ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୦

ଉଇକିପିଡ଼ିଆ‌ରୁ


ଚାଟସଭାରେ ବଦଳ ବାବଦରେ ଆଲୋଚନା[ସମ୍ପାଦନା]

ଯେହେତୁ ଚାଟସଭାରେ ପ୍ରଥମ ଧାଡ଼ିରେ ପ୍ରଶ୍ନ ପଚାରିବାର ସୁବିଧା ରହିଛି ଅନେକ ନୂଆ ସଭ୍ୟ ସିଧାସଳଖ ପ୍ରଶ୍ନଟିଏ ପଚାରିଦେଉଛନ୍ତି । ଏହା ବଦଳରେ ଶିକ୍ଷଣଟି ସଭା ଉପରେ ରହିଲେ ସଭ୍ୟଜଣକ ପ୍ରଥମେ ଶିଖି ତା'ପରେ ଆଉ କିଛି ଦ୍ୱନ୍ଦ ରହିଲେ ପଚାରିବେ । ତେବେ ମୁଁ ଗତ ମାସ ୧୫ ତାରିଖରେ ନୂଆ ସଭ୍ୟଙ୍କ ପାଇଁ ଏକ ସରଳ ଶିକ୍ଷଣର ନିର୍ମାଣରେ କାମ ଆରମ୍ଭ କରିଥିଲି । ଏଯାବତ ୯ ଜଣ ଅଲଗା ଅଲଗା ମନ୍ତବ୍ୟ ଦେଇଛନ୍ତି । ମୁଁ ଉଭୟ ଉଇକିଆଳି ଓ ଉଇକିପିଡ଼ିଆର ପାଠକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲି ସେମାନଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ । ତେବେ ଏହି ବିଟା ସଂସ୍କରଣଟି ଆସନ୍ତା କାଲି ଆମେ ସମସ୍ତ ନୂଆ ଉଇକିଆଳିଙ୍କ ପାଇଁ ଖୋଲି ଦେଇପାରିବା । ଯେଉଁ ସବୁ ପ୍ରଶ୍ନ ଏବେ ଏହି ଶିକ୍ଷଣରେ ଦେଖିବାକୁ ମିଳୁଛି ତାହା ଚାଟସଭାର ପ୍ରଶ୍ନ ବଦଳରେ ଦେଖିବାକୁ ମିଳିବ ।

ଏହା କିପରି କାମ କରିବ ତଳେ ଲେଖିଲି:

  • ନୂଆ ସଭ୍ୟଟିଏ ଏକ ଘୋଷଣାରେ କ୍ଲିକ କଲେ ଶିକ୍ଷଣ ପୃଷ୍ଠାକୁ ଯିବ ।
  • ସେଠାରେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା ବାବଦରେ ଶିଖିସାରିଲା ପରେ ପ୍ରସଙ୍ଗସୂଚୀ ପୃଷ୍ଠାକୁ ଯିବ ।
  • ପ୍ରସଙ୍ଗସୂଚୀରୁ ପ୍ରସଙ୍ଗଟିଏ ବାଛି ତାହାର ସମ୍ପାଦନା କରିବ

ମୁଁ କାଲି ଭିତରେ ଏହି ସବୁ ବଦଳ କରିବାର ଯୋଜନା ରଖିଛି । କିଛି ଭିନ୍ନ ମତ ଥିଲେ ଦୟାକରି ଜଣାଇବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୧୮, ୨ ଜୁନ ୨୦୧୪ (UTC)

ଓଡ଼ିଆ ଉଇକିପିଡିଆ ୧୨ତମ ଜନ୍ମ ତିଥି[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ୧୨ ଅବସରରେ ଜଣେ ଓଡ଼ିଆ ବରପୁରୁଷଙ୍କ ଉପରେ ଲେଖିବେ କି

ଜାଗାରେ

ଓଡ଼ିଆ ଉଇକିପିଡ଼ିଆ ୧୨ତମ ଜନ୍ମ ତିଥି ଅବସରରେ ଜଣେ ଓଡ଼ିଆ ବରପୁରୁଷଙ୍କ ଉପରେ ଲେଖିବେ କି

ଲେଖିଲେ ଭଲ ହୁଅନ୍ତା। --ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୫:୫୪, ୪ ଜୁନ ୨୦୧୪ (UTC)

୧୨ ତମ ବଦଳରେ ୧୨ଶ (ଦ୍ଵାଦଶ) ଠିକ ହେବ ବୋଧ ହୁଏ?--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୧୩, ୪ ଜୁନ ୨୦୧୪ (UTC)

ହଁ ଏହା ଅଧିକ ଭଲ ଲାଗିବ।

ତେବେ ୧୨ ତମ ବ୍ୟାକରଣଦୃଷ୍ଟିରୁ ଭୁଲ। ଠିକ୍ ହେଲା ୧୨ଶ ତମ ବା ଦ୍ୱାଦଶତମ (ଊଦା. ସଦ୍ୟତମ, ନବୀନତମ) ତେବେ ଖାଲି ୧୨ଶ ବା ଦ୍ୱାଦଶ ଲେଖିଲେ ବି ଚଳିବ, ତା ସାଙ୍ଗକୁ କମ୍ ଜାଗା ନେବ।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୮:୫୩, ୪ ଜୁନ ୨୦୧୪ (UTC)
୧୨ ଶ ଠିକ ଲାଗୁଛି, କରିଦେଇଛି । ପରେ ବଦଳାଇବାକୁ ପଡ଼ିଲେ ଆମେ ବଦଳାଇପାରିବା ଆଉଥରେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୩୩, ୪ ଜୁନ ୨୦୧୪ (UTC)

ଉଇକି-ସହାୟିକା ପୁସ୍ତିକା ଛପା[ସମ୍ପାଦନା]

ଓଡ଼ିଶା ଦିବସ ୨୦୧୪ରେ ବିତରଣ କରାଯାଇଥିବା ପୁସ୍ତିକା

ଉଇକିଆଳି ବନ୍ଧୁଗଣ, ବିଭିନ୍ନ କର୍ମଶାଳାମାନଙ୍କରେ ଆମେ ଯେଉଁ ପୁସ୍ତିକାସବୁ ବିତରଣ କରୁ ତାହା ଉତ୍ସବ ଅନୁସାରେ ବଦଳାଇଥାଉ । ତେବେ CIS-A2K ତରଫରୁ ଆମେ କିଛି ପୁସ୍ତିକା ଛପାଇବାର ଯୋଜନା କରୁଛୁ । ଏହା ନୂଆ ସଭ୍ୟମାନଙ୍କୁ ବଣ୍ଟନ କରାଯିବ ଓ ବିଭିନ୍ନ ଉତ୍ସବାଦିରେ ଅତିଥିମାନଙ୍କୁ ମଧ୍ୟ ବଣ୍ଟାଯିବ । ନିମ୍ନଲିଖିତ ପୁସ୍ତିକାମାନଙ୍କୁ ଏକାଠି କରି ରଖିବାର ଯୋଜନା କରୁଛୁ:

  • ଓଡ଼ିଆ ଭାଷା ନିମନ୍ତେ ଉଇକିପିଡ଼ିଆର ଉପଯୋଗୀତା ସମ୍ବନ୍ଧରେ ଏକ ବିବରଣୀ
  • ଓଡ଼ିଆ ଉଇକି ସମାଜର କାର୍ଯ୍ୟାବଳୀ ଓ ଭବିଷ୍ୟତ ଯୋଜନା
  • କିପରି ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାରରେ ଭାଗନେବେ
    • ଉଇକିପିଡ଼ିଆ ନିୟମାବଳୀ
    • ଉଇକିପିଡ଼ିଆ ସମ୍ପାଦନା ସହାୟିକା (ଉଇକିପିଡ଼ିଆ:ଚାଟସଭା ଭଳି, ଏଥିରେ ବୋଲ୍ଡ, ଇଟାଲିକ୍ସ, ଶିରୋନାମ ତିଆରି ଭଳି ଉଇକି-କୋଡ଼ ବାବଦରେ ସୂଚନା ମଧ୍ୟ ରହିବ)
    • ଇନପୁଟ ବିଧି (ଇନସ୍କ୍ରିପ୍ଟ, ଟ୍ରାନ୍ସଲିଟେରସନ, ଲେଖନୀ ଆଦି କି-ବୋର୍ଡ଼ ସଜ୍ଜୀକରଣ)
  • ଫଟୋ ଅପଲୋଡ଼ ଓ କ୍ରିଏଟିଭ କମନ୍ସ ଲାଇସେନ୍ସ ବାବଦରେ ସଂକ୍ଷିପ୍ତ ସୂଚନା
  • ଆଗରୁ ଲେଖିଥିବା ଲେଖାର ଉଇକିପିଡ଼ିଆରେ ବ୍ୟବହାର (ଫଣ୍ଟ କନଭର୍ଟର)

ଏହି ସବୁ ବିଷୟକୁ ମିଶାଇ ଗୋଟିଏ କିମ୍ବା ଦୁଇଟି ପୁସ୍ତିକା ପ୍ରସ୍ତୁତ କରାଯିବ । ତେବେ ଆଗରୁ ବ୍ୟବହାର ହୋଇଥିବା ପୁସ୍ତିକାମାନଙ୍କ ଆଧାରରେ ଏହା ତିଆରି ହେବ । ଯଦି କିଛି ଭିନ୍ନ ମତ ଥାଏ ଦୟାକରି ତଳେ ଲେଖିବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୦୬, ୧୬ ଜୁନ ୨୦୧୪ (UTC)

ପୁ୍ସ୍ତିକାରେ କଣ କଣ ରହିବ ତାହା ମୁଁ ଏଠାରେ ଉଲ୍ଲେଖ କରିଛି । ଯଦି କିଛି ବଦଳ କରିବାର ଆବଶ୍ୟକତା ଅଛି ବୋଲି ମଣୁଛନ୍ତି ତେବେ ଦୟାକରି ଏଠାରେ ଜଣାଇବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୨:୨୪, ୨୬ ଜୁନ ୨୦୧୪ (UTC)

ମାସିକ ମୁଣ୍ଡିଆ ପ୍ରସଙ୍ଗ ଆକଳନ ଅପଡେଟ[ସମ୍ପାଦନା]

ଗତ ମାସରେ ତିଆରି ହୋଇଥିବା ୧୫ ମୁଣ୍ଡିଆ ପ୍ରସଙ୍ଗ ଭିତରୁ ୨ଟିର ଆକାର ବଢ଼ି ୨ କେବିରୁ ଅଧିକ ହୋଇଛି । ଉଇକିଆଳି ଭାଇ ଶଶାଙ୍କ ଭାଇପ୍ରିତି ଭାଇଙ୍କୁ ଓ ନୂଆ ଉଇକିଆଳି ଭାଇ ବଧାଇ ଏଥିପାଇଁ । :) ଏବେ ଅଭିନ୍ନ ଚନ୍ଦ୍ର ରାଓ (ପ୍ରିତି ଭାଇଙ୍କ ଦ୍ୱାରା ଆରମ୍ଭ), କଉଡ଼ି ଖେଳ (ସୁରଥ ଭାଇଙ୍କ ଦ୍ୱାରା), ପାଇକ ବିଦ୍ରୋହ (ଶିତି ଭାଇଙ୍କ ଦ୍ୱାରା), ଚନ୍ଦ୍ରଶେଖର ବେହେରା ସୁଶୋଭନ ଭାଇଙ୍କ ଦ୍ୱାରା) ପ୍ରସଙ୍ଗ ସବୁ ମୁଣ୍ଡିଆ ଅବସ୍ଥାରେ ରହିଛି ଯେଉଁଥିରେ ଅଧିକ ତଥ୍ୟ ଯୋଡ଼ିବାର ଆବଶ୍ୟକତା ରହିଛି । ଏ ଥିଲା ମଇ ୧୧ - ଜୁନ ୧୧, ୨୦୧୪ ଭିତରେ ତିଆରି ମୁଣ୍ଡିଆ ପ୍ରସଙ୍ଗର ଅବସ୍ଥା ।

ଜୁନ ୧୧ ରୁ ଜୁଲାଇ ୧ ଭିତରେ ମୋଟ ୪୧ଟି ନୂଆ ପ୍ରସଙ୍ଗ ତିଆରି ହୋଇଥିଲା ଯହିଁରୁ ୧୬ଟି ହେଉଛି ମୁଣ୍ଡିଆ ଶ୍ରେଣୀର । ୧୨ ଜଣ ଉଇକିଆଳିଙ୍କ ଦ୍ୱାରା ତିଆରି ଏହି ପ୍ରସଙ୍ଗର ତାଲିକା ଏଠାରେ ଦିଆଗଲା । ସୁଖର କଥା ଯେ ଏହି ସମୟ ଭିତରେ ଗୋଟିଏ ବି ମୁଣ୍ଡିଆ ବଟ (ସ୍ୱୟଂଚାଳକ) ଦ୍ୱାରା ତିଆରି ହୋଇନାହିଁ । ମୁଁ ମଧ୍ୟ ମୁଣ୍ଡିଆ ପ୍ରସଙ୍ଗଟିଏ ତିଆରିଛି । ସମସ୍ତଙ୍କୁ ଅନୁରୋଧ ଏ ପ୍ରସଙ୍ଗମାନଙ୍କରେ ଅଧିକ ତଥ୍ୟ ଯୋଡ଼ି ଏସୁବୁକୁ ଆର ମାସ ବେଳକୁ ବଢ଼ାଇବା ପାଇଁ ଚେଷ୍ଟା କରିବା ପାଇଁ । :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୫୨, ୧ ଜୁଲାଇ ୨୦୧୪ (UTC)

IRC ପାଇଁ ନିମନ୍ତ୍ରଣ[ସମ୍ପାଦନା]

ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC ଆଲୋଚନା ହବାକୁ ଯାଉଛି ।
ଆଲୋଚନାର ବିଷୟ

  1. ଉଇକି କ୍ଲବପାଇଁ ଆଗାମୀ ଯୋଜନା
  2. ଭୁବନେଶ୍ଵର, ଢେଙ୍କାନାକ ଓ ବାକି ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା


ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି ପାରା ରେ ଲେଖେଇବାକୁ ଅନୁରୋଧ।

IRC ବିବରଣୀ: Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ
--ଦୀପ୍ତିମାନ ପାଣିଗ୍ରାହୀ

ଜୁଲାଇ ମାସର ଯୋଜନା[ସମ୍ପାଦନା]

ମେଳଣ[ସମ୍ପାଦନା]

ଆସନ୍ତା କାଲି ମୁଁ ଭୁବନେଶ୍ୱର ଆସୁଛି । ଏତେ ବିଳମ୍ବରେ ଜଣାଉଥିବାରୁ କ୍ଷମା ମାଗୁଛି । ତେବେ ଅନେକ କାରଣ ବଶତଃ ମୋ ଆସିବା ଠିକ ହୋଇନଥିଲା ଓ ଶେଷ ବେଳରେ ଆସିବା ସ୍ଥିର ହେଲା । ତେବେ କାଲି ଆମେ ଭୁବନେଶ୍ୱରରେ ଥିବା ଉଇକିଆଳିସବୁ ଭେଟିପାରିବା । ଅପରାହ୍ଣ ୩ - ୪ ଭିତରେ ଆମେମାନେ ଆଗ ଥର ଭଳି ଜୟଦେବ ବିହାର ସ୍ଥିତ ପାଲ ହାଇଟ୍ସ ମଲରେ ଥିବା ଅକ୍ସଫୋର୍ଡ଼ ବହି ଦୋକାନରେ ବସି ଆଲୋଚନା କରିପାରିବୁ । ଭୁବନେଶ୍ୱରରେ କିପରି ଅଧିକ ନୂଆ ଉଇକିଆଳିଙ୍କୁ ଆମ ପରିବାରରେ ସାମିଲ କରାଯାଇପାରିବ ତା ବାବଦରେ ଯୋଜନା କରିବୁ । ସମୟ କମ ଥିବାରୁ ଏଠାରେ ଆଉ ନାମ ଲେଖାର ଆବଶ୍ୟକତା ନାହିଁ ବୋଧେ! କାଲି ୩ ଟା ବେଳେ ଦେଖା । :)

ଦୀର୍ଘସୂଚୀ କାର୍ଯ୍ୟକ୍ରମ[ସମ୍ପାଦନା]

କିସ[ସମ୍ପାଦନା]

ଶୁଭ ସୂଚନା, କିସ କର୍ତ୍ତୃପକ୍ଷ ତିନିମାସ ପାଇଁ ସେଠାର ପିଲା ଓ କିଛି ଶିକ୍ଷକଙ୍କୁ ନେଇ ଉଇକିପାଠାଗାର ଓ ଉଇକିପିଡ଼ିଆ ପାଇଁ କାର୍ଯ୍ୟକ୍ରମ ପାଇଁ ଆଗଭର ହୋଇଛନ୍ତି । ସେମାନେ ଏଯାଏ ଔପଚାରିକ ଭାବେ ଜଣାଇ ନଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ସମ୍ମତି ଦେଇଛନ୍ତି । ମୁଁ ଏହି ତିନି ମାସ ଭୁବନେଶ୍ୱରରେ ରହି କାର୍ଯ୍ୟକ୍ରମର ପରିଚାଳନା କରିବାର ଯୋଜନା ରହିଛି । ଆଉ କିଛି ଦିନ ଭିତରେ ମୁଁ ଅଧିକ ସୂଚନା ଦେବି ଏ ବାବଦରେ । ଜୁଲାଇ ୨୦ - ୨୫ ପାଖାପାଖି ମୋର ଆସିବାର ଯୋଜନା ରହିଛି ।

ଭାରତୀୟ ଜନସଂଚାର ସଂସ୍ଥାନ[ସମ୍ପାଦନା]

ଉଇକିଟୁଙ୍ଗି ନାଲକୋନଗରର ସହଯୋଗରେ ଓଡ଼ିଆ ଗଣମାଧ୍ୟମ ପିଜି ଡିପ୍ଲୋମା ଶ୍ରେଣୀର ଛାତ୍ରମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ତାଲିମ ଦେବା କାମ ପାଇଁ ଅନୁଷ୍ଠାନ ତରଫରୁ ଆମନ୍ତ୍ରଣ ମିଳିଛି । ଅଗଷ୍ଟ ମାସରେ ପିଲାମାନେ ନାମ ପଞ୍ଜୀକରଣ କଲାପରେ ଆମେ ତାହାର ୧ - ୨ ସପ୍ତାହ ପରେ ଏହି କାମ ଆରମ୍ଭ କରିପାରିବୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୦୪, ୨୧ ଜୁଲାଇ ୨୦୧୪ (UTC)

ଭାଇ କ୍ଷମା ମାଗୁଛି । ଏଇଟି ଭୁଲରେ ଛାଡ଼ିଯାଇଥିଲି । ଆଉ ତା ପରଠୁ ଏଇଟି ଅଲକ୍ଷ୍ୟରେ ରହିଯାଇଛି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୦୪, ୨୧ ଜୁଲାଇ ୨୦୧୪ (UTC)
ଗୋଟେ ଛୋଟ ଅପଡେଟ । କିସର କିଛି ଅଧ୍ୟାପକ ଅନୁଷ୍ଠାନରୁ ନିକଟରେ ଛାଡ଼ିଥିବାରୁ ଏ ସମସ୍ତ କାମ ଅଗଷ୍ଟ ୧୫ ପରେ ଆରମ୍ଭ ହେବାର ସମ୍ବାବନା ରହିଛି । ଅଗଷ୍ଟ ପ୍ରଥମ-ଦ୍ୱିତୀୟ ସପ୍ତାହରେ ମୁଁ ମଧ୍ୟ ଉଇକିମାନିଆରେ ଯୋଗ ଦେଉଥିବାରୁ ସେଠାରୁ ଫେରିବା ପରେ ଏଥିରେ ଭାଗ ନେବା ଅଧିକ ଯୁକ୍ତିଯୁକ୍ତ ମନେ ହେଉଛି । ଏ ଭିତରେ ମୁଁ ଆଇଆଇଏମସି ସହ କଥାବାର୍ତ୍ତା କରିଥିଲି । ଅଗଷ୍ଟ ୧୫ ପରେ ତାଙ୍କ ପାଇଁ ଠିକ ହେବ ବୋଲି ସେମାନେ ଜଣାଇଛନ୍ତି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୩୦, ୨୨ ଜୁଲାଇ ୨୦୧୪ (UTC)

Help for translate[ସମ୍ପାଦନା]

Hello and sorry for writing in English. Can anyone help me translate a small article (2 paragraphs) from English to your language and create the article in your wiki? Please, fell free to answer in my talk page in your wiki anytime. Thanks! Xaris333 (ମୋ ଆଲୋଚନା) ୦୦:୨୫, ୧୪ ଅଗଷ୍ଟ ୨୦୧୪ (UTC)

ଓଡ଼ିଶାରେ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କ ପାଇଁ ଯୋଜନା[ସମ୍ପାଦନା]

ବନ୍ଧୁଗଣ, ଖୁସିର ଖବର ଯେ ଓଡ଼ିଶାରେ ପାଖାପାଖି ୩ ମାସ ଧରି ରହି ଆପଣମାନଙ୍କ ସଙ୍ଗେ ମିଶି କାମ କରିବାର ସୁଯୋଗ ମୋତେ ମିଳିଛି । ଏହି ମାସ ଶେଷ ଆଡ଼କୁ ମୁଁ ଓଡ଼ିଶା ଆସି ଭୁବନେଶ୍ୱରରେ ରହି କାମ ଆରମ୍ଭ କରିବି । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ମୋର ରହିବା ଖର୍ଚ୍ଚ ବହନ କରିବା ପାଇଁ ଇଚ୍ଛାପ୍ରକାଶ କରିଥିବାରୁ ସେମାନଙ୍କୁ ଅନେକ ସାଧୁବାଦ । ମୁଁ ତିନିମାସ ଧରି ଓଡ଼ିଶାରେ ରହି କି କି କାମ କରିବି ତାହା ବାବଦରେ ଏକ ବିସ୍ତୃତ ବିବରଣୀ ମୁଁ କିଛି ଦିନ ଭିତରେ ଜଣାଇବି । ତେବେ ତଳେ ଏହି ସମୟକାଳ ଭିତରେ ହେବାକୁ ଥିବା କାମମାନଙ୍କର ଏକ ସଂକ୍ଷିପ୍ତ ସୂଚନା ତଳେ ଦେଉଛି:

  • ଓଡ଼ିଆ ଉଇକିଅଭିଧାନରେ ଓଡ଼ିଶା ଦିବସରେ ବିତରଣ ହୋଇଥିବା ବହିମାନଙ୍କର ଡିଜିଟାଇଜେସନ
  • ଭାରତୀୟ ଜନସଂଚାର ସଂସ୍ଥାନର ଓଡ଼ିଆ ବିଭାଗରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ
  • ବିଭିନ୍ନ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିଅଭିଧାନ କର୍ମଶାଳା
  • ଓଡ଼ିଶାର ବିଭିନ୍ନ ସ୍ଥାନରେ ଉଇକି-ମେଳଣ
  • CC-BY-SA ଲାଇସେନ୍ସରେ ଓଡ଼ିଶା ସରକାର ତଥା ବିଭିନ୍ନ ବହି ପ୍ରକାଶକମାନଙ୍କ ପ୍ରକାଶନର ବିତରଣ ପାଇଁ ଉଦ୍ୟମ

--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୩୧, ୨୦ ଅଗଷ୍ଟ ୨୦୧୪ (UTC)

୨୦ ତାରିଖର IRC ପଢିଲି । ଆଦିତ୍ୟ ଭାଇ ଓ ପ୍ରିତି ଭାଇଙ୍କ ଭଳି ମୋତେ ବି ଲାଗୁଛି KISS ପାଇଁ ସମୟ ଦେଇ କିଛି ଲାଭ ହେଉନି, ଯାହାବି ହେଉ ମୋତେ ଲାଗୁଛି ଏ୨କେ ନିଷ୍ପତ୍ତି ନେଇସାରିଛି ଏହାକୁ କରିବା ପାଇଁ । ଛୋଟିଆ ମତ, ଏତେ ପିଲାଙ୍କୁ ଓଡିଆରେ ଲେଖା ଶିଖାଇବା ଗୋଟେ ଲୋକ ପାଇଁ ସମ୍ଭବ ନୁହେଁ । ଏମିତି କାମ ହେଉନି ଆମେ ପୂର୍ବ କାର୍ମଶାଳାମାନଙ୍କରୁ ଦେଖିଆସୁଛୁ । ପୁରା ସମୟ ଦେଇପାରୁଥିବା ବା ତିନି ମାସ ଭିତରେ ଯେତେଥର ଶିଖାହେବ ପିଲାମାନଙ୍କୁ ସେଥିରେ ୩-୫ ଜଣ ଉଇକିଆଳି/ପ୍ରତି ୫ ଜଣଙ୍କ ପାଇଁ ଜଣେ ଉଇକିଆଳି, ଯେଉଁମାନେ ଓଡିଆ ଲେଖିବାରେ ଦକ୍ଷ ସେମାନଙ୍କୁ ଏଥିପାଇଁ ଆଗେ ବଛାଯାଉ । ଆଉ ଯଦି ଆବଶ୍ୟକ ସେମାନଙ୍କୁ ସେମାନଙ୍କ ସମୟ ପାଇଁ କିଛି ଅର୍ଥ ଦିଆଯାଉ, କିନ୍ତୁ କାମଟି ଠିକ ଭାବେ ହେଉ । ଆଉ ଏହି ସବୁ ପ୍ରକଳ୍ପ ପାଇଁ କେତେ କଣ ଖର୍ଚ କରାଯିବ, କଣ ଯୋଜନା ବିସ୍ତ୍ରୁତ ଭାବେ ଆଗେ ଲେଖାଯାଉ । ତାପରେ ନିଷ୍ପତ୍ତି ନିଆଗଲେ ଠିକ ଲାଗନ୍ତା । କେବଳ ଓଡିଶାରେ ଆସି ତିନିମାସ ରହିଗଲେ କାମ ହେଇଯିବନି! ହଁ ଯଦି ପୂର୍ବ ଭଳି ଯେମିତି ହେଲେବି ଚଳିବ, ତାହେଲେ ମୋର କିଛି କହିବାର ନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୨:୩୯, ୨୪ ଅଗଷ୍ଟ ୨୦୧୪ (UTC)
ଅଂଶୁମାନ, ଆଗ ଥର କିସଠାରେ କେବଳ ଦୁଇଟି କର୍ମଶାଳା ହୋଇଥିଲା, ଆଉ ତା' ବି ଏକ ମାସର ବ୍ୟବଧାନ ଭିତରେ ଏବଂ ଉଇକିପିଡ଼ିଆରେ । ଆମେ ଆଜୁ ଯାଏ ଗୋଟିଏ ବି ଉଇକିପାଠାଗାର କର୍ମଶାଳା କରିନାହେଁ । ଉଇକିପାଠାଗାରରେ ବହିର ଡିଜିଟାଇଜେସନ କରିବା ଉଇକିପିଡ଼ିଆ ସମ୍ପାଦନା ଠାରୁ ସମ୍ପୂର୍ଣ୍ଣ ଭିନ୍ନ - ଉଇକିପିଡ଼ିଆରେ ଜଣକର କେବଳ ଟାଇପ କରିବା ନୁହେଁ, ବାକି ସବୁ ଉଇକି ମାର୍କ-ଅପ ଜାଣିବା ସହ ଲେଖିବାର ଦକ୍ଷତା ଓ ବିଭିନ୍ନ ଆଧାର ସଂଗ୍ରହ କରି ଯୋଡ଼ିବାର ଦକ୍ଷତା ଲୋଡ଼ା । ଉଇକିପାଠାଗାରରେ ଜଣେ କେବଳ ଓଡ଼ିଆରେ ଟାଇପ କରିପାରୁଥିଲେ ଯଥେଷ୍ଟ । ମୁଁ ଏଥି ପାଇଁ ଅନୁରୋଧ କରୁଛି ଯେ ଆମକୁ କିସଠାରେ ଏ ପ୍ରକଳ୍ପଟି ଆରମ୍ଭ କରି ମାସ ପରେ ମାସ କିପରି ଏହା ତାହା ଅନୁଶୀଳନ କରିବାର ସୁଯୋଗ ଦିଆଯାଉ । ଆଗ ପରି ଅନିୟମିତ ହେବାର ଆଂଶଙ୍କାକୁ ଏଡ଼ାଇବା ପାଇଁ ମୁଁ ନିଜେ ଭୁବନେଶ୍ୱରଠାରେ ରହି ଏହି କାମ ତଦାରଖ କରିବି । IRCରେ ଆଲୋଚନା ହେଲା ଭଳି ମାସକୁ ଅତି କମରେ ଦୁଇଟି ବା ତା'ଠାରୁ ଅଧିକ କର୍ମଶାଳା ହେବ ଯେଉଁଥିରେ ଅତି କମରେ ଜଣେ ଅଭିଜ୍ଞ ଉଇକିଆଳି ଉପସ୍ଥିତ ରହିବେ, ଏ ଥର ୧୨ ଜଣ ଶିକ୍ଷକ ଆମମାନଙ୍କ ଠାରୁ ତାଲିମ ନେଇ ପିଲାଙ୍କୁ ଉଇକିପାଠାଗାରରେ ବହିର ଡିଜିଟାଇଜେସନ ବାବଦରେ ତାଲିମ ଦେବେ ଓ ପିଲା କିଛି ଭୁଲ ଭଟକା କଲେ ତାହା ସୁଧାରିବେ । ଆମେ ପିଲାଙ୍କୁ ତଥା ଶିକ୍ଷକମାନଙ୍କୁ ସେମାନଙ୍କ କାମ ଅନୁସାରେ ପୁରସ୍କୃତ ମଧ୍ୟ କରିବା । ଅଭିଜ୍ଞ ଉଇକିଆଳିଙ୍କ ତଦାରଖରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ବାବଦରେ ତୋର ମତରେ ମୁଁ ସମ୍ପୂର୍ଣ୍ଣ ଏକମତ । ତୁ କିମ୍ବା ଆଉ କେହି ଉଇକିଆଳି ଯେଉଁ ସମୟରେ କିଛି ସମୟ ଦେବାରେ ସମର୍ଥ ହେବେ ନିଶ୍ଚିତ ଭାବେ ଆମେ ସିଆଇଏସ-ଏଟୁକେ ତରଫରୁ ସେମାନଙ୍କର ରହଣି ଓ ଗମନାଗମନର ବ୍ୟବସ୍ଥା କରିବୁ । ଏଥି ସହିତ ଗତ କିଛି ଦିନ ଧରି ସୁବାସ ସାର ଉଇକିପାଠାଗାରରେ ଏକ ବହିର ଡିଜିଟାଇଜେସନ କାମ ଆରମ୍ଭ କରିଛନ୍ତି । ସେ ଭୁବନେଶ୍ୱରରେ ଥିବାରୁ ମୁଁ ତାଙ୍କୁ ଅଧିକାଂଶ କର୍ମଶାଳାରେ ଭାଗ ନେଇ ଶିକ୍ଷକ ଓ ପିଲାଙ୍କୁ ତାଲିମ ଦେବା ପାଇଁ ଅନୁରୋଧ କରୁଛି । ତାଙ୍କର ଗମନାଗମନର ଖର୍ଚ୍ଚ ଆମେ ବହନ କରିବୁ । ଶେଷରେ ଆଉ ଏକ ବିଷୟ, ମୁଁ କେବଳ କିସର କାମ ପାଇଁ ଓଡ଼ିଶା ଆସୁନାହିଁ, ତଳେ ବାକି କି କି ମୁଖ୍ୟ କାମ କରିବି ତାହାର ସୂଚନା ମଧ୍ୟ ଦେଉଛି:
ମୋର ଓଡ଼ିଶାରେ ରହଣି କାଳରେ କରିବାକୁ ଥିବା ମୁଖ୍ୟ କାମ
  1. ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପ: କିସଠାରେ ଜଗନ୍ନାଥ ମହାନ୍ତିଙ୍କ ୧୦ ଟି ବହିର ଡିଜିଟାଇଜେସନOdia Wikisource project at KISS for digitizing 10 books of Dr. Jagannath Mohanty
  2. ଅଧିକ ଅନୁଷ୍ଠାନ/ବ୍ୟକ୍ତିବିଶେଷଙ୍କ ସହ ସମ୍ବନ୍ଧ ତିଆରି, ବହି ଆଦିର ଲାଇସେନ୍ସ ବଦଳାଇ CC-by-SAରେ ବିତରଣ, ଓ ଆଗରୁ ବହିର ଲାଇସେନ୍ସ ବଦଳାଇଥିବା ସହଯୋଗୀ ଦୁଇ ଅନୁଷ୍ଠାନ: ମାଣିକ ବିଶ୍ୱନାଥ ସ୍ମୃତିନ୍ୟାସ ଓ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାରୁ ଅଧିକ ବହିତ ବିତରଣ ଆଦି ପାଇଁ ଚେଷ୍ଟ
  3. ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳଠାରେ ଶିକ୍ଷା ପ୍ରକଳ୍ପ
  4. ଅଲ ଚିକି ଫଣ୍ଟ ପାଇଁ ଆବଶ୍ୟକୀୟ ଗବେଷଣା ଓ ନଥି ସଂଗ୍ରହ (ଅଧିକ ଏହି ଲିଙ୍କରେ)
ଖର୍ଚ୍ଚର ଆକଳନ (ଏହା ୩ ମାସ ପାଇଁ କେବଳ ଏକ ମୋଟାମୋଟି ଖର୍ଚ୍ଚର ତାଲିକା, ଏକ ବିଶଦ ତାଲିକା ଆଗକୁ ଦିଆଯିବ)
ପ୍ରକାର ମୋଟାମୋଟି ଖର୍ଚ୍ଚ
ସ୍ଥାନୀୟ ଗମନାଗମନ ₹ ୧୦,୦୦୦ [୧]
ଉଇକାଆଳିଙ୍କ ଗମନାଗମନ ₹ ୨୦,୦୦୦
କର୍ମକର୍ତ୍ତା ଖର୍ଚ୍ଚ ₹ ୨୦୬,୨୫୦
ରହିବା ଓ ଖାଇବା ₹ ୯୦,୦୦୦ [୨]
ସ୍ଥାନାନ୍ତରଣ ଖର୍ଚ୍ଚ ₹ ୩୦,୦୦୦ [୩]
କାର୍ଯ୍ୟକ୍ରମ ₹ ୫୦,୦୦୦ [୪]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଏହା ଆଇଆଇଏମସି ଓ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକ୍ରମ ଆଦି ପାଇଁ ଉଇକିଆଳିଙ୍କ ଗମନାଗମନରେ ମଧ୍ୟ ଖର୍ଚ୍ଚ ହେବ
  2. ଏହା କିସ/କିଟ ତରଫରୁ ବହନ କରାଯିବ । ଦିନକୁ ତିନି ଓଳି ଖାଇବା ବାବଦରେ ଓ ସେଠାରେ ରହିବା ବାବଦରେ ମିଶି ପାଖାପାଖି ୧୦୦୦ ଟଙ୍କା ଲେଖାଏ ନିଆଯାଇଛି ।
  3. ବେଙ୍ଗାଳୁରୁରୁ ଓଡ଼ିଶା ଓ ସେଠାରୁ ବାହୁଡ଼ା
  4. ପାଖାପାଖି ୫୦% କିସ ଓ ଆଇଆଇଏମସି ବହନ କରିବେ

ଆଶା ଏବେ ପାଇଁ ଏହି ସବୁ ଉପଯୁକ୍ତ ହେବ । ପ୍ରତି ମାସ ଶେଷରେ କାମର ବିବରଣୀ ମୁଁ ପ୍ରକାଶ କରିବି । ଏବେ ଏହି ପ୍ରକଳ୍ପ ବାବଦରେ ଏକ କାର୍ଯ୍ୟକ୍ରମ ପୃଷ୍ଠାଟି ମୁଁ ତିଆରି କରୁଛି ଓ ସମ୍ପୂର୍ଣ୍ଣ ହେଲେ ଏହା ମୁଁ ସମସ୍ତଙ୍କ ସାଙ୍ଗେ ବିତରଣ କରିବି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୧୦, ୨୬ ଅଗଷ୍ଟ ୨୦୧୪ (UTC)

"ଇଣ୍ଡିଆ କମ୍ୟୁନିଟି କନସେଲଟେସନ ୨୦୧୪"ରେ ଭାଗ ନେବା ପାଇଁ ଘୋଷଣା[ସମ୍ପାଦନା]

ଭାରତୀୟ ଉଇକିମିଡ଼ିଆ ସମୂହ (କମ୍ୟୁନିଟି) ମାନେ ମିଶି ଆଗାମୀ ଭବିଷ୍ୟତ ପାଇଁ କିଛି ମିଳିତ ଲକ୍ଷ ଧାର୍ଯ୍ୟ କରିବା ଓ ଯୋଜନା ତିଆରି କରିବା ଉଦ୍ଦେଶ୍ୟରେ ଉଇକିମିଡ଼ିଆ ଫାଉଣ୍ଡେସନ ସେପ୍ଟେମ୍ବର ମାସ ଶେଷ ଆଡ଼କୁ "ଇଣ୍ଡିଆ କମ୍ୟୁନିଟି କନସେଲଟେସନ ୨୦୧୪" ନାମରେ ଏକ ମିଳିତ ବୈଠକ ବେଙ୍ଗାଳୁରୁ କିମ୍ବା ମୁମ୍ବାଇ କରିବାର ଯୋଜନା କରୁଛି । ଏଥିରେ ଉଇକିଆଳିମାନଙ୍କୁ ଭାଗ ନେଇ, ନିଜ ନିଜ ସମୂହର ପ୍ରତିନିଧିତ୍ୱ କରି କିପରି ଆମେ କରୁଥିବା ପ୍ରକଳ୍ପମାନଙ୍କର ବିକାଶ ହେବ ସେ ବାବଦରେ ଆଲୋଚନା କରିବେ । ଆମ ଓଡ଼ିଆ ଉଇକି ସମୂହ ତରଫରୁ ଜଣେ/ଦୁଇଜଣ ଏହି ମିଳିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ ଭାଗ ନେଇପାରିଲେ ଆମ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କ ପାଇଁ ତାହା ବିଶେଷ ସହାୟକ ହେବ । ଏହା ବାବଦରେ ସବିଶେଷ ମେଟା ଉଇକିରେ ପଢ଼ିପାରିବେ । ଯେଉଁମାନେ ଏଥିରେ ଭାଗ ନେଇପାରିବେ ନାହିଁ ସେମାନେ ନିଜର ମତାମତ ଏହାର ଆଲୋଚନା ପୃଷ୍ଠାରେ ଲେଖିପାରିବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୪୮, ୨୧ ଅଗଷ୍ଟ ୨୦୧୪ (UTC)

ଉପରୋକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଉଇକି ସମୂହ ତରଫରୁ ମୁଁ ଆଲୋଚନାରେ ଭାଗ ନେବାକୁ ଇଚ୍ଛୁକ । ଦୟାକରି ନିଜ ନିଜ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୪୯, ୩୦ ଅଗଷ୍ଟ ୨୦୧୪ (UTC)
ସମର୍ଥନ ସମର୍ଥନ
  1. ସମର୍ଥନ । --ଆଦିତ୍ୟ ମହାର (ଆଲୋଚନା) ୦୩:୪୧, ୩୧ ଅଗଷ୍ଟ ୨୦୧୪ (UTC)
  2. ସମର୍ଥନ । କର ଭାଇନାଙ୍କ ସହ ଆଉ ଜଣେ ବି କେହି ଯାଆନ୍ତୁ --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୧୩, ୩୧ ଅଗଷ୍ଟ ୨୦୧୪ (UTC)
  3. ସମର୍ଥନ ।--ଶିତିକଣ୍ଠ (ଆଲୋଚନା) ୧୮:୧୭, ୧ ସେପ୍ଟେମ୍ବର ୨୦୧୪ (UTC)
  4. ସମର୍ଥନ । --Srikant Kedia ୦୧:୨୫, ୨ ସେପ୍ଟେମ୍ବର ୨୦୧୪ (UTC)
  5. ସମର୍ଥନ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୦୭, ୧୮ ସେପ୍ଟେମ୍ବର ୨୦୧୪ (UTC)
ବିରୋଧ ବିରୋଧ
ଭିନ୍ନ ମତ ଭିନ୍ନ ମତ
ଏହି କାର୍ଯ୍ୟକ୍ରମରେ ମୁଁ ଯିବାକୁ ଇଛୁକ । --Subas Chandra Rout (ମୋ ଆଲୋଚନା) ୧୩:୪୩, ୩୧ ଅଗଷ୍ଟ ୨୦୧୪ (UTC)
  • ସୁବାସ ସାର , ଘୋଷଣା ଅନୁସାରେ ଆମ ଓଡ଼ିଆ ଉଇକି ତରଫରୁ ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ଭାଗ ନେଇ ପାରିବେ , ତେଣୁ ଆପଣ ଓ ମୃତ୍ୟୁଞ୍ଜୟ ଭାଇ ଉଭୟ ଯାଇ ପାରିବେ, ମୋର ଆପଣଙ୍କୁ ମଧ୍ୟ ସମର୍ଥନ । ଆଉ ଯଦି କେହି ଯିବାକୁ ଇଛୁକ ତେବେ ଶୀଘ୍ର ଜଣାଇଲେ ସମସ୍ତେ ବିଚାର କରି ଚୁଡାନ୍ତ ନିଷ୍ପତ୍ତି ନେଇ ପାରିବା , ନ ହେଲେ ମୃତ୍ୟୁଞ୍ଜୟ ଭାଇ ଓ ସୁବାସ ସାର ଉଭୟ ଯାଆନ୍ତୁ । --ଆଦିତ୍ୟ ମହାର (ଆଲୋଚନା) ୦୪:୨୦, ୧ ସେପ୍ଟେମ୍ବର ୨୦୧୪ (UTC)
  1. ସୁବାସ ସାରଙ୍କ ପାଇଁ ବି ମୋର ସମର୍ଥନ ।--ଶିତିକଣ୍ଠ (ଆଲୋଚନା) ୧୮:୧୭, ୧ ସେପ୍ଟେମ୍ବର ୨୦୧୪ (UTC)
  2. ସମର୍ଥନ । --Srikant Kedia ୦୧:୨୫, ୨ ସେପ୍ଟେମ୍ବର ୨୦୧୪ (UTC)
  3. ସମର୍ଥନ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୫୮, ୨ ସେପ୍ଟେମ୍ବର ୨୦୧୪ (UTC)
  4. ସମର୍ଥନ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୦୭, ୧୮ ସେପ୍ଟେମ୍ବର ୨୦୧୪ (UTC)

ଏହି India Community Consultation 2014 କାର୍ଯ୍ୟକ୍ରମର ଲକ୍ଷ The aim of the weekend meeting is to:

  1. Share views and preferences on the most effective ways to pursue our shared vision of creating and sharing free knowledge in India and in the Indian languages (including English) around the world.
  2. Attempt to come to agreement on a roadmap for a future where our resources are better utilized, our volunteers are better served, and progress on our mission is more steadily attained.

ତେଣୁ ଏଠାକୁ ଯିବା ପୂର୍ବରୁ ଉପରୋକ୍ତ ବିଷୟରେ ପ୍ରସ୍ତୁତ ହେବା ନିମନ୍ତେ ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ । ଯିଏ ବି ଯିବ, ସେ ସମ୍ପୁର୍ଣ୍ଣ ପ୍ରସ୍ତୁତ ହେବା ଦରକାର । ତେଣୁ ସମସ୍ତେ ୪/୫ ଧାଡ଼ିରେ କଅଣ କୁହାଯିବ ସେ ବିଷୟରେ ମତାମତ ଦେବାକୁ ଅନୁରୋଧ । --Subas Chandra Rout (ମୋ ଆଲୋଚନା) ୦୫:୩୫, ୩ ସେପ୍ଟେମ୍ବର ୨୦୧୪ (UTC)

ସୁବାସ ସାର, ଆପଣଙ୍କୁ ଅଶେଷ ଧନ୍ୟବାଦ ଏହି ଆଲୋଚନାଟିକୁ ଆଗକୁ ଆଗେଇ ନେବା ପାଇଁ । ଏଥିରେ ଭାଗ ନେଇ ଆଦିତ୍ୟ ଭାଇ, ଶିତି ଭାଇ, ପ୍ରିତି ଭାଇ ଓ ଶ୍ରୀକାନ୍ତ ଭାଇ ନିଜର ମତ ଦେଇଥିବାରୁ ଆପଣ ସଭିଙ୍କୁ ବି ଅନେକ ଧନ୍ୟବାଦ । ତେବେ ତଳେ ସଂକ୍ଷେପରେ ଆପଣମାନେ ଓଡ଼ିଆ ଉଇକି ପରିବାରର ପ୍ରତିନିଧିତ୍ୱ କରିବା ପାଇଁ ଯେଉଁ ଉଇକିଆଳି ଯିବେ ତାଙ୍କ ପାଇଁ ରଖନ୍ତୁ । ଏହା ସେମାନେ ସେଠାରେ ଆଲୋଚନା ବେଳେ ଉପସ୍ଥାପିତ କରିପାରିବେ । ମୁଁ ସିଆଆଇଏସ ପାଇଁ କାମ କରୁଥିବାରୁ ଏଥିରେ ଜାଣି ଭାଗ ନେଉନାହିଁ । ତେବେ ଜଣେ ଓଡ଼ିଆ ଉଇକିଆଳି ଭାବେ ମୋର ଉଭୟ କର ଭାଇନା ଓ ସୁବାସ ସାରଙ୍କ ପାଇଁ ସମର୍ଥନ ରହିଛି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୪୨, ୩ ସେପ୍ଟେମ୍ବର ୨୦୧୪ (UTC)
  • ଉପରୋକ୍ତ ଆଲୋଚନା ଅନୁସାରେ ସୁବାସ ସାରମୃତ୍ୟୁଞ୍ଜୟ ଭାଇ ଇଣ୍ଡିଆ କମ୍ୟୁନିଟି କନସେଲଟେସନ ୨୦୧୪ରେ ଭାଗ ନେବା ସ୍ଥିର ହେଇଥିଲେ ହେଁ ମେଟାରେ ମୃତ୍ୟୁଞ୍ଜୟ ଭାଇଙ୍କ ସ୍ଥାନରେ ଅଂଶୁମାନ ଭାଇଙ୍କ ନାମ ଅଛି। କେଉଁ ଦୁଇ ଜଣ ଯିବେ କିମ୍ବା ଅନ୍ୟ ବିକଳ୍ପ ଅନୁସାରେ ତିନି ଜଣ ଯିବେ ତାହା ଶିଘ୍ର ସମସ୍ତେ ଆଲୋଚନା କରି ଚୁଡାନ୍ତ ନିଷ୍ପତ୍ତି ନେଲେ ଭଲହେବ । ଏ ଆଲୋଚନାର ଲିଙ୍କଟି ମେଟାରେ ଦେଇଥିଲେ ହୁଏତ ଅସୁବିଧା ହୋଇନଥାନ୍ତା, ଆଉ ମଧ୍ୟ ଅଧିକ ସମୟ ନାହିଁ ତେଣୁ ବର୍ତ୍ତମାନ ପାଇଁ ସମସ୍ତେ ଶିଘ୍ର ମତ ଦେବାକୁ ଅନୁରୋଧ। --ଆଦିତ୍ୟ ମହାର (ଆଲୋଚନା) ୦୬:୪୮, ୧୮ ସେପ୍ଟେମ୍ବର ୨୦୧୪ (UTC)
  • ମୁଁ ଆଜି ଏ ଆଲୋଚନା ଦେଖୁଛି, ସମସ୍ତେ ଜାଣିଥିବେ ବୋଧେ ତଥପି କହିଦେଉଛି ମୋର ଯିବାର ସମ୍ଭାବନା ନଥିଲା, କେବଳ ଯଦି ଜଣେ ଏହି ଆଲୋଚନାର ଲିଙ୍କ ମେଟାରେ ଯୋଡି ଦେଇଥାନ୍ତେ, ତେବେ କମ୍ୟୁନିଟିର ମନୋନୟନ ଅନୁସାରେ ଆମ ସାର ଆଉ ଭାଇଙ୍କୁ ଡକାଯାଇଥାନ୍ତା । ମୁଁ ନିଜକୁ ମେଟାରେ ମନୋନୀତ କରିନାହିଁ, ତାମିଲ ଉଇକିପିଡିଆର ରବି ଭାଇ ମୋ ନା ଲେଖିଦେଇଥିଲେ, ଯଦି ଏହି ଲିଙ୍କଟି ସେମାନେ ପାଇଥାନ୍ତେ ତେବେ ମୋ ଜାଗାରେ ଭାଇଙ୍କ ନାମ ରହିଥାନ୍ତା । ଏବେବି ଇମେଲ ପାଇଲା ପରେ ଯଦି ପୁନର୍ବିଚାର କରନ୍ତି ତାହେଲେ ଭଲ ହେବ । ମୁଁ ଚାହିଁବି ଭାଇ ଯାଆନ୍ତୁ, ତିନିଜଣଙ୍କୁ ଡାକିଲେ ଆହୁରି ଭଲ । ଏବଂ ମୋର ଯିବାରେ ଯଦି କାହାରି କିଛି ଆପତ୍ତି ଥାଏ ଦୟାକରି ଜଣାଇବେ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୦୭, ୧୮ ସେପ୍ଟେମ୍ବର ୨୦୧୪ (UTC)
ସୁବାସ ସାର, ମୃତ୍ୟଞ୍ଜୟ ଭାଇ ଓ ଅଂଶୁମାନ ଏଥିରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି । ଯେହେତୁ ଆଉ ଅଳ୍ପ ସମୟ ଅଛି, ସମସ୍ତେ ନିଜ ନିଜର ମତ ଏଠି ଯଥାସହଳ ତଳେ ଦେଲେ ଏ ତିନି ଜଣ ଓଡ଼ିଆ ଉଇକି ସମୂହ ପାଇଁ ସେଠାରେ ଏକସ୍ୱରରେ ଆଲୋଚନା କରିପାରିବେ ।

ଉଇକିପାଠାଗାରର ଲୋକାର୍ପଣ ଓ ତାଲିମକାରଙ୍କ ପାଇଁ ତାଲିମ (Train-the-Trainer)[ସମ୍ପାଦନା]

ବ୍ୟବହାରକାରୀ:Psubhashish/ପୁରୁଖା ଧ୍ୟାନ ଦେବେ ଆଉ ଅଳ୍ପ ଦିନ ଭିତରେ ଓଡ଼ିଆ ଉଇକିପାଠାଗାର or.wikisource.org ଏକ ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ଉପଲବ୍ଧ ହେବ । ଆପଣମାନେ ଫେସବୁକରେ ଏ ବାବଦରେ ଜାଣିଥିବେ ନିଶ୍ଚିତ । ଏଥିରେ ଭାଗ ନେଇଥିବା ସଭିଙ୍କୁ, ବିଶେଷ କରି ଭ୍ରମ ସଂଶୋଧନରେ ନୂଆ ମାନଙ୍କୁ ସହଯୋଗ କରିଥିବାରୁ ମୃତ୍ୟୁଞ୍ଜୟ ଭାଇଙ୍କୁ ଓ ଦୁଇଟି ଭିନ୍ନ ଭିନ୍ନ ବହି ପୂରା ଟାଇପ କରିଥିବାରୁ ସୁବାସ ସାରଶିଶିର ଭାଇଙ୍କୁ ବ୍ୟକ୍ତିଗତ ଭାବେ ବଧାଇ ଜଣାଇବି । କିସରେ ଆମେ ଶିକ୍ଷକ ଓ ପିଲାଙ୍କୁ ନେଇ ଆମେ ଏଯାଏ ଅଳ୍ପ କିଛି କାମ ଆଗେଇଥିବା ଓ ଆଗକୁ ଅନେକ ବହିର ଅନଲାଇନ ସଂସ୍କରଣ ଏହି ପିଲାଙ୍କ ଦ୍ୱାରା ତିଆରି ହେବାକୁ ଥିବାରୁ ଆପଣ ସମସ୍ତଙ୍କର ମଧ୍ୟ ସେମାନଙ୍କ ସହ ଭେଟ ହେବା ନିତାନ୍ତ ଜରୁରୀ । ଆଉ ଓଡ଼ିଆଭାଷୀ ଅନେକ ଜାଣିବା ବି ଉଚିତ ଏହି ପ୍ରକଳ୍ପ ବାବଦରେ । ତେଣୁ ଏହି ସଫଳତା ପାଇଁ ଏକ ଉତ୍ସବର ଆୟୋଜନ ପାଇଁ ମୁଁ ପ୍ରସ୍ତାବ ରଖୁଛି । ଗୋଟେ ଓଳିର ଏହି କାର୍ଯ୍ୟକ୍ରମ ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଆମର ଅତୀତର ଅନେକ IRCରେ ଆଲୋଚିତ ହୋଇଛି, କରିବାର ମଧ୍ୟ ପ୍ରସ୍ତାବ ରଖୁଛି । ତାହା ହେଲା "ତାଲିମକାରଙ୍କ ପାଇଁ ତାଲିମ (Train-the-Trainer)" । ଯେହେତୁ ଏଥିରେ ଭାଗ ନେବା ପାଇଁ ଅନେକେ ପୁରୁଖା ସଭ୍ୟ ବିଭିନ୍ନ ଜାଗାରୁ ଆସିବେ ଓ ଆମ ସଂଘ ସହ ଯୋଡ଼ି ହୋଇଥିବା ନୂଆ ସଭ୍ୟ ଏବଂ ଆଇଆଇଏମସିର ପିଲାଙ୍କ ଭଳି ନୂଆ ସଭ୍ୟ ଏଥିରେ ରହିବେ ଆମେ ସମସ୍ତଙ୍କ ପାଇଁ ଏହି "ତାଲିମକାରଙ୍କ ପାଇଁ ତାଲିମ" ରଖିପାରିବା । ଏହା ଆସନ୍ତା ମାସ ପ୍ରଥମ/ଦ୍ୱିତୀୟ ସପ୍ତାହରେ ହୋଇପାରିଲେ ଭଲ । ସେହି ସମୟରେ ଆଦିତ୍ୟ ଭାଇ ଓଡ଼ିଶା ଆସିବାର ଅଛି । ଯଦି ଆଉ କେହି ଓଡ଼ିଶା ବାହାରୁ ଏଇ ସମୟ ଭିତରେ ଆସିବେ ଜଣାଇବେ । --ସୁଭାସିସ ପାଣିଗାହି ଆଳାପ ୦୩:୦୩, ୧୭ ଅକ୍ଟୋବର ୨୦୧୪ (UTC)

ତାଲିମକାରଙ୍କ ପାଇଁ ତାଲିମର ବିଷୟବସ୍ତୁ[ସମ୍ପାଦନା]

  • ଉଇକିପିଡ଼ିଆର ନିୟମାବଳୀ (କଣ ଓ କଣ ନୁହେଁ)
    • ପ୍ରସଙ୍ଗର ଶିରୋନାମ
    • ମାନକ ବନାନ ଓ ବିଦେଶୀ ଭାଷାରୁ ଆହରିତ ଶବ୍ଦର ବନାନ
    • ପ୍ରସଙ୍ଗରେ ବଖାଣ ଶୈଳୀ
  • ବହି/ଖବରକାଗଜର ଆଧାରରେ କିପରି ଲେଖିବେ (--ସୁଭାସିସ ପାଣିଗାହି ଆଳାପ)
  • ସାଧାରଣ କପିରାଇଟ, ଉଲ୍ଲଂଘନ ଓ Creative Commonsର ବ୍ୟବହାର (--ସୁଭାସିସ ପାଣିଗାହି ଆଳାପ)

ମତାମତ[ସମ୍ପାଦନା]

CIS-A2K PO Selection[ସମ୍ପାଦନା]

Dear Wikipedians,
CIS-A2K is seeking applications for the post of Programme Officer (Institutional Partnerships). The position will be based in its Bangalore office. Programme Officer will collaboratively work with the A2K Team and would report to the Programme Director, Interested applicants are encouraged to deeply engage with the CIS-A2K Work Plan before making the application. The last date of submitting applications is November 14, 2014. You can also find the job posting on our website (http://cis-india.org/jobs/programme-officer-institutional-partnership).
Thank you
Rahmanuddin Shaik (ମୋ ଆଲୋଚନା)
Program officer, CIS-A2K

ଉଇକିପାଠାଗାର ସଭା[ସମ୍ପାଦନା]

ସାଥିଗଣ, ଆପଣ ସଭିଏଁ ଜାଣିଥିବେ ଗତ ମାସ ଓଡ଼ିଆ ଉଇକିପାଠାଗାର ଏକ ଉଇକିମିଡ଼ିଆ ପ୍ରକଳ୍ପ ଭାବେ ଅନୁମୋଦନ ଲାଭ କଲା । ଏଥି ମଧ୍ୟରେ କେତୋଟି ବହି ଆମର ସକ୍ରିୟ ଉଇକିଆଳିମାନେ ଟାଇପ କରି ତଥା ଫଣ୍ଟ କନଭର୍ଟ କରି ଡିଜିଟାଇଜ କରିସାରିଲେଣି । କିସ ଠାରେ ମଧ୍ୟ ଶିକ୍ଷକ ଓ ଛାତ୍ରମାନଙ୍କ ଦ୍ୱାରା କିଛି କାମ ଆଗେଇଛି । ସୌଭାଗ୍ୟକ୍ରମେ ଆମେ କିଛି ଲେଖକ/ସତ୍ୱାଧିକାରୀମାନଙ୍କଠାରୁ ତାଙ୍କ ବହିସବୁ CC-by-SA 4.0 ଲାଇସେନ୍ସରେ ପାଇଛୁ:

ଏସବୁକୁ ନେଇ ଆମେ ଏକ ସାଧାରଣ ସଭା କରିପାରିଲେ ଉଇକିପାଠାଗାର ବାବଦରେ ଅନେକ ତଥ୍ୟ ଲୋକଲୋଚନକୁ ଆସନ୍ତା । ଏହା ଦ୍ୱାରା ପାଠକ, ସତ୍ୱାଧିକାରୀ ଏବଂ ସମ୍ପାଦନା ପାଇଁ ଆଗ୍ରହୀ ଅନେକ ଏହି ପ୍ରକଳ୍ପ ବାବଦରେ ଜାଣିପାରିବେ । ନଭେମ୍ବର ଶେଷରେ ମୋର ଓଡ଼ିଶାର ୩ ମାସର ରହଣି ଶେଷ ହେବାକୁ ଯାଉଥିବାରୁ ଏହି ମାସ ଶେଷ ଆଡ଼କୁ ଏକ ସଭା ପାଇଁ ମୁଁ ପ୍ରସ୍ତାବ ଦେଉଛି । ଏଥିରେ ଆମେ ଦିନିକିଆ ଟ୍ରେ-ଦି-ଟ୍ରେନର କାର୍ଯ୍ୟକ୍ରମଟିଏ ମଧ୍ୟ ରଖିବାର ବ୍ୟବସ୍ଥା କରିବୁ । ତଳେ ଆପଣମାନେ ନିଜ ନିଜର ମତାମତ ଦେଲେ ଅବିଳମ୍ବେ ଆମେ ଆୟୋଜନ ଆରମ୍ଭ କରିବୁ । --ସୁଭାସିସ ପାଣିଗାହି ଆଳାପ ୧୩:୨୭, ୧୧ ନଭେମ୍ବର ୨୦୧୪ (UTC)

ତାରିଖ[ସମ୍ପାଦନା]

୨୯ ଓ ୩୦ (ଶନିବାର ଓ ରବିବାର)[ସମ୍ପାଦନା]

  1. Thumbs up --ସୁଭାସିସ ପାଣିଗାହି ଆଳାପ ୧୩:୨୭, ୧୧ ନଭେମ୍ବର ୨୦୧୪ (UTC)
  2. Thumbs up --କୃପାସିନ୍ଧୁ ମୁଦୁଲି
  3. Thumbs up--Subas Chandra Rout (ମୋ ଆଲୋଚନା) ୧୪:୨୩, ୧୧ ନଭେମ୍ବର ୨୦୧୪ (UTC)
  4. Thumbs up 59.93.128.175 ୧୭:୦୩, ୧୧ ନଭେମ୍ବର ୨୦୧୪ (UTC)
  5. Thumbs up --Dsasanka (ମୋ ଆଲୋଚନା) ୦୫:୫୯, ୧୩ ନଭେମ୍ବର ୨୦୧୪ (UTC)
  6. Thumbs up, ଏହାକୁ କେହି ବିରୋଧ/ଅନ୍ୟ ତାରିଖ ନିମନ୍ତେ ମତ ଦେଇନଥିବାରୁ, ପୂର୍ବ ମେଳଣର ଖର୍ଚ୍ଚ ଅଟକଳ ହିସାବରେ, ଏଥର ମଧ୍ୟ ଅନୁଦାନ ନିମନ୍ତେ ମେଟାରେ ଅନୁରୋଧ କରିଦେଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୬, ୧୮ ନଭେମ୍ବର ୨୦୧୪ (UTC)

ଅନ୍ୟ ତାରିଖ[ସମ୍ପାଦନା]

Invitation to Bengali Wikipedia 10th Anniversary Celebration Conference 2015[ସମ୍ପାଦନା]


Hi Community members,

Bengali Wikipedia community is organizing its 10th Anniversary Celebration Conference at Kolkata on 9 & 10 January 2015.
You can see our Official event page and the Facebook event page.

We are planning to invite our friends and well-wishers from different language wiki communities in India to this most auspicious occasion hosted by Bengali Wikimedia community! We are also planning to arrange few 30 scholarships for non-Bengali Indic Wikimedians who are interested in participating in this event. Please select your Five (5) scholarship [1] delegates from your community member for this conference and announce it here before 10th December 2014.


We look forward to see you at Kolkata on 9 & 10 January 2015

1) Scholarship included with Travel reimbursement upto 2000/- + dormitory or shared accommodation + meals during the conference hours

On behalf of Bengali Wikipedia Community (Sorry for writing in English)

ବଙ୍ଗଳା ଉଇକିପିଡ଼ିଆର ଦଶମ ଜନ୍ମୋତ୍ସବରେ ଯୋଗଦେବା ନିମନ୍ତେ ମନୋନୟନ[ସମ୍ପାଦନା]

  • ଉପରୋକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଉଇକି ତରଫରୁ ମୁଁ ଭାଗ ନେବାକୁ ଇଚ୍ଛୁକ । ଦୟାକରି ନିଜ ନିଜ ମତ ଦିଅନ୍ତୁ --

Sailesh Patnaik  ଶୈଳେଶ, [T]/[C]

ସମର୍ଥନ ସମର୍ଥନ
  1.  ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୫୫, ୧୮ ନଭେମ୍ବର ୨୦୧୪ (UTC)
  2.  ସମର୍ଥନ (ହେଲେ ଗୋଟେ ସର୍ତରେ, ୟା ପରଠୁ ମାସକୁ ଯେମିତି ଅତି କମରେ ୧୦୦ ସମ୍ପାଦନା କର, ନହେଲେ ଦେଖିବ!) --ସୁଭାସିସ ପାଣିଗାହି ଆଳାପ ୧୩:୫୫, ୧୮ ନଭେମ୍ବର ୨୦୧୪ (UTC)
  3.  ସମର୍ଥନ ଉଭୟ ଶୈଳେଶ ଓ ସୁବାସ ସାରଙ୍କ ପାଇଁ ମୋର ସମର୍ଥନ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୧୨, ୨୫ ନଭେମ୍ବର ୨୦୧୪ (UTC)
  4.  ସମର୍ଥନଶୈଳେଶ ଓ ସୁବାସ ସାରଙ୍କ ପାଇଁ ସମର୍ଥନ । --ଆଦିତ୍ୟ ମହାର (ଆଲୋଚନା) ୦୫:୨୯, ୧୧ ଡିସେମ୍ବର ୨୦୧୪ (UTC)
ବିରୋଧ ବିରୋଧ
ଭିନ୍ନ ମତ ଭିନ୍ନ ମତ
ଅନ୍ୟ ମାନଙ୍କୁ ଭି ଜିବାର ସୁଯୋଗ ମିଳୁ । ମୁଁ ଏଥି ପାଇଁ ଇଛ୍ହୁକ ,ମତେ ପ୍ରଥମ ଥର ପାଇଁ ଏଇ କାର୍ଯ୍ୟକ୍ରମ ରେ ଯିବାର ସୁଯୋଗ ମିଳୁ , ଯେଉଁଟା କି ମତେ ଭବିଷ୍ୟତ ରେ ମତେ ସହଯୋଗ କରିବ ଏହା ମୋର ଅନୁରୋଧ। -- Sailesh Patnaik  ଶୈଳେଶ, [T]/[C]
ମୁଁ ତୁମ ଯିବାକୁ ବିରୋଧ କରୁନି ଓ ଏଥିରେ ମୋର ନିଷ୍ପତ୍ତି ନେବାରେ କିଛି ନାହିଁ । ମୁଁ ଜାଣିଥିଲି 5 ଜଣ କେବେ ବାହାରିବେନି, ତେଣୁ ତୁମେ ନାମ ଦେଇପାରିବ । ଦୟାକରି ଦସ୍ତଖତରେ ଇମେଜ ଫାଇଲ ବ୍ୟବହାର କରନି, ଆଉ ଏ "User:JzG" ଙ୍କୁ ତୁମ ଦସ୍ତଖତରୁ ହଟେଇଦିଅ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୨୫, ୯ ଡିସେମ୍ବର ୨୦୧୪ (UTC)
କ୍ଷମା ଚାହୁଁଛି ଅଂଶୁମାନ, ମୁଁ ଯୋଗଦାନ କରିପାରିବି ନାହିଁ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୧୨, ୨୫ ନଭେମ୍ବର ୨୦୧୪ (UTC)
ଭାଇ, ମୁଁ ଭାବିଲି ଆପଣ କୋଲକାତାରେ ଅଛନ୍ତି ଯାଇପାରିବେ ବୋଲି । -- ଅଂଶୁମାନ ତାର ଯୋଡ଼ିବେ? ୧୬:୨୫, ୯ ଡିସେମ୍ବର ୨୦୧୪ (UTC)
  1.  ସମର୍ଥନ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୫୮, ୯ ଡିସେମ୍ବର ୨୦୧୪ (UTC)
  2.  ସମର୍ଥନ --ସୁଭାସିସ ପାଣିଗାହି ଆଳାପ ୦୭:୦୧, ୧୦ ଡିସେମ୍ବର ୨୦୧୪ (UTC)
  3.  ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୦୫:୨୯, ୧୧ ଡିସେମ୍ବର ୨୦୧୪ (UTC)
  4.  ସମର୍ଥନ--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୩, ୧୫ ଡିସେମ୍ବର ୨୦୧୪ (UTC)
  • ଉପରୋକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଉଇକି ତରଫରୁ ମୁଁ ଭାଗ ନେବାକୁ ଇଚ୍ଛୁକ । --Nirmalbarik (ମୋ ଆଲୋଚନା) ୧୩:୦୯, ୯ ଡିସେମ୍ବର ୨୦୧୪ (UTC)
  1.  ସମର୍ଥନ--ଶୈଳେଶ ପଟ୍ଟାନାୟକ (ମୋ ଆଲୋଚନା)
  2.  ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୫୮, ୯ ଡିସେମ୍ବର ୨୦୧୪ (UTC)
  3.  ସମର୍ଥନ --ସୁଭାସିସ ପାଣିଗାହି ଆଳାପ ୦୭:୦୧, ୧୦ ଡିସେମ୍ବର ୨୦୧୪ (UTC)
  4.  ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୦୫:୨୯, ୧୧ ଡିସେମ୍ବର ୨୦୧୪ (UTC)
  5.  ସମର୍ଥନ--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୩, ୧୫ ଡିସେମ୍ବର ୨୦୧୪ (UTC)

ଯେଉଁମାନେ ଇଚ୍ଛୁକ ଆବେଦନ କରିଛନ୍ତି ତ?[ସମ୍ପାଦନା]

ସମସ୍ତେ ଆବେଦନ କରିସାରିଛନ୍ତୁ ତ? କାରଣ ଖାଲି ଏଠି ସମର୍ଥନ ପାଇଲେ ହେବନାହିଁ, ତାଙ୍କ ୱେବସାଇଟରେ ଆବେଦନ କରିବାକୁ ହେବ । [[୧]] ପୃଷ୍ଠାରେ କେବଳ ସୁବାସ ସାରଙ୍କ ଆଉ ଶୈଳେଶଙ୍କ ନାଁ ଅଛି । ସରୋଜ ଭାଇ, ନିର୍ମଳ ଭାଇ, ମୃଉତ୍ୟୁଞ୍ଜୟ ଭାଇ ଆଉ ଶିତି ଭାଇ ଆବେଦନ କରିଛନ୍ତି ତ? ଅଂଶୁମାନ, ମୋ ନାଁ ଦେଇ ଭଲ କାମ କରିଛୁ ଯେ, ହେଲେ ମୋର ଏଟୁକେ ତରଫରୁ ଆସିବାର ସମ୍ଭାବନା ଥିବାରୁ ମୁଁ ଆଉ ସ୍କଲାରସିପ ପାଇଁ ଆବେଦନ କରୁନି । ସେଇଟା ଆଉମାନଙ୍କ କାମରେ ଲାଗିଯାଉ । --ସୁଭାସିସ ପାଣିଗାହି ଆଳାପ ୦୬:୧୫, ୧୫ ଡିସେମ୍ବର ୨୦୧୪ (UTC)

ବହୁତ ଭଲ, ସବୁ ସମର୍ଥନ କଲ, କିନ୍ତୁ କେହି ଆବେଦନ କରି/କରେଇ ପାରିଲନି! ଏବେ ଲଗା ଆଉମାନଙ୍କ କାମରେ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୦୩, ୧୮ ଡିସେମ୍ବର ୨୦୧୪ (UTC)

Community Participation Support at Swatantra 2014[ସମ୍ପାଦନା]

Dear Wikimedians,

ICFOSS, Govt of Kerala in collaboration with FSF-India, CIS, SFLC.in, Swatantra Malayalam Computing and other like minded organisations is celebrating Swtantra-2014, fifth international free software confrence of Kerala. This is scheduled during 18-20 December 2014 at Thiruvananthapuram. More details about the event can be seen at : http://icfoss.in/fs2014/ .

CIS-A2K will be providing limited travel and stay scholarships to interested Wikimedians from various language communities to attend this event and benefit from it. Upto 10 scholarships are available for Wikimiedians applying from Kerala. Upto 3 scholarships will be considered from other Indic Wikimedians and India based English Wikipedians. If you are interested please register your name here on Meta.

Eligibility: You should have been a Wikimedian with a minimum of 200 edits on Wikimedia projects as on June 1, 2014.

Important dates: Nominate yourself by December 8, 2014 (many apologies for this delay and short notice). We will confirm support by December 9, 2014.

Travel & Stay information: (applicable only once the support is confirmed)

  • Low fare flight costs will be considered if your travel by bus/train is more than 24 hours to Thiruvananthapuram.
  • Stay in budget hotels, preferably on twin sharing basis.
  • All costs of the selected Wikimedians will be reimbursed on actual basis upon submission of original bills to CIS Office in Bangalore within 10 days of receipt.
  • It is essential to submit boarding passes along with tickets if you travel by a flight.
  • CIS could help book flight tickets upon request. Those interested to avail this support need to fill a form that we will circulate

Queries and correspondence:

  • For all queries, please write to rahim{at}cis-india.org and vishnu{at}cis-india.org

Expectations from selected Wikimedians:

  • Please see if you could utilize this opportunity to find solutions to some of the technical/other problems your community may be facing.
  • Do consider giving back the learning to your respective communities.
  • We would appreciate if you could share your experience and learning publicly. CIS-A2K will be happy to publish your write-up on our blog

If you know of a Wikimedian in your community who could benefit from this event and also could bring back learning to benefit your community, please encourage them to apply. --Rahmanuddin Shaik (ମୋ ଆଲୋଚନା) ୧୧:୪୧, ୪ ଡିସେମ୍ବର ୨୦୧୪ (UTC)

ଓଡିଆ ଉଇକିପାଠାଗାର ନିମନ୍ତେ ହେଉଥିବା ବହି scan ର ବିବରଣୀ[ସମ୍ପାଦନା]

ଉଇକିପାଠାଗାର ନିମନ୍ତେ କିଛି ବହି scanning କରିବାକୁ ମତେ ଦିଆଯାଇଥିଲା , ବହି ଗୁଡାଙ୍କୁ scanning , binding ଆଉ ନାଲକୋ ନଗର ଉଇକି ଟୁଙ୍ଗି କୁ ପଠେଇବା ନିମନ୍ତେ ମୋଟ ୧୦୦୦୦ ଟଙ୍କା ଖର୍ଚ ହେବ , ଏହି ନିମନ୍ତେ ମୁଁ CIS-A2K ଠାରୁ ଆବେଦନ କରିଛି grant , ଦୟା କରି ଏଠାରେ ନିଜର ମତ ଦିଅନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୧୦, ୧୧ ଡିସେମ୍ବର ୨୦୧୪ (UTC)

ସମର୍ଥନ : ଯଦି ଏହି କାମ ଶୈଳେଶଙ୍କୁ ଦିଆଯାଛି ତେବେ ଏଥିରେ ସମସ୍ତେ ସମର୍ଥନ କରିବା କଥା । ନିଜର ନାମ ଏଠାରେ ସମସ୍ତେ ଦିଅନ୍ତୁ । ମୁଁ ଏହାକୁ ପୁର୍ଣ୍ଣ ସମର୍ଥନ କରୁଛି । --Subas Chandra Rout (ମୋ ଆଲୋଚନା) ୦୭:୩୫, ୧୨ ଡିସେମ୍ବର ୨୦୧୪ (UTC)
ସମର୍ଥନ ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୧୧, ୧୨ ଡିସେମ୍ବର ୨୦୧୪ (UTC)
ସମର୍ଥନ ସମର୍ଥନ ।--ଆଦିତ୍ୟ ମହାର (ଆଲୋଚନା) ୧୨:୪୪, ୧୩ ଡିସେମ୍ବର ୨୦୧୪ (UTC)
ସମର୍ଥନ ଶୈଲେଶ ଭାଇ, ମୁଁ ଏହାକୁ ସମର୍ଥନ କରୁଛି ନିଶ୍ଚୟ ଏବଂ ତା'ସହିତ ଜାଣିବାକୁ ଚାହୁଛି ଯେ କେତୋଟି ବହି ଓ କେଉଁ କେଉଁ ବହି ସ୍କାନ ହେଇଛି ? ଏହା ବାବଦରେ କିଛି ଜଣେଇବେକି ?--ଶିତିକଣ୍ଠ (ଆଲୋଚନା) ୧୮:୪୦, ୧୩ ଡିସେମ୍ବର ୨୦୧୪ (UTC)
ଭାଇ Total ୪୭ ଟା ବହି scan ପାଇଁ ଦିଆଯାଇଛି ଏବଂ ପ୍ରତି Page ପିଛା ୨ ଟଙ୍କା ପଡୁଛି । Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୧:୩୭, ୧୪ ଡିସେମ୍ବର ୨୦୧୪ (UTC)
ସମର୍ଥନ ସମର୍ଥନ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୧, ୧୫ ଡିସେମ୍ବର ୨୦୧୪ (UTC)
ବିରୋଧ ବିରୋଧ
ଭିନ୍ନ ମତ ଭିନ୍ନ ମତ
ଶୈଳେସ ନିଜ ସମୟ ଦେଇ ଏ କାମ କରୁଥିବାରୁ ପାଇଁ ଧନ୍ୟବାଦ, ହେଲେ ଦଶ ହଜାର ଟଙ୍କା ପାଇଁ ଆଉଥରେ ଆବେଦନ କରିବାଟା ଆମପାଇଁ ଠିକ ଲାଗୁନି। କିଛି ଦିନ ପୂର୍ବରୁ ଦୀର୍ଘ ତିନିମାସର ପ୍ରକଳ୍ପ ଓ ଓଡ଼ିଆ ଉଇକିପାଠାଗାର ସଭା ହେଲା ସେ ସମୟରେ ଆଲୋଚନାରେ ଏସବୁ ଧ୍ୟାନଦେବା କଥା । ପୂର୍ବରୁ ମଧ୍ୟ ଅଂଶୁମାନ ଭାଇ ଓଡ଼ିଶା ଦିବସ ୨୦୧୪ସମୟରେ ଏବିଷୟ ଅବଗତ କରାଇଥିଲେ ଯେ : ଯେଉଁମାନେ କରିବାପାଇଁ ଚାହୁଁଛନ୍ତି ବିସ୍ତୃତ ଭାବେ ଯୋଜନା କରନ୍ତୁ, କେଉଁଠି ହେବ, କିଏ କିଏ ଭାଗ ନେବେ, କେଉଁମାନେ ଦାୟିତ୍ଵ ନେଇ ଏହାକୁ ପରିଚାଳନା କରିବେ, ଅର୍ଥ କେଉଁଠୁ ଆସିବ ଇତ୍ୟାଦି । ଆଉ ଅତିକମରେ ତିନି ଚାରି ଜଣ ସଦସ୍ୟ ଏବେଠୁ ଯୋଜନା କରି କାମ ହାତକୁ ନେଇ କଲେ ହେବ, ନହେଲେ ଏମିତି ସେମିତି କରିବା କିଛି ଦରକାର ନାହିଁ । ତେଣୁ ବାରମ୍ବାର ଏମିତି ନ ହେଲେ ଆମପାଇଁ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୦୬:୫୯, ୧୫ ଡିସେମ୍ବର ୨୦୧୪ (UTC)
ଆଦିତ୍ୟ ଭାଇ କ୍ଷମା କରିବେ , ଏହି scan ଟା ସୁଭାଷିସ ଭାଇ କରିବାର ଥିଲା ମତେ ଘର ପାଖ ଦୋକାନ ରେ ସସ୍ତା ପଡିଲା ବଲି ମୁଁ ଏଥି ପାଇଁ approach କଲି , ଯଦି ଏହା ଭୁଲ ଲାଗୁଛି ତାହାଲେ ଯେତିକା ଟା ବହି ସେ ସ୍କାନ କରିଛି ତା ଠୁ ନେଇ ଆସୁଛି ଏବଂ ବାକି ବହି ଉଇକିଟୁଙ୍ଗି କୁ ପଠେଇ ଦଉଛି।

Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୭:୧୫, ୧୫ ଡିସେମ୍ବର ୨୦୧୪ (UTC)

ଆଦିତ୍ୟ ଭାଇ, ଏଇଠି ବୋଧେ ମୋତେ ଦି ପଦ କହିବାକୁ ପଡ଼ିବ! :) ମୁଁ ସବୁଯାକ ବହି ବେଙ୍ଗାଳୁରୁ କୋରିଅର ସ୍କାନ କରେଇଥାନ୍ତି ଆଉ ତାକୁ ପୁଣି କୋରିଅର କରି ନାଲକୋ ପଠେଇ ଥାନ୍ତି । ଏଣୁ ଦୋହରା କାମ ଓ ଅଯଥା ଖର୍ଚ କାଟ ପାଇଁ ଶୈଳେଶ ନିଜ ତରଫରୁ ଭୁବନେଶ୍ୱରରେ ଏ କାମ କରାଇବା ପ୍ରସ୍ତାବ ଦେଲା । ଆଉ ସେତେବେଳେ ଏ ଆଲୋଚନା କରି ସଭିଙ୍କ ମତ ପାଇବା ବେଳ ନଥିଲା । ସେ ବହିସବୁ ସ୍କାନ ପାଇଁ ଦେଇସାରିଛି ଆଉ ପଇସା ଦେବା ବାକି ଅଛି । ତେଣୁ ଜଣେ ଉଇକିଆଳି ଭାବେ ମୁଁ ଅନୁରୋଧ କରିବି ଏ ଆଲୋଚନା ଏଇଠି ସାରିବା ପାଇଁ । ଏଟୁକେ ସଭ୍ୟ ଭାବେ କହିବି ଯଦି ଦରକାର ଅଛି ଯେତେଥର ପଇସା ପାଇଁ ଆବେଦନ କଲେ ବି କିଛି ଅସୁବିଧା ନାହିଁ, କାରଣ ସେଥି ପାଇଁ ହିଁ ଏଟୁକେ ଅଛି । ତା' ଛଡ଼ା ଏଥିରେ କାହାର ବ୍ୟକ୍ତିଗତ କାମ ହେଉନାହିଁ, ତେଣୁ ଏତେ ସଙ୍କୋଚ କାହିଁକି? --ସୁଭାସିସ ପାଣିଗାହି ଆଳାପ ୦୭:୨୨, ୧୫ ଡିସେମ୍ବର ୨୦୧୪ (UTC)
ଶୈଳେସ ଭାଇ, ତମେ ମୋ କଥା ବୁଝିପାରିଲନି ବୋଧେ, ତମର କିଛି ଭୁଲ ନାହିଁ, ସେଥି ପାଇଁ ଧନ୍ୟବାଦ ଦେଇଛି ପରା :D । ମୋ କହିବା ଅର୍ଥ ହେଲା : ଆମର ପୁରୁଖା (ସେଥିରେ ମୁଁ ମଧ୍ୟ)ମାନଙ୍କ କୈଣସି ଯୋଜନା/ପରିଚାଳନା ଠିକ ରେ ହୋଇ ପାରୁନି। ଗୋଟେ ଉଦାହରଣ: ଓଡ଼ିଆ ଉଇକିପାଠାଗାର ସଭା ହେଲା ସେ ସମୟରେ ଏସବୁ ନଜରକରି ପଇସା ରଖିଥିଲେ, ଏବେ ତମେ କୁ ଅନୁରୋଧ କରିବାକୁ ପଡିନଥାନ୍ତା । ତମେ ଜମା ଚିନ୍ତା କରନି ତମକୁ ୩-୪ ମାସ ଭିତରେ ଆଉ ଅନେକ ଖଣ୍ଡ ବହି ସ୍କାନ କରିବାକୁ ଦିଆଯିବ, ଆଉ ତମେ ସବୁଥର ଏ କାମ କରିବ ବୋଲି ଆଶା ।  :-) --ଆଦିତ୍ୟ ମହାର (ଆଲୋଚନା) ୦୯:୨୬, ୧୫ ଡିସେମ୍ବର ୨୦୧୪ (UTC)

ସୁଭାସିସ ପାଣିଗାହି ଭାଇ, ତମକୁ ମୁଁ ଅଧିକ କଣ କହିବି ଯେ, ତମେ ଜଣେ ପୁରୁଣା ଆଉ ଆମ ମାନଙ୍କ ଗୁରୁ । ତମକୁ ଓଡ଼ିଆ ସଭ୍ୟ (ଏଟୁକେ ନୁହଁ) ଭାବି ଏତିକି କହିବି ଅନ୍ୟ ଉଇକିରେ ଏଟୁକେର କେହି ସଭ୍ୟ ନ ଥାଇ ମଧ୍ୟ ସେମାନେ କେମିତି ଯୋଜନା/ପରିଚାଳନା କରୁଛନ୍ତି ଆମକୁ ଶିଖିବାକୁ ପଡିବ । ଆମେ ଏମିତି ଛୋଟ ଦଶ ହଜାର ପାଇଁ ତିନି ଥର ଆଲୋଚନା କରୁଛେ, ଆଉ ବଙ୍ଗାଳୀମାନେ ନଡ଼ିଆ ଗଛ ଉପରେ । ଅନୁରୋଧ କରିବି ଏ ଆଲୋଚନା ଏଇଠି ସାରିବା ପାଇଁ । :-) --ଆଦିତ୍ୟ ମହାର (ଆଲୋଚନା) ୦୯:୨୬, ୧୫ ଡିସେମ୍ବର ୨୦୧୪ (UTC)

ଗୁରୁ କି ଗାଈ ଜାଣିନି, ହେଲେ ତମେ କିଏ ନଡ଼ିଆ ଗଛ ଉପରେ ଆଉ କିଏ ନଡ଼ିଆ ପାରି ପିଠା କରି ଖାଇଲାଣି ଜାଣିଛ ଭାବୁଛି! :) --ସୁଭାସିସ ପାଣିଗାହି ଆଳାପ ୧୦:୦୨, ୧୫ ଡିସେମ୍ବର ୨୦୧୪ (UTC)
ନା ନା , ସେ କଥା ତ ଜାଣିନି, ହେଲେ ଆସନ୍ତା ବର୍ଷ ଜୁନରେ ଓଡ଼ିଆ ଉଇକି ଜନ୍ମତିଥି ପାଳନ ହେଲେ ଆମେ ସମସ୍ତେ ସେ ନଡ଼ିଆ ଗଛର ଅଧା ପର୍ଯ୍ୟନ୍ତ ଯିବା ବୋଲି ଭାବୁଛି :-) --ଆଦିତ୍ୟ ମହାର (ଆଲୋଚନା) ୧୦:୨୪, ୧୫ ଡିସେମ୍ବର ୨୦୧୪ (UTC)
ଆଜି ଏହି ଆଲୋଚନା ମୁଁ ପଢ଼ିଲି । ସୁଭାସିସ ବାବୁ, ଟଙ୍କା ତ ଆମ ପାଖରେ ଅଛି । ସେହି ଟଙ୍କାରୁ ଏହା ଦେଇହେବ ନା ନାହିଁ ବୁଝନ୍ତୁ । ଏ ପର୍ଯ୍ୟନ୍ତ ପୁରା ହିସାବ ମୋତେ କେହି ଦେଲେନାହିଁ । ବାକି ବଳିଥିବା ଟଙ୍କା ମୁଁ ଫେରେଇ ପାରୁନାହିଁ । ଜଦି ଦୁଇ ତିନି ଦିନ ମଧ୍ୟରେ ହିସାବ ନ ଦିଅନ୍ତି ମୁ ଫେରେଇ ଦେବି ।--Subas Chandra Rout (ମୋ ଆଲୋଚନା) ୧୪:୧୧, ୧୬ ଡିସେମ୍ବର ୨୦୧୪ (UTC)
ନାଁ ସାର, ବଳିଥିବା ଟଙ୍କାରୁ ଦେଇ ହେବନାହିଁ । କାରଣ ସେଇଟା ଅଲଗା କାମ ପାଇଁ ଆସିଥିଲା ଆଉ ଅନ୍ୟ ଏକ କାମ ପାଇଁ ଖର୍ଚ ହୋଇପାରିବ ନାହିଁ, ହେଲେ ଅଡ଼ିଟିଙ୍ଗରେ ଅସୁବିଧା ଉପୁଜିବ । ଆଉ ଖର୍ଚର ହିସାବ ମୁଁ ନୁହେଁ ମୃତ୍ୟୁଞ୍ଜୟ ଭାଇ ଦେବେ । ବୋଧେ ସେ ଏ ଭିତରେ ପଠାଇଦେବେ । ତେବେ ସେଇଟା ଏଟଜି ଆଲୋଚନା ନ କରି ଆମେ ୟା ପୂର୍ବରୁ ଚାଲିଥିବା ଆଲୋଚନାରେ କଲେ ହେବ । --ସୁଭାସିସ ପାଣିଗାହି ଆଳାପ ୧୪:୪୪, ୧୬ ଡିସେମ୍ବର ୨୦୧୪ (UTC)
ମୁଁ ମଧ୍ୟ ସୁବାସ ସାରଙ୍କ ସହ ଏକ ମତ । ଫ୍ଲେକ୍ସ ବ୍ୟାନର ଓ ଷ୍ଟିକର ଖର୍ଚ୍ଚରେ ଏ ଖର୍ଚ୍ଚ ବିଲ ସହ ଯୋଡ଼ିଲେ ଅଡ଼ିଟିଙ୍ଗରେ ଅସୁବିଧା ହେବନି ବୋଧେ, ବିଲ ନଥିଲେ ଅସୁବିଧା ହେଇପାରେ । ଆଉ ଗୋଟେ କଥା,ଆଗକୁ ବହୁତ ବହି ଆସିବ ସ୍କାନ ହେବା ପାଇଁ, ଆମେ ବର୍ଷକୁ ୫ଥର A2K ଅନୁରୋଧ କରିବାଟା ଭଲ ହେବନି । ସୁଭାସିସ ଭାଇ ତମ କହିବା ଅନୁସାରେ A2Kକୁ ପଇସା ପାଇଁ ଥାଇ ପାରେ, ଏହା ମଧ୍ୟ କାହାର ବ୍ୟକ୍ତିଗତ କାମ ନୁହେଁ, ହେଲେ ଆମେ କାହିଁକି ବାରମ୍ବାର ଅନୁରୋଧ କରୁଥିବା । ସମସ୍ତଙ୍କ ସହ ମୁଁ ସହମତ ମୋର କୈଣସି ଆପତ୍ତି ନାହିଁ । --ଆଦିତ୍ୟ ମହାର (ଆଲୋଚନା) ୦୫:୫୫, ୧୮ ଡିସେମ୍ବର ୨୦୧୪ (UTC)
  • ଯାହା ଇଛା କର, A2K ସୁଧୁରିବନି । ମୁଁ ଖାଲିରେ ସ୍କାନ କରିପାରିଥାନ୍ତି, ହେଲେ ଏତେଗୁଡିଏ ବହି ମୋତେ ନିଜେ କରିବାକୁ ପଡିଥାନ୍ତା ଆଉ ବହି ସେଠୁ↔ଏଠି ହୋଇଥାନ୍ତା, ଯାହାବିହେଉ ଟଙ୍କାତ ଅଛି, ଖାଲି କେମିତି ଖର୍ଚ ହେବ ଚିନ୍ତା କରିବା କଥା ! ନିସ୍ପତ୍ତି ନିଆସରିଛି କାମ ହେବ, ସମର୍ଥନ କଣ ଆବଶ୍ୟକ ଯେ? ;-) -- ଅଂଶୁମାନ ତାର ଯୋଡ଼ିବେ? ୧୬:୧୮, ୧୮ ଡିସେମ୍ବର ୨୦୧୪ (UTC)
ଆଦିତ୍ୟ ଭାଇ, ଅଡିଟିଙ୍ଗରେ ଅସୁବିଧା ହେବ ବୋଲି ମୁଁ କହିଲି । ନହେଲେ ମୁଁ ଜାଣିଶୁଣିକି ହଇରାଣରେ କାହିଁକି ପକେଇଥାନ୍ତି? ଅଂଶୁମାନ, ଆରେ ଆଗୁଆ କହିବାର ଥିଲା ନାଁ? ମୁଁ କେମିତି ଜାଣିବି ତୁ ମାଗଣା କରିପାରିବୁ ବୋଲି? ଆଉ ସ୍କାନିଙ୍ଗ ପାଇଁ ଦେଲାବେଳେ ବେଳ ହେଲାନି କାରଣ ମୁଁ ସବୁଯାକ ସାଙ୍ଗରେ ଧରି ଆସିବାର ଥିଲା ବେଙ୍ଗାଳୁରୁ । ଶୈଳେଶ କହିଲା ଭୁବନେଶ୍ୱରରେ କରିବା ପାଇଁ । ତେଣୁ ଆସିବା ଆଗଦିନ (ବୋଧେ) ତା'କୁ ଦେଇଦେଇ ଆସିଲି । ଯଦି ସବୁ ଛୋଟ ଛୋଟ କଥାରେ ଦୋଷ ଧରିବୁ ତାହେଲେ ମୋତେ ବୋଧେ ଇଞ୍ଚେ ମାପି ସେଣ୍ଟିମିଟରେ ଚାଲିବାକୁ ହେବ । ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛି ସବୁ ଜିନିଷ ଠିକ ଭାବେ କରିବା ପାଇଁ । ତଥାପି ମଣିଷ ଯେହେତୁ କିଛି ଭୁଲ ଭଟକା ରହିଯାଉଛି ନିଶ୍ଚିତ । କ୍ଷମାକରିବୁ ଭାଇ । --ସୁଭାସିସ ପାଣିଗାହି ଆଳାପ ୨୧:୦୬, ୨୧ ଡିସେମ୍ବର ୨୦୧୪ (UTC)