ଏଚ.ଆଇ.ଭି.
ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ | |
---|---|
Scanning electron micrograph of HIV-1 (in green) budding from cultured lymphocyte. Multiple round bumps on cell surface represent sites of assembly and budding of virions. | |
Virus classification | |
Group: | Group VI (ssRNA-RT) |
ଗଣ: | Unassigned |
କୁଳ: | Retroviridae |
ଉପକୁଳ: | Orthoretrovirinae |
ପ୍ରଜାତି: | Lentivirus |
Species | |
|
ଏଚ.ଆଇ.ଭି. (ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ) ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରୁଥିବା ଏକ ପ୍ରକାର ଭୁତାଣୁ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖିରେ ଦେଖାଯାଏ ନାହିଁ । ଏହି ଭୂତାଣୁ ଯୋଗୁଁ ଏଡସ ରୋଗ ହୋଇଥାଏ ।[୧][୨]
ଏହି ଭୂତାଣୁ ୨ ପ୍ରକାରର । ଯଥା:-
ଏଚ.ଆଇ.ଭି. -୧
ଏଚ.ଆଇ.ଭି -୨ ।
ଏଡସ୍ ହେଉଛି ଆକ୍ୱାର୍ଡ୍ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ । ଏହାର ଅର୍ଥ ଯଥାକ୍ରମେ ଜଣେ ଅନ୍ୟ ଜଣଙ୍କଠାରୁ ଏଚ.ଆଇ.ଭି. ଭୁତାଣୁ ଗ୍ରହଣ କରି ରୋଗ ପ୍ରତିରୋଧକ ଶକ୍ତି ହ୍ରାସକରିବା ପରବର୍ତ୍ତୀ ଲକ୍ଷଣ | ଏଚ.ଆଇ.ଭି. ଭୁତାଣୁ ଏଡସରେ ପରିଣତ ହେବାକୁ ୮ରୁ ୧୦ ବର୍ଷ ସମୟ ଲାଗେ |
ଜଣେ ବ୍ୟକ୍ତି ଏଚ.ଆଇ.ଭି ସଙ୍କ୍ରମିତ ହେଲେ କଣ ହୁଏ ?
[ସମ୍ପାଦନା]ଏହି ଭୁତାଣୁ ମନୁଷ୍ୟ ଶରୀରକୁ ପ୍ରବେଶ କରି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ ସିଡି ୪ (CD 4 ) ସେଲ୍କୁ ନଷ୍ଟ କରି କ୍ଷୀପ୍ର ଗତିରେନିଜର ବଂଶ ବୃଦ୍ଧି କରେ | ସେଲ ଭିତରେ ବହୁ ମାତ୍ରାରେ ନୂଆ ଭୁତାଣୂ ସୃଷ୍ଟି ହେବା ପରେ ସେଲଟି ଫାଟିଯାଏ | ଏବଂ ଅଧିକାଂଶ ଭୁତାଣୁ ରକ୍ତ ପ୍ରବାହର ଧାରାରେ ମିଶି ଯାଇଥାନ୍ତି | ପରେ ଅନ୍ୟ ସିଡି୪ ସେଲ ଗୁଡିକୁ ଆକ୍ରମଣ କରିଥାନ୍ତି | ସମୟ କ୍ରମେ ଏଚ.ଆଇ.ଭି. ଅନ୍ୟ ସିଡି୪ ସେଲକୁ ନଷ୍ଟ କରି ଦିଏ | ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସିଧା ସଳଖ ଆକ୍ରମଣ କରେ | [୩]
ଏଚ.ଆଇ.ଭି. କାହାଦ୍ୱାରା ବ୍ୟାପେ ?
[ସମ୍ପାଦନା]ସଧାରଣତଃ ଏଚ.ଆଇ.ଭି. ୪ଟି ଉପାୟରେ ବ୍ୟାପିଥାଏ | ସେଗୁଡିକ ହେଲା -
- ଅସୁରକ୍ଷିତ ଯୌନ ସମ୍ପର୍କ
- ଏଚ.ଆଇ.ଭି. ସଂକ୍ରମିତ ରକ୍ତ ଅଥବା ରକ୍ତ ଉପାଦାନ ଗ୍ରହଣ
- ଅଶୋଧିତ ଛୁଞ୍ଚିର ବ୍ୟବହାର
- ଜଣେ ମାଆଠାରୁ ତାଙ୍କ ଶିଶୁଙ୍କୁ ଏଚ.ଆଇ.ଭି. ସଂକ୍ରମଣ
ଯଦି ଜଣେ ପୁରୁଷ ବା ମହିଳା ଏଚ.ଆଇ.ଭିଦ୍ୱାରା ସଂକ୍ରମିତ ହୋଇ କୌଣସି ପୁରୁଷ ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏଡସ ହୋଇଥାଏ | ଏଚଆଭି ସଂକ୍ରମିତ ରକ୍ତ ଯେ କୌଣସି ବ୍ୟକ୍ତିଙ୍କୁ ଦିଆଗଲେ , ଅଶୋଧିତ ଛୁଞ୍ଛି ବା ସିରିଞ୍ଜ୍ ବ୍ୟବହାର କଲେ , ସଂକ୍ରମିତ ମାଆଠାରୁ ତାର ଶିଶୁକୁ ଜନ୍ମ ସମୟରେ ବା ସ୍ତନ୍ୟ ପାନ ସମୟରେ ବ୍ୟାପିଥାଏ |ଅସୁରକ୍ଷିତ ଯୌନ ସମ୍ପର୍କଦ୍ୱାରା ୮୫ ପ୍ରତିଶତ , ରକ୍ତ ଗ୍ରହଣ ଦ୍ୱରା ୫ ପ୍ରତିଶତ, ସଂକ୍ରମିତ ମାଠାରୁ ଶିଶୁକୁ ୩୦ ପ୍ରତିଶତ ଓ ଛୁଞ୍ଛିଦ୍ୱାରା ୮ ପ୍ରତିଶତ ଏଚଆଭି ସଙ୍କ୍ରମଣ ହୋଇଥାଏ|
ଆଧାର
[ସମ୍ପାଦନା]- ↑ Weiss RA (1993). "How does HIV cause AIDS?". Science. 260 (5112): 1273–9. Bibcode:1993Sci...260.1273W. doi:10.1126/science.8493571. PMID 8493571.
{{cite journal}}
: Unknown parameter|month=
ignored (help) - ↑ Douek DC, Roederer M, Koup RA (2009). "Emerging Concepts in the Immunopathogenesis of AIDS". Annu. Rev. Med. 60: 471–84. doi:10.1146/annurev.med.60.041807.123549. PMC 2716400. PMID 18947296.
{{cite journal}}
: CS1 maint: multiple names: authors list (link) - ↑ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟୀ, , ପ୍ରଚାର ପତ୍ର, ପ୍ରାଚିର ପତ୍ର, ନିଜସ୍ୱ ତାଲିମ୍
ବାହାର ଲିଙ୍କ
[ସମ୍ପାଦନା]ଏଚ.ଆଇ.ଭି. ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିପୋଥିରେ ପଢ଼ାବହିମାନ |
- HIV/AIDS at Curlie