ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ

ଉଇକିପିଡ଼ିଆ‌ରୁ
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ
Combination of
Benzylpenicillinantibiotic
Benzathinestabilizer
Clinical data
Trade namesBicillin L-A,[୨] Permapen, others
Synonymspenicillin benzathine benzyl, benzathine penicillin, penicillin G benzathine, benethamine penicilline, benzylpenicillin benzathine[୩]
AHFS/Drugs.com
Pregnancy
category
ATC code
Identifiers
CAS Number
PubChem CID
ChemSpider
UNII
ChEBI
ChEMBL
E numberE708 (antibiotics) Edit this at Wikidata
ECHA InfoCard100.014.782 Edit this at Wikidata
 ☒NcheckY (what is this?)  (verify)

ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୧] ସ୍ଟ୍ରେପ ଥ୍ରୋଟ (strep throat), କଣ୍ଠଅଳତି, ସିଫିଲିସ୍ୟଜ ରୋଗ ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବ‌ହାର କରାଯାଏ । [୪][୧] ରିଉମାଟିକ ଜ୍ୱର ରୋଗର ପ୍ରତିଷେଧ ଭାବରେ ଏହା ଦିଆଯାଏ । ମାଂସପେଶୀରେ ଏହା ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୪]

ବେଞ୍ଜାଥିନ ବେଞ୍ଜାଇଲପେନିସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସ‌ହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଓ ସ୍ନାୟୁ ପ୍ରଭାବିତ ସିଫିଲିସ୍ ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[୪][୧] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[୧] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ଓ ବେଞ୍ଜାଇଲ ପେନିସିଲିନ (benzylpenicillin) ମାଧ୍ୟମରେ କାମ କରେ ।[୧][୪] ଏହାର ବେଞ୍ଜାଥିନ ଅଂଶଦ୍ୱାରା ପେନିସିଲିନ ଧୀରେ ଉନ୍ମୁକ୍ତ ହେବାଦ୍ୱାର ଏହା ଦୀର୍ଘ ସମୟ ଧରି କାମ କରେ ।[୫]

ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ସନ ୧୯୫୦ରେ ପେଟେଣ୍ଟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୦.୨୭ରୁ ୧.୭୧ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ଡୋଜର ମୂଲ୍ୟ ସନ ୨୦୧୫ରେ ୫୦ରୁ ୧୦୦ ଆମେରିକୀୟ ଡଲାର ଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Penicillin G Benzathine (Professional Patient Advice) - Drugs.com". www.drugs.com. Retrieved 10 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 94. ISBN 9781284057560.
  3. ୩.୦ ୩.୧ Engel, Jürgen; Kleemann, Axel; Kutscher, Bernhard; Reichert, Dietmar (2014). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ) (5 ed.). Georg Thieme Verlag. p. 134. ISBN 9783131792754.
  4. ୪.୦ ୪.୧ ୪.୨ ୪.୩ WHO Model Formulary 2008 (PDF). World Health Organization. 2009. p. 98, 104. ISBN 9789241547659. Retrieved 8 December 2016.
  5. Ebadi, Manuchair (2007). Desk Reference of Clinical Pharmacology, Second Edition (in ଇଂରାଜୀ) (2 ed.). CRC Press. p. 555. ISBN 9781420047448.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Penicillin, Benzathine Benzyl". International Drug Price Indicator Guide. Retrieved 8 December 2016.[permanent dead link]