ଜଣ୍ଡିସ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜଣ୍ଡିସ୍
Jaundice08.jpg
ଯକୃତ ଅକ୍ଷମତା (hepatic failure) ଯୋଗୁ କାମଳ ହୋଇଛି ।
ICD-10 R17.
ICD-9 782.4
DiseasesDB 7038
MedlinePlus 003243
MeSH D007565

ଜଣ୍ଡିସ୍ ବା କାମଳ (ଇଂରାଜୀ ଭାଷାରେ Jaundice, ଅନ୍ୟ ଇଂରାଜୀ ନାମ icterus[୧]) ରୋଗରେ ଚର୍ମଚକ୍ଷୁର ଶ୍ୱେତପଟଳରେ (whites of the eyes) ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ; ରକ୍ତରେ ଅଧିକ ବିଲିରୁବିନ (high bilirubin levels) ସ୍ତର ରହିବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[୨][୩] ଏହି ରୋଗରେ ସାଧାରଣତଃ ଗଲୁ ହୁଏ । [୪] ମଳ (feces) ଫିକା ଓ ପରିସ୍ରା ଗାଢ଼ ଦେଖାଯାଏ ।[୫] ଅର୍ଦ୍ଧେକ ନବଜାତ ଶିଶୁଙ୍କ ଜନ୍ମର ପ୍ରଥମ ସପ୍ତାହରେ ନବଜାତ କାମଳ (Jaundice in babies) ରୋଗ ହୁଏ କିନ୍ତୁ ଅଧିକାଂଶ କେଶ୍‌ରେ ଏହା ଏକ ସମସ୍ୟା ନୁହେଁ ।[୨][୩] ବିଲିରୁବିନ ସ୍ତର ଅତି ଅଧିକ ଓ ବ‌ହୁତ ସମୟ ଧରି ରହିଲେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇପାରେ ଯାହାକୁ କେର୍ନିକ୍ଟେରସ (kernicterus) କୁହାଯାଏ ।[୬]

କାମଳର ବିଭିନ୍ନ କାରଣମାନ ଅଣସାଂଘାତିକରୁ ସମ୍ଭାବ୍ୟ ଘାତକ ହୋଇପାରନ୍ତି ।[୭] ସାଧାରଣତଃ ରକ୍ତର ବିଲିରୁବିନ ସ୍ତର ୧ମିଗ୍ରା (୧୭ମା:ମୋ:)/ଡେ:ଲି:ରୁ କମ୍ ଥାଏ; ଓ ଏହି ସ୍ତର ୨-୩ମିଗ୍ରା/ଡେ:ଲି: (୩୪-୫୧ ମା:ମୋଲ/ଲି)ରୁ ଅଧିକ ହେଲେ ଜଣ୍ଡିସ୍ ହୁଏ ।[୮][୫] ବିଲିରୁବିନ ଦୁଇ ପ୍ରକାର ଥାଏ; କଞ୍ଜୁଗେଟେଡ (ପ୍ରତ୍ୟକ୍ଷ) ଓ ଅନ୍‌କଞ୍ଜୁଗେଟେଡ (ପରୋକ୍ଷ) ବିଲିରୁବିନ ।[୯] ପରିସ୍ରାରେ ବିଲିରୁବିନ ମିଳିଲେ କଞ୍ଜୁଗେଟେଡ ବିଲିରୁବିନ ଥିବା ନିଶ୍ଚିତ ହୋଇଯାଏ ।[୧୦] କାମଳ ବ୍ୟତୀତ ଚର୍ମ ହଳଦିଆ କରୁଥିବା ଅନ୍ୟାନ୍ୟ କାରଣ: ବ‌ହୁତ ପରିମାଣର କାରୋଟିନ ଜାତୀୟ ଖାଦ୍ୟ (certain foods) ଖାଇ କାରୋଟିନେମିଆ (carotenemia) ହେଲେ ଓ ରିଫାମ୍ପିସିନ ଔଷଧ ଖାଇଲେ ହୁଏ ।[୫]

ଅଧିକ ଅନ‌କଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ହେମୋଲାଇଟିକ ଆନିମିଆ (excess red blood cell breakdown), ବିରାଟ ଅଧଃକ୍ଷତ (large bruise), ଗିଲବର୍ଟ୍ସ ସିଣ୍ଡ୍ରୋମ (Gilbert's syndrome), ଅନେକ ଦିନର ଉପବାସ, ନବଜାତ କାମଳ ବା ଥାଇରଏଡ ସମସ୍ୟା (thyroid problems) ।[୫][୭] ଅଧିକ କଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ସିରୋସିସ୍ ବା ହେପାଟାଇଟିସ (hepatitis), ସଂକ୍ରମଣ, ଔଷଧ (medication), ଓ ପିତ୍ତନଳୀ ଅବରୋଧ (blockage of the bile duct) ।[୫] ବିକଶିତ ଦେଶମାନଙ୍କରେ ଏହା ପିତ୍ତନଳୀ ଅବରୋଧ ବା ଔଷଧ ଯୋଗୁ ହେଉଥିବା ବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭୁତାଣୁ ହେପାଟାଇଟିସ (viral hepatitis), ଲେପ୍ଟୋସ୍ପାଇରୋସିସ (leptospirosis), ସଂକ୍ରମଣ, ସିସ୍ଟୋସୋମିଆସିସ ବା ମ୍ୟାଲେରିଆ ଯୋଗୁ ହୁଏ ।[୫] ପିତ୍ତାସ୍ମରୀ, କର୍କଟ ରୋଗ, ବା ଅଗ୍ନାଶୟ ପ୍ରଦାହ ଯୋଗୁ ପିତ୍ତନଳୀ ଅବରୋଧ ହୁଏ ।[୫] ପିତ୍ତନଳୀ ଅବରୋଧ ଚିହ୍ମଟ କରିବା ନିମନ୍ତେ ଅଲଟ୍ରାସାଉଣ୍ଡ (ultrasound) ଭଳି ମେଡିକାଲ ଇମେଜିଙ୍ଗ (Medical imaging) ଉପକାରୀ ହୁଏ ।[୧୦]

କାମଳ ରୋଗର ଚିକିତ୍ସା ତାହାର କାରଣ ଉପରେ ନିର୍ଭର କରେ ।[୧୧] ପିତ୍ତନଳୀ ଅବରୋଧ ହୋଇଥିଲେ ଅପରେଶନ (surgery) କରାଯାଏ ଅନ୍ୟଥା ମେଡିକାଲ ଚିକିତ୍ସା କରାଯାଏ ।[୧୧] କୌଣସି ଔଷଧ ଯୋଗୁ ହେଉଥିଲେ ତାହା ବନ୍ଦ କରାଯାଏ, ସଂକ୍ରାମକ କାରଣ ହୋଇଥିଲେ ଉପ‌ଯୁକ୍ତ ଚିକିତ୍ସା କରାଯାଏ ।[୧୧] ନବଜାତଙ୍କ ମଧ୍ୟରେ ବୟସ ଓ ଅପରିପକ୍ୱତା (prematurity) ଥିଲେ, ବିଲିରୁବିନ ମାତ୍ରା ୪-୨୧ ମିଗ୍ରା/ଡେ:ଲି (୬୮-୩୬୦ ମାମୋଲ/ଲି)ରୁ ଅଧିକ ଥିଲେ ଫୋଟୋଥେରାପି (phototherapy) ବା ବିନିମୟ ରକ୍ତସଞ୍ଚାର (exchanged transfusion) କରାଯାଏ ।[୮] ଗଲୁ ହେଉଥିଲେ ପିତ୍ତକୋଷରୁ ପିତ୍ତ ନିସ୍କାଷନ କରାଯାଏ ବା ଉର୍ସୋଡିଓଲ (ursodeoxycholic acid) ଔଷଧ ଦିଆଯାଏ ।[୪] ଜଣ୍ଡିସ ଶବ୍ଦଟି ଫରାସୀ ଶବ୍ଦ jaunisseରୁ ନିଆଯାଇଛି ଯାହାର ଅର୍ଥ ହଳଦିଆ ରୋଗ ।[୧୨]

ରୋଗର ଭିଡିଓ ଚିତ୍ର

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

A 4-year-old boy with icteric (jaundiced) sclera which later proved to be a manifestation of hemolytic anemia due to G6PD deficiency following fava bean consumption.

ଚର୍ମ, ମ୍ୟୁକସ ଝିଲ୍ଲୀକଞ୍ଜଙ୍କଟାଇଭା ବା ଆଖିର ଧଳା ଦେଖାଯାଉଥିବା ଅଂଶ ହଳଦିଆ ରଙ୍ଗ‌ଯୁକ୍ତ ହେବା ଏହି ରୋଗର ମୂଖ୍ୟ ଲକ୍ଷଣ ।
ରକ୍ତରେ ବିଲିରୁବିନ ସ୍ତର ବଢ଼ିଲେ ସର୍ବପ୍ରଥମେ କଞ୍ଜଙ୍କଟାଇଭା ହଳଦିଆ ଦେଖାଯାଏ । ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ମଧ୍ୟ ପ୍ରକୃତରେ ତାହା ହଳଦିଆ ହୁଏନି, ତାହାର ଆବରଣ ଯାହାର ନାମ କଞ୍ଜଙ୍କଟାଇଭା ତାହା ହଳଦିଆ ହୁଏ । ଇକ୍ଟେରସ ଶବ୍ଦକୁ ଭୁଲରେ ଜଣ୍ଡିସ ଆଖ୍ୟା ଦେଲେ ମଧ୍ୟ ଏହି ଶବ୍ଦଟି ଜଣ୍ଡିସ ଶବ୍ଦର ପ୍ରତିଶବ୍ଦ ।[୧][୧୩]
ହଳଦିଆ ରଙ୍ଗ ଦେଖାଯିବା ବ୍ୟତୀତ ଏହି ରୋଗୀଙ୍କର ଝାଡ଼ା ରଙ୍ଗ ଫିକା ହୁଏ, ପରିସ୍ରା ଗାଢ଼ ହୁଏ ଓ ଚମ କୁଣ୍ଡେଇ ହୁଏ । ବିଭିନ୍ନ ରୋଗ ଯୋଗୁ ଏହି ଲକ୍ଷଣ ପ୍ରକାଶ ପାଉଥିବାର ମୂଖ୍ୟ ରୋଗ ଅନୁସାରେ କେତେକ ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣ ଗୁଡ଼ିକ: ଅଇ ଓ ବାନ୍ତି, ପେଟରେ ଯନ୍ତ୍ରଣା, ଜ୍ୱର, ଦୁର୍ବଳତା, ମୁଣ୍ଡ ବିନ୍ଧା, ଗୋଡ଼ ଓ ପେଟ ଫୁଲିବା, ବିପର୍ଯ୍ୟସ୍ତ ମନ ଦଶା ଦେଖାଯାଏ ।

ସଦ୍ୟଜାତ ଶିଶୁଙ୍କର ମୁଣ୍ଡରୁ ଦେହକୁ ରଙ୍ଗ ମାଡ଼ିଯାଏ ଓ ତାପରେ ହାତ ଓ ପାଦକୁ ଯାଏ । ସେମାନଙ୍କର ଖାଇବା କମିଯାଏ, ଆଳସ୍ୟ ଦେଖାଯାଏ, ମାଂସପେଶି ଟୋନ ପରିବର୍ତ୍ତୀତ ହୁଏ, ଉଚ୍ଚ ସ୍ୱରରେ କାନ୍ଦନ୍ତି ଓ ବାତ (seizure) ମାରେ ।

ଭେଦାତ୍ମକ ରୋଗ ନିର୍ଣ୍ଣୟ[ସମ୍ପାଦନା]

ବିଲିରୁବିନ ମେଟାବୋଲିଜ୍ନ ଗୋଳମାଳ ଯୋଗୁ ଜଣ୍ଡିସ୍ ହୁଏ । ଏହି ଗୋଳମାଳ ତିନି ସ୍ଥାନରେ ହୋଇପାରେ । ଯକୃତ ପୂର୍ବରୁ, ଯକୃତରେ ଓ ଯକୃତ ପରେ ।

ଶ୍ରେଣୀ ସଂଜ୍ଞା
ଯକୃତ ପୂର୍ବ/ ରକ୍ତ ନଷ୍ଟକାରୀ ଯକୃତ ପୂର୍ବରୁ ଏହା ସଂଘଟିତ ହୁଏ ।
ଯକୃତସମ୍ପର୍କୀୟ/ ଯକୃତ କୋଷ ସମ୍ୱନ୍ଧୀୟ ପାଥୋଲୋଜି ଯକୃତରେ ଥାଏ ।
ଯକୃତ ପରବର୍ତ୍ତୀ/ କୋଲେସ୍ଟାଟିକ ଯକୃତରେ ବିଲିରୁବିନ କଞ୍ଜୁଗେସନ ପରେ ହୁଏ ।

ଯକୃତ ପୂର୍ବ[ସମ୍ପାଦନା]

ରକ୍ତରେ ଥିବା ଲୋହିତ ରକ୍ତ କଣିକା(ଲୋ.ର.କ.) କୌଣସି ରୋଗଦ୍ୱାରା ନଷ୍ଟ ହେଲେ ଯକୃତ ପୂର୍ବ କାମଳ ହୁଏ । ଲୋ.ର.କ. ନଷ୍ଟ ହେଲେ ଏଥିରେ ଥିବା ହେମ ପିଗମେଣ୍ଟ ଭାଙ୍ଗିଯାଇ ଅନ‌-କଞ୍ଜୁଗେଟେଡ ବିଲିରୁବିନ ବାହାରେ । ଅତ୍ୟଧିକ ବିଲିରୁବିନ ବାହାରିଲେ ରକ୍ତରୁ ବାହାରିଯାଇ ବିଭିନ୍ନ ତନ୍ତୁରେ ଜମିଯାଏ ଓ ହଳଦିଆ ଦେଖାଯାଏ । ଗ୍ରୀଷ୍ମ‌ପ୍ରଧାନ ଦେଶମାନଙ୍କରେ ମ୍ୟାଲେରିଆ ରୋଗରେ ଏହି ପ୍ରକାର ଜଣ୍ଡିସ ହୁଏ । କେତେକ ଜେନେଟିକ ରୋଗ ଯଥା ସିକିଲ ସେଲ ଆନିମିଆ, ସ୍ଫେରୋସାଇଟୋସିସ, ଥାଲାସେମିଆ ଓ ଦେହରେ ଗ୍ଲୁକୋଜ ୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବରେ ଏହିଭଳି ଲୋ.ର.କ. ନଷ୍ଟ ହୋଇ ଜଣ୍ଡିସ ହୁଏ । ଗିଲବର୍ଟ ସିଣ୍ଡ୍ରୋମ ଓ କ୍ରଗଲର ନାଜ୍ଜର ସିଣ୍ଡ୍ରୋମ ଟାଇପ ୧ ଓ ୨ ରୋଗରେ ଜେନେଟିକ ଅବ୍ୟବସ୍ଥା ଜୋଗୁ ବିଲିରୁବିନ ମେଟାବୋଲିଜ୍ମ ସଠିକ ହୋଇ ନପାରି ଜଣ୍ଡିସ ହୁଏ ।

ଅତ୍ୟଧିକ ବିଲିରୁବିନ ପ୍ରସ୍ତୁତ ଯୋଗୁ ପାରିସ୍ରାରେ ୟୁରୋବିଲିନିଜେନ ଅଧିକ ରହେ । ଅନ‌କଞ୍ଜୁଗେଟେଡ ବିଲିରୁବିନ ଜଳରେ ଅଦ୍ରବଣୀୟ ହେତୁ ପରିସ୍ରାରେ ବିଲିରୁବିନ ମିଳେନାହିଁ । ପରିସ୍ରା-ୟୁରୋବିଲିନୋଜେନ ସ‌ହ ବିଲିରୁବିନ ପରିସ୍ରାରେ ନଥିଲେ ହେମୋଲାଇଟିକ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।
ଲାବୋରେଟରି ତ‌ଥ୍ୟ:

ଯକୃତଜୀବକୋଷ ସମ୍ବନ୍ଧୀୟ[ସମ୍ପାଦନା]

Microscopy of cholestatic liver showing bilirubin pigment, H&E stain

ଆକ୍ୟୁଟ କିମ୍ବା କ୍ରନିକ ହେପାଟାଇଟିସ, ହେପାଟୋଟକ୍ସିସିଟି, ସିରୋସିସ୍, ଔଷଧଦ୍ୱାରା ହେପାଟାଇଟିସ ଓ ମଦ୍ୟପାୟୀ (ଆଲକୋହୋଲିକ) ଯକୃତ ରୋଗମାନ‌ଙ୍କଦ୍ୱାରା ଏହି ପ୍ରକାର ଜଣ୍ଡିସ ହୁଏ । ଜୀବକୋଷ ନଷ୍ଟ ହୋଇଯିବା ଯୋଗୁ ଯକୃତଦ୍ୱାରା ବିଲିରୁବିନ ମେଟାବୋଲିଜ୍ଣ ହୋଇପାରେ ନାହିଁ । ତେଣୁ ଅନ‌କଞ୍ଜୁଗେଟେଡ ବିଲିରୁବିନ ରକ୍ତରେ ଜମିରହେ । ପ୍ରାଥମିକ ବିଲିଆରି ସିରୋସିସ୍ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ବାଇଲ ବା ପିତ୍ତ ମଧ୍ୟକୁ ଏକ୍ସକ୍ରିଟ ହୋଇପାରେ ନାହିଁ । ଯକୃତର କାର୍ଯ୍ୟ କ୍ଷମତା ଦୁଇ ମାସ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଅନେକ ଶିଶୁମାନ‌ଙ୍କୁ ନବଜାତ ଜଣ୍ଡିସ ହୁଏ । ମୂଷା ଜ୍ୱର(Rat fever) ରୋଗରେ ମଧ୍ୟ ଜଣ୍ଡିସ ହୁଏ । ଯକୃତଜୀବକୋଷ ସମ୍ବନ୍ଧୀୟ ଜଣ୍ଡିସ ରୋଗରେ ପ୍ରୟତଃ କୋଲେସ୍ଟାସିସ ଥାଏ । ଯକୃତ ରୋଗର କାରଣ ଅନୁସାରେ ନିମ୍ନଲିଖିତ ଲାବୋରେଟୋରି ତ‌ଥ୍ୟ ମିଳେ ।

ଜୀବକୋଷଦ୍ୱାରା ଅନ୍‌କଞ୍ଜୁଗେଟେଡ ବିଲିରୁବିନ ଅପ୍‌ଟେକଠାରୁ ଆରମ୍ଭ କରି ବିଲିଆରି କାନାଲିକୁଲି ଭିତରେ କଞ୍ଜୁଗେଟେଡ ବିଲିରୁବିନ ନିଷ୍କାସନ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ରୋଗ ହୋଇ କାମଳ ହୋଇପାରେ । ପ୍ରଦାହ ହୋଇ ଜୀବକୋଷ ଫୁଲି ଗଲେ ଇଣ୍ଟ୍ରାହେପାଟିକ ବିଲିଆରି ଟ୍ରି ଭିତରେ ମେକାନିକାଲ ଅବରୋଧ ହୁଏ । ବିଲିରୁବିନ ତିଆରିର ପ୍ରତ୍ୟେକ ସ୍ତରରେ ବାଧା ସୃଷ୍ଟି ହୁଏ । ଏହାର ନିଷ୍କାସନ କିନ୍ତୁ ପ୍ରଭାବିତ ହୁଏ, ଫଳରେ ରକ୍ତରେ ହାଇପର୍‌ବିଲିରୁବିନେମିଆ ହୁଏ ।[୧୪]
ଅନ୍‌କଞ୍ଜୁଗେଟେଡ ବିଲିରୁବିନ ତ‌ଥାପି ଯକୃତକୋଷ ମଧ୍ୟକୁ ପ୍ରବେଶ କରି କଞ୍ଜୁଗେଟେଡ ହୁଏ । ଏହା ପୁନଶ୍ଚ ରକ୍ତକୁ ଫେରିଆସେ, କାରଣ ବାଇଲ କାନାଲିକୁଲି ଫାଟିଯାଇଥାଏ ଓ ଲିମ୍ଫ ମଧ୍ୟକୁ ଚାଲିଯାଏ । ଏହିପରି ଅଧିକାଂଶ ପ୍ଲାଜ୍ମା ବିଲିରୁବିନ କଞ୍ଜୁଗେଟେଡ ହୁଏ ଓ ଅନ୍‌କଞ୍ଜୁଗେଟେଡ ବିଲିରୁବିନ ଅନ୍ତନଳୀ ମଧ୍ୟକୁ ଯାଇ ନ ପାରିବାଦ୍ୱାରା ୟୁରୋବିଲିନୋଜେନ ହୋଇ ନ ପାରି ପରିସ୍ରା ଗାଢ଼ ହୁଏ ।[୧୫]

ପୋଷ୍ଟ-ହେପାଟିକ[ସମ୍ପାଦନା]

ଏହି ଜଣ୍ଡିସକୁ ଅବରୋଧକାରୀ ଜଣ୍ଡିସ ବା ଇଂରାଜୀରେ ଅବ୍‌ଷ୍ଟ୍ରକ୍ଟିଭ ଜଣ୍ଡିସ କୁହାଯାଏ । କୌଣସି କାରଣରୁ ବିଲିଆରି ସିସ୍ଟମରେ ଥିବା ବାଇଲ ଡ୍ରେନ ହେବା ବନ୍ଦ ହୋଇଯାଏ । ଏହାର ମୂଖ୍ୟ କାରଣ ହେଉଛି କମନ ବାଇଲ ଡକ୍ଟରେ ଗଲ୍‌ସ୍ଟୋନ ବା ପଥର ରହିବା ଓ ଅଗ୍ନାଶୟ ମୁଣ୍ଡରେ କର୍କଟ ରୋଗ ହେବା । କମନ ବାଇଲ ଡକ୍ଟରେ ଲିଭର ଫ୍ଲ୍ୟୁକ ନାମକ କେତେକ ପରଜୀବୀ ରହି ସେହି ନଳୀକୁ ଅବରୋଧ କରନ୍ତି । ଅନ୍ୟାନ୍ୟ ରୋଗ ମଧ୍ୟରେ ବାଇଲ ଡକ୍ଟରେ ସ୍ଟ୍ରିକଚର, ବିଲିଆରି ଆଟ୍ରେସିଆ, କୋଲାଞ୍ଜିଓକାର୍ସିନୋମା, ପାଙ୍କ୍ରିଆଟାଇଟିସ, କୋଲେସ୍ଟାସିସ ଅଫ ପ୍ରେଗନାନ୍ସିପାଙ୍କ୍ରିଆଟାଇଟିକ ସୁଡୋସିସ୍ଟମିରିଜ୍ଜି ସିଣ୍ଡ୍ରୋମ ଯୋଗୁ କ୍ୱଚିତ ଏହି ରୋଗ ହୁଏ ।
ବାଇଲ ଡକ୍ଟ ସମ୍ପୁର୍ଣ୍ଣ ଅବରୋଧ ହେଲେ ପରିସ୍ରାରେ ଯୁରୋବିଲିନୋଜେନ ମିଳେନି କାରଣ ବିଲିରୁବିନ ଅନ୍ତନଳୀଏ ପରିବର୍ତ୍ତୀତ ହୋଇ ୟୁରୋବିଲିନୋଜେନ ହୁଏ ଯାହା ସାଅଧାଅରଣ ରକ୍ତ ସଞ୍ଚାଳନରେ ପ୍ରବେଶ କରେ । ତେଣୁ ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ ଥାଇ ୟୁରୋବିଲିନୋଜେନ ନ ଥିଲେ ଅବ୍‌ସ୍ଟ୍ରକ୍ଟିଭ ଜଣ୍ଡିସ ଥିବା ଜଣାଯାଏ ।
ଫିକା ଝାଡ଼ା ହେଉଥିଲେ ଓ ପରିସ୍ରା ଗାଢ଼ ହେଉଥିଲେ ଏହି ପ୍ରକାର ଜଣ୍ଡିସ ନିର୍ଣ୍ଣ‌ୟ କରାଯାଏ, କାରଣ ଝାଡ଼ାର ରଙ୍ଗ ବାଇଲ ଯୋଗୁ ହୁଏ । ଅନ୍ୟ ଦିଗରେ ଅନ୍ୟ କେତେକ ପ୍ରକାର ଜଣ୍ଡିସରେ ମଧ୍ୟ ଏକା ଭଳି ଝାଡ଼ା ଓ ପରିସ୍ରା ହେଉଥିବରୁ ଏହା ଏକ ସଠିକ ନିର୍ଣ୍ଣୟାତ୍ମକ ପନ୍ଥା ଭାବରେ ଗ୍ରହଣ କରାଯାଏ ନାହିଁ ।[୧୬] ରୋଗୀର ସେରମ କୋଲେସ୍ଟେରଲ ମାତ୍ରା ବଢ଼ିଯାଏ ଓ ବାଇଲ ସଲ୍ଟ ଜମିଯିବା ଯୋଗୁ କୁଣ୍ଡେଇ ହୁଏ ।
କୌଣସି ଗୋଟିଏ ପ୍ରକାର ପରୀକ୍ଷାଦ୍ୱାରା ବିଭିନ୍ନ ପ୍ରକାର ଜଣ୍ଡିସ ଚିହ୍ନା ପଡ଼େନାହିଁ । କେତେକ ଲିଭର ଫଙ୍କସନ ଟେସ୍ଟ ଏହି ନିମନ୍ତେ ଆବଶ୍ୟକ ହୁଏ ।

ନିର୍ଣ୍ଣୟାତ୍ମକ ପରୀକ୍ଷା ଟେବୁଲ [୧୭]
କାର୍ଯ୍ୟକାରୀ ପରୀକ୍ଷା ପ୍ରିହେପାଟିକ ଜଣ୍ଡିସ ହେପାଟିକ ଜଣ୍ଡିସ ପୋଷ୍ଟ ହେପାଟିକ ଜଣ୍ଡିସ
ମୋଟ ବିଲିରୁବିନ ସାଧାରଣ/ ଅଧିକ ଅଧିକ
କଞ୍ଜୁଗେଟେଡ ବିଲିରୁବିନ ସାଧାରଣ ଅଧିକ ଅଧିକ
ଅଣକଞ୍ଜୁଗେଟେଡ ବିଲିରୁବିନ ସାଧାରଣ/ ଅଧିକ ଅଧିକ ସାଧାରଣ
ଯୁରୋବିଲିନୋଜେନ ସାଧାରଣ/ ଅଧିକ କମିଯାଏ ବଢିଥାଏ/ ନ ଥାଏ
ପରିସ୍ରା ରଙ୍ଗ ସାଧାରଣ ଗାଢ (ଯୁରୋବିଲିନୋଜେନ+ କଞ୍ଜୁଗେଟେଡ ବିଲିରୁବିନ) ଗାଢ(କଞ୍ଜୁଗେଟେଡ ବିଲିରୁବିନ )
ଝାଡା ରଙ୍ଗ ସାଧାରଣ ସାଧାରଣ / ଫିକା ଫିକା
ଆଲକାଲାଇନ ଫସଫାଟେଜ ସ୍ତର ସାଧାରଣ ଅଧିକ
ଆଲାନିନ ଟ୍ରାଂସଫରେଜ ଓ ଆସପାରଟେଟ ଟ୍ରାନ୍ସଫରେଜ ସ୍ତର ଅଧିକ
ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ ଏଥିରେ ନାହିଁ ଅଛି
ବର୍ଦ୍ଧିତ ପ୍ଳିହା ଅଛି ଅଛି ନାହିଁ

ନିଓନାଟାଲ ଜଣ୍ଡିସ[ସମ୍ପାଦନା]

ନିଓନାଟାଲ ଜଣ୍ଡିସ ବା ଶିଶୁ ଜଣ୍ଡିସ ଏକ ବିପଦଶୂନ୍ୟ ରୋଗ । ଜନ୍ମ ହେବାର ଦ୍ୱିତୀୟ ଦିନ ଏହା ଦେଖାଯାଏ, ସାଧାରଣ ପ୍ରସବ ହୋଇଥିଲେ ୮ ଦିନ ରହେ, ପ୍ରିମାଚ୍ୟୁର ବା ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରସବ premature birth ହୋଇଥିଲେ ୧୪ ଦିନ ପର୍ଯ୍ୟନ୍ତ ରହେ । ବିଭିନ୍ନ ରୋଗ ଯଥା ଫିଜିଓଲୋଜିକ ଜଣ୍ଡିସ, ଫର୍ମୁଲା ସପ୍ଲିମେଣ୍ଟେସନ ଜଣ୍ଡିସ[୧୮], ହେରେଡିଟାରି ସ୍ଫେରୋସାଇଟିସିସ, ଗ୍ଲୁକୋଜ-୬-ଫସ‌୍‌ଫେଟ ଡେହାଇଡ୍ରୋଜେନେଜ ଅଭାବ, ପାଇରୁଭେଟ କାଇନେଜ ଅଭାବ, ରକ୍ତରେ ଥିବା ଗ୍ରୁପ ଏ.ବି.ଓ./ ଆର‌ଏଚ ଟାଇପ ଅଟୋଆଣ୍ଟିବଡି ଓ ଇନଫାଣ୍ଟାଇଲ ପିକ୍ନୋସାଇଟୋସିସ ଏହି ଜଣ୍ଡିସ ରୋଗ ସୃଷ୍ଟି କରାନ୍ତି । କୌଣସି ଚିକିତ୍ସା ନ କଲେ ମଧ୍ୟ ବିଲିରୁବିନ ସ୍ତର ଖସିଆସେ । ଯଦି ଅଧିକ ରହେ, ମସ୍ତିଷ୍କ ନଷ୍ଟକାରୀ କେର୍ନିକ୍ଟେରସ ରୋଗ ଥାଇପାରେ ଓ ଏହା କିଛି ପରିମାଣରେ ପଙ୍ଗୁ କରିଦେଇପାରେ । ଏହି ରୋଗ ଅଧୁନା ଅଧିକ ଦେଖାଯାଉଛି ଓ ଏହା ବାହାରେ ବେଶି ସମୟ ନ ରହିବାଦ୍ୱାରା ହେଉଛି । ଏଥି ନିମନ୍ତେ ଫୋଟୋଥେରାପି ଚିକିତ୍ସା କରାଯାଉଛି । ସୂର୍ଯ୍ୟ-ସ୍ନାନ ଏହାର ଉତ୍ତମ ଚିକିତ୍ସା[୧୯][୨୦] ଓ ଏହା ଦ୍ୱାରା ଅଲ୍ଟ୍ରାଭାୟୋଲେଟ ରଶ୍ମୀ ଦେହରେ ପଡ଼ି ଭିଟାମିନ ଡି ପ୍ରସ୍ତୁତ ହୁଏ[୨୧] । ଝାଡ଼ା ଓ ପରିସ୍ରାଦ୍ୱାରା ବିଲିରୁବିନ କମିଯାଏ, ଏଣୁ ବେଶିଥର ଓ ଉତ୍ତମ ଖାଦ୍ୟ ଖୁଆଇବା ଆବଶ୍ୟକ ।[୨୨]

ବିକାରୀଶରୀର କ୍ରିୟା[ସମ୍ପାଦନା]

ବିଲିରୁବିନ ମେଟାବୋଲିଜ୍ନ ପ୍ରକ୍ରିୟା ପଥରେ ଅନେକ ପାଥୋଲୋଜିକାଲ(ରୋଗ ସୃଷ୍ଟିକାରୀ) ପ୍ରକ୍ରିୟାମାନଙ୍କର ଜଣ୍ଡିସ ଏକ ଲକ୍ଷଣ, ନିଜେ ଏକ ରୋଗ ନୁହେଁ ।
ଲୋହିତ ରକ୍ତ କଣିକା ନିଜର ଜୀବନ‌କାଳ(୧୨୦ ଦିନ) ସମାପ୍ତ କରିସାରିଲେ ବା କୌଣସି କାରଣରୁ ନଷ୍ଟ ହେଲେ ତାହାର କୋଷ ପରଦା(cell membrane) ଭଙ୍ଗୁର ହୋଇ ଫାଟିଯାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଗତି କରେ ଏକ ରେଟିକ୍ୟୁଲୋଏଣ୍ଡୋଥେଲିଆଲ ସିସ୍ଟମ ମଧ୍ୟରେ ଓ ଏହି ସମୟର ସେହି ପରଦା ଫାଟିଯାଏ । ଫଳରେ ଏହା ମଧ୍ୟରେ ଥିବା ହେମୋଗ୍ଲୋବିନ ରକ୍ତରେ ମିଶିଯାଏ । ମାକ୍ରୋଫେଜ ଏହି ହେମୋଗ୍ଲୋବିନ‌କୁ ଗ୍ରହଣ କରି ହେମ୍ଗ୍ଲୋବିନ ନାମକ ଦୁଇ ଭାଗରେ ବିଭକ୍ତ କରିଦିଏ । ଗ୍ଲୋବିନ ଏକ ପ୍ରୋଟିନ ଯାହା ଭାଙ୍ଗିଯାଇ ଆମିନୋଏସିଡ୍‌ରେ ପରିଣତ ହୁଏ; ଏହାର ଜଣ୍ଡିସ ପରିଣତ କରିବାରେ କୌଣସି ଭୂମିକା ନ ଥାଏ । ହେମ ମୋଲିକ୍ୟୁଲ ପ୍ରଥମେ ହେମ ଅକ୍ସିଜେନେଜଦ୍ୱାରା ଅକ୍ସିଡେସନ ହୋଇ ବିଲିଭର୍ଡିନ (ଶାଗୁଆ ପିଗମେଣ୍ଟ), ଲୌହ ଓ କାର୍ବନମୋନୋକ୍ସାଇଡରେ ପରିଣତ ହୁଏ । ତାପରେ ଦ୍ୱିତୀୟ ସ୍ଟେପରେ ସାଇଟୋସୋଲିକ ଏଞ୍ଜାଇମ ବିଲିଭର୍ଡିନ ରିଡକ୍ଟେଜଦ୍ୱାରା ରିଡ୍ୟୁସ ହୋଇ ଟେଟ୍ରାପାଇରଲ ବିଲିରୁବିନ ପିଗମେଣ୍ଟରେ ପରିଣତ ହୁଏ । ଏହି ବିଲିରୁବିନ ଏକ ମୁକ୍ତ(free) ପରୋକ୍ଷ ଅନ‌କଞ୍ଜୁଗେଟେଡ୍ ବିଲିରୁବିନ । ପ୍ରତ୍ୟେକ ଦିନ ଦେହରେ ପ୍ରାୟ ୪ ମି.ଗ୍ରା. ବିଲିରୁବିନ ତିଆରି ହୁଏ ।[୨୩] ଅଧିକାଂଶ (୮୦%) ବିଲିରୁବିନ ମୃତ ଲୋହିତ ରକ୍ତ କଣିକାରୁ ତିଆରି ହୁଏ । ବଳକା ୨୦% ଅନ୍ୟ ହେମ ଉତ୍ସରୁ ଆସେ ଯଥା ଅନିୟନ୍ତ୍ରିତ ଏରିଥ୍ରୋପଏସିନ(erythropoiesis) ଅନ୍ୟ ହେମ ଥିବା ପ୍ରୋଟିନ ଯେପରିକି ମାୟୋଗ୍ଲୋବିନସାଇଟୋକ୍ରୋମ[୨୩]

ଯକୃତୀୟ ଘଟଣାକ୍ରମ[ସମ୍ପାଦନା]

ଅଦ୍ରବଣୀୟ ଅନ୍‌କଞ୍ଜୁଗେଟେଡ଼ ବିଲିରୁବିନ ରକ୍ତରେ ସେରମ୍ ଆଲ୍‌ବୁମିନ ସ‌ହ ମିଶି ଯକୃତ ମଧ୍ୟରେ ଗତି କରେ । ଏଠରେ ଏହା ଯୁଡିପି-ଗ୍ଲୁକୁରୋନିଲ ଟ୍ରାନ୍ସଫରେଜ ଏଞ୍ଜାଇମଦ୍ୱାରା ଗ୍ଲୁକୁରୋନିକ ଏସିଡ ସ‌ହ ମିଶି କଞ୍ଜୁଗେଟେଡ଼ ବିଲିରୁବିନରେ ପରିଣତ ହୁଏ ଓ ଏହା ଜଳରେ ଦ୍ରବଣୀୟ ଅଟେ ।
ଯକୃତରୁ ଏହି କଞ୍ଜୁଗେଟେଡ଼ ବିଲିରୁବିନ ବାହାରି ବିଲିଆରି ଓ ସିସ୍ଟିକ ଡକ୍ଟ ମଧ୍ୟରେ ଯାଇ ଅନ୍ତନଳୀରେ ପ‌ହ‌ଞ୍ଚେ । ଅନ୍ତନଳୀରେ ଥିବା ବୀବାଣୁ ଏହି ବିଲିରୁବିନ‌କୁ ଅକ୍ସିଡାଇଜ କରି ସ୍ଟର୍କୋବିଲିନୋଜେନରେ ପରିଣତ କରନ୍ତି ଯାହା ସ୍ଟର୍କୋବିଲିନରେ ପରିଣତ ହୋଇ ମଳରେ ବାହାରିଯାଏ ବା ଅନ୍ତନଳୀକୋଷମାନଙ୍କଦ୍ୱାରା ପୁନଃ ଶୋଷିତ ହୋଇ ରକ୍ତରେ ସଞ୍ଚାଳିତ ହୋଇ କିଡ୍‌ନି/ବୃକ୍‌କରେ ପ‌ହ‌ଞ୍ଚି ୟୁରୋବିଲିନରେ ପରିଣତ ହୁଏ ଓ ପରିସ୍ରାରେ ବାହାରିଯାଏ । ଏହି ସ୍ଟର୍କୋବିଲିନ ଓ ୟୁରୋବିଲିନର ରଙ୍ଗ ଯୋଗୁ ଝାଡ଼ା ଓ ପରିସ୍ରାର ରଙ୍ଗ ଦେଖାଯାଏ ।

ନିର୍ଣ୍ଣୟାତ୍ମକ ଉପଗମନ[ସମ୍ପାଦନା]

କେତେକ ଅସ୍ଥି ରୋଗ ଓ ହୃତ୍‌ପିଣ୍ଡ ରୋଗରେ ଏ.ଏଲ.ପି. ବା ଆଲାନିନ ଟ୍ରାନ୍ସଆମିନେଜ ଓ ଆମିନୋଟ୍ରାଅନ୍ସଫରେଜ ଏଞ୍ଜାଇମ ବଢ଼ିଯାଏ । ଯକୃତ ରୋଗରେ ଜି.ଜି.ଟି. ସ୍ତର ଅଧିକ ରହେ । ଦ୍ୱିତୀୟରେ ବିଲିଆରି ଓ ଯକୃତ ରୋଗ ପୃଥକ କରିବାକୁ ପଡ଼େ । ଯଦି ଏ.ଏଲ.ପି. ସ୍ତର (୧୦-୪୫ IU/L) ଓ ଜିଜିଟି (୧୮-୮୫) ସ୍ତର ଆନୁପାତିକ ଭାବେ, ଏ.ଏସ.ଟି. ସ୍ତର (୧୨-୩୮ IU/L) ଓ ଏ.ଏଲ.ଟି. (୧୦-୪୫ IU/L) ସ୍ତର ବଢ଼େ ତାହାହେଲେ ଏହା ବିଲିଆରି କାରଣ ଯୋଗୁ ହେବା ଜଣାଯାଏ । ଏ.ଏସ.ଟି. ଓ ଏ.ଏଲ.ଟି. ସ୍ତର ଏ.ଏଲ.ପି. ଓ ଜି.ଜି.ଟି. ଅପେକ୍ଷା ଅଧିକ ରହେ ତାହେଲେ ଯକୃତ ସମ୍ବନ୍ଧୀୟ କାରଣ ଥାଏ । କେବଳ ଭାଇରାଲ ହେପାଟାଇଟିସ ଓ ହେପାଟୋଟକ୍ସିକ ରୋଗ ଛାଡ଼ିଦେଲେ ଯକୃତ ରୋଗରେ ଏ.ଏଲ୍.ଟି ସ୍ତର ଅପେକ୍ଷା ଏ.ଏସ.ଟି. ସ୍ତର ଅଧିକ ରହେ । ଆଲକୋହୋଲିକ ରୋଗରେ ଏ.ଏଲ୍.ଟି ସ୍ତର ସାଧାରଣ ରହେ । ଏ.ଏଲ୍.ଟି ସ୍ତର ଅଧିକ ଥିଲେ ହେପାଟାଇଟିସ ନିର୍ଣ୍ଣୟ କରାଯାଏ । ଉଭାୟ ଏ.ଏଲ୍.ଟି ସ୍ତର ଓ ଏ.ଏସ.ଟି. ସ୍ତର ଶୀଘ୍ର କମିଗଲେ ନେକ୍ରୋସିସ ହେବା ଜଣାଯାଏ । ଆଲ୍‌ବୁମୁନ ସ୍ତର କମିଲେ କ୍ରନିକ ରୋଗ ଥିବା ଜଣାଯାଏ ଓ ଏହା ହେପାଟାଇତିସ ଓ କୋଲେସ୍ଟାସିସ ରୋଗରେ ସାଧାରଣ ରହେ ।

ଜଟିଳତା[ସମ୍ପାଦନା]

ଜଣ୍ଡିସ ହେବା ପରେ କେତେକ କ୍ଷେତ୍ରରେ ଏହା ଜଟିଳ ହୋଇ ଅନ୍ୟ କେତେକ ରୋଗକୁ ପ୍ରଶ୍ରୟ ଦିଏ । ସେଗୁଡ଼ିକର ନାମ କୋଲାଞ୍ଜାଇଟିସ, ବିଲିଆରି ସିରୋସିସ, ପାଙ୍କ୍ରିଆଟାଇଟିସ୍, କୋଆଗୁଲୋପାଥି, ଯକୃତମୁତ୍ର‌ଯନ୍ତ୍ର ଫେଲ ହେବା । ଏହା ସ‌ହ ମୂଳ ରୋଗମାନଙ୍କର ଜଟିଳତା ମଧ୍ୟ ଦେଖାଯାଏ । ଜଣ୍ଡସ ରୋଗ ନିର୍ଣ୍ଣୟ କରିବା ପଦ୍ଧତି ଯୋଗୁ କେତେକ ଜଟିଳତା ଦେଖାଯାଏ । କୋଲିଡକୋଲିଥିଆସିସ ଯୋଗୁ ସାର୍କୋ ଟ୍ରାଏଡ(Charcot’s triad), ଓ ରେନୋଲ୍ଡ ପେଣ୍ଟାଡ(Reynolds' pentad) ରୋଗ ହୁଏ । ଇ.ଆର.ସି.ପି. ଯୋଗୁ ମଧ୍ୟ ଜଟିଳତା ଦେଖାଯାଇପାରେ । କୋଆଗୁଲୋପାଥି, ତରଳ ପଦାର୍ଥ/ ଏଲେକ୍ଟ୍ରୋଲାଇଟ, ଆଣ୍ଟିବାୟୋଟିକ ଓ ବିଲିଆରି ଡ୍ରେନ କରି ଏହାର ଚିକିତ୍ସା କରାଯାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Definition of Icterus". MedicineNet.com. 2011. Retrieved 3 February 2013. 
  2. ୨.୦ ୨.୧ "Jaundice". MedlinePlus. Retrieved 13 August 2016. 
  3. ୩.୦ ୩.୧ Buttaro, Terry Mahan; Trybulski, JoAnn; Polgar-Bailey, Patricia; Sandberg-Cook, Joanne (2012). Primary Care: A Collaborative Practice (4 ed.). Elsevier Health Sciences. p. 690. ISBN 0323075851. 
  4. ୪.୦ ୪.୧ Bassari, R; Koea, JB (7 February 2015). "Jaundice associated pruritis: a review of pathophysiology and treatment.". World journal of gastroenterology 21 (5): 1404–13. PMID 25663760. 
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ (Prof.), Roger Jones (2004). Oxford Textbook of Primary Medical Care. Oxford University Press. p. 758. ISBN 9780198567820. 
  6. "Facts about Jaundice and Kernicterus". CDC. February 23, 2015. Retrieved 13 August 2016. 
  7. ୭.୦ ୭.୧ Winger, J; Michelfelder, A (September 2011). "Diagnostic approach to the patient with jaundice.". Primary care 38 (3): 469–82; viii. PMID 21872092. 
  8. ୮.୦ ୮.୧ Maisels, MJ (17 March 2015). "Managing the jaundiced newborn: a persistent challenge". CMAJ : Canadian Medical Association journal (Journal de l'Association medicale canadienne) 187 (5): 335–43. PMID 25384650. 
  9. Winger, J; Michelfelder, A (September 2011). "Diagnostic approach to the patient with jaundice.". Primary care 38 (3): 469–82; viii. PMID 21872092. 
  10. ୧୦.୦ ୧୦.୧ Roche, SP; Kobos, R (15 January 2004). "Jaundice in the adult patient.". American family physician 69 (2): 299–304. PMID 14765767. 
  11. ୧୧.୦ ୧୧.୧ ୧୧.୨ Ferri, Fred F. (2014). Ferri's Clinical Advisor 2015: 5 Books in 1. Elsevier Health Sciences. p. 672. ISBN 9780323084307. 
  12. Dr. Chase's Family Physician, Farrier, Bee-keeper, and Second Receipt Book,: Being an Entirely New and Complete Treatise ... Chase publishing Company. 1873. p. 542. 
  13. Icterus | Define Icterus at Dictionary.com. Dictionary.reference.com. Retrieved on 2013-12-23.
  14. Mathew K.G. (2008) Medicine: Prep Manual for Undergraduates, 3/e, Elsevier India, ISBN 8131211541, pp. 296–297
  15. Hall, John Edward and Guyton, Arthur C. (2011) Textbook of Medical Physiology, Saunders/Elsevier, p. 841, ISBN 1416045740
  16. Beckingham, IJ; Ryder, SD (2001). "Investigation of liver and biliary disease". BMJ (Clinical research ed.) 322 (7277): 33–6. doi:10.1136/bmj.322.7277.33. PMC 1119305. PMID 11141153. 
  17. Goljan, Edward F. (2007) Rapid Review Pathology, 2nd ed., Elsevier Health Sciences, pp. 368–369, ISBN 032304414X.
  18. Bertini, G.; Dani, C.; Tronchin, M.; Rubaltelli, F. F. (2001). "Is breastfeeding really favoring early neonatal jaundice?". Pediatrics 107 (3): E41. doi:10.1542/peds.107.3.e41. PMID 11230622. 
  19. Sumida, K.; Kawana, M.; Kouno, E.; Itoh, T.; Takano, S.; Narawa, T.; Tukey, R. H.; Fujiwara, R. (2013). "Importance of UDP-glucuronosyltransferase 1A1 Expression in Skin and its Induction by Ultraviolet B in Neonatal Hyperbilirubinemia". Molecular Pharmacology 84 (5): 679–86. doi:10.1124/mol.113.088112. PMID 23950218. 
  20. Salih, F. M. (2001). "Can sunlight replace phototherapy units in the treatment of neonatal jaundice? An in vitro study". Photodermatology, photoimmunology & photomedicine 17 (6): 272–277. doi:10.1034/j.1600-0781.2001.170605.x. PMID 11722753. 
  21. Nakayama, J.; Imafuku, S.; Mori, T.; Sato, C. (2013). "Narrowband ultraviolet B irradiation increases the serum level of vitamin D3in patients with neurofibromatosis 1". The Journal of Dermatology 40 (10): 829–831. doi:10.1111/1346-8138.12256. PMID 23961975. 
  22. O'Keefe, Lori (May 2001). "Increased vigilance needed to prevent kernicterus in newborns". American Academy of Pediatrics 18 (5): 231. 
  23. ୨୩.୦ ୨୩.୧ Pashankar D, Schreiber RA (July 2001). "Jaundice in older children and adolescents". Pediatrics in Review 22 (7): 219–226. doi:10.1542/pir.22-7-219. PMID 11435623. 

ଅଧିକ ତ‌ଥ୍ୟ[ସମ୍ପାଦନା]

How to manage this template's visibility
  • Use {{ଜଣ୍ଡିସ୍ |state=collapsed}}  to show this template in its collapsed (hidden) state.
  • Use {{ଜଣ୍ଡିସ୍ |state=expanded}}  to show this template in its expanded (fully visible) state.
  • Use {{ଜଣ୍ଡିସ୍ |state=autocollapse}}  to show this template in its collapsed (hidden) state only if there is another template of the same type on the page.
  • Unless set otherwise (see state parameter within the template's code), autocollapse is the default state.