ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ
| Combination of | |
|---|---|
| Benzylpenicillin | antibiotic |
| Benzathine | stabilizer |
| Clinical data | |
| Trade names | Bicillin L-A,[୧] Permapen, others |
| Synonyms | penicillin benzathine benzyl, benzathine penicillin, penicillin G benzathine, benethamine penicilline, benzylpenicillin benzathine[୨] |
| AHFS/Drugs.com | |
| Pregnancy category |
|
| ATC code | |
| Identifiers | |
| CAS Number | |
| PubChem CID | |
| ChemSpider | |
| UNII | |
| ChEBI | |
| ChEMBL | |
| E number | E708 (antibiotics) |
| ECHA InfoCard | 100.014.782 |
| | |
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବହୃତ ହୁଏ ।[୩] ସ୍ଟ୍ରେପ ଥ୍ରୋଟ (strep throat), କଣ୍ଠଅଳତି, ସିଫିଲିସ୍ ଓ ୟଜ ରୋଗ ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହାର କରାଯାଏ । [୪][୩] ରିଉମାଟିକ ଜ୍ୱର ରୋଗର ପ୍ରତିଷେଧ ଭାବରେ ଏହା ଦିଆଯାଏ । ମାଂସପେଶୀରେ ଏହା ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୪]
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଓ ସ୍ନାୟୁ ପ୍ରଭାବିତ ସିଫିଲିସ୍ ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[୪][୩] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[୩] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ଓ ବେଞ୍ଜାଇଲ ପେନିସିଲିନ (benzylpenicillin) ମାଧ୍ୟମରେ କାମ କରେ ।[୩][୪] ଏହାର ବେଞ୍ଜାଥିନ ଅଂଶଦ୍ୱାରା ପେନିସିଲିନ ଧୀରେ ଉନ୍ମୁକ୍ତ ହେବାଦ୍ୱାର ଏହା ଦୀର୍ଘ ସମୟ ଧରି କାମ କରେ ।[୫]
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ସନ ୧୯୫୦ରେ ପେଟେଣ୍ଟ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୦.୨୭ରୁ ୧.୭୧ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ଡୋଜର ମୂଲ୍ୟ ସନ ୨୦୧୫ରେ ୫୦ରୁ ୧୦୦ ଆମେରିକୀୟ ଡଲାର ଥିଲା ।[୧]
ଆଧାର
[ସମ୍ପାଦନା]- 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 94. ISBN 9781284057560.
- 1 2 Engel, Jürgen; Kleemann, Axel; Kutscher, Bernhard; Reichert, Dietmar (2014). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ) (5 ed.). Georg Thieme Verlag. p. 134. ISBN 9783131792754.
- 1 2 3 4 5 6 "Penicillin G Benzathine (Professional Patient Advice) - Drugs.com". www.drugs.com. Retrieved 10 December 2016.
- 1 2 3 4 WHO Model Formulary 2008 (PDF). World Health Organization. 2009. p. 98, 104. ISBN 9789241547659. Retrieved 8 December 2016.
- ↑ Ebadi, Manuchair (2007). Desk Reference of Clinical Pharmacology, Second Edition (in ଇଂରାଜୀ) (2 ed.). CRC Press. p. 555. ISBN 9781420047448.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Penicillin, Benzathine Benzyl". International Drug Price Indicator Guide. Retrieved 8 December 2016.[permanent dead link]