ଆଜନ୍ମ ସିଫିଲିସ
Congenital syphilis | |
---|---|
ଫାଇଲ:Congenital syphilis. Papulosquamous lesions with oral involvement.png | |
ବିଭାଗ | Infectious disease |
ଲକ୍ଷଣ |
|
ଆକ୍ରାନ୍ତ ସମୟ | Unborn baby, at birth, infancy, and later[୨] |
କାରଣ | Spread from mother to baby of untreated syphilis (Treponema pallidum) during pregnancy or at birth[୨] |
ରୋଗ ନିର୍ଣ୍ଣୟ ପଦ୍ଧତି |
|
ପ୍ରତିକାର | Safe sex, adequate screening, early treatment in pregnancy[୫] |
ଔଷଧ | Penicillin by injection; Benzylpenicillin (IV), procaine benzylpenicillin (IM), benzathine penicillin G (IM)[୬] |
ଚିକିତ୍ସା | Antibiotics[୬] |
ପୁନଃପୌନିକ | 473 per 100,000 live births worldwide (2016)[୭] |
ମୃତ୍ୟୁ ସାନ୍ଦ୍ରତା | 204,000 worldwide (2016)[୭] |
ଆଜନ୍ମ ସିଫିଲିସ ହେଉଛି ସିଫିଲିସ ରୋଗଗ୍ରସ୍ତ ଜଣେ ମହିଳା ବିନା ଚିକିତ୍ସାରେ ଗର୍ଭଧାରଣ ସମୟରେ ନିଜ ଶିଶୁକୁ ସଂକ୍ରମିତ କରେଇଥାଏ ।[୧] ଜନ୍ମ ପୂର୍ବରୁ ଶିଶୁର ସ୍ୱଳ୍ପ ଅଭିବୃଦ୍ଧି ବା ମୃତ୍ୟୁ ହୁଏ ଯଦିଓ କେତେକଙ୍କର କୌଣସି ଚିହ୍ନ ନଥାଏ ।[୨] [୮] ବୈଶିଷ୍ଟ୍ୟଗୁଡ଼ିକ ବ୍ୟାପକ ଭାବରେ ଭିନ୍ନ ହୋଇଥାଏ ଏବଂ ସେମାନେ ୨ ବର୍ଷ ବୟସ ପୂର୍ବରୁ କିମ୍ବା ପରେ ଉପସ୍ଥାପିତ ଅନୁସାରେ ବିଭକ୍ତ ହୋଇପାରେ ।[୧] ସାଧାରଣତ ଜୀବନର ପ୍ରଥମ କିଛି ସପ୍ତାହରେ କୌଣସି ଚିହ୍ନ ନଥାଏ ଯଦିଓ ଶିଶୁମାନେ ଛୋଟ ଏବଂ ଚିଡ଼ଚିଡ଼ା ସ୍ୱଭାବର ହୋଇପାରନ୍ତି ।[୧] ବୈଶିଷ୍ଟ୍ୟରେ ଜ୍ୱର, ଦାଗ, ବଡ଼ ଯକୃତ ଓ ପ୍ଲୀହା ଏବଂ କଫ, ନାକରୁ ପାଣି ବୋହିବା କିମ୍ବା ହାଡ଼ ତଥା ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୧] [୪] ପିଲାର ହଳଦିଆ ଚର୍ମ ଏବଂ ଆଖି, ବଡ଼ ଗ୍ରନ୍ଥି, ନିମୋନିଆ, ମେନିଞ୍ଜାଇଟିସ୍, ଯୌନାଙ୍ଗରେ କଣ୍ଡାଇଲୋମା ଲାଟା, ବଧିରତା କିମ୍ବା ଅନ୍ଧତ୍ୱ ହୋଇପାରେ ।[୧] [୫] ଚିକିତ୍ସା ହୋଇନଥିବା ଶିଶୁମାନଙ୍କର ନାକ, ଗୋଡ଼, କପାଳ, କଲାର ହାଡ, ହନୁ ହାଡ଼ କିମ୍ବା ଗାଲର ହାଡ଼ର ବିକଳାଙ୍ଗ ହୋଇପାରନ୍ତି ।[୧] ତାଳୁରେ ଏକ ଛିଦ୍ର ବା ଉଚ୍ଚ ତାଳୁ, ଗଣ୍ଠି ରୋଗ ଏବଂ ବୌଦ୍ଧିକ ଅକ୍ଷମତା ହୋଇପାରେ ।[୧] [୪] ଉଭୟ ପ୍ରାରମ୍ଭ ଏବଂ ବିଳମ୍ବିତ ପର୍ଯ୍ୟାୟରେ ବାତ ଏବଂ କ୍ରାନିଆଲ୍ ସ୍ନାୟୁ ପାରାଲିସିସ ହୋଇପାରେ ।[୧]
ପ୍ରସବ ସମୟରେ ପ୍ଲାସେଣ୍ଟା ଅତିକ୍ରମ କରିବା ପରେ କିମ୍ବା ଜନ୍ମ ସମୟରେ ସିଫିଲିଟିସ ଘା’ର ସଂସ୍ପର୍ଶରେ ଆସିବାଦ୍ୱାରା ଏହା ଜୀବାଣୁ ଟ୍ରେପୋନାମା ପାଲିଡମର ଏକ ପ୍ରଜାତି ପାଲିଡମ ଦ୍ୱାରା ସଂକ୍ରମିତ ହୋଇଥାଏ । [୧] [୮] ସ୍ତନ୍ୟପାନ ସମୟରେ ଏହା ସଂକ୍ରମିତ ହୁଏ ନାହିଁ ଯଦି ମାତାର ସ୍ତନରେ ସିଫିଲିଟିକ୍ ଘା’ ନଥାଏ ।[୧] ଗର୍ଭାବସ୍ଥାରେ ଅଣ-ପର୍ଯ୍ୟାପ୍ତ ସ୍କ୍ରିନିଂ ଏବଂ ଚିକିତ୍ସା ହେତୁ ଅଧିକାଂଶ ଘଟଣା ଘଟିଥାଏ | [୯] ଯଦି ରାସ (ପିତ୍ତିକା) ଏବଂ ଶ୍ଳେଷ୍ମା ସ୍ରାବ ଥାଏ ତେବେ ଶିଶୁ ଅତ୍ୟଧିକ ସଂକ୍ରାମକ ହୁଏ ।[୧] ମା’ଙ୍କ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷଣରୁ ଏହି ରୋଗ ସନ୍ଦେହ କରାଯାଇପାରେ ।[୩] ଶିଶୁର ପରୀକ୍ଷଣରେ ରକ୍ତ, ସିଏସଏଫ CSF ଏବଂ ମେଡିକାଲ ଇମେଜିଙ୍ଗ କରାଯାଇପାରେ ।[୧୦] ଅନୁସନ୍ଧାନରେ ରକ୍ତହୀନତା, କମ୍ ପ୍ଲାଟେଲେଟ, କମ୍ ଶର୍କରା, ପରିସ୍ରାରେ ପ୍ରୋଟିନ୍ କିମ୍ବା କମ ଥାଇରଏଡ଼ ପ୍ରକାଶ ପାଇପାରେ ।[୧] ପ୍ଲାସେଣ୍ଟା ବଡ଼ ଏବଂ ଫିକା ଦେଖାଯାଏ | [୧] ଅନ୍ୟାନ୍ୟ ଅନୁସନ୍ଧାନରେ ଏଚ୍.ଆଇ.ଭି. କରାଯାଇପାରେ ।[୧୦]
ମାଆର ସିଫିଲିସ ପ୍ରତିଷେଧ ନିମନ୍ତେ ସୁରକ୍ଷିତ ଯୌନ କ୍ରିୟା ଏବଂ ଗର୍ଭାବସ୍ଥାରେ ଶୀଘ୍ର ସ୍କ୍ରିନିଂ ଏବଂ ଚିକିତ୍ସା କରାଯାଏ ।[୫] ଯଥା ଶୀଘ୍ର ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିବା ବେଞ୍ଜାଥିନ ପେନିସିଲିନ ଜି ର ଗୋଟିଏ ଇଣ୍ଟ୍ରାମସ୍କୁଲାର ଇଞ୍ଜେକସନ୍ ତାଙ୍କ ଶିଶୁର ଜନ୍ମଗତ ସିଫିଲିସ ରୋକିପାରେ ।[୧୧] ସନ୍ଦିଗ୍ଧ ଜନ୍ମଗତ ସିଫିଲିସର ଚିକିତ୍ସାରେବେଞ୍ଜାଇଲପେନିସିଲିନ୍, ପ୍ରୋକେନ ବେଞ୍ଜାଇଲପେନିସିଲିନ୍, କିମ୍ବା ବେଞ୍ଜାଥିନ ପେନିସିଲିନ୍ ଜି ଦିଆଯାଏ ।[୬] [୧୦] [୧୦] ଯଦି ପେନିସିଲିନ୍ ଆଲର୍ଜି ଥାଏ, ତେବେ ଡିସେନ୍ସିଟାଇଜେସନ ଏକ ବିକଳ୍ପ ହୋଇପାରେ ।[୧୦] [୧୨]
ସିଫିଲିସ ବର୍ଷକୁ ପ୍ରାୟ ଏକ ନିୟୁତ ଗର୍ଭବତୀଙ୍କୁ ପ୍ରଭାବିତ କରିଥାଏ ।[୧୩] ୨୦୧୬ରେ ୧୦୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୪୭୩ଟି ଆଜନ୍ମ ସିଫିଲିସ ଥିଲା ଏବଂ ବିଶ୍ୱବ୍ୟାପୀ ଏହି ରୋଗରେ ୨୦୪,୦୦୦ ମୃତ୍ୟୁ ଘଟିଥିଲା।[୭] ୨୦୧୬ରେ ରିପୋର୍ଟ ହୋଇଥିବା ୬୬୦,୦୦୦ ମାମଲା ମଧ୍ୟରୁ ୧୪୩,୦୦୦ ଶିଶୁ ଜନ୍ମ ପୂର୍ବ ମୃତ୍ୟୁ ଓ ୬୧,୦୦୦ ନବଜାତ ଶିଶୁର ମୃତ୍ୟୁ, ୪୧,୦୦୦ କମ୍ ଓଜନ କିମ୍ବା ସମୟ ପୂର୍ବ ଜନ୍ମ ଏବଂ ୧୦୯,୦୦୦ ସଂଖ୍ୟକ ଛୋଟ ପିଲାଙ୍କର ଆଜନ୍ମ ସିଫିଲିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ।[୧୪] ପ୍ରାୟ ୭୫% ଆଫ୍ରିକୀୟ ଏବଂ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଲୋକ ଥିଲେ ।[୪] ମା ଏବଂ ଶିଶୁରେ ସିଫିଲିସ୍ ରୋକିବା ଏବଂ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚ ସାଧାରଣତଃ ଶସ୍ତା ଅଟେ ।[୧୧] [୧୫] ଏହି ରୋଗ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ବର୍ଣ୍ଣନା କରାଯାଇଥିଲା। [୧୬] ୧୯୦୬ ମସିହାରେ ସିଫିଲିସ ପାଇଁ ରକ୍ତ ପରୀକ୍ଷା ଆରମ୍ଭ କରାଯାଇଥିଲା ଏବଂ ଏହା ପରେ ମା'ଙ୍କଠାରୁ ବିସ୍ତାର ହେଉଥିବା ଦେଖାଯାଇଥିଲା । [୧୭]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Medoro, Alexandra K.; Sánchez, Pablo J. (June 2021). "Syphilis in Neonates and Infants". Clinics in Perinatology. 48 (2): 293–309. doi:10.1016/j.clp.2021.03.005. ISSN 1557-9840. PMID 34030815. Archived from the original on 2022-07-20. Retrieved 2023-05-10.
- ↑ ୨.୦ ୨.୧ ୨.୨ Ghanem, Khalil G.; Hook, Edward W. (2020). "303. Syphilis". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. p. 1986. ISBN 978-0-323-55087-1. Archived from the original on 2023-06-30. Retrieved 2023-05-08.
- ↑ ୩.୦ ୩.୧ "Congenital Syphilis". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 April 2021. Archived from the original on 13 April 2023. Retrieved 12 May 2023.
- ↑ ୪.୦ ୪.୧ ୪.୨ ୪.୩ Adamson, Paul C.; Klausner, Jeffrey D. (2022). "60. Syphilis (Treponema palladium)". In Jong, Elaine C.; Stevens, Dennis L. (eds.). Netter's Infectious Diseases (in ଇଂରାଜୀ) (2nd ed.). Philadelphia: Elsevier. pp. 339–347. ISBN 978-0-323-71159-3. Archived from the original on 2023-07-06. Retrieved 2023-07-05.
- ↑ ୫.୦ ୫.୧ ୫.୨ "STD Facts - Congenital Syphilis". www.cdc.gov (in ଆମେରିକୀୟ ଇଂରାଜୀ). 10 April 2023. Archived from the original on 21 April 2023. Retrieved 9 May 2023.
- ↑ ୬.୦ ୬.୧ ୬.୨ Ferri, Fred F. (2022). "Syphilis". Ferri's Clinical Advisor 2022 (in ଇଂରାଜୀ). Philadelphia: Elsevier. pp. 1452–1454. ISBN 978-0-323-75571-9. Archived from the original on 2023-06-30. Retrieved 2023-05-09.
- ↑ ୭.୦ ୭.୧ ୭.୨ Global progress report on HIV, viral hepatitis and sexually transmitted infections, 2021 (PDF) (in ଇଂରାଜୀ). Geneva: World Health Organization;. 2021. ISBN 978-92-4-003098-5. Archived (PDF) from the original on 2023-03-26. Retrieved 2023-05-08.
{{cite book}}
: CS1 maint: extra punctuation (link) - ↑ ୮.୦ ୮.୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "18. Syphilis, Yaws, Bejel, and Pinta". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 347–361. ISBN 978-0-323-54753-6. Archived from the original on 2023-06-30. Retrieved 2023-05-11.
- ↑ Gilmour, Leeyan S.; Walls, Tony (15 March 2023). "Congenital Syphilis: a Review of Global Epidemiology". Clinical Microbiology Reviews: e0012622. doi:10.1128/cmr.00126-22. ISSN 1098-6618. PMID 36920205. Archived from the original on 30 June 2023. Retrieved 12 May 2023.
- ↑ ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ "Congenital Syphilis - STI Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 19 October 2022. Archived from the original on 1 April 2023. Retrieved 9 May 2023.
- ↑ ୧୧.୦ ୧୧.୧ WHO guideline on syphilis screening and treatment for pregnant women. Geneva: World health Organization. 2017. ISBN 978-92-4-155009-3. Archived from the original on 2023-06-30. Retrieved 2023-05-10.
- ↑ Chastain, DB; Hutzley, VJ; Parekh, J; Alegro, JVG (9 August 2019). "Antimicrobial Desensitization: A Review of Published Protocols". Pharmacy (Basel, Switzerland). 7 (3). doi:10.3390/pharmacy7030112. PMID 31405062. Archived from the original on 2 February 2022. Retrieved 10 May 2023.
{{cite journal}}
: CS1 maint: unflagged free DOI (link) - ↑ Hussain, Syed A.; Vaidya, Ruben (2023). "Congenital Syphilis". StatPearls. StatPearls Publishing. PMID 30725772. Archived from the original on 2022-12-10. Retrieved 2023-05-12.
- ↑ "Congenital syphilis - Mother-to-child transmission of syphilis". www.who.int (in ଇଂରାଜୀ). Archived from the original on 21 April 2023. Retrieved 9 May 2023.
- ↑ Akhtar, F; Rehman, S (16 January 2018). "Prevention of Congenital Syphilis Through Antenatal Screenings in Lusaka, Zambia: A Systematic Review". Cureus. 10 (1): e2078. doi:10.7759/cureus.2078. PMID 29560291. Archived from the original on 11 March 2023. Retrieved 10 May 2023.
- ↑ Nissanka-Jayasuriya, EH; Odell, EW; Phillips, C (September 2016). "Dental Stigmata of Congenital Syphilis: A Historic Review With Present Day Relevance". Head and neck pathology. 10 (3): 327–31. doi:10.1007/s12105-016-0703-z. PMID 26897633. Archived from the original on 2023-02-10. Retrieved 2023-05-13.
- ↑ Oriel, J. David (2012). "5. "The sins of the fathers": Congenital syphilis". The Scars of Venus: A History of Venereology (in ଇଂରାଜୀ). London: Springer-Verlag. pp. 69–70. ISBN 978-1-4471-2068-1. Archived from the original on 2023-06-30. Retrieved 2023-05-10.