ବୀଜାଣୁ
ଜୀବାଣୁ (ଇଂରାଜୀ ଭାଷାରେ Bacteria (/bækˈtɪəriə/ (listen); ବିଶେଷ୍ୟ ବ୍ୟାକ୍ଟେରିଆ, ଏକବଚନ ବ୍ୟାକ୍ଟେରିଅମ)) ଏକ ପ୍ରକାର ଜୀବକୋଷ । ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ , ତେଜସ୍କ୍ରିୟ-ବର୍ଜ୍ଯବସ୍ତୁରେ ରହନ୍ତି,[୪] ଭୂ-ପୃଷ୍ଠର ଗଭୀର ଜୈବମଣ୍ଡଳରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍ଭିଦମାନଙ୍କ ସହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି ।[୫] ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନକୁ ଜୀବାଣୁ ବିଜ୍ଞାନ ଯାହା ଅଣୁଜୀବ ବିଜ୍ଞାନର ଏକ ଶାଖା ।
ସାରା ଜୀବଜଗତ ବଞ୍ଚିବା ନିମନ୍ତେ ଜୀବସାର ଖ୧୨ ବା କୋବାଲାମିନ ଆବଶ୍ୟକ କରେ ଯାହା ପ୍ରସ୍ତୁତ କରିବା ନିମନ୍ତେ ଜୀବାଣୁଙ୍କ ଆବଶ୍ୟକତା ଥାଏ । ଖାଦ୍ୟ-ଶ୍ରୁଙ୍ଖଳ ଯୋଗୁଁ ଏହା ସମ୍ଭବ ହୁଏ । ଏହି ଜୀବସାର ଜଳରେ ଦ୍ରବଣୀୟ ଓ ପ୍ରତ୍ୟେକ ଜୀବକୋଷର ଚୟାପଚୟରେ ଏହା ଆବଶ୍ୟକ ହୁଏ । ଡିଏନଏ ସଂଶ୍ଳେଷଣ, ଫ୍ୟାଟି-ଅମ୍ଳ ଚୟାପଚୟ ତଥା ଆମିନୋ-ଅମ୍ଳ ଚୟାପଚୟରେ ଏହା ସହକାରକ ଭାବରେ କାମକରେ । ସ୍ନାୟୁର କାର୍ଯ୍ୟ ନିମନ୍ତେ ଏହା ଅତି ଆବଶ୍ୟକ ଯେହେତୁ ଏହା ସ୍ନାୟୁ ମାୟେଲିନ ତିଆରି କରିବାରେ ଭୂମିକା ଥାଏ ।[୬][୭][୮][୯]
ପ୍ରତି ଏକ ଗ୍ରାମ ମାଟିରେ ପ୍ରାୟ ୪୦ ନିୟୁତ ଜୀବାଣୁ ଜୀବକୋଷ ଥାଏ ଓ ଏକ ମି:ଲି: ସଜ ପାଣିରେ ଏକ ନିୟୁତ ଜୀବାଣୁ ଜୀବକୋଷ ଥାଏ । ଭୂମିରେ ପ୍ରାୟ ୫×୧୦୩୦ ଜୀବାଣୁ ଥାଏ,[୧୦] ଓ ଏମାନେ ଏକ ବାୟୋମାସ ସୃଷ୍ଟି କରନ୍ତି ଯାହାଙ୍କର ସଂଖ୍ୟା ସମସ୍ତ ପ୍ରାଣୀ ଓ ଉଦ୍ଭିଦ ସଂଖ୍ୟାଠାରୁ ଅଧିକ ହୁଏ । [୧୧] ପୋଷକ ଚକ୍ର ତିଆରି ସୋପାନରେ ଜୀବାଣୁର ଅନେକ ଭୂମିକା ଥାଏ; ପୃଥିବୀର ବାୟୁମଣ୍ଡଳରେ ଥିବା ଯବକ୍ଷାରଜାନ ବିବନ୍ଧନ ଏହା ଯୋଗୁଁ ସମ୍ଭବ ହୁଏ । ଏହି ପୋଷକ ଚକ୍ରରେ ମୃତ ଶରୀର ସଢ଼ିବା ଓ ପଚିବାରେ ଜୀବାଣୁର ଭୂମିକା ଥାଏ ।[୧୨]
ସର୍ବାଧିକ ଜୀବାଣୁ ଖାଦ୍ୟନଳୀରେ ଥାଏ ଓ ଚର୍ମରେ ମଧ୍ୟ ବହୁତ ଜୀବାଣୁ ରହନ୍ତି ।[୧୩] ମନୁଷ୍ୟର ସୁରକ୍ଷାଦାୟୀ ଇମ୍ମ୍ୟୁନ ସିସ୍ଟମ ଯୋଗୁ ଜୀବାଣୁ କ୍ଷତି କରିପାରନ୍ତି ନାହିଁ; ଖାଦ୍ୟନଳୀରେ ଅନେକ ଉପକାରୀ ଜୀବାଣୁ ମଧ୍ୟ ରହନ୍ତି । ଅନେକ ପ୍ରଜାତିରେ ଜୀବାଣୁ ସଂକ୍ରାମକ ରୋଗ ସୃଷ୍ଟି କରନ୍ତି ଯେପରିକି କଲେରା, ସିଫିଲିସ୍, ଆନ୍ଥ୍ରାକ୍ସ, କୁଷ୍ଠ ଓ ବୁବୋନିକ୍ ପ୍ଲେଗ୍ ଇତ୍ୟାଦି । ସବୁଠାରୁ ସାଂଘାତିକ ଜୀବାଣୁ ଶ୍ୱାସକ୍ରିୟା ସଂକ୍ରମଣ ହୁଏ ।[୧୪] ସଂକ୍ରମଣ ଚିକିତ୍ସାରେ ଆଣ୍ଟିବାୟୋଟିକ ଦିଆଯାଏ, କୃଷିରେ ମଧ୍ୟ ଦିଆଯାଏ ଓ ଏହା ଫଳରେ ଆଣ୍ଟିବାୟୋଟିକ ପ୍ରତିରୋଧ ସୃଷ୍ଟି ହୁଏ । କାରଖାନାର ଦୂଷିତ ଜଳ ପରିଷ୍କାର କରିବା ନିମନ୍ତେ, ଇଡ଼ିଯାଇଥିବା ତେଲକୁ ନଷ୍ଟ କରିବାକୁ, ଛେନା ଓ ଦହି ପ୍ରସ୍ତୁତ କରିବାକୁ; ସୁନା, ପାଲିଡିଅମ, ତମ୍ବା ଓ ଅନ୍ୟାନ୍ୟ ଧାତୁ ତିଆରିରେ ଜୀବାଣୁ ଆବଶ୍ୟକ ହୁଏ । [୧୫]
ଆଧାର[ସମ୍ପାଦନା]
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Woese
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Woese1977
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Graham, Ross M.; Deery, Evelyne; Warren, Martin J. (2009). "18: Vitamin B12: Biosynthesis of the Corrin Ring". In Warren, Martin J.; Smith, Alison G. (eds.). Tetrapyrroles Birth, Life and Death. New York, NY: Springer-Verlag. p. 286. doi:10.1007/978-0-387-78518-9_18. ISBN 978-0-387-78518-9.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ C.Michael Hogan. 2010. Bacteria. Encyclopedia of Earth. eds. Sidney Draggan and C.J.Cleveland, National Council for Science and the Environment, Washington, DC Archived 11 May 2011 at the Wayback Machine.
- ↑ Forbes SL (2008). "Decomposition Chemistry in a Burial Environment". In Tibbett M, Carter DO (eds.). Soil Analysis in Forensic Taphonomy. CRC Press. pp. 203–223. ISBN 978-1-4200-6991-4.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "2002 WHO mortality data". Archived from the original on 23 ଅକ୍ଟୋବର 2013. Retrieved 20 ଜାନୁଆରୀ 2007.
- ↑ "Metal-Mining Bacteria Are Green Chemists". Science Daily. 2 ସେପ୍ଟେମ୍ବର 2010. Archived from the original on 31 ଅଗଷ୍ଟ 2017.