Jump to content

ବେଞ୍ଜାଇଲପେନିସିଲିନ

ଉଇକିପିଡ଼ିଆ‌ରୁ
ବେଞ୍ଜାଇଲପେନିସିଲିନ
Penicillin G
Clinical data
Trade namesPfizerpen, other
Synonymspenicillin G potassium,[] penicillin G sodium
AHFS/Drugs.comInternational Drug Names
MedlinePlusa685013
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    intravenous, intramuscular
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Protein binding60 %
    Metabolismliver
    Elimination half-life30 min
    Excretionkidney
    Identifiers
    • (2S,5R,6R)-3,3-dimethyl-7-oxo-6-(2-phenylacetamido)-4-thia-1-azabicyclo[3.2.0]heptane-2-carboxylic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    E numberE705 (antibiotics) Edit this at Wikidata
    ECHA InfoCard100.000.461 Edit this at Wikidata
    Chemical and physical data
    FormulaC16H18N2O4S
    Molar mass334.4 g/mol
    3D model (JSmol)
    • CC1([C@@H](N2[C@H](S1)[C@@H](C2=O)NC(=O)Cc3ccccc3)C(=O)O)C
    • InChI=1S/C16H18N2O4S/c1-16(2)12(15(21)22)18-13(20)11(14(18)23-16)17-10(19)8-9-6-4-3-5-7-9/h3-7,11-12,14H,8H2,1-2H3,(H,17,19)(H,21,22)/t11-,12+,14-/m1/s1 checkY
    • Key:JGSARLDLIJGVTE-MBNYWOFBSA-N checkY
     ☒NcheckY (what is this?)  (verify)

    ବେଞ୍ଜାଇଲପେନିସିଲିନ (ଇଂରାଜୀ ଭାଷାରେ Benzylpenicillin ଅନ୍ୟ ନାମ ପେନିସିଲିନ ଜି/penicillin G) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହି ସଂକ୍ରମଣ ଗୁଡ଼ିକର ନାମ ନିମୋନିଆ, ସ୍ଟ୍ରେପ ଥ୍ରୋଟ (strep throat), ସିଫିଲିସ୍, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotizing enterocolitis), କଣ୍ଠଅଳତି, ଗ୍ୟାସ ଗାନ୍ଗ୍ରିନ (gas gangrene), ଲେପ୍ଟୋସ୍ପାଇରୋସିସ (leptospirosis), ସେଲ୍ୟୁଲାଇଟିସ (cellulitis), ଓ ଟେଟାନସ (tetanus) ନିମୋକୋକାଲ ମେନିଞ୍ଜାଇଟିସ (pneumococcal meningitis) ରୋଗ ନିମନ୍ତେ ଏହା ପ୍ରଧାନ ଔଷଧ ।[] ଏହି ଔଷଧ ଶିରାଭ୍ୟନ୍ତର (injection into a vein) ବା ମାଂସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହି ଔଷଧ ଦୁଇ ଆକାରରେ ମିଳେ ଯଥା:- ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ (benzathine benzylpenicillin) ଓ ପ୍ରୋକେନ ବେଞ୍ଜାଇଲପେନିସିଲିନ (procaine benzylpenicillin) ଯାହା ମାଂସପେଶୀରେ ଦିଆଯାଏ । []

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାତ (seizures), ଓ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reaction) ଦେଖାଯାଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସ‌ହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[] ଏହା ପେନିସିଲିନ (penicillin) ଓ ବିଟା ଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ।[]

    ସନ ୧୯୨୯ରେ ବେଞ୍ଜାଇଲପେନିସିଲିନ ଆବିଷ୍କୃତ ହେବା ପରେ ସନ ୧୯୪୨ରୁ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ଦିନ‌କୁ ପ୍ରାୟ ୦.୨୪ରୁ ୨.୭୨ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[]

    1. 1 2 3 "Penicillin G Injection - FDA prescribing information, side effects and uses". www.drugs.com. Retrieved 10 December 2016.
    2. 1 2 3 4 WHO Model Formulary 2008 (PDF). World Health Organization. 2009. pp. 98, 105. ISBN 9789241547659. Retrieved 8 December 2016.
    3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495.
    4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    5. "Penicillin, Benzyl". International Drug Price Indicator Guide. Retrieved 8 December 2016.[permanent dead link]
    6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 95. ISBN 9781284057560.