିଜେ ପ୍ରତିମା । କପିଳେଶ୍ୱର ମହାଦେବଙ୍କ ଜଗମୋହନ କାଠରେ ସୁକ୍ଷ୍ମ କାରୁକାର୍ଯ୍ୟରେ ଶୋଭିତ ହୋଇଥିଲା । ଯାହାର କଳା ଚାତୁରୀ ଆଜି ମଧ୍ୟ ନିର୍ମାଣ କରିବା ସମ୍ଭବ ନୁହେଁ । ଏହି ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ରଣପୁର ରାଜା । ସେତେବେଳେ ଓଡ଼ିଶାରେ କେଶରୀ ବଂଶ ରାଜୁତି କରୁଥିଲେ । ଗଡ଼ମଣତ୍ରୀ ସେକାଳରେ ରଣପୁର ଗଡ଼ଜାତ ଅଧିନରେ ଥିଲା । ଏହି ଗଡ଼ର ଶ୍ରୀତୃତୀୟା ଦେବଙ୍କ ମନ୍ଦିରରେ ବିଜେ ପ୍ରତିମା ଉପାସିତ ହେଉଛନ୍ତି । ମହାପ୍ରଭୁଙ୍କର ଅର୍ଚ୍ଚା ବିଗ୍ରହ ଦୋଳଗୋବିନ୍ଦ ଏକ ସ୍ୱତନ୍ତ୍ର ମନ୍ଦିରରେ ଶ୍ରୀଗୋବିନ୍ଦଜିଉ ଭାବେ ଗଡ଼ରେ ଉପାସିତ ହେଉଛନ୍ତି । ଚନ୍ଦନ ପୋଖରୀର ଚନ୍ଦନ ଚକଡ଼ାର ଦକ୍ଷିଣ ପଟକୁ ରହିଛି ହାତୀ ଗାଧୁଆ ପୋଖରୀ ।[୪]

ଆଧାର[ସମ୍ପାଦନା]

  1. PINcode.net.in
  2. http://www.onefivenine.com/india/villages/Khordha/Begunia/Gadamanitri
  3. Narayan Miśra (1 January 2007). Annals and Antiquities of the Temple of Jagannātha. Sarup & Sons. pp. 48–. ISBN 978-81-7625-747-3.
  4. "ଗଡ଼ମାଣତ୍ରୀରେ ଅଦିନରେ ହୋଇଥିଲା ନବକଳେବର". ଧରିତ୍ରୀ. ୨୧ ଅଗଷ୍ଟ ୨୦୧୫. Retrieved 21 August 2015. {{cite news}}: Check date values in: |date= (help)