ବଂଶଧାରା ନଦୀ
ବଂଶଧାରା ନଦୀ | |
ବଂଶଧାରା ନଦୀ | |
River | |
ଦେଶ | ଭାରତ |
---|---|
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା |
Cities | ରାୟଗଡ଼ା, ଗୁଣୁପୁର |
Source | କଳାହାଣ୍ଡି ଜିଲ୍ଲା |
Mouth | ବଙ୍ଗୋପସାଗର |
Length | ୨୩୧ km (୧୪୪ mi) |
ବଂଶଧାରା ନଦୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିକଟସ୍ଥ ଏକ ପାହାଡରୁ ବାହାରି ରାୟଗଡ଼ା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହୋଇ କଳିଙ୍ଗପାଟଣା ନିକଟରେ ବଙ୍ଗୋପସାଗରରେ ପଡ଼ିଅଛି । ଏହି ନଦୀର କୂଳରେ ରାୟଗଡ଼ା ଓ ଗୁଣୁପୁର ସହର ଅବସ୍ଥିତ ।[୧] ସମୁଦାୟ ୨୩୧ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୦ କି.ମି. ଅଂଶ ଓଡ଼ିଶାରେ ପ୍ରବାହିତ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ଭାବେ ନଦୀଟି ଦୀର୍ଘ ୨୫ କି.ମି. ପ୍ରବାହିତ । ଏହାର ଏକ ମୁଖ୍ୟ ଉପନଦୀ ଚାଉଳଧୁଆ ମୀନାଝୋଲା ନିକଟରେ ଏହି ନଦୀରେ ମିଶିଅଛି । ଆନ୍ଧ୍ର ପ୍ରଦେଶରେ ୩୬ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । [୨] ନଦୀକୂଳରେ ଅବସ୍ଥିତ ଓଡ଼ିଶାର ମିନାଝୋଲା ତଥା ଆନ୍ଧ୍ର ପ୍ରଦେଶର ମୁଖଲିଙ୍ଗମ୍ ଏବଂ କଳିଙ୍ଗପାଟଣା ଅନ୍ୟ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଅଟେ । [୩]
ନାମକରଣ
[ସମ୍ପାଦନା]ବଂଶଧାରାର ନାମକରଣରୁ ଏହାର ଉତ୍ପତ୍ତିସ୍ଥଳ ବିଷୟରେ ଅନୁମାନ କରାଯାଏ । ବାଉଁଁଶବୁଦାରୁ ଜନ୍ମିତ ହେତୁ "ବଂଶ" ଏବଂ "ଧାରା" ଶବ୍ଦର ଅର୍ଥ ପ୍ରବାହିତ ଜଳ । ଅତଏବ ନଦୀଟି ଏକ ବାଉଁଁଶ ବୁଦାରୁ ଉତ୍ପତ୍ତି ହୋଇଥିବାରୁ ଏପରି ନାମକରଣ ହୋଇଛି ବୋଲି ଅନୁମାନ କରାଯାଏ । [୪]
ଆଧାର
[ସମ୍ପାଦନା]- ↑ Thakur, Anil Kumar. Interlinking of Rivers in India: Costs and Benefits. Deep and Deep Publications. pp. 315 & 316.
- ↑ "Bansadhara River". Onlinehighways. Retrieved 12 June 2015.
- ↑ "Bansadhara Rivr of Odisha". Retrieved 12 June 2015.
- ↑ "Vamsadhara River". Retrieved 12 June 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |